Posted inଖେଳ

ଆଇପିଏଲ୍‌-୧୪: କୋଲକାତା ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ମୁମ୍ବାଇ,୨୧।୪(ପି.ଟି.): ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ଦୁଇଟି ବିଜୟ ହାସଲ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ସଂଘର୍ଷ କରୁଥିବା କୋଲକାତା ନାଇଟ ରାଇଡର୍ସକୁ ଭେଟିବ। ବୁଧବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ହ୍ୟାଟ୍ରିକ ବିଜୟ ହାସଲ କରିବାକୁ ଚେଷ୍ଟା କରିବ।
ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ଚେନ୍ନାଇ ନିହାତି ମାମୁଲି ପ୍ରଦର୍ଶନ କରି ପ୍ରଥମଥର ପାଇଁ ପ୍ଲେ-ଅଫ୍‌ରେ ପ୍ରବେଶ କରିବାରେ ବିଫଳ ହୋଇଥିଲା। ଏଥର କିନ୍ତୁ ଚେନ୍ନାଇ ତା’ର ପ୍ରଥମ ମ୍ୟାଚ୍‌ରେ ଗତ ଥରର ରନର୍ସଅପ୍‌ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ସମ୍ପୂର୍ଣ୍ଣ ଏକପାଖିଆ ମ୍ୟାଚ୍‌ରେ ୭ ଉଇକେଟରେ ପରାସ୍ତ ହୋଇଥିଲା। ତେବେ ଏହାପରେ ନିଜ ସମ୍ବଳର ସଦ୍‌ଉପଯୋଗ କରି ବ୍ୟାଟିଂ ଫ୍ରେଣ୍ଡଲି ଓ୍ବାଙ୍ଖଡେ ଷ୍ଟାଡିୟମରେ ଦମ୍‌ଦାର ପ୍ରଦର୍ଶନ କରି କ୍ରମାଗତ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ୨୬ଟି ବଲ୍‌ ବାକି ରଖି ୬ ଉଇକେଟରେ ୧୦୭ ରନର ବିଜୟ ଲକ୍ଷ୍ୟକୁ ଚେଜ୍‌ କରିବା ସହ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବିଜୟୀ ହୋଇଥିଲା। ସେହିପିର ତୃତୀୟ ମୁକାବିଲାରେ ଚେନ୍ନାଇ ୪୫ ରନରେ ରାଜସ୍ଥାନକୁ ହରାଇଥିଲା। ଡାହାଣହାତୀ ଦ୍ରୁତ ବୋଲର ଦୀପକ ଚହର କଞ୍ଜୁସ ବୋଲିଂ କରି ୧୩ ରନ ଦେଇ ୪ ଉଇକେଟ ଅକ୍ତିଆର କରି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେହିପରି ମୋଇନ ଅଲି ଓ ଫାଫ୍‌ ଡୁପ୍ଲେସି ଦମ୍‌ଦାର ବ୍ୟାଟିଂ କରି ଚେନ୍ନାଇକୁ ଜିତାଇଥିଲେ। ମୋଇନ ଗତ ୩ଟି ମ୍ୟାଚ୍‌ରେ ବ୍ୟାଟିଂରେ ଉପଯୋଗୀ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ବିପକ୍ଷରେ ୨୪ ବଲରୁ ୩୬, ପଞ୍ଜାବ ବିପକ୍ଷରେ ୩୧ ବଲରୁ ୪୬ ଓ ରାଜସ୍ଥାନ ବିପକ୍ଷରେ ୨୦ ବଲରୁ ୨୬ ରନକରି ମୋଇନ ଦଳକୁ ସହାୟତା ପ୍ରଦାନ କରିଛନ୍ତି। ନିଜ ଅଫ୍‌ ସ୍ପିନ୍‌ରେ ମଧ୍ୟ ସେ ପ୍ରତିପକ୍ଷ ଦଳକୁ ସମସ୍ୟାରେ ପକାଇ ଧୋନୀଙ୍କ ବିଶ୍ୱାସଭାଜନ ହୋଇଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଧୋନୀ ଚତୁରତାର ସହ ମୋଇନଙ୍କୁ ବ୍ୟବହାର କରିଛନ୍ତି। ଯୁବ ଅଲରାଉଣ୍ଡର ସାମ କୁରାନ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ନିଣ୍ଣାୟକ ପ୍ରଦର୍ଶନ କରି ଚେନ୍ନାଇ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି।
ଅପରପକ୍ଷରେ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା କ୍ରମାଗତ ଦୁଇଟି ପରାଜୟ ପରେ ଓ୍ବାଙ୍ଖଡେରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିଥିବା କୋଲକାତା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ପରାସ୍ତ ହୋଇଥିଲା। ଏହି ଦୁଇଟି ପରାଜୟ ଅପ୍ରତ୍ୟାଶିତ ଥିଲା। ସୁବିଧାଜନକ ସ୍ଥିତିରେ ରହି ବିଜୟର ହକ୍‌ଦାର ଥିଲେ ମଧ୍ୟ କୋଲକାତା ଭଲ ଆରମ୍ଭକୁ ବିଜୟରେ ପରିଣତ କରିବାରେ ବିଫଳ ହୋଇଥିଲା। ବାଙ୍ଗାଲୋର ବିପକ୍ଷରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ବିରାଟ କୋହଲି ଓ ରଜତ ପଟଦାରଙ୍କୁ ଆଉଟ କରି ୯ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ ମଧ୍ୟ ମୋର୍ଗାନ ତାଙ୍କୁ ସୁଯୋଗ ନ ଦେଇ ଶକିବ ଅଲ ହାସନକୁ ବୋଲିଂ ଦେଇଥିଲେ। ଫଳରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଓ ଏବି ଡିଭିଲର୍ସ ବିସ୍ଫୋରକ ବ୍ୟାଟିଂ କରି କୋଲକାତାକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବୋଲିଂ ପରିବର୍ତ୍ତନରେ ମୋର୍ଗାନ ପରିପକ୍ୱତା ଦେଖାଇପାରି ନ ଥିଲେ। ବାଙ୍ଗାଲୋରଠାରୁ ୩୮ ରନର ପରାଜୟ ପରେ ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମ୍ୟାକୁଲମ ଏବେ କୋଲକାତା ଦଳରେ ବଡ଼ ଧରଣର ପରିବର୍ତ୍ତନ କରିବେ ବୋଲି ସୂଚନା ଦେଇଛନ୍ତି। ଚେନ୍ନାଇ ଓପନର ଋତୁରାଜ ଗାଏକ୍ୱାଡ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ୫,୫ ଓ ୧୦ ରନ ସଂଗ୍ରହ କରି ଆଉଟ ହୋଇଛନ୍ତି। ଏବେ ଧୋନୀ ତାଙ୍କୁ ଆଉ ଅଧିକ ସୁଯୋଗ ଦେଉଛନ୍ତି କି ନାହିଁ ତାହା ଏହି ମ୍ୟାଚ୍‌ରେ ଜଣାପଡିବ। ଅବଶ୍ୟ ଧୋନୀ ତାଙ୍କ ଦଳରେ ପରିବର୍ତ୍ତନ କରିବାକୁ ପସନ୍ଦ କରନ୍ତି ନାହିଁ। ସମସ୍ୟାରେ ଥିବା କୋଲକାତା ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌ ମନେହେଉଛି।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ସୁରେଶ ରାଇନା, ଅମ୍ବାତ୍ତି ରାୟୁଡୁ, କେ.ଏମ୍‌. ଆସିଫ୍‌, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫ ଡୁପ୍ଲେସି, ଇମ୍ରାନ ତାହିର, ଏନ୍‌. ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଆର. ସାଇ କିଶୋର, ମୋଇନ ଅଲି, କେ. ଗୋଥାମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି. ହାରି ନିଶାନ୍ତ।
କୋଲକାତା ନାଇଟ୍‌ ରାଇଡର୍ସ ଦଳ:
ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ, ନୀତୀଶ ରାଣା, ଟିମ୍‌ ସିଫର୍ଟ, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, କୁଲଦୀପ ଯାଦବ, ଶିବମ ମାଭି, ଲୋକି ଫର୍ଗୁଶନ, ପ୍ୟାଟ୍‌ କୁମିନ୍ସ, କମଳେଶ ନାଗରକୋଟି, ସନ୍ଦୀପ ଓ୍ବାରିୟର, ପ୍ରସିଦ୍ଧ କ୍ରିଷ୍ଣା, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସାକିବ ଅଲ ହାସନ, ଶେଲଡନ ଜ୍ୟାକଶନ, ବୈଭବ ଆରୋରା, ହରଭଜନ ସିଂ, କରୁନା ନାୟାର, ବେନ୍‌ କଟିଂ, ଭେଙ୍କଟେଶ ଆୟାର ଓ ପବନ ନେଗୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri