ନୂଆଦିଲ୍ଲୀ,୫।୨: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ(ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ବା ଆଇଏନ୍ଡବ୍ଲ୍ୟୁଇସିର ନେତୃତ୍ୱ ପରିବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ପୂର୍ବତନ ଆବାହକ ତଥା ତନୟା ପଟ୍ଟନାୟକଙ୍କଠାରୁ ଆଗାମୀ ଆବାହକ ତୁଶି ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ତଥା କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେଶନର ସହ-ପ୍ରତିଷ୍ଠାତା ପ୍ରୀତି ପଲ୍ଲବୀ ପଟ୍ଟନାୟକ ଏବଂ ଓ.ଏମ୍. କେଜିରିୱାଲ ଆଣ୍ଡ କୋର ସହଭାଗୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସ୍ବାତୀ କେଜ୍ରିୱାଲଙ୍କୁ ନେତୃତ୍ୱ ହସ୍ତାନ୍ତର କରାଯାଇଥିଲା। ତନୟା ପଟ୍ଟନାୟକ ନିଜର ପୂର୍ବ ଆବାହକ ଭୂମିକାରେ ଆଇଏନ୍ଡବ୍ଲ୍ୟୁଇସି ପ୍ରତି ଯଥେଷ୍ଟ ଯୋଗଦାନ କରିଥିବା ବେଳେ ବର୍ତ୍ତମାନ ପରିଷଦର ଉପଦେଷ୍ଟା କମିଟିର ସଦସ୍ୟ ଭାବେ ନିଜର ସହଯୋଗ ଜାରି ରଖିବେ। ଏପରିକି ତାଙ୍କର ଅଭିଜ୍ଞତା ଓ ଦୂରଦୃଷ୍ଟି ପରିଷଦର ଉତ୍ତରୋତ୍ତର ଉନ୍ନତି ଦିଗରେ ଯଥେଷ୍ଟ ସହାୟକ ହେବ। ସେହିଭଳି ପ୍ରୀତିପଲ୍ଲବୀ ପଟ୍ଟନାୟକ ଏବଂ ସ୍ବାତୀ କେଜ୍ରିୱାଲଙ୍କ ନେତୃତ୍ୱ ମଧ୍ୟ ଉଦ୍ୟୋଗୀ ନିଷ୍ଠା ଓ ଉଭୟଙ୍କ ବୃତ୍ତିଗତ ବିଶେଷତ୍ୱ ସହ ଆଗାମୀ ଦିନରେ ପରିଷଦକୁ ନେତୃତ୍ୱ ଉଚିତ ମାର୍ଗରେ ନେବ ବୋଲି ଆଇଏନ୍ଡବ୍ଲ୍ୟୁଇସ ଆସ୍ଥା ପ୍ରକଟ କରିଛି। ପରିଷଦ ସହ ଉଭୟଙ୍କ ପରିଚିତ ସଂସ୍ଥାକୁ ଏକ ଭିନ୍ନ ନେତୃତ୍ୱ ପ୍ରଦାନ କରିବ। ଏଥିସହ ଉକ୍ତ କାର୍ଯ୍ୟକ୍ରମରେ ତନୟା ପଟ୍ଟନାୟକ,ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସେଲିବ୍ରିଟି ତଥା ସ୍ତମ୍ଭକାର ନିଶା ଜାମୱାଲ୍ଙ୍କ ସହ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ମଧ୍ୟ ଆୟୋଜନ ହୋଇଥିଲା, ଯାହା ମହିଳା ଉଦ୍ୟୋଗୀମାନଙ୍କ ନାନା ସଫଳତା ତଥା ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା। ନିଶା ଜାମୱାଲଙ୍କୁ ପରିଷଦ ପକ୍ଷରୁ ଉପଦେଷ୍ଟା କମିଟିର ସଦସ୍ୟ ହେବାକୁ ନିମନ୍ତ୍ରଣ କରିବା ଆଲୋଚନାର ଅନ୍ୟ ଏକ ଦିଗ ପ୍ରତି ଦୃଷ୍ଟିପାତ କରିଥିଲା। ଏଥିସହ ଉକ୍ତ କାର୍ଯ୍ୟକ୍ରମରେ ଆଇଏନ୍ଡବ୍ଲ୍ୟୁଇସିର ଆପ୍ ମଧ୍ୟ ଲୋକାର୍ପିତ ହୋଇଥିଲା। ଉକ୍ତ ଆପ୍ ପରିଷଦର ସଦସ୍ୟମାନଙ୍କ ମଧ୍ୟରେ ଯୋଗାଯୋଗ ତଥା ନାନା ବୈଷୟିକ ଜ୍ଞାନ ଓ ସୂଚନା ପ୍ରଦାନ ନିମନ୍ତେ ଯଥେଷ୍ଟ ସହାୟକ ହେବ। ଏହି ଅବସରରେ ଆଇସିସି ଓଡ଼ିଶା ପରିଷଦର ଅଧ୍ୟକ୍ଷ ଜେ.ବି.ପାଣି ଉଦ୍ଘାଟନୀ ଉଦ୍ବୋଧନ ଦେବା ସହ ବରିଷ୍ଠ ଉପାଧ୍ୟକ୍ଷ ରାଜୀବ ସାହୁ ଉଦ୍ବୋଧନ ଅଭିଭାଷଣ ପ୍ରଦାନ କରିଥିଲାବେଳେ ଆଇସିସି ଓଡ଼ିଶାର ଆଳିକ ନିର୍ଦ୍ଦେଶକ ଜେ.ପି.ପାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପରିଷଦର ପ୍ରାୟ ୮୦ସଦସ୍ୟଙ୍କ ସହ ଆଇସିସି ଓଡ଼ିଶାର ମୂଳ କମିଟି ସଦସ୍ୟଙ୍କ ଉପସ୍ଥିତି ମହିଳା ଉଦ୍ୟୋଗୀଙ୍କ ଉନ୍ନତି ଦିଗରେ ସହଯୋଗ ଓ ଏକତାର ନିଦର୍ଶନ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଇଏନଡବ୍ଲ୍ୟୁଇସିର ସର୍ବାଙ୍ଗୀନ ଉନ୍ନତି ଦିଗରେ ଏକ ମାଇଲଖୁଣ୍ଟ ହେବା ସହ ଆଗାମୀ ଦିନ ଉତ୍ତରୋତ୍ତର ଉନ୍ନତି ପାଇଁ ଏକ ନୂତନ ଦୃଷ୍ଟିଭଙ୍ଗୀର ଉଦାହରଣ ଥିଲା।
ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…
ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍ରେ ୨୦୦ଟି ଷ୍ଟାର୍ଟଅପ୍ ଓ କମ୍ପାନୀକୁ ଚିପ୍ ଡିଜାଇନ କାର୍ଯ୍ୟରେ ସାମିଲ…
ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି
ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…
ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…
ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…
୭୬ ବର୍ଷରେ ବି ଫିଟ୍ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…
ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…
ଚାରିଆଡେ ଚର୍ଚ୍ଚା; ମୋଦିଙ୍କୁ ଏଭଳି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବନ୍ଧୁ ପୁଟିନ୍, ବିଶ୍ବରେ ଆପଣଙ୍କ….
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରୁଷିଆରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ…
ଜନ୍ମଦିନରେ ମହିଳାଙ୍କୁ ପିଏମ୍ ମୋଦିଙ୍କ ବଡ଼ ଉପହାର: ଖାତାକୁ ଗଲା ୩ ହଜାର ଟଙ୍କା
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନ ଅବସରରେ ପଶ୍ଚିମବଙ୍ଗର ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ସେ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କ…
ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…
ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…
ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…
ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

