ନିବେଶକଙ୍କ କ୍ଷତି ୮ ଲକ୍ଷ କୋଟି

ମୁମ୍ବାଇ: ଗତ ୪ ସେସନ ହେବ ଭାରତୀୟ ପୁଞ୍ଜିବଜାରରେ କାରବାର ପ୍ରଭାବିତ ହୋଇ ରହିଛି। ଫଳରେ ନିବେଶକଙ୍କ କ୍ଷତି ୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନସେକ୍ସ ୯୩୭.୬୬ ପଏଣ୍ଟ (୧.୯୪%) ହ୍ରାସ ହୋଇ ୪୭,୪୦୯.୯୩ ପଏଣ୍ଟକୁ ଖସିଛି। ଗତ ୪ ସେସନରେ ସେନ୍‌ସେକ୍ସ ୨୩୮୨.୧୯ ପଏଣ୍ଟ (୪.୭୮%) ହ୍ରାସ ହୋଇଛି। ଫଳରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୮.୦୭ ଲକ୍ଷ କୋଟି ଟଙ୍କା ଖସିବା ଯୋଗୁ ୧୮୯ ଲକ୍ଷ କୋଟି ଟଙ୍କାକୁ ହ୍ରାସ ହୋଇଛି।
ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍ଟି ୨୭୧.୪୦ ପଏଣ୍ଟ(୧.୯୧%) ହ୍ରାସ ହୋଇ ୧୩,୯୬୭.୫୦ ପଏଣ୍ଟରେ ବନ୍ଦ ହୋଇଛି। ଗତ ୪ ସେସନରେ ନିଫ୍ଟି ୬୭୭.୨୦ ପଏଣ୍ଟ ହ୍ରାସ ହୋଇଛି। ବଜେଟ ଆସିବା ଆଗରୁ ଗତ ୨ ସେସନରେ ଭାରତୀୟ ପୁଞ୍ଜିବଜାରରେ ଏଭଳି ଅସ୍ଥିରତା ଦେଖାଯାଇଛି। ବଜାର ଉପରେ ନିବେଶକମାନେ ଏବେ ତୀକ୍ଷ୍‌ଣ ନଜର ରଖିଛନ୍ତି। ବୁଧବାର କାରବାରରେ ସେନ୍‌ସେକ୍ସରେ ଆକ୍ସିସ ବ୍ୟାଙ୍କ, ଟାଇଟାନ, ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କ, ଡ.ରେଡିସ୍‌, ଏଚ୍‌ଡିଏଫ୍‌ସି ଏବଂ ଏସିଆନ ପେଣ୍ଟସର କାରବାର ବେଶି କ୍ଷତି ହୋଇଛି। ଏହି କମ୍ପାନୀଗୁଡିକର ଶେୟାର କାରବାର ୪% ହ୍ରାସ ପରିଲକ୍ଷିତ ହୋଇଛି। ସ୍ମଲ କ୍ୟାପ୍‌ ଏବଂ ମିଡ୍‌ କ୍ୟାପ୍‌ ସୂଚୀ ୧.୩୮% ନିମ୍ନରେ ରହିଛି। ସେହିଭଳି ବିଭିନ୍ନ ସେକ୍ଟର ସୂଚୀ କଥା ବିଚାରକୁ ନେଲେ ବ୍ୟାଙ୍କିଙ୍ଗ୍‌ ଷ୍ଟକ୍‌ ୨.୯୩% ହ୍ରାସ ହୋଇଛି। ଏହାବାଦ ଫାଇନାନ୍ସ ୨.୭୨%, ମେଟାଲ ୨.୫୪%, ରିୟଲ ଇଷ୍ଟେଟ ୨.୨୮% ଏବଂ ଅଟୋ ସେକ୍ଟର ୨.୧୧% ଖସିଛି। ସେନ୍‌ସେକ୍ସର ୨୪ଟି ଶେୟାର କାରବାର ନକାରାତ୍ମକ ରହିଛି। କେବଳ ୬ଟି ଶେୟାର ଭଲ କାରବାର ହାସଲ କରିଛି।
ସାଧାରଣ ବଜେଟ ଆସିବା ପୂର୍ବରୁ ନିବେଶକ ପ୍ରଫିଟ ବୁକିଂ କରୁଥିବା ଶେୟାର ବଜାର ବିଶେଷଜ୍ଞ କହିଛନ୍ତି। ସେହିଭଳି ବିଦେଶୀ ନିବେଶକମାନେ ୭୫୬.୩୦ କୋଟି ଟଙ୍କାର ଶେୟାର ସୋମବାର ବିକି ଦେଇଛନ୍ତି। ଏସିଆର ଅନ୍ୟ ଶେୟାର ବଜାରଗୁଡିକରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଓ୍ବାଲ୍‌ଷ୍ଟ୍ରିଟ୍‌ରେ ରେକର୍ଡ ନିମ୍ନ ସ୍ତରକୁ ଖସିବା ପରେ ନିବେଶକ ବର୍ତ୍ତମାନ ସତର୍କତା ଅବଲମ୍ବନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri