ଅଭ୍ରାନ୍ତ ଦିଗ୍‌ଦର୍ଶକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

 

ସତ୍‌ସଙ୍ଗର ଆଚାର୍ଯ୍ୟଦେବ ଅଶୋକ ଚକ୍ରବର୍ତ୍ତୀ, ଅଗଣିତ ସତ୍‌ସଙ୍ଗୀଙ୍କ ପରମପ୍ରିୟ ‘ଶ୍ରୀଶ୍ରୀ ଦାଦା’ ତାଙ୍କର ପାର୍ଥିବ ଲୀଳା ସମାପନ କରି ଚଳିତ ମାସ ୧୬ତାରିଖରେ ଆନନ୍ଦଧାମ ଉଦ୍ଦେଶ୍ୟରେ ଯାତ୍ରା କଲେ। ପ୍ରକୃତରେ ସତ୍‌ସଙ୍ଗର ଆଚାର୍ଯ୍ୟଦେବମାନେ ସମାଜରେ କୌଣସି ମହାତ୍ମାର ପରିଚୟ ନେଇ ଚଳନ୍ତି ନାହିଁ- ଅତି ସାଧାରଣ ସେମାନଙ୍କର ଚାଲିଚଳନ, କଥାବାର୍ତ୍ତା, ବେଶପୋଷାକ। ନିଜକୁ ମଣିଷର ଜଣେ ଦରଦୀବନ୍ଧୁ ମନେକରି ଭ୍ରାତୃସୁଲଭ ମନୋଭାବ ନେଇ ପ୍ରତିଟି ମଣିଷର ଦୁଃଖ-ଦୁର୍ଦ୍ଦଶା ଦୂର କରିବାକୁ ଆପ୍ରାଣ ଚେଷ୍ଟା କରନ୍ତି। ତାଙ୍କର ଅଭ୍ରାନ୍ତ ଦିଗ୍‌ଦର୍ଶନ ବଳରେ ମଣିଷ ସମସ୍ତ ଦୁଃଖଦୁର୍ଦ୍ଦଶାକୁ ଅତିକ୍ରମ କରି ନବୀନ ଉଦ୍ୟମରେ ବଞ୍ଚତ୍ବାର ପ୍ରେରଣା ପାଏ। ତାଙ୍କର ସେବା ଏବଂ ସହାନୁଭୂତିର ସ୍ପର୍ଶ ଲାଭ କରି ପ୍ରତିଟି ହୃଦୟରେ ଜାଗିଉଠେ ଆଶା, ଭରସା ଏବଂ କର୍ମପ୍ରେରଣା। ତାଙ୍କର ଅସାଧାରଣ ଦୂରଦୃଷ୍ଟି, ଅନ୍ତର୍ଦୃଷ୍ଟି, ଆଧ୍ୟାତ୍ମିକ ଶକ୍ତି ଏବଂ ନିଷ୍କଳଙ୍କ ଚରିତ୍ରବତ୍ତା ଯୋଗୁ ସେ ହୋଇଉଠନ୍ତି ମହାନ୍‌, ସମସ୍ତଙ୍କର ଅନ୍ତର୍ଦେବତା। ସେଥିପାଇଁ ଶ୍ରୀଶ୍ରୀ ଦାଦା ଜୁଆଡ଼େ ଯାଆନ୍ତି ସର୍ବତ୍ର ହଜାର ହଜାର ଆର୍ତ୍ତୀ, ଅର୍ଥାର୍ଥୀଙ୍କର ଭିଡ଼ ଜମିଯାଏ। ସେ ଅସୀମ ଦରଦ ଏବଂ ସହାନୁଭୂତି ନେଇ ସମସ୍ତଙ୍କ କଥା ଶୁଣନ୍ତି- ସବୁ ସମସ୍ୟାର ସୁସମାଧାନ ବତାଇ ଦିଅନ୍ତି। ୧୯୯୦ ଦଶକର କଥା। ଦିନେ ସନ୍ଧ୍ୟା ସମୟରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଦାଦା ଭୁବନେଶ୍ୱର ସତ୍‌ସଙ୍ଗ ବିହାର ଲନ୍‌ରେ ବସିଥା’ନ୍ତି- ନାନା ଲୋକଙ୍କର ରୋଗ-ବ୍ୟାଧି ତଥା ସମସ୍ୟାର ନିବେଦନ ଚାଲିଥାଏ। ମୁଁ ଛିଡ଼ା ହୋଇ ନିବେଦନ କରୁଥିଲି। ଏହି ସମୟରେ ସ୍ବାମୀ-ସ୍ତ୍ରୀ ଦୁଇଜଣ ଦୂରରେ ଛିଡ଼ା ହୋଇ ଅସ୍ପଷ୍ଟ ସ୍ବରରେ କ’ଣ କହୁଥା’ନ୍ତି, ଯାହା ମୁଁ ଲକ୍ଷ୍ୟକରି ନାହିଁ। କିନ୍ତୁ ଶ୍ରୀଶ୍ରୀ ଦାଦାଙ୍କର ସନ୍ଧାନୀ ଦୃଷ୍ଟି ତାହା ଲକ୍ଷ୍ୟ କରିଛି। ସେ ହଠାତ୍‌ କହିଲେ- ”ସେହି ମା’ ଜଣକ କ’ଣ କହୁଛନ୍ତି, ଶୁଣ!“ ସେମାନେ ନିକଟକୁ ଆସି କହିବାରୁ ଜଣାଗଲା- ତାଙ୍କ ସ୍ବାମୀଙ୍କର ଦୁରାରୋଗ୍ୟ ଆଜ୍‌ମା ରୋଗ; କୌଣସି ଔଷଧରେ ଆରୋଗ୍ୟ ହେଉ ନାହିଁ। ସେମାନେ କେହି ଦୀକ୍ଷା ଗ୍ରହଣ କରି ନ ଥା’ନ୍ତି। ଶ୍ରୀଶ୍ରୀ ଦାଦା ତାଙ୍କ ଶୁଣି ପୁରୀରେ ସାକ୍ଷାତ୍‌ କରିବାକୁ କହିଲେ। ପୁରୀ ଯିବା ପରେ ତାଙ୍କ ନିର୍ଦ୍ଦେଶରେ ଶ୍ରଦ୍ଧେୟ ସଞ୍ଜୀବଦା ତାଙ୍କୁ ଆଜ୍‌ମା ପାଇଁ ଔଷଧ ଦେଲେ ଏବଂ ପାଳନ ବିଧି ବତାଇଦେଲେ। ପରେ ଶୁଣିଛି, ଉକ୍ତ ଭାଇ ଜଣଙ୍କ ସୁସ୍ଥ ହୋଇଗଲେ। ସତ୍‌ସଙ୍ଗର କର୍ମୀ ସମ୍ମିଳନୀରେ ବାରମ୍ବାର କର୍ମୀମାନଙ୍କୁ କହନ୍ତି- ”ଆପଣମାନେ ଶ୍ରୀଶ୍ରୀ ଠାକୁରଙ୍କର ଆଶୀର୍ବାଦ ମୁଣ୍ଡରେ ଧରି ସହାନୁଭୂତିର ସହିତ ଲୋକଙ୍କ ସହିତ ମିଶିବେ, ସେମାନଙ୍କର ଦୁଃଖଦୁର୍ଦ୍ଦଶା ଦୂର କରିବାକୁ ଚେଷ୍ଟା କରିବେ- କେହି ଜଣେ ବି ଯେପରି ହତାଶ ନ ହୁଅନ୍ତି। ଆପଣମାନଙ୍କ ସାମର୍ଥ୍ୟର ସମ୍ଭବ ନ ହେଲେ ମୋତେ ଆସି କହିବେ, ମୋର ପୁଅମାନଙ୍କୁ କହିବେ- ସେମାନେ ଆପଣଙ୍କୁ ସାହାଯ୍ୟ କରିବେ।“ ଶ୍ରୀଶ୍ରୀ ଠାକୁର କହିଛନ୍ତି- ”ଆମର ସଂଗ୍ରାମ ହେଲା- ଜରା, ମୃତ୍ୟୁ, ବିଚ୍ଛିନ୍ନତା, ଦାରିଦ୍ର୍ୟ ଏବଂ ଅଜ୍ଞାନତା ବିରୋଧରେ ଏବଂ ଆମର ଅସ୍ତ୍ର ହେଲା- ପ୍ରେମ, ସହାନୁଭୂତି ଏବଂ ସେବା।“ ପରମପୂଜ୍ୟପାଦ ଶ୍ରୀଶ୍ରୀ ଦାଦା ସାରା ଜୀବନ ଏହି ବ୍ରତ ପାଳନ କରିଯାଇଛନ୍ତି। ତାଙ୍କର ବିଶ୍ୱବରେଣ୍ୟ ପିତୃଦେବ ଶ୍ରୀଶ୍ରୀ ବଡ଼ଦା ତାଙ୍କୁ ଆଶୀର୍ବାଦ କରି କହିଥିଲେ- ”ବ୍ୟଥାଭରା ଜୀବନର ଯେତେ ଦୁଃଖ ଶୋକ/ତୁମରି ପରଶେ ଯାଉ ତୁମେ ଯେ ଅଶୋକ।“ ଏହି ଆଶୀର୍ବାଣୀ ତାଙ୍କ ଜୀବନରେ ମୂର୍ତ୍ତ ହୋଇ ଉଠିଥିଲା। ଏକଦା ଓଡ଼ିଶାର ଜନୈକ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସତ୍‌ସଙ୍ଗ ବିହାର ନାଟମଣ୍ଡପରେ ତାଙ୍କ ନିକଟରେ ବସି କଥାବାର୍ତ୍ତା କରୁଥିଲେ। ଅଗଣିତ ଭକ୍ତ ଶ୍ରୀଶ୍ରୀ ଦାଦାଙ୍କୁ ପ୍ରଣାମ କରି ନିଜର ନାନା ସମସ୍ୟା ନିବେଦନ କରୁଥା’ନ୍ତି ଏବଂ ସେସବୁର ସମାଧାନ ଶୁଣି ମନରେ ପ୍ରଣାମ କରି ଚାଲିଯାଉଥା’ନ୍ତି। ଏଣେ ସେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ସହିତ ନାନା ବିଷୟରେ ଶୁଣି ଗପ ମଧ୍ୟ କରୁଥା’ନ୍ତି। କିଛି ସମୟ ଏହା ଲକ୍ଷ୍ୟ କରିବା ପରେ ସେ ଶ୍ରୀଶ୍ରୀ ଦାଦାଙ୍କୁ ପଚାରିଲେ- ଆପଣ ଏତେ ଲୋକଙ୍କର ସମସ୍ୟା କଥା ଶୁଣୁଛନ୍ତି, ପୁଣି ବିରାଟ ସତ୍‌ସଙ୍ଗର ସମସ୍ତ ଦାୟିତ୍ୱ ଆପଣଙ୍କ ମୁଣ୍ଡରେ- ତଥାପି ଆପଣଙ୍କ ମୁହଁରେ କୌଣସି ଚିନ୍ତା ବା ମଳିନତାର ଚିହ୍ନମାତ୍ର ନାହିଁ- ସର୍ବଦା ଆନନ୍ଦରେ ଅଛନ୍ତି- ଏହା କିପରି ସମ୍ଭବ? ଉତ୍ତରରେ ଶ୍ରୀଶ୍ରୀ ଦାଦା କହିଲେ- ”ମୁଁ ସର୍ବଦା ଆନନ୍ଦମୟ ବିଭୁଙ୍କ ସହିତ ଯୁକ୍ତ ହୋଇ ରହିଛି। ତେଣୁ ମୋର ନିରାନନ୍ଦ ଆସିବ କେଉଁଠୁ?“ ଲୋକସେବା ହିଁ ଥିଲା ତାଙ୍କ ଜୀବନର ବ୍ରତ। ସତ୍‌ସଙ୍ଗ କେବଳ ମଣିଷର ସେବା କରେ ନାହିଁ- ପଶୁ ପକ୍ଷୀ, ବୃକ୍ଷଲତା ଏବଂ ପରିବେଶର ମଧ୍ୟ ସେବା କରିଥାଏ। ଶ୍ରୀଶ୍ରୀ ଦାଦାଙ୍କ ନିର୍ଦ୍ଦେଶରେ ପୂଜ୍ୟପାଦ ବାବାଇଦା(ଅର୍କଦ୍ୟୁତି ଚକ୍ରବର୍ତ୍ତୀ) ସତ୍‌ସଙ୍ଗ ଆଶ୍ରମ ଦେଓଘରରେ ଯେଉଁ ବିରାଟ ଜଳ ସଂରକ୍ଷଣ ଯୋଜନା କରିଛନ୍ତି ତାହା ଦେଶର ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି। କରୋନା ମହାମାରୀ ସମୟରେ ଦେଓଘର ନିକଟସ୍ଥ ନନ୍ଦନ ପାହାଡ଼କୁ ଯାତ୍ରୀସଂଖ୍ୟା କମିଯିବାରୁ ସେମାନଙ୍କ ଉପରେ ନିର୍ଭରଶୀଳ ବାନର ଏବଂ ପକ୍ଷୀମାନେ ଖାଦ୍ୟାଭାବରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ପୂଜ୍ୟପାଦ ବାବାଇଦାଙ୍କ ନିର୍ଦ୍ଦେଶରେ ସତ୍‌ସଙ୍ଗ ଆଶ୍ରମରୁ ନିୟମିତ ନାନାପ୍ରକାର ଫଳମୂଳ କଟାହୋଇ ଚଣା, ଡାଲି ଇତ୍ୟାଦି ବାନର ଏବଂ ପକ୍ଷୀମାନଙ୍କୁ ଯୋଗାଇ ଦିଆଯାଉଛି। ତେବେ ଶ୍ରୀଶ୍ରୀ ଦାଦାଙ୍କ ମହାପ୍ରୟାଣରେ ଆଜି ଭକ୍ତଙ୍କ ହୃଦୟ ଦୁଃଖରେ ଭାଙ୍ଗିପଡ଼ୁଛି। ପରମ ଆଶାର କଥା- ସେ ଆମକୁ ନିଃସହାୟ କରି ଛାଡ଼ିଯାଇ ନାହାନ୍ତି। ତାଙ୍କର ସୁଯୋଗ୍ୟ ଦାୟାଦ ପୂଜ୍ୟପାଦ ବାବାଇଦାଙ୍କ ମଧ୍ୟରେ ବଞ୍ଚତ୍ରହି ସେ ଆମକୁ ନିରନ୍ତର ପଥ ଦେଖାଇ ଚାଲିବେ। ଶ୍ରୀଶ୍ରୀଠାକୁରଙ୍କ ଅବର୍ତ୍ତମାନରେ ଆମେ ଶ୍ରୀଶ୍ରୀ ବଡ଼ଦାଙ୍କ ମଧ୍ୟରେ ତାଙ୍କୁ ପାଇଥିଲୁ। ଶ୍ରୀଶ୍ରୀ ବଡ଼ଦାଙ୍କ ଦେହାବସାନରେ ଆମେ ଶ୍ରୀଶ୍ରୀ ଦାଦାଙ୍କ ମଧ୍ୟରେ ଶ୍ରୀଶ୍ରୀ ଠାକୁର ଏବଂ ଶ୍ରୀଶ୍ରୀ ବଡ଼ଦା ଉଭୟଙ୍କୁ ଅନୁଭବ କରିଛୁଁ। ସେହିପରି ପୂଜ୍ୟପାଦ ବାବାଇଦାଙ୍କ ମଧ୍ୟରେ ଆମେ ସମସ୍ତଙ୍କର ସ୍ପର୍ଶ ପାଇପାରୁଛୁ- କାରଣ ପିତା-ପୁତ୍ରଙ୍କର ଏହି ଅନିର୍ବଚନୀୟ ଲୀଳା ନିରନ୍ତର ଚାଲିଛି ଏବଂ ଭବିଷ୍ୟତରେ ମଧ୍ୟ ଚାଲିଥିବ।
ମୋ: ୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri