Posted inଖେଳ

ଆଇପିଏଲ-୧୪: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀ ଫେଭରାଇଟ୍‌

ଚେନ୍ନାଇ,୨୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଓ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ରେ ପନ୍ତଙ୍କ ବ୍ୟାଟିଂ ପାଓ୍ବାର ଓ ରସିଦ ଖାଁଙ୍କ ସ୍ପିନ୍‌ ବୋଲିଂ ଚତୁରତା ମଧ୍ୟ ଲଢ଼େଇ ହେବ। ସ୍ଥାନୀୟ ଚେପକ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ଅବଶ୍ୟ ଫେଭରାଇଟ୍‌ ବିବେଚିତ ହେଉଛି।
ଚେନ୍ନାଇର ଚେପକ ଟ୍ରାକ୍‌କୁ ନେଇ ବେଶ୍‌ ସମାଲୋଚନା କରାଯାଇଛି। ତେବେ ଏଥର ଏଠାରେ ଚଳିତ ସଂସ୍କରଣର ୧୦ମ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବ। ଏ ପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଚେପକରେ ଖେଳାଯାଇଥିବା ବେଳେ ୧୭୦ ସର୍ବାଧିକ ଦଳୀୟ ସ୍କୋର ରହିଛି। ମନ୍ଥର ଓ ମନୋରଞ୍ଜକ ଏହି ପିଚ୍‌ ବ୍ୟାଟ୍ସମ୍ୟାନଙ୍କ ପାଇଁ ପରୀକ୍ଷା ସୃଷ୍ଟି କରିଛି। ତେଣୁ ପନ୍ତ ଏହି ମ୍ୟାଚ୍‌ରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ଚେଷ୍ଟା କରିବେ। ଦିଲ୍ଲୀ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଭଲ ଫର୍ମରେ ରହିଛନ୍ତି। ପୃଥ୍ବୀ ଶ ପ୍ରଥମ ମ୍ୟାଚ୍‌ରେ ଭଲ ଖେଳିବା ପରେ ବିଫଳ ହୋଇଛନ୍ତି। ତେଣୁ ସେ ଫର୍ମକୁ ଫେରିବାକୁ ପ୍ରୟାସ କରିବେ। ଦିଲ୍ଲୀ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ଏକ ପରାଜୟ ସହ ୬ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି।
ହାଇଦ୍ରାବାଦ ତା’ର ସବୁ ୪ଟି ମ୍ୟାଚ୍‌ ଚେନ୍ନାଇରେ ଖେଳିଛି। ଦଳ ଗୋଟିଏରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟ ବରଣ କରିଛି ଓ ୨ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି। ହ୍ୟାଟ୍ରିକ ପରାଜୟ ପରେ ପଞ୍ଜାବ କିଙ୍ଗ୍ସକୁ ହରାଇ ହାଇଦ୍ରାବାଦ୍‌ ପ୍ରତ୍ୟାବର୍ତ୍ତନ କରିଥିଲା। କେନ୍‌ ଓ୍ବଲିୟମସନ ଦଳକୁ ଫେରିବା ପରେ ହାଇଦ୍ରାବାଦ ଦଳରେ ସନ୍ତୁଳନ ବଢିଛି। ଦଳରେ ଅବଶ୍ୟ କ୍ୱାଲିଟି ଅନ୍ତର୍ଜାତୀୟ ଭାରତୀୟ ଖେଳାଳି ନାହାନ୍ତି। ଡେଥ୍‌ ବୋଲିଂ ସ୍ପେଶାଲିଷ୍ଟ ଟି. ନଟରାଜନ ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ମନୀଷ ପାଣ୍ଡେଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୧୨ ରହିଛି। ତେଣୁ ବିଦେଶୀ ଖେଳାଳି ଓ୍ବାର୍ନର, ଜନି ବେୟାରଷ୍ଟୋ, ଓ୍ବିଲିୟମସନ ଓ ରସିଦଙ୍କ ଉପରେ ଦାୟିତ୍ୱ ବଢିଯାଇଛି। ରସିଦ ଏ ପର୍ଯ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ପନ୍ତ ଓ ତାଙ୍କ ମଧ୍ୟରେ ମୁକାବିଲା ଚିତ୍ତାକର୍ଷକ ହେବ ବୋଲି ଆଶା କରାଯାଉଛି। ସନ୍ଦୀପ ଶର୍ମା, ସିଦ୍ଧାର୍ଥ କାଉଲ, ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଉପରେ ହାଇଦ୍ରାବାଦର ବୋଲିଂ ନିର୍ଭର କରୁଛି। ଏମାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ହୋଇପାରିନାହିଁ। ତେଣୁ ରସିଦ ଓ ଭୁବନେଶ୍ୱର କୁମାରଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରୁଛି।
ମୁମ୍ବାଇ ଇଣ୍ଡିଆନ୍ସକୁ ଲୋ ସ୍କୋରିଂ ମ୍ୟାଚ୍‌ରେ ପରାସ୍ତ କରିବା ପରେ ଦିଲ୍ଲୀର ମନୋବଳ ଆହୁରି ବୃଦ୍ଧି ପାଇଛି। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ଫର୍ମ ନେଇ ଦିଲ୍ଲୀ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ଥିବ। ଗତ ୪ଟି ମ୍ୟାଚ୍‌ରେ ସେ ଓଭର ପିଛା ୮ ରନ ବ୍ୟୟ କରିଛନ୍ତି ଓ ମାତ୍ର ଗୋଟିଏ ଉଇକେଟ ହାସଲ କରିଛନ୍ତି। ମୁମ୍ବାଇର ଫ୍ଲାଟ ଉଇକେଟରେ ଖେଳିବା ପରେ ଚେପକରେ ସେ ସଫଳ ହେବେ ବୋଲି ଆଶା କରାଯାଉଛି। କାଗିସୋ ରାବାଡ଼ାଙ୍କ ବଳଦରେ ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସଙ୍କୁ ପନ୍ତ ଖେଳାଇବା ଆଶା କରାଯାଉଛି। ଲଳିତ ଯାଦବ ଓ ଆଭେସ ଖାଁ ଆହତ ନ ହେଲେ ଅଭିଜ୍ଞ ଅଜିଙ୍କ୍ୟ ରାହାନେ ଓ ଈଶାନ୍ତ ଶର୍ମା ବେଞ୍ଚ୍‌ ବସିବା ନିଶ୍ଚିତ ମନେହେଉଛି। ଟ୍ରେଭର ବେଲିସ ଓ ଭିଭିଏସ୍‌ ଲକ୍ଷ୍ମଣ ହାଇଦ୍ରାବାଦର ବ୍ୟାଟିଂ ଲାଇନ କିପରି ଯୋଜନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ଦିଲ୍ଲୀ ଦଳ: ରିଷଭ ପନ୍ତ (ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ୍‌, କ୍ରିସ୍‌ ଓ୍ବକ୍ସ, ଆର. ଅଶ୍ୱିନ, ଅକ୍ଷର ପଟେଲ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡ଼ା, ଅନରିଚ ନୋର୍ଜ, ଈଶାନ୍ତ ଶର୍ମା, ଆଭେସ ଖାଁ, ଷ୍ଟିଭ ସ୍ମିଥ୍‌, ଉମେଶ ଯାଦବ, ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକମ୍ୟାନ ମେରିଓ୍ବାଲା, ଏମ. ସିଦ୍ଧାର୍ଥ, ଟମ୍‌ କୁରନ ଓ ସାମ ବିଲିଙ୍ଗ୍ସ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍‌ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଅବଦୁଲ ସମଦ, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri