ଆଇପିଏଲ୍‌-୧୪: ଗୁରୁ- ଶିଷ୍ୟ ଲଢ଼େଇ

ମୁମ୍ବାଇ,୧୦।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ପରସ୍ପରକୁ ଭେଟିବେ। ଉଭୟ ଦଳ ବିଜୟରୁ ଏଥର ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି।
ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ଦିଲ୍ଲୀ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। ଏଥର ଆଉ ଗୋଟିଏ ପାଦ ଆଗକୁ ଯାଇ ଦିଲ୍ଲୀ ଟାଇଟଲ ହାସଲ ଲକ୍ଷ୍ୟରେ ରହିବ। ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଇଞ୍ଜୁରି କାରଣରୁ ଆଇପିଏଲ୍‌ରୁ ବାଦ୍‌ ପଡିବା ଫଳରେ ତାରକା କିପର- ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦିଲ୍ଲୀର ନେତୃତ୍ୱ ପ୍ରଦାନ କରାଯାଇଛି। ଧୋନୀଙ୍କଠାରୁ ଯାହା ଶିକ୍ଷା କରିଛି ପ୍ରଥମ ମ୍ୟାଚ୍‌ରେ ଲାଗୁ କରିବାକୁ ପ୍ରୟାସ କରିବେ ବୋଲି ପନ୍ତ କିଛିଦିନ ତଳେ କହିଥିଲେ। ମାହି ଭାଇଙ୍କ ବିରୋଧରେ ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ ଖେଳିବି। ଏହା ମୋ ପାଇଁ ଏକ ସ୍ବତନ୍ତ୍ର ତଥା ଭଲ ଅଭିଜ୍ଞତା ରହିବ। ତାଙ୍କଠାରୁ ବହୁତ କିଛି ଶିକ୍ଷା କରିଛି। ତାଙ୍କଠାରୁ ଯାହା କିଛି ବି ଶିଖିଛି ଓ ନିଜର ଅଭିଜ୍ଞତାକୁ ଏହି ମ୍ୟାଚ୍‌ରେ ପ୍ରୟୋଗ କରିବି ବୋଲି ସେ କହିଛନ୍ତି। ଅଭିଜ୍ଞ ଓପନର ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଷ୍ଟିଭ୍‌ ସ୍ମିଥ୍‌ ଓ ପନ୍ତଙ୍କୁ ନେଇ ଦିଲ୍ଲୀ ବ୍ୟାଟିଂ ଲାଇନ ବେଶ୍‌ ଦୃଢ଼ ରହିଛି। ପୁଣି ପ୍ରଥମ ମ୍ୟାଚ୍‌ରୁ ହିଁ ପନ୍ତ ନିଜର ସ୍ବାଭାବିକ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଗତ ସଂସ୍କରଣରେ ଧାଓ୍ବନ ଦ୍ୱିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାବେ ୬୧୮ ରନ ସଂଗ୍ରହ କରିଥିଲେ। କିଛିଦିନ ତଳେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସେ ଦମ୍‌ଦାର ପ୍ରଦର୍ଶନ କରି ଭଲ ଫର୍ମରେ ରହିଛନ୍ତି। ଏଥର ଆଇପିଏଲ୍‌ରେ ସେ ପୁଣି ଭଲ ପ୍ରଦର୍ଶନ କରିବେ। ସେହିପିର ବିଜୟ ହଜାରେ ଟ୍ରଫିରେ ରେକର୍ଡ ୮୨୭ ରନ ସଂଗ୍ରହ କରି ଜବରଦସ୍ତ ଫର୍ମରେ ଥିବା ଯୁବ ଓପନର ପୃଥ୍ବୀ ଶ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି। ଧାଓ୍ବନ ଓ ପୃଥ୍ବୀ ଓପନିଂ କରିବେ। ଜଣେ ହାର୍ଡ ହିଟିଂ ବ୍ୟାଟ୍ସମ୍ୟାନ ରୂପେ ଜଣାଥିବା ଅଧିନାୟକ ପନ୍ତ ଗତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ସିରିଜରେ ମ୍ୟାଚ୍‌ ଓ୍ବିନର ବିବେଚିତ ହୋଇଥିଲେ। ଏହି ଜବରଦସ୍ତ ଫର୍ମକୁ ସେ ବଜାୟ ରଖିବାକୁ ଚାହିଁବେ। ଦିଲ୍ଲୀ ଦଳରେ ମଧ୍ୟ ତାରକା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌, ଶିମରନ ହେଟମେୟର ଓ ସାମ ବିଲିଙ୍ଗ୍ସଙ୍କ ଭଳି ମ୍ୟାଚ୍‌ ଓ୍ବିନର ରହିଛନ୍ତି। ତେବେ ଅନ୍ତିମ ଏକାଦଶରେ କେବଳ ୪ଜଣ ବିଦେଶୀ ଖେଳାଳିଙ୍କୁ ସାମିଲ କରିବେ ଓ ଏହା ଦିଲ୍ଲୀ ପାଇଁ ସମସ୍ୟା ସୃଷ୍ଟି କରିବ। ଦ୍ରୁତ ବୋଲିଂରେ ଦିଲ୍ଲୀ ପାଖରେ ପର୍ଯ୍ୟାପ୍ତ ବିକଳ୍ପ ରହିଛି। ଈଶାନ୍ତ ଶର୍ମା, କାଗିସୋ ରାବାଡ଼ା, ଉମେଶ ଯାଦବ, କ୍ରିସ୍‌ ଓ୍ବକ୍ସ, ଅନରିଚ ନର୍ଜେଙ୍କ ଭଳି ଦ୍ରୁତ ବୋଲର ଦଳରେ ରହିଛନ୍ତି। ରାବାଡ଼ା ଓ ନର୍ଜେ ପ୍ରଥମ ମ୍ୟାଚ୍‌ ନ ଖେଳିଲେ ମଧ୍ୟ ଦିଲ୍ଲୀ ପାଇଁ ସମସ୍ୟା ନାହିଁ। ସେହିପରି ଓ୍ବାଙ୍ଖଡେ ଟ୍ରାକ୍‌ରେ ରବିଚନ୍ଦ୍ରନ ଅଶ୍ୱିନ, ଅମିତ ମିଶ୍ରା ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ। ଗତ ଶନିବାର କୋଭିଡ୍‌-୧୯ ପଜିଟିଭ ବୋଲି ଜଣାପଡିବା ପରେ ଅକ୍ଷର ପଟେଲ ପ୍ରଥମ ମ୍ୟାଚ୍‌ ଖେଳିପାରିବେ ନାହିଁ।
ଅପରପକ୍ଷରେ ଚେନ୍ନାଇ ମଧ୍ୟ କୌଣସି ଦୃଷ୍ଟିକୋଣରୁ ପଛରେ ପଡିନାହିଁ। ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ପ୍ରତ୍ୟାବର୍ତ୍ତନ କରିବା ପରେ ଦଳ ଆହୁରି ଦୃଢ଼ ହୋଇଛି। ରାଇନା ୫,୩୬୮ ରନ ସଂଗ୍ରହ କରି ଆଇପିଏଲ୍‌ର ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ରାଇନା ଫେରିବା ପରେ ଚେନ୍ନାଇ ଟପ୍‌ ଅର୍ଡର ଆହୁରି ଶକ୍ତିଶାଳୀ ହେବ। ଟପ୍‌ ଅର୍ଡରରେ ଋତୁରାଜ ଗାଏକ୍ୱାଡ, ଫାଫ୍‌ ଡୁପ୍ଲେସି ଓ ଅମ୍ବାତି ରାୟୁଡୁ ଟପ୍‌ ଅର୍ଡରରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ଭାରତ ବିପକ୍ଷ ଅନ୍ତିମ ଦିନିକିଆରେ ସାମ କୁରାନ ଜବରଦସ୍ତ ବ୍ୟାଟିଂ କରି ଦଳକୁ ବିଜୟର ଦ୍ୱାରରେ ପହଞ୍ଚାଇଥିଲେ। ତେଣୁ କୁରାନ, ଅଲରାଉଣ୍ଡର ମୋଇନ ଅଲି ଓ ସର୍ବଶ୍ରେଷ୍ଠ ଫିନିଶର ବିବେଚିତ ହେଉଥିବା ଧୋନୀ ମିଡ୍‌ଲ ଅର୍ଡରରେ ପୁଣି ଥରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ଚେନ୍ନାଇ ବୋଲିଂ ବିଭାଗର ନେତୃତ୍ୱ ନେବେ। ଶାର୍ଦ୍ଦୁଳ ମଧ୍ୟ ବ୍ୟାଟିଂ କରିବା ଦକ୍ଷତା ରଖନ୍ତି। ମିଡିୟମ ପେସର ଦୀପକ ଚହର ତାଙ୍କୁ ସହାୟତା ପ୍ରଦାନ କରିବେ। ସ୍ପିନ ବିଭାଗରେ ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହେବେ। ବିନା ଦର୍ଶକରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ପନ୍ତ ଗୁରୁ ଧୋନୀଙ୍କୁ ଚକ୍‌ମା ଦେଉଛନ୍ତି କି ନା ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଦିଲ୍ଲୀ କ୍ୟାପିଟାଲ୍ସ ଦଳ:
ରିଷଭ ପନ୍ତ (ଅଧିନାୟକ/ ଉଇକେଟ କିପର), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ୍‌, କ୍ରିସ୍‌ ଓ୍ବକ୍ସ, ଆର. ଅଶ୍ୱିନ, ଅକ୍ଷର ପଟେଲ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡ଼ା, ଅନରିଚ ନୋର୍ଜ, ଈଶାନ୍ତ ଶର୍ମା, ଆଭେସ ଖାଁ, ଷ୍ଟିଭ ସ୍ମିଥ୍‌, ଉମେଶ ଯାଦବ, ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକମ୍ୟାନ ମେରିଓ୍ବାଲା, ଏମ୍‌. ସିଦ୍ଧାର୍ଥ, ଟମ୍‌ କୁରନ ଓ ସାମ ବିଲିଙ୍ଗ୍ସ।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ସୁରେଶ ରାଇନା, ଅମ୍ବାତ୍ତି ରାୟୁଡୁ, କେ.ଏମ. ଆସିଫ୍‌, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫା ଡୁପ୍ଲେସି, ଇମ୍ରାନ ତାହିର, ଏନ୍‌. ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଆର. ସାଇ କିଶୋର, ମୋଇନ ଅଲି, କେ. ଗୋଥାମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି. ହାରି ନିଶାନ୍ତ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଓ୍ବାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ


Enter your email to get our daily news in your inbox.

All Right Reserved By Dharitri.Com

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri