ଆଇପିଏଲ୍‌-୨୦୨୦: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ଆବୁଧାବି :ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମଥରପାଇଁ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୮୯ ରନ କରିଥିଲା। ଜବାବରେ କେନ୍‌ ଓ୍ବିଲିୟମସନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ସନ୍‌ରାଇଜର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା। ପରାଜୟ ସହ ସନ୍‌ରାଇଜର୍ସର ଅଭିଯାନ ଏଠାରୁ ଶେଷ ହୋଇଛି। ଦିଲ୍ଲୀ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ହାଇ ପ୍ରୋଫାଇଲ୍‌ ଲିଗ୍‌ର ଫାଇନାଲ ମଙ୍ଗଳବାର ଦୁବାଇରେ ଖେଳାଯିବ। ଚଳିତ ଲିଗ୍‌ର କ୍ୱାଲିଫାୟର-୧ରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ମୁମ୍ବାଇ ଜିତି ଫାଇନାଲରେ ପ୍ରବେଶ କରିଥିଲା। ତେଣୁ ଦିଲ୍ଲୀ ନିକଟରେ ଏବେ ପରାଜୟର ମଧୁର ପ୍ରତିଶୋଧ ନେବା ସୁଯୋଗ ରହିଛି। ୨୦୧୬ରେ ଚାମ୍ପିୟନ ହୋଇଥିବା ସନ୍‌ରାଇଜର୍ସ ୨୦୧୮ରେ ରନର୍ସଅପ୍‌ ଏବଂ ୨୦୧୩, ୨୦୧୭ ଓ ୨୦୧୯ରେ ୪ର୍ଥ ସ୍ଥାନ ଅଧିକାର କରିଥିଲା। ୨୦୧୪ ଓ ୨୦୧୫ରେ ଏହି ଦଳ ୬ଷ୍ଠ ସ୍ଥାନ ପାଇଥିବାବେଳେ ଏଥର ୩ୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର। ଶିଖର ଧାଓ୍ବନଙ୍କ ସହ ଇନିଂସ ଓପନ କରିଥିଲେ ମାର୍କୁସ ଷ୍ଟୋଇନିସ। ରଣନୀତି ବଢ଼ିଆ କାମ ଦେଇଥିଲା। ଦୁଇ ଓପନର ଆକ୍ରମଣାତ୍ମକ ବ୍ୟାଟିଂ କରି ପାଓ୍ବାରପ୍ଲେ ୬ ଓଭରରେ ଦଳୀୟ ସ୍କୋରକୁ ୬୫ରେ ପହଞ୍ଚାଇଥିଲେ। ୫୦ ବଲ୍‌ରୁ ୮୬ ରନ ସଂଗ୍ରହ ପରେ ଓପନିଂ ଯୋଡ଼ି ଭାଙ୍ଗିଥିଲା। ତାରକା ସ୍ପିନର ରଶିଦ ଖାଁ ସନ୍‌ରାଇଜର୍ସକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ୨୭ଟି ବଲ୍‌ ଖେଳିଥିବା ଷ୍ଟୋଇନିସ ୫ ଚୌକା ଓ ୧ ଛକା ସହାୟତାରେ ୩୮ ରନ ସ୍କୋର କରି ରଶିଦଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ। ୯.୪ ଓଭରରେ ଦିଲ୍ଲୀ ସ୍କୋର ୧୦୦ ଅତିକ୍ରମ କରିଥିଲା। ସେତେବେଳକୁ ଭେଟେରାନ ଧାଓ୍ବନ କ୍ୟାରିୟରର ୪୧ତମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିସାରିଥିଲେ। ମଧ୍ୟଭାଗରେ ସନ୍‌ରାଇଜର୍ସ ବୋଲରମାନେ ଟାଇଟ୍‌ ବୋଲିଂ କରିଥିଲେ। ଫଳରେ ୧୦ରୁ ୧୫ ଓଭର ମଧ୍ୟରେ ଦିଲ୍ଲୀ ମାତ୍ର ୩୭ ରନ କରି ୧ ଉଇକେଟ ହରାଇଥିଲା। ଦ୍ୱିତୀୟ ଉଇକେଟରେ ଧାଓ୍ବନଙ୍କ ସହ ୪୦ ରନ ଯୋଡ଼ିବାପରେ ଆୟାର ବ୍ୟକ୍ତିଗତ ୨୧(୨୦ ବଲ, ୧ ଚୌକା) ରନ କରି ଆଉଟ ହୋଇଥିଲେ। ଶେଷଭାଗରେ ଧାଓ୍ବନ ଓ ଶିମରନ ହେଟମେର ଦ୍ରୁତ ହାରରେ ରନ ସଂଗ୍ରହ କରିଥିଲେ। ୧୮ ଓଭର ବେଳକୁ ଦିଲ୍ଲୀ ସ୍କୋର ୧୭୬/୨ ହୋଇଥିଲା। ତେବେ ୧୯ତମ ଓଭରରେ ଧାଓ୍ବନ ଆଉଟ ହୋଇଯିବାରୁ ଦିଲ୍ଲୀ ୨୦୦ର ନିକଟତର ହୋଇପାରି ନ ଥିଲା। ୫୦ଟି ବଲ୍‌ ଖେଳିଥିବା ଧାଓ୍ବନ ୬ ଚୌକା ଓ ୨ ଛକା ସହାୟତାରେ ୭୮ ରନ କରିଥିବାବେଳେ ସନ୍ଦୀପ ଶର୍ମାଙ୍କ ବଲ୍‌କୁ ରିଭର୍ସ ସୁଇପ୍‌ ଖେଳିବାକୁ ଯାଇ ବିଫଳ ହୋଇଥିଲେ। ତେବେ ଏହା ମଧ୍ୟରେ ସେ ଚଳିତ ଆଇପିଏଲ୍‌ରେ ୬୦୦ ରନ ପୂରଣ କରିଥିଲେ। ଶେଷ ୨ ଓଭରରୁ ମାତ୍ର ୧୩ ରନ ହୋଇ ପାରିଥିଲା। ହେଟମେର ୨୨ ବଲ୍‌ରୁ ଦ୍ରୁତ ୪୨(୪ ଚୌକା, ୧ ଛକା) ରନ କରି ଅପରାଜିତ ରହିଥିଲେ। ସନ୍‌ରାଇଜର୍ସ ପକ୍ଷରୁ ରଶିଦ ଖାଁ, ଜାସନ ହୋଲ୍ଡର, ସନ୍ଦୀପ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବୃହତ୍‌ ସ୍କୋର ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ସନ୍‌ରାଇଜର୍ସ ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଥମ ଓଭରରୁ ୧୨ ରନ ସଂଗ୍ରହ କରିଥିଲେ ହେଁ ଦ୍ୱିତୀୟ ଓଭର ବୋଲିଂ କରିଥିବା କାଗିଶୋ ରାବାଡ଼ାଙ୍କ ପ୍ରଥମ ବଲ୍‌ରେ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଓ୍ବାର୍ନର ମାତ୍ର ୨ ରନ କରିଥିବାବେଳେ ରାବାଡ଼ାଙ୍କ ବଲ୍‌ରେ ବୋଲ୍ଡ ହୋଇ ଯାଇଥିଲେ। ଅଧିନାୟକଙ୍କ ବିଦାୟରେ ଚାପଗ୍ରସ୍ତ ହୋଇଥିଲେ ହେଁ ବ୍ୟାଟିଂକ୍ରମରେ ଉପରେ ଆସିଥିବା ପ୍ରିୟମ ଗର୍ଗ ଓ ମନୀଷ ପାଣ୍ଡେ ଦ୍ରୁତ ହାରରେ ରନ ସଂଗ୍ରହ ଉପରେ ମନୋନିବେଶ କରିଥିଲେ। ତେବେ ୫ମ ଓଭରରେ ବୋଲିଂ କରିବାକୁ ଆସିଥିବା ଷ୍ଟୋଇନିସ ଗୋଟିଏ ବଲ୍‌ ବ୍ୟବଧାନରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଦିଲ୍ଲୀ ଶିବିରରେ ଉତ୍ସାହ ଭରି ଦେଇଥିଲେ। ଗର୍ଗ ୧୨ ବଲ୍‌ରୁ ୧୭(୨ ଛକା) ଓ ମନୀଷ ୧୪ ବଲ୍‌ରୁ ୨୧(୩ ଚୌକା) ରନ କରିଥିଲେ। ଆବଶ୍ୟକ ରନହାର ବଢ଼ୁଥିବାରୁ କେନ୍‌ ଓ୍ବିଲିୟମସନ ଓ ଜାସନ ହୋଲ୍ଡର ସୁଯୋଗ ମିଳିଲେ ବଡ଼ ଶଟ୍‌ ଖେଳିବା ଉପରେ ଏକାଗ୍ର ରହିଥିଲେ। ତେବେ ୪ର୍ଥ ଉଇକେଟରେ ୪୬ ରନ ଯୋଗ ହେବାପରେ ହୋଲ୍ଡର ୧୧ ରନକରି ଅକ୍ଷର ପଟେଲଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଚାପର ବଶବର୍ତ୍ତୀ ନ ହୋଇ ଓ୍ବିଲିୟମସନ ଲଢ଼ୁଆ ପ୍ରଦର୍ଶନ ଜାରି ରଖିଥିଲେ। ହୋଲ୍ଡରଙ୍କ ସହ ୪୬ ରନର ପାର୍ଟନରଶିପ୍‌ କରିଥିବା ଓ୍ବିଲିୟମସନ ଅବଦୁଲ ସମଦଙ୍କ ସହ ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ି ଦଳପାଇଁ ଆଶା ଉଜ୍ଜୀବିତ ରଖିଥିଲେ। ମାତ୍ର ୧୬ତମ ଓଭରରେ ବୋଲିଂଭାର ପାଇଥିବା ଷ୍ଟୋଇନିସ ୫ମ ବଲ୍‌ରେ ଓ୍ବିଲିୟମସନଙ୍କୁ ରାବାଡ଼ାଙ୍କ ହାତରେ କ୍ୟାଚ କରାଇ ଦଳକୁ ବଡ଼ ସଫଳତା ଦେଇଥିଲେ। ଏହାଥିଲା ମ୍ୟାଚର ଟର୍ନିଂ ପଏଣ୍ଟ। ୪୫ଟି ବଲ୍‌ ଖେଳିଥିବା ଓ୍ବିଲିୟମସନ ୫ ଚୌକା ଓ ୪ ଛକା ସହାୟତାରେ ୬୭ ରନ କରିଥିଲେ। ଶେଷଭାଗରେ ସମଦ ଓ ରଶିଦ ଖାଁ କେତେକ ଦର୍ଶନୀୟ ଶଟ୍‌ ଖେଳିଥିଲେ ହେଁ ସନ୍‌ରାଇଜର୍ସ ଇନିଂସ ୧୭୨/୮ରେ ସୀମିତ ରହିଥିଲା। ରାବାଡ଼ା ୧୯ତମ ଓଭରର ୩ୟ ବଲ୍‌ରେ ସମଦ, ୪ର୍ଥ ବଲ୍‌ରେ ରଶିଦ ଓ ୫ମ ବଲ୍‌ରେ ଓ୍ବାଇଡ୍‌ ପରେ ଶ୍ରୀବତ୍ସ ଗୋସ୍ବମୀଙ୍କୁ ଆଉଟ କରିଥିଲେ। ସମଦ ୩୩(୧୬ ବଲ, ୨ ଚୌକା, ୨ ଛକା) ଓ ରଶିଦ ୧୧(୭ ବଲ୍‌, ୧ ଚୌକା, ୧ ଛକା) ରନ କରିଥିବାବେଳେ ଗୋସ୍ବାମୀ ଖାତା ଖୋଲିପାରି ନ ଥିଲେ। ଦିଲ୍ଲୀ ପକ୍ଷରୁ ରାବାଡ଼ା ୪ଟି, ଷ୍ଟୋଇନିସ ୩ଟି ଓ ଅକ୍ଷର ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri