ପୁରୀରେ ଖୋଲିଲା ‘ନିମନ୍ତ୍ରଣ’

ପୁରୀ ଅଫିସ,୨୪।୧୨: ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ପୁରୀରେ ଖୋଲିଛି ‘ନିମନ୍ତ୍ରଣ’ ରେସ୍ତୋରାଁ। ସୁସ୍ବାଦୁ, ସ୍ବାସ୍ଥ୍ୟ ଅନୁକୂଳ ପରିବେଶରେ ଓଡ଼ିଆ ଖାଦ୍ୟ ସହ ଚାଇନିଜ ଖାଦ୍ୟ ମଧ୍ୟ ମେନ୍ୟୁରେ ସ୍ଥାନ ପାଇବ ବୋଲି ସୂଚନା ମିଳିଛି। ପରିବାର ଓ ଯୁବବର୍ଗଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହ ସୁସ୍ବାଦୁ ଖାଦ୍ୟ ଉପଲବ୍ଧ ହେବ। ସ୍ବତନ୍ତ୍ର ଆଧୁନିକ ଝଲକରେ ନିର୍ମିତ ନିମନ୍ତ୍ରଣର ଖାଇବା କୋଠରୀରେ ପର୍ଯ୍ୟଟକମାନେ ସମୁଦ୍ରକୂଳିଆ ପବନ ସହ ଉପର ମହଲାରେ ସମୁଦ୍ରକୁ ଦେଖିବାର ମଜା ନେଇପାରିବେ। ଆଗନ୍ତୁକମାନଙ୍କୁ ଆତିଥି୍ୟ ପ୍ରଦାନ ନିମନ୍ତେ ୩୨ଜଣ ପେଶାଦାରଙ୍କୁ ନିଯୁକ୍ତ କରାଯାଇଛି। ବ୍ଲୁଫ୍ଲାଗ୍‌ ବିଚ୍‌ ସନ୍ନିକଟ ଏହି ରେସ୍ତୋରାଁ ବ୍ଲୁଫ୍ଲାଗ୍‌ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି, ଓଡ଼ିଆ ରୁଚିପୂର୍ଣ୍ଣ ଖାଦ୍ୟର ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଶା ଟୁରିଜମ୍‌ ଏବଂ ଓଟିଡିସିର ଏକ ମିଳିତ ପଦକ୍ଷେପ ହେଉଛି ନିମନ୍ତ୍ରଣ। ଏହା ପୁରୀ ବେଳାଭୂମିରେ ଏବେ ଲୋକାର୍ପିତ ହୋଇଛି। ଭୁବନେଶ୍ୱରରେ ଏହା ପ୍ରଥମେ ଲୋକାର୍ପିତ ହୋଇଥିବାବେଳେ ଉଭୟ ଗ୍ରାହକ ଓ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାରେ ସଫଳ ହୋଇପାରିଛି। ସେହିଭଳି ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ପେଶାଦାର କର୍ମଚାରୀଙ୍କୁ ନେଇ ଓଡ଼ିଆ ଖାଦ୍ୟ ପରଷିବା ପାଇଁ ନିମନ୍ତ୍ରଣକୁ କାର୍ଯ୍ୟକ୍ଷମ କରାଯାଉଛି। ବେଳାଭୂମି ନିକଟରେ ହୋଇଥିବାରୁ ଏହା ଲୋକଙ୍କୁ ଆକର୍ଷଣ କରିବାରେ ସହାୟକ ହେବା ସହ ଆଦୃତ ହୋଇପାରିବ ବୋଲି ଆଶା ରହିଛି। ବାତ୍ୟା ସମୟରେ ଏହି ରେସ୍ତୋରାକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। ଲୋକାର୍ପଣ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍‌. ଯାଦବ, ଜିଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ପାନ୍ଥନିବାସ ପରିଚାଳକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ପୁରୀ ସହରବାସୀ ନିମନ୍ତ୍ରଣକୁ ନେଇ ଉତ୍ସାହିତ ଅଛନ୍ତି। ସିଦ୍ଧାର୍ଥ କୁମାର ଜେନା କହିଛନ୍ତି, ଭୁବନେଶ୍ୱରରେ ନିମନ୍ତ୍ରଣରେ ଥରେ ଖାଇଛି। ଖାଦ୍ୟରମାନ ଭଲ ଥିଲା। ପୁରୀରେ ମଧ୍ୟ ସେହି ମାନର ଖାଦ୍ୟ ମିଳିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri