Posted inଖେଳ

ୟୁଏଇରେ ଆଇପିଏଲ୍‌ ୨୦୨୦: ଏକ ନୀରବ ମରୁ ଝଡ଼

ଦୁବାଇ,୨୦।୯(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିବା ସତ୍ତ୍ୱେ ଭାରତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଛି। ଏହା ଭାରତ ବଦଳରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସମ୍ଭବ ହୋଇଛି। ତେବେ ମହାମାରୀ କାରଣରୁ ବାୟୋ- ବବଲ ଓ ଫାଙ୍କା ଷ୍ଟାଡିୟମ ଯୋଗୁ ଆଇପିଏଲ୍‌ର ଆରମ୍ଭ ସେତେଟା ଚମକପ୍ରଦ ହୋଇନାହିଁ। ୮୦ ଓ ୯୦ ଦଶକରେ ଶାରଜାରେ ଯେଉଁଭଳି କ୍ରିକେଟର କ୍ରେଜ୍‌ ଥିଲା ଏଥର ଆଇପିଏଲରେ ତାହା ପରିଲକ୍ଷିତ ହୋଇନାହିଁ। କିନ୍ତୁ ଆଇପିଏଲ୍‌ ଆଗାମୀ ଦିନରେ ମରୁଭୂମିର ନୀରବ ଝଡ ସାବ୍ୟସ୍ତ ହେବ। ବିଶ୍ୱର ସବୁ ତାରକା ତଥା ଶ୍ରେଷ୍ଠ କ୍ରିକେଟର ୟୁଏଇରେ ଏକାଠି ହୋଇଛନ୍ତି।
ମ୍ୟାଚ୍‌ ଖେଳିବା ଓ ଟ୍ରେନିଂ ସେସନରେ ଅଂଶଗ୍ରହଣ କରିବା ବ୍ୟତୀତ ଖେଳାଳିମାନେ ବାହାରକୁ ବାହାରିପାରିବେ ନାହିଁ। ୩ଟି ଯାକ ଭେନ୍ୟୁରେ କୌଣସି ଦର୍ଶକ ମ୍ୟାଚ୍‌ ଦେଖିପାରିବେ ନାହିଁ। ଗତ ଦୁଇ ଦଶନ୍ଧି ହେବ ଶାରଜାରେ କ୍ରିକେଟ ଓ ସେଲିବ୍ରିଟିଙ୍କର ଅପୂର୍ବ ମିଳନ ଦେଖିବାକୁ ମିଳିଛି। ୨୦୧୪ରେ ଦେଶରେ ସାଧାରଣ ନିର୍ବାଚନ କାରଣରୁ ଆଇପିଏଲର ପ୍ରଥମ ଅର୍ଦ୍ଧେକ ମ୍ୟାଚ୍‌ ୟୁଏଇରେ ଖେଳାଯାଇଥିଲା। ଶାରଜାରେ ସେତେବେଳେ ୬ଟି ମ୍ୟାଚ୍‌ ଖେଳାଯାଇଥିଲା। ତେବେ ଏଥର ୫୬ଟିରୁ ୧୨ଟି ମ୍ୟାଚ୍‌ ଶାରଜାରେ ଖେଳାଯିବ। ବାକି ମ୍ୟାଚ୍‌ ଦୁବାଇ ଓ ଆବୁଧାବିରେ ଖେଳାଯିବ।
ପୂର୍ବରୁ ଶାରଜାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେଉଥିଲା। ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ ପୂରା ଉତ୍ସବମୁଖର ହୋଇ ଉଠୁଥିଲା। କିନ୍ତୁ ଆଇପିଏଲ୍‌ରେ ଏଥର ସେଭଳି ଚମକ ଦେଖିବାକୁ ମିଳିବନି। ଦର୍ଶକଙ୍କ ଅନୁପସ୍ଥିତିରେ ଫାଙ୍କା ଷ୍ଟାଡିୟମରେ ସେଭଳି ରୋମାଞ୍ଚ ଦେଖିବାକୁ ମିଳିବ ନାହିଁ। ଏହାପୂର୍ବରୁ ୨୦୧୮ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୟୁଏଇରେ ଏସିଆ କପ୍‌ ଆୟୋଜନ କରିଥିଲା। ଶାରଜାରେ ମ୍ୟାଚ୍‌ ଖେଳାଯାଇ ନ ଥିଲା। ଏଥର ମଧ୍ୟ ଶାରାଜାରେ ଅଧିକ ମ୍ୟାଚ୍‌ ଖେଳାଯିବନାହିଁ। ଦୁବାଇରେ ୨୪ ଓ ଆବୁଧାବିରେ ୨୦ଟି ମ୍ୟାଚ୍‌ ଆୟୋଜନ ହେବ।
ଫାଙ୍କା ଷ୍ଟାଡିୟମରେ ଖେଳାଳିଙ୍କ ଉତ୍ସାହ କମିବ ନାହିଁ ବୋଲି ହାଇଦ୍ରାବାଦ ମେଣ୍ଟର ଭିଭିଏସ୍‌ ଲକ୍ଷ୍ମଣ କହିଛନ୍ତି। ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଏଠାରେ ଅଂଶଗ୍ରହଣ କରୁଥିବାରୁ ସେମାନଙ୍କୁ ମୋଟିଭେଶନର ଆବଶ୍ୟକତା ନାହିଁି ବୋଲି ସେ କହିଛନ୍ତି। ସେହିପରି ଜଣେ ପେସାଦାର ଖେଳାଳି ପାଇଁ ଦର୍ଶକଙ୍କ ଉପସ୍ଥିତି ଓ ଅନୁପସ୍ଥିତି ଫରକ ଆଣିବ ନାହିଁ ବୋଲି ପୂର୍ବତନ ପାକିସ୍ତାନ ଖେଳାଳି ଜାଭେଦ ମିଆଁଦାଦ କହିଛନ୍ତି। ଶାରଜାରେ ଖେଳିବାକୁ ଭଲ ଲାଗିଥାଏ ଓ ଏଠାରେ କ୍ରିକେଟକୁ ନେଇ ପ୍ରବଳ ଉତ୍ସାହ ରହିଛି ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ହେଡ୍‌ କୋଚ୍‌ ରିକି ପଣ୍ଟିଂ କହିଛନ୍ତି।
ତେବେ ଦର୍ଶକଙ୍କ ଅନୁପସ୍ଥିତିରେ ଖେଳିବା ନିଶ୍ଚିତ ଭାବେ କଷ୍ଟକର ବୋଲି ପୂର୍ବତନ କ୍ରିକେଟର ଦିଲୀପ ଭେଙ୍ଗସରକାର ମତ ଦେଇଛନ୍ତି। ତେବେ ଏଥର ପରିସ୍ଥିତି ଅଲଗା। ତେଣୁ ଫାଙ୍କା ଷ୍ଟାଡିୟମରେ ଖେଳିବାକୁ ପଡିବ ଓ ଖେଳାଳିମାନଙ୍କୁ ନିଜର ଦକ୍ଷତା ପ୍ରମାଣ କରିବାକୁ ପଡିବ। ମ୍ୟାଚ୍‌ ଫିକ୍ସିଂ ଓ ଅଣ୍ଡରଓ୍ବାଲର୍‌ଡର ପ୍ରଭାବ କାରଣରୁ ଶାରଜାରେ କ୍ରିକେଟ ବେଶ୍‌ ବଦ୍‌ନାମ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ ବୋଲି ଆୟୋଜକମାନେ କହିଛନ୍ତି। କୌଣସି ମ୍ୟାଚ୍‌, ବ୍ୟକ୍ତି, ଖେଳାଳି, ଅମ୍ପାୟର ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ବୋଲି କୁହାଯାଇଛି। ଆଇପିଏଲ୍‌ ଆରମ୍ଭ ହେବା ପରେ ଆରବର ମରୁଭୂମିରେ ଏବେ କ୍ରିକେଟର ଝଡ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri