Posted inଖେଳ

ଆଇପିଏଲ୍‌-୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୧୪।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଷଷ୍ଠ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଚେପକ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ହାଇଦ୍ରାବାଦ ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ହାଇଦ୍ରାବାଦ ତା’ର ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହୋଇଥିଲା। ଅନ୍ୟପଟେ ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ବାଙ୍ଗାଲୋର ଦ୍ୱିତୀୟ ମ୍ୟାଚ୍‌ ଜିତି ସ୍ଥିତି ଦୃଢ଼ କରିବାକୁ ପ୍ରୟାସ କରିବ।
ପ୍ରଥମ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିତ୍ବା ବାଙ୍ଗାଲୋର ଦଳରେ ପ୍ରତିଭାସମ୍ପନ୍ନ ଓପନର ଦେବଦତ୍ତ ପଡିକାଲ ସାମିଲ ହୋଇଛନ୍ତି। ଫଳରେ ଦଳ ଆହୁରି ଦୃଢ଼ ହେବ। ପଡିକାଲ କୋଭିଡ-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଚଳିତ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପଡିକାଲ କହିଛନ୍ତି। ଗତ ଘରୋଇ ସେସନରେ ଚମତ୍କାର ପ୍ରଦର୍ଶନ କରିଥିବା ପଡିକାଲ ସେହି ଫର୍ମ ଆଇପିଏଲ୍‌ରେ ବଜାୟ ରଖିବାକୁ ପ୍ରୟାସ କରିବେ। ମାର୍ଚ୍ଚ ୨୨ ତାରିଖରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ବାଙ୍ଗାଲୋରର ଅନ୍ୟ ସାଥୀ ଖେଳାଳିଙ୍କ ସହ ଅଭ୍ୟାସ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ ଖେଳି ନ ଥିଲେ। ଫଳରେ କୋହଲି ଓ ଓ୍ବାଶିଂଟନ ସୁନ୍ଦର ଇନିଂସ ଓପନ୍‌ କରିଥିଲେ। ଆଗାମୀ ମ୍ୟାଚ୍‌ଗୁଡିକରେ ବାଙ୍ଗାଲୋର ମହମ୍ମଦ ଆଝାରୁଦ୍ଦିନ ଓ ଅଷ୍ଟ୍ରେଲିଆ ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କୁ ଅନ୍ତିମ ଏକାଦଶରେ ସାମିଲ କରିପାରେ। ଦଳ ପାଇଁ କୋହଲି ଓ ଅଭିଜ୍ଞ ଏବି ଡିଭିଲର୍ସ ପୁଣିଥରେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ନିଜ ଅସାଧାରଣ ପ୍ରଦର୍ଶନ ବଳରେ ପୁଣି ଥରେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ। ପ୍ରଥମ ମ୍ୟାଚ୍‌ରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତାଙ୍କୁ ଅଧିନାୟକ କୋହଲିଙ୍କ ସମେତ ଟିମ୍‌ ମ୍ୟାନେଜମେଣ୍ଟ ସମର୍ଥନ କରୁଛି। କୋହଲି, ଡିଭିଲର୍ସ ଓ ମ୍ୟାକ୍ସଓ୍ବେଲଙ୍କୁ ବାଦ୍‌ ଦେଲେ ଦଳର ବ୍ୟାଟିଂ ଲାଇନ୍‌ ମାମୁଲି ଜଣାପଡୁଛି। ତେଣୁ ଟପ୍‌ ଅର୍ଡରରେ ପଡିକାଲଙ୍କ ଗୁରୁତ୍ୱ ଯଥେଷ୍ଟ ରହିଛି। ୨୦ ବର୍ଷୀୟ କର୍ନାଟକର ଏହି ଯୁବ ବ୍ୟାଟ୍ସମ୍ୟାନ ଆଇପିଏଲ୍‌ ୨୦୨୦ରେ ୧୫ଟି ମ୍ୟାଚ୍‌ ଖେଳି ଦଳ ତରଫରୁ ସର୍ବାଧିକ ୪୭୩ ରନ ସଂଗ୍ରହ କରିଥିଲେ। ଆଇପିଏଲ୍‌ ପଦାର୍ପଣରେ ସେ ୫ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ। ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ ୬ଟି ମ୍ୟାଚ୍‌ ଖେଳି ୪୩.୬୦ ରନ ହାରରେ ୨୧୮ ରନ ସଂଗ୍ରହ କରିଥିଲେ। ସେହିପରି ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚ୍‌ ଖେଳି ସେ ୭୩୭ ରନ ସଂଗ୍ରହ କରିଥିଲେ। ପ୍ରଥମ ମ୍ୟାଚ୍‌ର ବିଫଳତା ପରେ ରଜତ ପଟିଦାର ଓ ସୁନ୍ଦର ଏଥର ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ। ମୁମ୍ବାଇ ବିପକ୍ଷରେ ବାଙ୍ଗାଲୋରର ସବୁ ବୋଲର ବେଶ୍‌ ମାପଚୁପ ବୋଲିଂ କରିଥିଲେ। ମିଡିୟମ ପେସର ହର୍ଶଲ ପଟେଲ ୨୭ ରନ ଦେଇ ୫ ଉଇକେଟ ଅକ୍ତିଆର କରିଥିଲେ।
ଅପରପକ୍ଷରେ ଦୁଇ ଓପନର ରିଦ୍ଧିମାନ ଶାହା ଓ ଓ୍ବାର୍ନର ପ୍ରଥମ ମ୍ୟାଚ୍‌ ବିଫଳ ହୋଇଥିବାରୁ ହାଇଦ୍ରାବାଦ ଚିନ୍ତା ବଢିଯାଇଛି। ବାଙ୍ଗାଲୋର ବିପକ୍ଷରେ ଏମାନେ ଫର୍ମକୁ ଫେରି ବ୍ୟାଟିଂରେ କମାଲ କରିବେ ବୋଲି ଆଶା କରାଯାଉଛି। ବାଙ୍ଗାଲୋର ବିପକ୍ଷରେ ଓ୍ବାର୍ନର ୬୦୦ ରନ ସଂଗ୍ରହର ନିକଟତର ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଜନି ବେୟାରଷ୍ଟୋ ଓ ମନୀଷ ପାଣ୍ଡେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ଓ୍ବାର୍ନର ଭଲ ଖେଳିଲେ ଦଳର ପ୍ରଦର୍ଶନ ଆହୁରି ଦୃଢ ହେବ। କେନ୍‌ ଓ୍ବଲିୟମସନ ବୁଧବାର ଖେଳି ନ ପାରନ୍ତି। ସମ୍ପୂର୍ଣ୍ଣ ଫିଟ୍‌ ହେବା ପାଇଁ ସେ ଆହୁରି କିଛି ସମୟ ଆବଶ୍ୟକ କରୁଛନ୍ତି ବୋଲି କୋଚ୍‌ ଟ୍ରେଭର ବେଲିସ କହିଛନ୍ତି। ପ୍ରଥମ ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ଭୁବନେଶ୍ୱର କୁମାର ଖୁବ୍‌ଶୀଘ୍ର ଲୟକୁ ଫେରିବେ ଏବଂ ରସିଦ ଖାଁ ଓ ମହମ୍ମଦ ନବିଙ୍କ ଭଳି ସ୍ପିନର ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି।
ଆରସିବି ଦଳ:
ବିରାଟ କୋହଲି (ଅଧିନାୟକ), ଏବି ଡିଭିଲର୍ସ, ଦେବଦତ୍ତ ପଡିକାଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, କେନ୍‌ ରିଚାର୍ଡସନ, ଓ୍ବାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ, ଫିନ ଆଲେନ, ଶାହାବାଜ ଅହମଦ, ନବଦୀପ ସଇନି, ଆଡାମ ଜାମ୍ପା, କାଏଲ ଜେମିଶନ, ଗ୍ଲେନ ମ୍ୟାକ୍ସଓ୍ବେଲ, ରଜଦ ପଟିଦାର, ସଚିନ ବେବି, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ କ୍ରିଷ୍ଟିଆନ, କେ.ଏସ. ଭାରତ, ସୂୟାଶ ପ୍ରଭୁଦେଶାଇ, ଡାନିଏଲ ସାମ୍ସ ଓ ହର୍ଶାଲ ପଟେଲ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍‌ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଚେପକ ଷ୍ଟାଡିୟମ, ଚେନ୍ନାଇ
ପ୍ରସାରଣ: ଷ୍ଟାରସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri