Posted inଖେଳ

ବିରାଟଙ୍କ ଏହି ନିଷ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ ତେନ୍ଦୁଲକର

ଆଇପିଏଲ ୨୦୨୦ର ଦ୍ୱିତୀୟ ଏଲିମିନେଟରରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ଏହାଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଥିଲେ। ସାଧାରଣତଃ ତୃତୀୟ ସ୍ଥାନରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥାନ୍ତି। କିନ୍ତୁ କର ବା ର ମ୍ୟାଚ୍‌ରେ କୋହଲି ଓପନିଂ ଆସି ଖେଳ ବିଗାଡି ଦେଇଥିଲେ ବୋଲି ଅନେକ କ୍ରିକେଟ ସମୀକ୍ଷକ କହିଛନ୍ତି। ସଚିନ ତେନ୍ଦୁଲକର କହିଛନ୍ତି, ବିରାଟ କୋହଲିଙ୍କ ଓପନିଂ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଏହା ଏକ ଭିନ୍ନ ରଣନୀତି ଥିଲା, ଯାହା କ୍ଲିକ କରିନ ଥିଲା। ବିରାଟ ସକରାତ୍ମକ ଦେଖାଯାଉଥିଲେ ମଧ୍ୟ ସେ ବଲ୍‌କୁ ସଠିକ ଭାବରେ ଖେଳିବାରେ ସକ୍ଷମ ହୋଇ ନ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେସନ ହୋଲ୍ଡର ଅନ୍ୟ ବୋଲରଙ୍କ ଅପେକ୍ଷା ଅଧିକ ବାଉନ୍ସ ପକାଉଥିଲେ। ବିରାଟ ଏହି ବାଉନ୍ସ ଦ୍ୱାରା ଆଉଟ୍‌ ହୋଇଥିଲେ। ସୂଚନାଯୋଗ୍ୟ, ହାଇଦ୍ରାବାଦ୍‌ଠାରୁ ପରାସ୍ତ ହୋଇ ଆରସିବି ଟୁର୍ନାମେଣ୍ଟରୁ ବିଦାୟ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ହାରିବା ପରେ ଲାଇଭ୍‌ ଶୋ’ରେ ନାଚିଲେ ପାକିସ୍ତାନ ଖେଳାଳି

ଇସଲାମାବାଦ,୧।୧୧:ଟି -୨୦ ବିଶ୍ୱକପରେ ଭାରତକୁ କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରବିବାର ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଏହାପୂର୍ବରୁ ପାକିସ୍ତାନ...

ଗର୍ଭବତୀ ପ୍ରେମିକାଙ୍କୁ ଦେଖି ଭାବପ୍ରବଣ ହେଲେ ଏହି କ୍ରିକେଟର୍‌

କରୋନା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ସ୍ଥଗିତ ରଖାଯାଇଛି। ଏହି ଲିଗ ଅଧାରୁ ସ୍ଥଗିତ ରଖିବା ପରେ ଯାତ୍ରା ପ୍ରତିବନ୍ଧକ ଯୋଗୁ ଅଷ୍ଟ୍ରେଲିଆ...

‘ପ୍ଲାଙ୍କ ଫର୍‌ ଇଣ୍ଡିଆ’ ଅଭିଯାନରେ ଦୂତୀ

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ବଜାଜ ଆଲିଆଞ୍ଜ ଲାଇଫ୍‌ର ‘ଫ୍ଲାଙ୍କ ଫର୍‌ ଇଣ୍ଡିଆ’ ଅଭିଯାନରେ ସାମିଲ ହୋଇଛନ୍ତି। ଭାରତର ଉଦୀୟମାନ...

କୋହଲି ଦ୍ରୁତତମ ଅଧିନାୟକ

ବେଙ୍ଗାଲୁରୁ,୨୦।୧ – ବିରାଟ କୋହଲି ଦିନିକିଆ ଫର୍ମାଟ୍‌ରେ ଅଧିନାୟକ ଭାବେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ବିଶ୍ୱର...

ଆଇପିଏଲ୍‌ରେ ସାମିଲ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ଜବାବ

ମେଲବୋର୍ନ,୨୭।୪: ଆଇପିଏଲ ୨୦୨୧ରେ ଅଂଶଗ୍ରହଣ କରୁଥିବା ତାଙ୍କ ଦେଶର କ୍ରିକେଟରମାନଙ୍କୁ ଘରକୁ ଫେରିବା ପାଇଁ ନିଜସ୍ବ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ...

ଦ୍ୱିତୀୟ ଟି୨୦ ଆଜି : ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ରାଜକୋଟ, ୭।୧୧(ପି.ଟି.)- ଦିଲ୍ଲୀରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ...

୨୦୨୩ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଆୟୋଜନ କରିବ ଜିମ୍ବାଓ୍ବେ

ଦୁବାଇ,୧୭।୧୨(ପି.ଟି.): ଭାରତରେ ଆୟୋଜନ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ର କ୍ୱାଲିଫାୟର୍ସ ଜିମ୍ବାଓ୍ବେରେ ଖେଳାଯିବ। କୋଭିଡ୍‌-୧୯ ମହାମାରୀ ପାଇଁ ଟୁର୍ନାମେଣ୍ଟ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ...

ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ଧୋନୀ ବାଦ୍‌

ନୂଆଦିଲ୍ଲୀ, ୧୬।୧ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କ ନାମକୁ ବାଦ୍‌...

Advertisement
Archives

Model This Week