ପୁରୀରେ ଖୋଲିଲା ‘ନିମନ୍ତ୍ରଣ’

ପୁରୀ ଅଫିସ,୨୪।୧୨: ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ପୁରୀରେ ଖୋଲିଛି ‘ନିମନ୍ତ୍ରଣ’ ରେସ୍ତୋରାଁ। ସୁସ୍ବାଦୁ, ସ୍ବାସ୍ଥ୍ୟ ଅନୁକୂଳ ପରିବେଶରେ ଓଡ଼ିଆ ଖାଦ୍ୟ ସହ ଚାଇନିଜ ଖାଦ୍ୟ ମଧ୍ୟ ମେନ୍ୟୁରେ ସ୍ଥାନ ପାଇବ ବୋଲି ସୂଚନା ମିଳିଛି। ପରିବାର ଓ ଯୁବବର୍ଗଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହ ସୁସ୍ବାଦୁ ଖାଦ୍ୟ ଉପଲବ୍ଧ ହେବ। ସ୍ବତନ୍ତ୍ର ଆଧୁନିକ ଝଲକରେ ନିର୍ମିତ ନିମନ୍ତ୍ରଣର ଖାଇବା କୋଠରୀରେ ପର୍ଯ୍ୟଟକମାନେ ସମୁଦ୍ରକୂଳିଆ ପବନ ସହ ଉପର ମହଲାରେ ସମୁଦ୍ରକୁ ଦେଖିବାର ମଜା ନେଇପାରିବେ। ଆଗନ୍ତୁକମାନଙ୍କୁ ଆତିଥି୍ୟ ପ୍ରଦାନ ନିମନ୍ତେ ୩୨ଜଣ ପେଶାଦାରଙ୍କୁ ନିଯୁକ୍ତ କରାଯାଇଛି। ବ୍ଲୁଫ୍ଲାଗ୍‌ ବିଚ୍‌ ସନ୍ନିକଟ ଏହି ରେସ୍ତୋରାଁ ବ୍ଲୁଫ୍ଲାଗ୍‌ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି, ଓଡ଼ିଆ ରୁଚିପୂର୍ଣ୍ଣ ଖାଦ୍ୟର ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଶା ଟୁରିଜମ୍‌ ଏବଂ ଓଟିଡିସିର ଏକ ମିଳିତ ପଦକ୍ଷେପ ହେଉଛି ନିମନ୍ତ୍ରଣ। ଏହା ପୁରୀ ବେଳାଭୂମିରେ ଏବେ ଲୋକାର୍ପିତ ହୋଇଛି। ଭୁବନେଶ୍ୱରରେ ଏହା ପ୍ରଥମେ ଲୋକାର୍ପିତ ହୋଇଥିବାବେଳେ ଉଭୟ ଗ୍ରାହକ ଓ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାରେ ସଫଳ ହୋଇପାରିଛି। ସେହିଭଳି ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ପେଶାଦାର କର୍ମଚାରୀଙ୍କୁ ନେଇ ଓଡ଼ିଆ ଖାଦ୍ୟ ପରଷିବା ପାଇଁ ନିମନ୍ତ୍ରଣକୁ କାର୍ଯ୍ୟକ୍ଷମ କରାଯାଉଛି। ବେଳାଭୂମି ନିକଟରେ ହୋଇଥିବାରୁ ଏହା ଲୋକଙ୍କୁ ଆକର୍ଷଣ କରିବାରେ ସହାୟକ ହେବା ସହ ଆଦୃତ ହୋଇପାରିବ ବୋଲି ଆଶା ରହିଛି। ବାତ୍ୟା ସମୟରେ ଏହି ରେସ୍ତୋରାକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। ଲୋକାର୍ପଣ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍‌. ଯାଦବ, ଜିଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ପାନ୍ଥନିବାସ ପରିଚାଳକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ପୁରୀ ସହରବାସୀ ନିମନ୍ତ୍ରଣକୁ ନେଇ ଉତ୍ସାହିତ ଅଛନ୍ତି। ସିଦ୍ଧାର୍ଥ କୁମାର ଜେନା କହିଛନ୍ତି, ଭୁବନେଶ୍ୱରରେ ନିମନ୍ତ୍ରଣରେ ଥରେ ଖାଇଛି। ଖାଦ୍ୟରମାନ ଭଲ ଥିଲା। ପୁରୀରେ ମଧ୍ୟ ସେହି ମାନର ଖାଦ୍ୟ ମିଳିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?