Posted inଖେଳ

ଛକା ବର୍ଷା କଲେ ଧୋନୀ; ପରେ ସାଥୀ ଖେଳାଳିଙ୍କ ସହ ମିଶି ବଣରେ ଖୋଜିଲେ ବଲ୍‌: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୮: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ । ଦଳ ମଧ୍ୟ ସେଠାରେ ଅଭ୍ୟାସ ଆରମ୍ଭ କରିଛି। ନେଟ ଅଧିବେଶନରେ କ୍ୟାପଟେନ ଧୋନୀ ମଧ୍ୟ ବହୁତ ଝାଳ ବୁହାଉଛନ୍ତି। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ସେ ପୂରା ଲୟରେ ଆସିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ବେଟ୍ସରେ ଲମ୍ବା ଛକା ମାର୍‌ୁଛନ୍ତି। ଏହାର ଏକ ଭିଡିଓ ସିଏସ୍‌କେ ଟୁଇଟର୍‌ ଆକାଉଣ୍ଟରୁ ଶେୟାର କରାଯାଇଛି। ଏଥିରେ ଧୋନୀ ଗୋଟିଏ ପରେ ଗୋଟିଏ ଛକା ମାରିଛନ୍ତି ଏବଂ ପ୍ରତ୍ୟେକ ଥର ବଲ ପଡ଼ିଆ ବାହାରେ ପଡୁଥିବାର ଦେଖାଯାଉଛି। ଏହି ଭିଡିଓରେ ଧୋନୀଙ୍କ ଦ୍ରୁତ ବ୍ୟାଟିଂ ଦେଖିବା ଅପେକ୍ଷା ଅଧିକ କୌତୁହଳପୂର୍ଣ୍ଣ ଥିଲା ଯେ ଛକା ବର୍ଷା ପରେ ସେ ସାଥୀ ଖେଳାଳିଙ୍କ ସହ ବଲ ଖୋଜିବା ଆରମ୍ଭ କରିଥିଲେ। ସେ ବୁଦା ଭିତରକୁ ଯାଇ ବଲ ଖୋଜିଥିଲେ।
ଗତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଖରାପ ଥିଲା। ଲିଗ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ ଅଫ ଯୋଗ୍ୟତା ଅର୍ଜନ କରିବାକୁ ଦଳ ବଞ୍ଚିତ ହୋଇଥିଲା। ଧୋନିଙ୍କ ବ୍ୟାଟ ମଧ୍ୟ ଚୁପ ରହିଥିଲା। ସେ ୧୪ ଟି ମ୍ୟାଚରେ ୨୦୦ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ସେ ମଧ୍ୟ ଅର୍ଦ୍ଧଶତକ ହାସଲ କରିପାରି ନଥିଲେ। ତାଙ୍କ ଦଳ ୧୪ଟି ମଧ୍ୟରୁ ମାତ୍ର ୬ଟି ମ୍ୟାଚ ଜିତିଥିଲା । ତଥାପି, ସେହି ବିଫଳତାକୁ ଭୁଲି ଦଳ ଆଇପିଏଲ୍‌ ୨୦୨୧ରେ ଏକ ଭଲ ଆରମ୍ଭ କରିଥିଲା।
କରୋନା ଭାଇରସ କାରଣରୁ ଲିଗ ସ୍ଥଗିତ ରଖିବା ପୂର୍ବରୁ ସିଏସ୍‌କେ ୭ଟି ମ୍ୟାଚ ମଧ୍ୟରୁ ୫ ଟି ଜିତିଛି ଏବଂ ପଏଣ୍ଟ ଟେବୁଲରେ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଧୋନୀଙ୍କ ବ୍ୟାଟରୁ ରନ ଆସି ନ ଥିଲା। ସେ ୭ଟି ମ୍ୟାଚରେ ମାତ୍ର ୩୭ ରନ ସଂଗ୍ରହ କରିଥିଲେ। ଏଭଳି ପରିସ୍ଥିତିରେ ସେ ଲିଗ ଦ୍ୱିତୀୟ ପର୍ଯ୍ୟାୟରେ ଏହାର କ୍ଷତିପୂରଣ ଦେବାକୁ ଚାହୁଁଛନ୍ତି। ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହି ମ୍ୟାଚ ଦୁବାଇରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri