ନିମନ୍ତ୍ରଣ ଯାତନା

ଯଦୁମଣି ପାଣିଗ୍ରାହୀ

 

ବାହାଘର, ବ୍ରତୋପନୟନ ଓ ଜନ୍ମଦିନ ପାଳନ ଆଦି ଅବସରରେ ନିଜର ପ୍ରିୟ ପରିଜନ, ପାଖ ପଡ଼ିଶା ଓ ଗାଁ ଲୋକ, ବନ୍ଧୁବାନ୍ଧବ ତଥା ଚିହ୍ନା ପରିଚିତ ଲୋକଙ୍କୁ ଭୋଜି ଖାଇବାକୁ ନିମନ୍ତ୍ରଣ କରାଯାଇଥାଏ। ଏଭଳି ପରମ୍ପରା ପୂର୍ବରୁ ପ୍ରଚଳିତ ଥିଲା ଓ ଆଜି ବି ରହିଛି। ତେବେ ଆଜିକାଲି ଉତ୍ସବ ଅନୁଷ୍ଠାନ ପାଳନ ଓ ଭୋଜିଭାତ ଆୟୋଜନର ତରିକା ବଦଳିଯାଇଛି। ଏସବୁ ଆଜି ତେବେ ସେ ଯାହାହେଉ ବର୍ତ୍ତମାନ ସମୟରେ ବିବାହ, ବ୍ରତ କି ଜନ୍ମଦିନର ନିମନ୍ତ୍ରଣ ରକ୍ଷା କରି ସେଠାକୁ ଯିବାକୁ ବଡ଼ ଲଜ୍ଜା ଓ ସଙ୍କୋଚ ଲାଗିଲାଣି। କାରଣ ଅଣ୍ଟିରେ ଧନ ନ ଥିଲେ ଆଜିକାଲି ଆଉ ନିମନ୍ତ୍ରଣ ରକ୍ଷାକରିବା ସମ୍ଭବ ନୁହେଁ। ଖାଲି ହାତରେ ସେସବୁ ଜାଗାକୁ ଯାଇ ଆପଣଙ୍କୁ ଅପମାନିତ ହେବାକୁ ପଡ଼ିବ। ମନେକରନ୍ତୁ ଆପଣ ଆପଣଙ୍କ ସାଙ୍ଗସାଥୀ, ସହକର୍ମୀ ତଥା ଚିହ୍ନା ପରିଚିତ ଲୋକର ଝିଅ ବାହାଘର ଭୋଜିର ନିମନ୍ତ୍ରଣ ପାଇ ସେଠାକୁ ଗଲେ। ସେଠି ପହଞ୍ଚିବା ପରେ ଆପଣ ପ୍ରଥମେ ଏକ ସୁସଜ୍ଜିତ ମଞ୍ଚରେ ଓ କନ୍ୟାବେଶରେ ଉପବେଶନ କରିଥିବା ଝିଅ କିମ୍ବା ନବ ବିବାହିତ ପତି-ପତ୍ନୀଙ୍କୁ ସାକ୍ଷାତ କରିବେ। ଆପଣ ସାଙ୍ଗରେ ନେଇଥିବା ଉପହାର ସାମଗ୍ରୀ କିମ୍ବା ଟଙ୍କା ଥିବା ଲଫାପାଟିକୁ ସେମାନଙ୍କ ହାତରେ ସଅଁପି ଦେବା ପରେ ଯାଇ ଭୋଜନସ୍ଥଳୀକୁ ଯିବେ। ବ୍ରତଘର ଓ ଜନ୍ମଦିନ ପାଳନ ନିମନ୍ତ୍ରଣ ରକ୍ଷା କରିବାକୁ ହେଲେ ମଧ୍ୟ ସେହି ସମାନ କଥା। ବେଦି ଉପରେ ବସିଥିବା ବ୍ରହ୍ମଚାରୀଙ୍କ ଥାଳିରେ ବ୍ରତଭିକ୍ଷା ଦେଇସାରିବା ପରେ ଆପଣ ଯାଇ ଖାଇବେ। ଜନ୍ମଦିନ ପାଳନ ଉତ୍ସବରେ ଆପଣ ଉପସ୍ଥିତ ହେଲେ ପିଲା ହାତରେ ଉପହାର ବାବଦକୁ କୌଣସି ଖେଳନା ସାମଗ୍ରୀ କିମ୍ବା ଟଙ୍କାଥିବା ଲଫାପାଟି ଦେଇ ଆପଣଙ୍କୁ ଭୋଜନସ୍ଥଳୀକୁ ଆଗେଇ ଯିବାକୁ ହେବ। ଏସବୁ ଦେବାନେବାରେ ସେମିତି କୌଣସି ପ୍ରଚଳିତ ବିଧିବ୍ୟବସ୍ଥା କିମ୍ବା ବାଧ୍ୟବାଧକତା ନ ଥିଲେ ମଧ୍ୟ ଏହା ଏକପ୍ରକାର ଧାରାରେ ପରିଣତ ହୋଇଗଲାଣି। ଆପଣଙ୍କ ପାଖରେ ଧନ ଅଛି କି ନାହିଁ ତାହା ଅଲଗା କଥା କିନ୍ତୁ ସମସ୍ତଙ୍କ ସହ ପାଦ ମିଳାଇ ଆପଣଙ୍କୁ ଚାଲିବାକୁ ପଡ଼ିବ। ଆପଣ ଯେବେ ଭୋଜିଭାତ ଆସରରେ ଯୋଗଦେଲେ କିନ୍ତୁ କିଛି ବି ଉପହାର ନ ଦେଇ ସିଧାସଳଖ ଭୋଜନସ୍ଥଳୀକୁ ପାଦ ବଢ଼ାଇଲେ ସେଠାରେ ଉପସ୍ଥିତ କିଛି ଲୋକ ଆପଣଙ୍କୁ ଚାହିଁବେ ଓ ଆପଣଙ୍କ ଉଦ୍ଦେଶ୍ୟରେ କିଛି ଟୀକାଟିପ୍ପଣୀ ଦେବାକୁ ବି ପଛେଇବେ ନାହିଁ।
ଆଜିକାଲି କି ଗରିବ କି ଧନୀ ସମସ୍ତେ ଆଡମ୍ବରପୂର୍ଣ୍ଣ ଭୋଜିଭାତ ଆୟୋଜନକୁ ପସନ୍ଦ କରୁଛନ୍ତି ଓ ବିଭିନ୍ନ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଉଛନ୍ତି। ଏଥିପାଇଁ ଧନୀ ଲୋକ ନିଜ ପାଖରେ ରଖିଥିବା ସମ୍ବଳର ବିନିଯୋଗ କରୁଥିବା ବେଳେ ନିର୍ଦ୍ଧନୀ ଲୋକଟେ ଇଚ୍ଛାକୃତ ଭାବେ ଧାରକରଜ କରି ନିଜର ପ୍ରତିଷ୍ଠା ଓ ପତିଆରା ବଢ଼େଇବାକୁ ଚେଷ୍ଟା କରୁଛି। ଗାଁଗହଳିଠାରୁ ସହର ବଜାରଯାଏ ସମସ୍ତେ ଏହି ଧାରାକୁ ଆପଣାଇ ନେଲେଣି। ମନେକରନ୍ତୁ ଆପଣ ଆପଣଙ୍କ ଅଞ୍ଚଳରେ ଜଣେ ଜଣାଶୁଣା, ପଦପଦବୀଧାରୀ ଓ ପରିଚିତ ବ୍ୟକ୍ତି। ଆପଣଙ୍କର ବି ଅନେକ ସାଙ୍ଗସାଥୀ ଓ ଚିହ୍ନା ପରିଚିତ ଲୋକ ଅଛନ୍ତି। ସେହି ଆଧାରରେ ଆପଣଙ୍କୁ ଗୋଟିଏ ବର୍ଷରେ ମନେକରନ୍ତୁ ୨୦ଟି ଭୋଜିକୁ ଯିବାଲାଗି ନିମନ୍ତ୍ରଣ ମିଳିଲା। ତେବେ ଆପଣ ଯଦି ସେସବୁ ନିମନ୍ତ୍ରଣ ରକ୍ଷାକରନ୍ତି ତେବେ ସ୍ଥଳ ବିଶେଷରେ ସର୍ବନିମ୍ନ ୨୦୦ ଟଙ୍କା ହିସାବରେ ମୋଟ ୪ହଜାର ଓ ସର୍ବୋଚ୍ଚ ୫୦୦ ଟଙ୍କା ହିସାବରେ ମୋଟ ୧୦ ହଜାର ଟଙ୍କା ଆପଣଙ୍କୁ ବାର୍ଷିକ ବ୍ୟୟ କରିବାକୁ ପଡ଼ିବ। ଆପଣ ଯଦି ଜଣେ ଅଭାବୀ କିମ୍ବା ସ୍ବଳ୍ପ ରୋଜଗାରକ୍ଷମ ଲୋକ ହୋଇଥାଆନ୍ତି ତେବେ ଉକ୍ତ ଅର୍ଥ ଯୋଗାଡ଼ କରିବା ନିଶ୍ଚିତରୂପେ ଆପଣଙ୍କ ସାମର୍ଥ୍ୟର ବାହାରେ। ତେଣୁ ସମସ୍ତଙ୍କ ନିମନ୍ତ୍ରଣ ରକ୍ଷାକରିବା ଆପଣଙ୍କ ପକ୍ଷେ ହୁଏତ ସମ୍ଭବପର ନୁହେଁ। କେବଳ ସେତିକି ନୁହେଁ ଏଭଳି ନିମନ୍ତ୍ରଣ ଆପଣଙ୍କୁ ଖୁସି ବଦଳରେ କଷ୍ଟ ଦେବା ସୁନିଶ୍ଚିତ। ଆଜିକାଲି ଅନେକ କ୍ଷେତ୍ରରେ ବି ଦେଖାଯାଉଛି ଭୋଜିଭାତର ଆୟୋଜନ କରାଇଥିବା ଗୃହକର୍ତ୍ତା ପ୍ରାୟ ଯେତିକି ଅର୍ଥ ବ୍ୟୟ କରୁଛନ୍ତି ବେଳେବେଳେ ନିମନ୍ତ୍ରିତ ଅତିଥିମାନେ ତାହା ଭରଣା କରି ଦେଉଛନ୍ତି। ଉପହାର ବିଷୟଟିକୁ ବାଦ ଦେଲେ ଭୋଜିଭାତ କାର୍ଯ୍ୟକ୍ରମରେ ଅନେକ ଦିଗ ପ୍ରତି ଶେଷରେ ଏତିକି କୁହାଯାଇପାରେ ଯେ, ବିବାହ, ବ୍ରତ ଓ ଜନ୍ମଦିନ କାର୍ଯ୍ୟକ୍ରମରେ ଉପହାର ପ୍ରଦାନ ବ୍ୟବସ୍ଥା ଯେମିତି ବନ୍ଦ ହୋଇପାରିବ ସେ ଦିଗରେ ସମସ୍ତେ ପ୍ରୟାସ କରନ୍ତୁ। ଫଳରେ ଆମ ନିମନ୍ତ୍ରଣ ଜଣକୁ ଯାତନା ନୁହେଁ ବରଂ ଖୁସି ଦେଇପାରିବ।
ଶଂଖିଡା, ତିହିଡି, ଭଦ୍ରକ
ମୋ- ୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri