ନିବେଶକଙ୍କ କ୍ଷତି ୮ ଲକ୍ଷ କୋଟି

ମୁମ୍ବାଇ: ଗତ ୪ ସେସନ ହେବ ଭାରତୀୟ ପୁଞ୍ଜିବଜାରରେ କାରବାର ପ୍ରଭାବିତ ହୋଇ ରହିଛି। ଫଳରେ ନିବେଶକଙ୍କ କ୍ଷତି ୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନସେକ୍ସ ୯୩୭.୬୬ ପଏଣ୍ଟ (୧.୯୪%) ହ୍ରାସ ହୋଇ ୪୭,୪୦୯.୯୩ ପଏଣ୍ଟକୁ ଖସିଛି। ଗତ ୪ ସେସନରେ ସେନ୍‌ସେକ୍ସ ୨୩୮୨.୧୯ ପଏଣ୍ଟ (୪.୭୮%) ହ୍ରାସ ହୋଇଛି। ଫଳରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୮.୦୭ ଲକ୍ଷ କୋଟି ଟଙ୍କା ଖସିବା ଯୋଗୁ ୧୮୯ ଲକ୍ଷ କୋଟି ଟଙ୍କାକୁ ହ୍ରାସ ହୋଇଛି।
ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍ଟି ୨୭୧.୪୦ ପଏଣ୍ଟ(୧.୯୧%) ହ୍ରାସ ହୋଇ ୧୩,୯୬୭.୫୦ ପଏଣ୍ଟରେ ବନ୍ଦ ହୋଇଛି। ଗତ ୪ ସେସନରେ ନିଫ୍ଟି ୬୭୭.୨୦ ପଏଣ୍ଟ ହ୍ରାସ ହୋଇଛି। ବଜେଟ ଆସିବା ଆଗରୁ ଗତ ୨ ସେସନରେ ଭାରତୀୟ ପୁଞ୍ଜିବଜାରରେ ଏଭଳି ଅସ୍ଥିରତା ଦେଖାଯାଇଛି। ବଜାର ଉପରେ ନିବେଶକମାନେ ଏବେ ତୀକ୍ଷ୍‌ଣ ନଜର ରଖିଛନ୍ତି। ବୁଧବାର କାରବାରରେ ସେନ୍‌ସେକ୍ସରେ ଆକ୍ସିସ ବ୍ୟାଙ୍କ, ଟାଇଟାନ, ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କ, ଡ.ରେଡିସ୍‌, ଏଚ୍‌ଡିଏଫ୍‌ସି ଏବଂ ଏସିଆନ ପେଣ୍ଟସର କାରବାର ବେଶି କ୍ଷତି ହୋଇଛି। ଏହି କମ୍ପାନୀଗୁଡିକର ଶେୟାର କାରବାର ୪% ହ୍ରାସ ପରିଲକ୍ଷିତ ହୋଇଛି। ସ୍ମଲ କ୍ୟାପ୍‌ ଏବଂ ମିଡ୍‌ କ୍ୟାପ୍‌ ସୂଚୀ ୧.୩୮% ନିମ୍ନରେ ରହିଛି। ସେହିଭଳି ବିଭିନ୍ନ ସେକ୍ଟର ସୂଚୀ କଥା ବିଚାରକୁ ନେଲେ ବ୍ୟାଙ୍କିଙ୍ଗ୍‌ ଷ୍ଟକ୍‌ ୨.୯୩% ହ୍ରାସ ହୋଇଛି। ଏହାବାଦ ଫାଇନାନ୍ସ ୨.୭୨%, ମେଟାଲ ୨.୫୪%, ରିୟଲ ଇଷ୍ଟେଟ ୨.୨୮% ଏବଂ ଅଟୋ ସେକ୍ଟର ୨.୧୧% ଖସିଛି। ସେନ୍‌ସେକ୍ସର ୨୪ଟି ଶେୟାର କାରବାର ନକାରାତ୍ମକ ରହିଛି। କେବଳ ୬ଟି ଶେୟାର ଭଲ କାରବାର ହାସଲ କରିଛି।
ସାଧାରଣ ବଜେଟ ଆସିବା ପୂର୍ବରୁ ନିବେଶକ ପ୍ରଫିଟ ବୁକିଂ କରୁଥିବା ଶେୟାର ବଜାର ବିଶେଷଜ୍ଞ କହିଛନ୍ତି। ସେହିଭଳି ବିଦେଶୀ ନିବେଶକମାନେ ୭୫୬.୩୦ କୋଟି ଟଙ୍କାର ଶେୟାର ସୋମବାର ବିକି ଦେଇଛନ୍ତି। ଏସିଆର ଅନ୍ୟ ଶେୟାର ବଜାରଗୁଡିକରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଓ୍ବାଲ୍‌ଷ୍ଟ୍ରିଟ୍‌ରେ ରେକର୍ଡ ନିମ୍ନ ସ୍ତରକୁ ଖସିବା ପରେ ନିବେଶକ ବର୍ତ୍ତମାନ ସତର୍କତା ଅବଲମ୍ବନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri