ସ୍ବାମିତ୍ୱ ଯୋଜନାର ଶୁଭାରମ୍ଭ କଲେ ମୋଦି, ଗ୍ରାମବାସୀଙ୍କୁ ମିଳିବ ଡିଜିଟାଲ ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ,୨୫।୪:  ସାରା ଦେଶରେ ସମ୍ପତ୍ତି ଅଧିକାର ଓ ପ୍ରମାଣପତ୍ର ଯୋଗୁ ବିଭିନ୍ନ ସମୟରେ ଅନେକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପତ୍ତି ଅଧିକାର ପାଇଁ ‘ସ୍ବାମିତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏକ ଭିଡିଓ କନ୍‌ଫରେନ୍ସ ଜରିଆରେ ମୋଦି ଏହି ଯୋଜନାର ଶୁଭାରମ୍ଭ କରି କହିଥିଲେ, ଉକ୍ତ ଯୋଜନା ବଳରେ ସାରା ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ ଲୋକମାନଙ୍କୁ ସେମାନଙ୍କ ସମ୍ପତ୍ତି ବା ଜମିର ପ୍ରମାଣପତ୍ର ବର୍ତ୍ତମାନ ସମୟରେ ଡିଜିଟାଲ କାର୍ଡ ଜରିଆରେ ସ୍ଥାନୀୟ ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିକୁ ଏକ ମାଲିକାନା ପତ୍ର ପ୍ରଦାନ କରିବେ। ଫଳରେ ଏହି ଯୋଜନା ସାରା ଦେଶରେ ପ୍ରଚଳନ ହେବା ଦ୍ୱାରା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଆଉ କୌଣସି ସମସ୍ୟା ଓ ଠକେଇର ସାମ୍ନା କରିବାକୁ ପଡିବ ନାହିଁ ।
ସେ ଆହୁରି କହିଛନ୍ତି , ଆମକୁ କରୋନା ଭଳି ମହାମାରୀ ସମୟରେ ସାଙ୍ଗ ହୋଇ ମିଳିତ ଭାବରେ କାମ କରିବାକୁ ପଡିବ। ଦେଶରେ ଅଧିକରୁ ଅଧିକ ଲୋକଙ୍କୁକୁ ଟିକାକରଣ କରିବା ପାଇଁ ମେ ୧ ରୁ ସରକାରଙ୍କ ଦ୍ୱାରା ଦେଶରେ ଟିକାକରଣର କ୍ଷମତା ଓ ନିୟମାବଳୀକୁ ମଧ୍ୟ ବଢାଯାଇଛି। ଏହି ସମୟରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଉଥିବା ଗାଇଡ୍‌ଲାଇନକୁ ପ୍ରତ୍ୟେକ ଲୋକ ମାନିବା ଉଚିତ। ବର୍ତ୍ତମାନ ସମୟରେ ଆମ ପାଖରେ କରୋନାଠୁ ମୁକ୍ତି ପାଇବା ପାଇଁ କୌଣସି ବ୍ୟବସ୍ଥା ଉପଲବ୍ଧ ନ ଥିବାରୁ ସୁରକ୍ଷା ପାଇଁ କେବଳ କୋଭିଡ ଟିକା ହିଁ ଉପଲବ୍ଧ ରହିଛି। ଏହାର ୨ ଡୋଜ ଆମର ଜୀବନ ପାଇଁ ମହତ୍ତ୍ୱ ରଖିଛି। ଏହାକୁ କିପରି ଦେଶବାସୀ ସହଜରେ ପାଇପାରିବେ ସେଥିପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଯୋଜନାରେ ୪.୯ ଲକ୍ଷ ଲୋକଙ୍କୁ ଡିଜିଟାଲ ପ୍ରମାଣପତ୍ର ବିଭିନ୍ନ ରାଜ୍ୟର ଲୋକଙ୍କୁ ପ୍ରଦାନ କରାଯାଇଛି। ଖୁବ୍‌ଶୀଘ୍ର ସାରା ଦେଶରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ପ୍ରେସ୍‌ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri