Posted inଖେଳ

ଆଇପିଏଲ୍‌: ପଞ୍ଜାବ- ବାଙ୍ଗାଲୋର ମୁକାବିଲା

ଦୁବାଇ,୨୪।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଷଷ୍ଠ ମ୍ୟାଚରେ ଗୁରୁବାର ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍‌ରେ ‘ଶର୍ଟ ରନ’ ବିବାଦକୁ ପଛରେ ପକାଇ ପଞ୍ଜାବ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବର କ୍ରିସ୍‌ ଜୋର୍ଡାନଙ୍କ ଏକ ରନ୍‌କୁ ଶର୍ଟ ରନ ବୋଲି ଲେଗ୍‌ ଅମ୍ପାୟର ନିର୍ଦ୍ଦେଶ ଦେଇଥିଲେ। ୧୯ତମ ଓଭରର ତୃତୀୟ ବଲ୍‌ରେ ଅମ୍ପାୟର ଏହି ବିବାଦୀୟ ନିଷ୍ପତ୍ତି ଦେଇଥିଲେ। ଫଳରେ ପଞ୍ଜାବ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପଞ୍ଜାବ ଅଳ୍ପକେ ଏହି ମ୍ୟାଚ୍‌ ହାତଛଡ଼ା କରିଥିଲା। ପଞ୍ଜାବ ମଧ୍ୟ ମ୍ୟାଚ୍‌ ରେଫରିଙ୍କୁ ଏ ନେଇ ଅପିଲ କରିଥିଲା। ତେବେ ଗୁରୁବାର ଏହି ବିବାଦୀୟ ଘଟଣାକୁ ପଛରେ ପକାଇ ରାହୁଲ ଓ ଅନ୍ୟ ସାଥୀ ଖେଳାଳି ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ ଉପରେ ମନୋନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଅନ୍ୟପଟେ ବାଙ୍ଗାଲୋର ତା’ର ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ପୁରୁଣା ବିଫଳତାକୁ ପଛରେ ପକାଇ କୋହଲିଙ୍କ ଦଳ ଚଳିତ ସଂସ୍କରଣ କିଛି ନୂଆ କରିଦେଖାଇବା ଲକ୍ଷ୍ୟରେ ରହିଛନ୍ତି। ଏକ କ୍ୱାଲିଟି ଦ୍ରୁତ ଅର୍ଦ୍ଧଶତକ ସହ ଦେବଦତ୍ତ ପଡିକାଲ ତାଙ୍କ ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଛନ୍ତି। ତେଣୁ ସେ ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜରରେ ରହିବେ। ଅଭିଜ୍ଞ ଏବି ଡିଭିଲର୍ସ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ ଓ ସେ ଏହି ଫର୍ମକୁ ବଜାୟ ରଖିବାକୁ ଚାହାନ୍ତି। କୋହଲି ଓ ଆରୋନ ଫିଞ୍ଚ୍‌ ମିଡିଲ ଅର୍ଡରରେ ଅଧିକ ସମୟ ବିତାଇବାକୁ ଚାହିଁବେ। ବାଙ୍ଗାଲୋର ବୋଲିଂ ଆଟାକ୍‌ରେ ୟୁଜବେନ୍ଦ୍ର ଚହଲ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ପ୍ରଥମ ମ୍ୟାଚ୍‌ରେ ମଧ୍ୟ ତାଙ୍କ ଚମକ ଦେଖିବାକୁ ମିଳିଥିଲା। ଏହି ଲେଗ୍‌ ସ୍ପିନର ଜଣକ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରି ସୋମବାର ଦଳକୁ ଜିତାଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ ବାଙ୍ଗାଲୋର ପାଇଁ ଏହି ମ୍ୟାଚ୍‌ ଖେଳିପାରିବେ ନାହିଁ। ସାଇଡ୍‌ ଷ୍ଟ୍ରେନ୍‌ କାରଣରୁ ସେ ଦଳରୁ ବାଦ୍‌ ପଡିଛନ୍ତି। ୧୦ କୋଟି ଟଙ୍କା ବିନିମୟରେ ସେ ଦଳରେ ସାମିଲ ହୋଇଥିଲେ। ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତାଙ୍କ ବଦଳରେ ମହମ୍ମଦ ସିରାଜ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ମିଡିଲ ଅର୍ଡରରେ ମୋଇନ୍‌ ଅଲୀଙ୍କୁ ଖେଳାଯାଉଛି କି ନା ତାହା ଦେଖିବାକୁ ବାକି ରହିଲା। ଜୋଶ ଫିଲିପ୍‌ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ ହୋଇଛନ୍ତି। ଡେଲ୍‌ ଷ୍ଟେଇନଙ୍କ ବଦଳରେ ମୋଇନ ଦଳରେ ସାମିଲ ହେବା ସମ୍ଭାବନା ରହିଛି।
ଅପରପକ୍ଷରେ ପଞ୍ଜାବ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଓପନର ମୟଙ୍କ ଅଗ୍ରଓ୍ବାଲ ଦମ୍‌ଦାର ଆରମ୍ଭ କରିଛନ୍ତି। ତେବେ ତାଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ସତ୍ତ୍ୱେ ଦଳକୁ ଜିତାଇପାରି ନାହାନ୍ତି। ରାହୁଲ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଓ ନିକୋଲାସ ପୁରାନ ଦକ୍ଷତା ଅନୁରୂପ ପ୍ରଦର୍ଶନ କଲେ ଦଳକୁ ସହଜରେ ଜିତାଇପାରିବେ। ପ୍ରଥମ ମ୍ୟାଚ୍‌ରେ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ଙ୍କୁ ଖେଳାଯାଇ ନ ଥିଲା। ବ୍ୟାଟିଂ ଅଲରାଉଣ୍ଡର ଜିମି ନିଶାମଙ୍କୁ ଏହି ମ୍ୟାଚ୍‌ରେ ସୁଯୋଗ ଦିଆଯାଇପାରେ। ମହମ୍ମଦ ସାମିଙ୍କ ନେତୃତ୍ୱରେ ପଞ୍ଜାବ ବୋଲିଂରେ ସୁଧାର ଆଣିବାକୁ ପ୍ରୟାସ କରିବ। ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଦିଲ୍ଲୀ ବିପକ୍ଷରେ ଚମକ ଦେଖାଇଥିଲେ ଓ ସେ ଏହା ଦୋହରାଇବାକୁ ପ୍ରୟାସ କରିବେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ:
ବିରାଟ କୋହଲି (ଅଧିନାୟକ), ଆରୋନ ଫଞ୍ଚ୍‌, ଦେବଦତ୍ତ ପଡିକାଲ, ପାର୍ଥତ୍ବ ପଟେଲ, ଏବି ଡିଭିଲର୍ସ, ଗୁରକିରାତ ସିଂ, ଶିବମ୍‌ ଦୁବେ, କ୍ରିସ୍‌ ମୋରିସ୍‌, ଓ୍ବାଶିଂଟନ ସୁନ୍ଦର, ଶାହାବାଜ ଅହମ୍ମଦ, ନବଦୀପ ସଇନି, ଡେଲ୍‌ ଷ୍ଟେଇନ, ୟୁଜବେନ୍ଦ୍ର ଚହଲ, ଆଡାମ ଜାମ୍ପା, ଇସୁରୁ ଉଡାନା, ମୋଇନ ଅଲୀ, ଜୋଶ ଫିଲିପ୍‌, ପବନ ନେଗୀ, ପବନ ଦେଶପାଣ୍ଡେ, ମହମ୍ମଦ ସିରାଜ ଓ ଉମେଶ ଯାଦବ।
କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳ:
ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ଶେଲଡନ୍‌ କଟ୍ରେଲ, କ୍ରିସ୍‌ ଗେଲ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ମହମ୍ମଦ ଶାମି, ମୁଜିବ ଉର ରହମାନ, କରୁନା ନାୟାର, ଜେମ୍ସ ନିଶାମ, ନିକୋଲାସ ପୁରାନ (ଉଇକେଟକିପର), ଇଷାନ ପୋରେଲ, ଅର୍ଶଦୀପ ସିଂ, ମୁରୁଗାନ ଅଶ୍ୱିନ, କ୍ରିଷ୍ଣାପ୍ପା ଗୋଥାମ, ହରପ୍ରିତ୍‌ ବ୍ରାର, ଦୀପକ ହୁଦା, କ୍ରିସ୍‌ ଜୋର୍ଡାନ, ସର୍ଫରାଜ ଖାନ, ମନଦୀପ ସିଂ, ଦର୍ଶନ ନାଲକାଣ୍ଡେ, ରବି ବିଷ୍ଣୋଇ, ସିମରନ ସିଂ, ଜଗଦୀଶ ସୂଚୀତ, ତେଜିନ୍ଦର ସିଂ ଓ ହାର୍ଡୁସ ଭିଲଜୋଏନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri