Posted inଖେଳ

ଆଇପିଏଲ୍‌- ୧୪: କୋଲକାତା- ହାଇଦ୍ରାବାଦ ମୁକାବିଲା ଆଜି

ଚେନ୍ନାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ତୃତୀୟ ମ୍ୟାଚରେ ରବିବାର ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ବିଶ୍ୱର ସବୁଠାରୁ ସଫଳ ହ୍ବାଇଟ୍‌ବଲ ଅଧିନାୟକ କୁହାଯାଉଥିବା ଇଂଲଣ୍ଡର ଇଅନ ମୋର୍ଗାନଙ୍କ ନେତୃତ୍ୱରେ କୋଲକାତା ଅଭିଯାନ ଆରମ୍ଭ କରିବ। ଅନ୍ୟପଟେ ଲିଗ୍‌ର ସବୁଠାରୁ ସ୍ଥିର ପ୍ରଦର୍ଶନ କରୁଥିବା ଦଳ ହାଇଦ୍ରାବାଦ କୋଲକାତାକୁ କଡ଼ା ଚ୍ୟାଲେଞ୍ଜ ଦେବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଏହି ଦୁଇ ଦଳ ଆଇପିଏଲ୍‌ ଟାଇଟଲ ହାସଲ କରିଛନ୍ତି ଓ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି।
ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ଦୀନେଶ କାର୍ତ୍ତିକଙ୍କଠାରୁ ମୋର୍ଗାନ ଲିଗ୍‌ ମଝିରେ ନେତୃତ୍ୱ ନେଇଥିଲେ। ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମାନ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ରନ୍‌ ରେଟ୍‌ରେ ଅଗ୍ରଗତି କରିଥିଲେ। ତେବେ କୋଲକାତା କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ଲେଅପ୍‌ରେ ପ୍ରବେଶ କରିପାରି ନ ଥିଲା।
ପ୍ରଥମଥର ପାଇଁ ମୋର୍ଗାନ ଫୁଲ୍‌ଟାଇମ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ତାଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ନିହାତି ସାଧାରଣ ଦେଖାଯାଉଥିବା କୋଲକାତା ଦଳକୁ ସେ ପୂର୍ବ ପରିଚୟ ଦେବାକୁ ପ୍ରୟାସ କରିବେ। ଆଇପିଏଲ୍‌ରେ କୋଲକାତା ପୂର୍ବରୁ ୨ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଯୁବ ଓପନର ଶୁବମନ ଗିଲ୍‌ ଟପ୍‌ଅର୍ଡରରେ ପୁଣି ଥରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ରାହୁଲ ତ୍ରିପାଠୀ, ନୀତୀଶ ରାଣା ଓ ଅଭିଜ୍ଞ ଦୀନେଶ କାର୍ତ୍ତିକଙ୍କୁ ଟପ୍‌ ଅର୍ଡର ବେଶ୍‌ ଶକ୍ତିଶାଳୀ ମନେହେଉଛି। ନେତୃତ୍ୱ ଦାୟିତ୍ୱରୁ ବାଦ୍‌ ପଡିଥିବାରୁ କାର୍ତ୍ତିକ ଏଥର ନିଜର ସ୍ବାଭାବିକ ଖେଳ ପ୍ରଦର୍ଶନ କରିବେ। ପୁଣି ଅଧିନାୟକ ଇଅନ ମୋର୍ଗାନ ମଧ୍ୟ ଦଳର ବ୍ୟାଟିଂ ଲାଇନ୍‌ର ମେରୁଦଣ୍ଡ ରୂପେ ଦାୟିତ୍ୱ ସମ୍ଭାଳିବେ। ସେହିପରି ୨୦୧୯ର ମୋଷ୍ଟ ଭାଲ୍ୟୁଏବଲ୍‌ ଖେଳାଳି ବିବେଚିତ ହୋଇଥିବା ଆନ୍ଦ୍ରେ ରସେଲ ନିଜ ବିସ୍ଫୋରକ ବ୍ୟାଟିଂରେ ଦଳକୁ ବଡ଼ ସ୍କୋର ପ୍ରଦାନ କରିବାର ଦକ୍ଷତା ରଖୁଛନ୍ତି। ଅବଶ୍ୟ ଗତ ସଂସ୍କରଣରେ ରସେଲ ଫେଲ୍‌ ମାରିଥିଲେ। ସେ ୯ ଇନିଂସରେ ୧୩ ହାରରେ ରନ ସଂଗ୍ରହ କରିଥିଲେ। ଗୋଟିଏ ହେଲେ ମ୍ୟାଚ୍‌ରେ ସେ ବିଜୟ ସୂଚକ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଦଳ ତାଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭର କରିଥିଲା। ଫଳରେ କୋଲକାତାକୁ ଗତ ସେସନରେ ମୂଲ୍ୟ ଦେବାକୁ ପଡିଥିଲା। ସେହିପରି ଅନ୍ୟତମ ଓ୍ବେଷ୍ଟଇଣ୍ଡିଜ ଖେଳାଳି ସୁନୀଲ ନାରିନ ମଧ୍ୟ ସଫଳ ହୋଇପାରି ନ ଥିଲେ। ୨୦୧୨ ଓ ୨୦୧୪ରେ ଦଳକୁ ଚାମ୍ପିୟନ କରାଇବାରେ ନାରିନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ଗତଥର ସେ ନିଜର ବୋଲିଂ ଆକ୍ସନ ଓ ବ୍ୟାଟିଂ ବିଫଳତା ପାଇଁ ଚର୍ଚ୍ଚାରେ ରହିଥିଲେ। ଶର୍ଟ ବଲ୍‌ ଖେଳିବାରେ ତାଙ୍କର ସମସ୍ୟା ଥିଲା। ନାରିନଙ୍କ ବଦଳରେ ସାକବ ଅଲ ହାସନଙ୍କୁ ନେଇ କୋଲକାତା ଏକ୍ସପେରିମେଣ୍ଟ କରିବା ଉଚିତ ହେବ। ଚିପକ୍‌ର ଏହି ମନ୍ଥର ଟ୍ରାକ୍‌ରେ ୪୦ ବର୍ଷୀୟ ଅଭିଜ୍ଞ ସ୍ପିନର ହରଭଜନ ସିଂଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏଥର କୋଲକାତା ପାଇଁ ସେ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଅବଶ୍ୟ ଦଳରେ ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଯୁବ ସ୍ପିନର ରହିଛନ୍ତି।
ଅପରପକ୍ଷରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ପରେ ହାଇଦ୍ରାବାଦ ଦଳ ଆହୁରି ଦୃଢ଼ ହୋଇଛି। ଗତଥର ସେ ମାତ୍ର ୪ଟି ମ୍ୟାଚ୍‌ ଖେଳିଥିଲେ ଓ ଇଞ୍ଜୁରି ପାଇଁ ଦଳରୁ ବାଦ୍‌ ପଡିଥିଲେ। ଗତ ଇଂଲଣ୍ଡ ବିପକ୍ଷ ହ୍ବାଇଟ୍‌ବଲ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭୁବନେଶ୍ୱର ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନଙ୍କ ସହ ଦଳର ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ। ଆଫଗାନିସ୍ତାନ ସ୍ପିନର ରସିଦ ଖାଁ ଦଳକୁ ଆହୁରି ମଜଭୁତ କରିବେ। ଦୁଇ ଓପନର ଡେଭିଡ୍‌ ଓ୍ବାର୍ନର ଓ ଜନି ବେୟାରଷ୍ଟୋ ଦଳ ପାଇଁ ମୁଖ୍ୟ ଅସ୍ତ୍ର ବିବେଚିତ ହୋଇଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବେ। ଓ୍ବାର୍ନରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଏଥର କିଛି ଅଲଗା କରି ଦେଖାଇବାକୁ ପ୍ରୟାସ କରିବ। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ମନୀଷ ପାଣ୍ଡେ ଟପ୍‌ ଅର୍ଡରକୁ ଆହୁରି ଦୃଢ଼ କରିବେ। କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଗତଥର ହାଇଦ୍ରାବାଦ୍‌ ପାଇଁ ଇନିଂସ ଓପନ୍‌ କରିଥିଲେ। ଏଥର ମଧ୍ୟ ସେ ନିଜ ଦକ୍ଷତା ପ୍ରମାଣ କରିବାକୁ ଚାହିଁବେ। ରିଷଭ ପନ୍ତଙ୍କ ସାହସିକ ଖେଳ ଯୋଗୁ ସେ ଅଣଦେଖାର ଶିକାର ହୋଇଛନ୍ତି। କିନ୍ତୁ ଶେଷ ୫ ଓଭରରେ ହାଇଦ୍ରାବାଦ ପାଇଁ ଫିନିଶରଙ୍କ ଅଭାବ ରହିଛି। ଫିନିଶର ଭୂମିକାରେ କେଉଁ ଖେଳାଳି ଅବତୀର୍ଣ୍ଣ ହେବେ ତାହା ଦେଖିବାକୁ ବାକି ରହିଲା। ଅବଶ୍ୟ ହାଇଦ୍ରାବାଦ ବିପକ୍ଷରେ କୋଲକାତାର ରେକର୍ଡ ଭଲ ରହିଛି। ଏ ପର୍ଯ୍ୟନ୍ତ କୋଲକାତା ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ହାଇଦ୍ରାବାଦଠାରୁ ୭ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି।
କୋଲକାତା ଦଳ: ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ, ନୀତୀଶ ରାଣା, ଟିମ୍‌ ସିଫର୍ଟ, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, କୁଲଦୀପ ଯାଦବ, ଶିବମ ମାଭି, ଲୋକି ଫର୍ଗୁଶନ, ପ୍ୟାଟ୍‌ କୁମିନ୍ସ, କମଳେଶ ନାଗରକୋଟି, ସନ୍ଦୀପ ଓ୍ବାରିୟର, ପ୍ରସିଦ୍ଧ କ୍ରିଷ୍ଣା, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସାକିବ ଅଲ ହାସନ, ଶେଲଡନ ଜ୍ୟାକଶନ, ବୈଭବ ଆରୋରା, ହରଭଜନ ସିଂ, କରୁନ ନାୟାର, ବେନ୍‌ କଟିଂ, ଭେଙ୍କଟେଶ ଆୟାର ଓ ପବନ ନେଗୀ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମ୍‌, ଚେନ୍ନାଇ
ପ୍ରସାରଣ: ଷ୍ଟାରସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri