Posted inଖେଳ

ଆଇପିଏଲ୍‌ ୨୦୨୧: ଜାଣନ୍ତୁ ଫାଇନାଲ୍‌ ପରେ କାହାକୁ ମିଳିଲା କେଉଁ ପୁରସ୍କାର, କେତେ ରାଶି…

ଦୁବାଇ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ର ୧୪ ତମ ସଂସ୍କରଣ ଶୁକ୍ରବାର ଦୁବାଇରେ ଶେଷ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ୨୭ ରନ୍‌ରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଫାଇନାଲ ପରେ ଅନେକ ଖେଳାଳିଙ୍କୁ ବିଭିନ୍ନ ପୁରସ୍କାର ଏବଂ ପୁରସ୍କାର ରାଶି ସହିତ ସମ୍ମାନିତ କରାଯାଇଥିଲା।

ଚେନ୍ନାଇର ଯୁବ ଓପନର୍‌ ରୁତୁରାଜ ଗାଏକ୍ୱାଡ ଆଇପିଏଲ୍‌ ୨୦୨୧ ରେ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ, ଯିଏ ୬୩୫ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ୍‌ ଉପରେ କବ୍ଜା କରିଥିଲେ। ଏଥିସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଷଲ ପଟେଲ ସର୍ବାଧିକ ଉଇକେଟ ନେଇଥିଲେ। ହର୍ଷଲ ସମଗ୍ର ସିଜନରେ ୩୨ ଉଇକେଟ ନେଇ ରେକର୍ଡ କରିଥିଲେ । ଏହା ଗୋଟିଏ ସିଜନରେ କୌଣସି ଭାରତୀୟଙ୍କ ଦ୍ୱାରା ସର୍ବାଧିକ ସହ ବ୍ରାଭୋଙ୍କ ସର୍ବକାଳୀନ ରେକର୍ଡ ସହିତ ସମାନ। ଏଥିପାଇଁ ହର୍ଷଲ ପଟେଲ ପର୍ପଲ କ୍ୟାପ ଜିତିଥିଲେ। ତେବେ ଆସନ୍ତୁ ଜାଣିବା କାହାକୁ କେଉଁ ପୁରସ୍କାର ମିଳିଲା:

ଅନ୍ତିମ ମ୍ୟାଚ ପୁରସ୍କାର:
ମ୍ୟାଚ୍‌ର କ୍ୟାଚ୍‌ ଅଫ୍‌ ଦ ମ୍ୟାଚ୍‌ – ରବିନ୍ଦ୍ର ଜାଡେଜା (ସିଏସ୍‌କେ)
ମ୍ୟାଚ୍‌ର ସୁପର ଷ୍ଟ୍ରାଇକର – ରବିନ ଉଥାପ୍ପା (ସିଏସ୍‌କେ)
ଲେଟ୍ସ କ୍ରାକ୍‌ ଇଟ୍‌ ସିକ୍ସ ପୁରସ୍କାର – ଭେଙ୍କେଶ ଆୟର୍‌ (କେକେଆର୍‌)
ଗେମ୍‌ ଚେଞ୍ଜର ଅଫ୍‌ ଦ ମ୍ୟାଚ୍‌ – ଫାଫ ଡୁ ପ୍ଲେସିସ (ସିଏସ୍‌କେ)
ମୋଷ୍ଟ ଭାଲ୍ୟୁଏବୁଲ ଆସେଟ୍‌ ଅଫ୍‌ ଦ ମ୍ୟାଚ୍‌ – ଫାଫ ଡୁ ପ୍ଲେସିସ (ସିଏସ୍‌କେ)
ପାୱାର୍‌ ପ୍ଲେୟାର୍‌ ଅଫ୍‌ ଦ ମ୍ୟାଚ୍‌ – ଭେଙ୍କଟେଶ ଆୟର୍‌ (କେକେଆର୍‌)
ମ୍ୟାନ ଅଫ ଦି ମ୍ୟାଚ – ଫାଫ ଡୁ ପ୍ଲେସିସ (ସିଏସ୍‌କେ)

ସମ୍ପୂର୍ଣ୍ଣ ସିଜନ(ଆଇପିଏଲ୍‌-୨୦୨୧) ସହ ଜଡିତ ପୁରସ୍କାର:
ଅରେଞ୍ଜ କ୍ୟାପ୍‌ – ରୁତୁରାଜ ଗାଏକ୍ୱାଡ, ସିଏସ୍‌କେ (୧୦ ଲକ୍ଷ ଟଙ୍କା)
ପର୍ପଲ କ୍ୟାପ୍‌ – ହର୍ଷଲ ପଟେଲ, ଆରସିବି (୧୦ ଲକ୍ଷ ଟଙ୍କା)
ଏମର୍ଜିଂ ପ୍ଲେୟାର ଅଫ୍‌ ଦି ଇୟର – ରୁତୁରାଜ ଗାଏକ୍ୱାଡ, ସିଏସ୍‌କେ (୧୦ ଲକ୍ଷ ଟଙ୍କା)
ଫେୟାରପ୍ଲେ ପୁରସ୍କାର – ରାଜସ୍ଥାନ ରୟାଲ୍ସ (୧୦ ଲକ୍ଷ ଟଙ୍କା)
ପରଫେକ୍ଟ କ୍ୟାଚ୍‌ ଅଫ୍‌ ଦ ସିଜନ୍‌ – ରବି ବିଶ୍ନୋଈ, ପିବିକେଏସ (୧୦ ଲକ୍ଷ ଟଙ୍କା)
ସୁପର ଷ୍ଟ୍ରାଇକର୍‌ ଅଫ୍‌ ଦ ସିଜନ୍‌ – ଶିମ୍ରନ୍‌, ଡିସି (୧୦ ଲକ୍ଷ ଟଙ୍କା)
ଗେମଚେଞ୍ଜର୍‌ ଅଫ୍‌ ଦ ସିଜନ୍‌ – ହର୍ଷଲ ପଟେଲ, ଆରସିବି (୧୦ ଲକ୍ଷ ଟଙ୍କା)
କ୍ରାକ୍‌ ଇଟ୍‌ ସିକ୍ସ ଅଫ୍‌ ଦ ସିଜନ୍‌- କେ.ଏଲ ରାହୁଲ (୧୦ ଲକ୍ଷ ଟଙ୍କା)
ପାୱାର୍‌ ପ୍ଲେୟାର ଅଫ୍‌ ଦ ସିଜନ୍‌ – ଭେଙ୍କଟେଶ ଆୟାର୍‌ (୧୦ ଲକ୍ଷ ଟଙ୍କା)
ମୋଷ୍ଟ ଭାଲ୍ୟୁଏବୁଲ୍‌ ପ୍ଲେୟାର ଅଫ୍‌ ଦ ସିଜନ୍‌- ହର୍ଷଲ ପଟେଲ (୧୦ ଲକ୍ଷ ଟଙ୍କା)
ରନର୍‌ ଅପ – କୋଲକାତା ନାଇଟ ରାଇଡର୍ସ (୧୨.୫ କୋଟି ଟଙ୍କା)
ବିଜେତା – ଚେନ୍ନାଇ ସୁପର କିଙ୍ଗ୍ସ (୨୦ କୋଟି ଟଙ୍କା)


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri