ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି। ମହାସାଗରେ ନିବେଶ କ୍ଷେତ୍ରରେ ଶେଷ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ଉତ୍ସାହପ୍ରଦ। ଏକ ସହନୀୟ ତଥା ସ୍ଥାୟୀ ବ୍ଲୁ ଇକୋନୋମୀ (ମହାସାଗର ଓ ଉପକୂଳ ସମ୍ବଳକୁ ବ୍ୟବହାର କରି ଆର୍ଥିକ ଅଭିବୃଦ୍ଧି ଆପଣଉଥିବା ଅର୍ଥ ବ୍ୟବସ୍ଥା)ରେ ନିବେଶ କରିବାରେ ଅତ୍ୟଧିକ ପରିବେଶଗତ, ସାମାଜିକ ଓ ଆର୍ଥିକ ଲାଭ ରହିଛି। ମହାସାଗରକୁ ଏକ ମୁକ୍ତ ଉପଲବ୍ଧ ସମ୍ବଳ ଭାବେ ବ୍ୟବହାର କରାଯାଇଆସିଛି। ସେଥିରୁ ମାଛ ଧରାଯାଉଛି। ତାହାକୁ ପ୍ରଦୂଷିତ କରାଯିବା ସହ ତାହାର ସୁରକ୍ଷା କଥା ଦିଗକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଏବକାର ଏହି ଦୃଷ୍ଟିକୋଣ ବିପଜ୍ଜନକ ତଥା କ୍ଷତିକାରକ। ଜୈବ ବିବିଧତାର ପ୍ରମୁଖ ସ୍ଥଳ ଏବଂ ସର୍ବାଧିକ ଅଙ୍ଗାରକ ଶୋଷଣ କରୁଥିବା ମହାସାଗର ଜଳବାୟୁ ନିୟନ୍ତ୍ରଣ କରିବା ସହ ପାଣିପାଗ ସ୍ଥିରତା, ଆର୍ଥିକ ଅଭିବୃଦ୍ଧି ଏବଂ ଖାଦ୍ୟ ପ୍ରଣାଳୀକୁ ମଜଭୁତ କରୁଛି। ସାମୁଦ୍ରିକ ପରିସଂସ୍ଥାକୁ ପୁନର୍ବାର ଦୃଢ଼ କରିବା ପାଇଁ ନୂଆ ଯୋଜନା ଓ ବିଜ୍‌ନେସ୍‌ ମଡେଲ ଆପଣାଇବା ଦ୍ୱାରା ମହାସାଗରକୁ ସୁରକ୍ଷିତ ରଖିବା ସହ ବ୍ୟବସ୍ଥାଗତ ଅସ୍ଥିରତା ଦୂର କରାଯାଇପାରିବ।
ସାମୁଦ୍ରିକ ପରିସଂସ୍ଥାଗୁଡ଼ିକ ହେଉଛି ଏକ ପ୍ରକାର ଉତ୍ପାଦନକ୍ଷମ ଆର୍ଥିକ ସମ୍ପତ୍ତି ଏବଂ ସମୟକ୍ରମରେ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଚାଲିଛି। ହେଲେ ସେଗୁଡ଼ିକୁ ଗୌଣ କରିଦିଆଯାଉଛି। ଓଇସିଡିର ମହାସାଗର ଅର୍ଥ ବ୍ୟବସ୍ଥା ୨୦୫୦ ରିପୋର୍ଟରୁ ଜଣାପଡ଼ିଛି ଯେ, ୧୯୯୫ରୁ ୨୦୨୦ ମଧ୍ୟରେ ମହାସାଗର ଅର୍ଥ ବ୍ୟବସ୍ଥା ବଢ଼ି ଦୁଇଗୁଣ ହୋଇଛି। ବୈଶ୍ୱିକ ଜିଡିପିକୁ ଏହାର ଯୋଗଦାନ ୨.୬ ଟ୍ରିଲିୟନ ଆମେରିକୀୟ ଡଲାର ରହିଆସିଛି ଏବଂ ଏଥିରେ ୧୦୦ ମିଲିୟନରୁ ଅଧିକ ଲୋକ ନିଯୁକ୍ତ ହୋଇଛନ୍ତି। ଯଦି ଏହା ଏକ ଦେଶ ହୋଇଥାଆନ୍ତା, ତେବେ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା ହୋଇ ପାରିଥାନ୍ତା। ଜୁଆର ଓ ପବନରୁ ଅକ୍ଷୟଶକ୍ତି ଉତ୍ପାଦନ, ସ୍ଥାୟୀ ଜଳକୃଷି, ଅଙ୍ଗାରକ ପୃଥକୀକରଣ ଏବଂ ସାମୁଦ୍ରିକ ଟେକ୍‌ନୋଲୋଜି ଶୀଘ୍ର ଅଭିବୃଦ୍ଧି ଆଣିବାକୁ ପ୍ରସ୍ତୁତ ରହିଛି। ଭବିଷ୍ୟତରେ ଲାଭ ଆଶା କରୁଥିବା ନିବେଶକମାନେ ମହାସାଗରକୁ ନୂତନତ୍ୱ ଏବଂ ଜଳବାୟୁ ମୁକାବିଲା କ୍ଷେତ୍ରରେ ନିର୍ଣ୍ଣାୟକ କାର୍ଯ୍ୟ କରିବା ଦରକାର। ତେବେ ଜରୁରୀ ପଦକ୍ଷେପ ନିଆ ନ ଗଲେ ସୁଯୋଗ ହାତଛଡ଼ା ହୋଇଯିବ। ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ୍‌ ଫର୍‌ ନେଚର ଏବଂ ଓସେନ ରିସ୍କ ଆଣ୍ଡ୍‌ ରିଜିଲାନ୍ସ ଆକ୍ସନ ଆଲିଆନ୍ସ ଆଣ୍ଡ ମେଟାବୋଲିକ୍‌ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାଯାଏ ଯେ, ମହାସାଗରର ଅଧୋଗତି ହୋଇ ଚାଲିିଲେ ବୈଶ୍ୱିକ ସ୍ତରରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର କ୍ଷତି ଆସନ୍ତା ୧୫ ବର୍ଷରେ ୮.୫ ଟ୍ରିଲିୟନ ଡଲାର ହୋଇପାରେ। ବ୍ୟବସାୟିକ ମାଛଧରା, ଉପକୂଳ ରିୟଲ ଇଷ୍ଟେଟ୍‌, ପର୍ଯ୍ୟଟନ, ସାମୁଦ୍ରିକ ଭିତ୍ତିଭୂମି ଏବଂ ବନ୍ଦରଗୁଡ଼କ ଅତ୍ୟଧିକ ପ୍ରଭାବିତ ହେବେ। ଏକ ଅଧିକ ନିରନ୍ତର ପଦ୍ଧତି ଗ୍ରହଣ କରାଗଲେ ଏହି କ୍ଷତି ୫.୧ ଟ୍ରିଲିୟନ ଡଲାରକୁ ହ୍ରାସ ପାଇପାରିବ।
ନିବେଶକମାନେ ଜଳବାୟୁ ଓ ଜୈବ ବିବିଧତା ବିପଦ ପ୍ରତି ପ୍ରତିକ୍ରିୟା ବ୍ୟକ୍ତ କରୁଛନ୍ତି। ତଥାପି ଏବେ ସୁଦ୍ଧା ସେମାନେ ସାମୁଦ୍ରିକ ପରସଂସ୍ଥାର ପୁନରୁଦ୍ଧାର ଓ ପୁନର୍ଜୀବିତ କରିବା ପାଇଁ ବହୁ ଟ୍ରିଲିୟନ ଡଲାରର ଏକ ମହାସାଗର ଅର୍ଥ ବ୍ୟବସ୍ଥାର ସୁଯୋଗରୁ ଲାଭ ଉଠାଇ ପାରିନାହାନ୍ତି। ମୋଟ ନିବେଶର ୦.୦୧ ପ୍ରତିଶତରୁ କମ୍‌, ଅନ୍ତର୍ଜାତୀୟ ସହାୟତା ପାଣ୍ଠିର ୧%ରୁ କମ୍‌ ଏବଂ ସରକାରୀ ବିକାଶ ସହାୟତାର ୧%ରୁ କମ୍‌ ମହାସାଗର ଅର୍ଥ ବ୍ୟବସ୍ଥାକୁ ଯାଏ। ପ୍ରଥମରୁ ଛୋଟ ବ୍ୟବସାୟକୁ ଦିଆଯାଉଥିବା ପ୍ରାରମ୍ଭିକ ପୁଞ୍ଜିର ମଧ୍ୟ ଅଭାବ ରହିଛି। ଉଦାହରଣ ସ୍ବରୂପ, ସାମୁଦ୍ରିକ ଅକ୍ଷୟ ଶକ୍ତି ଉତ୍ପାଦନ କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ୨୦୨୩ରେ କେବଳ ୩୦୦ ମିଲିୟନ ଡଲାର ପାଇଛନ୍ତି। ଏପରିକି ଭାସମାନ ଓ୍ବିଣ୍ଡ୍‌ ଟର୍ବାଇନ ବୃଦ୍ଧି ଏବଂ ଜୁଆର ଓ ପବନରୁ ଅଧିକ ଶକ୍ତି ପାଇବା ପାଇଁ ବାର୍ଷିକ ନିବେଶ ୩୨ ଟ୍ରିଲିୟନ ଡଲାର ଦରକାର। ଏହା ୨୦୫୦ ସୁଦ୍ଧା କାର୍ବନ ନିର୍ଗମନ ହ୍ରାସ କରିବାରେ ବି ସାହାଯ୍ୟ କରିବ। ଏକ ଉନ୍ନତ ବଜାର, ବିକଶିତ ଉପକୂଳ ସମୁଦାୟ ଏବଂ ସମୃଦ୍ଧ ମହାସାଗର ପରିସଂସ୍ଥାର ଏକ ଭଲ ଚକ୍ର ସୃଷ୍ଟି କରୁଥିବା ଭବିଷ୍ୟତ ବିଷୟରେ ଚିନ୍ତା କରିବା କଷ୍ଟକର ନୁହେଁ। ଯଦି ସାମୁଦ୍ରିକ ଜୀବଙ୍କୁ ଶିଳ୍ପ ପ୍ରଦୂଷଣମୁକ୍ତ କରାଯାଏ, ଅନିୟନ୍ତ୍ରିତ ମାଛଧରା ବନ୍ଦ କରାଯାଏ ଏବଂ ଏକ ଉତ୍ତରଦାୟୀ ଜଳକୃଷି ଉପରେ ଗୁରୁତ୍ୱ ଦିଆଯାଏ, ତେବେ ନିରନ୍ତର ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ସମ୍ଭବ ହେବ। କିନ୍ତୁ ନିବେଶକମାନେ ପରିବର୍ତ୍ତନ ଆଣିବାକୁ ଆଗକୁ ବଢ଼ୁନାହାନ୍ତି। ସ୍ବଳ୍ପ ମିଆଦୀ ଲାଭ ଆଶା ଏବଂ ଦୀର୍ଘ ମିଆଦୀ ମୂଲ୍ୟ ସୃଷ୍ଟି କରିବା ମଧ୍ୟରେ ଅସନ୍ତୁଳନ ରହୁଛି। କିନ୍ତୁ ଏବେ ୭ରୁ ୧୦ ବର୍ଷ ଅବଧିଯାଏ ସଂସ୍ଥାଗତ ପୁଞ୍ଜି ସୀମିତ ରହିଛି।
ଏହି ପରିପ୍ରେକ୍ଷୀରେ, ଯେଉଁ ବ୍ୟକ୍ତିମାନଙ୍କ ମୋଟ ସମ୍ପତ୍ତି ୨୦୨୪ରେ ୯୦.୫ ଟ୍ରିଲିୟନ ଡଲାରରେ ପହଞ୍ଚତ୍ଛି, ସେମାନେ ଏକ ଅପ୍ରଯୁକ୍ତ ନିବେଶକ ଆଧାରର ପ୍ରତିନିଧିତ୍ୱ କରନ୍ତି। ତେବେ ସମ୍ପତ୍ତି ଆବଣ୍ଟନର ପୁନର୍ଗଠନ କରି ଆସନ୍ତା ଦୁଇ ଦଶନ୍ଧିରେ ଆର୍ଥିକ ପ୍ରଭାବଶାଳୀ ଏଇ ବ୍ୟକ୍ତିମାନେ ସେମାନଙ୍କ ପିଲା ଓ ନାତିଙ୍କୁ ୮୩ ଟ୍ରିଲିୟନ ଡଲାର ହସ୍ତାନ୍ତର କରିବେ ବୋଲି ଆଶା କରାଯାଏ। ଏମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ପରିବାର ମାଧ୍ୟମରେ ସେମାନଙ୍କ ସମ୍ପତ୍ତି ପରିଚାଳନା କରିଥାନ୍ତି, ଯେଉଁଥିପାଇଁ ସବୁ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା ସକାଶେ ସେମାନେ ଭଲ ସ୍ଥିତିରେ ଅଛନ୍ତି। ମହାସାଗର ଅର୍ଥ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଲାଗି ପଦକ୍ଷେପ ନେଇ ଲାଭ ପାଇବା ନିମନ୍ତେ ସେମାନଙ୍କ ନିକଟରେ ସାଧନ ଓ ଦକ୍ଷତା ରହିଛି। ଜୁନ୍‌ରେ ମୋନାକୋରେ ତୃତୀୟ ଜାତିସଂଘ ମହାସାଗର ସମ୍ମିଳନୀର ସ୍ବତନ୍ତ୍ର କାର୍ଯ୍ୟକ୍ରମ ବ୍ଲୁ ଇକୋନୋମୀ ଆଣ୍ଡ୍‌ ଫାଇନାନ୍ସ ଫୋରମ ମହାସାଗରରେ ସକାରାତ୍ମକ ପ୍ରୋଜେକ୍ଟଗୁଡ଼ିକରେ ନିବେଶ କ୍ଷମତାକୁ ପ୍ରଦର୍ଶନ କରିଥିଲା। ବ୍ରାଜିଲର ବେଲେମ୍‌ରେ ଆୟୋଜିତ ଜାତିସଂଘ ଜଳବାୟୁ ସମ୍ମିଳନୀ ସେହି ଦୃଷ୍ଟିକୋଣକୁ ପ୍ରତିପାଦିତ କରିବା ସହ ମହାସାଗରକୁ ଏକ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ନିୟନ୍ତ୍ରକ ଏବଂ ଗୁରୁତ୍ୱପୂର୍ଣ୍ଣ ନିବେଶ ସୁଯୋଗ ଭାବେ ଦର୍ଶାଇଛି।
ଏହି ସୁଯୋଗରୁ ଲାଭ ଉଠାଇବାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସମର୍ଥନ ଲୋଡ଼ା। ମହାସାଗର ପାଣ୍ଠି ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ତଥା ମୌଳିକ ଢାଞ୍ଚା ପ୍ରସ୍ତୁତ କରିବାକୁ ପଡ଼ିବ। ମହାସାଗରକୁ ପୁନର୍ଗଠନ କରିବା ସହ ଏହା ଶକ୍ତିକୁ ବୃଦ୍ଧି କରିବା ପାଇଁ ନିବେଶକୁ ଚାହିଁ ଏକ ବିଜ୍‌ନେସ୍‌ ମଡେଲ ଆପଣାଇବାକୁ ହେବ। ସମ୍ମିଳିତ ବିତ୍ତୀୟ ବ୍ୟବସ୍ଥା, ରିହାତି ପୁଞ୍ଜି ଯୋଗାଣ ସବୁ ଦିଗରେ ନିବେଶକଙ୍କୁ ସାହାଯ୍ୟ କରିବ। ମହାସାଗର ସୁରକ୍ଷା ଏକ ନୈତିକ ଆବଶ୍ୟକତା ଏବଂ ଏହା ମଧ୍ୟ ଏକ ସ୍ମାର୍ଟ ବିତ୍ତୀୟ ରଣନୀତି। ମହାସାଗରର ପରିସଂସ୍ଥା ଓ ଉପକୂଳ ସମୁଦାୟଗୁଡ଼ିକ ଉପରେ ନିବେଶ ହେଉଛି ଆଗାମୀ ଦିନର ସୁରକ୍ଷା କବଚ। ଯେଉଁମାନେ ଆରମ୍ଭରୁ ପଦକ୍ଷେପ ନେଇଛନ୍ତି, ସେମାନେ ପ୍ରକ୍ରିୟା ସ୍ଥିର କରିବା ସହ ମାନକ ନିର୍ଦ୍ଧାରଣ କରିବେ ଏବଂ ଲାଭ ପାଇବେ। ‘ସୁସ୍ଥ ମହାସାଗର ହିଁ ସୁସ୍ଥ ପୃଥିବୀ’- ଏହା ହେଉଛି ସବୁ ଆର୍ଥିକ ମୂଲ୍ୟର ଆଧାର। ତେବେ ପ୍ରଶ୍ନ ହେଉଛି ଧନିକଙ୍କ ପରିବାର, ସହାୟତା ଯୋଗାଉଥିବା ବ୍ୟକ୍ତି ବା ସଂସ୍ଥା, ପେନ୍‌ସନ ଫଣ୍ଡ୍‌ କିମ୍ବା ଅନ୍ୟ ଘରୋଇ ନିବେଶ ସଂସ୍ଥାଗୁଡ଼ିକରେ ଥିବା ପୁଞ୍ଜି ପରିଚାଳନାକାରୀମାନେ କିଭଳି ବ୍ଲୁ ଇକୋନୋମୀ ସହ ଜଡ଼ିତ ହେବା ଦରକାର।

ପିଟର ବ୍ରିୟାଣ୍ଟ

ଓସେନ୍‌ ପ୍ରୋଗ୍ରାମ୍‌ ଡାଇରେକ୍ଟର, ବିଲ୍ଡର୍ସ ଭିଜନ
(ଇନ୍‌ଭେଷ୍ଟିଂ ପ୍ଲାଟଫର୍ମ)

ସିନ୍ଦ୍ରେ ଓଷ୍ଟଗାର୍ଡ

ମ୍ୟାନେଜିଂ ପାର୍ଟନର,
ଓ୍ବି ଆର୍‌ ହ୍ୟୁମ୍ୟାନ୍‌
(କ୍ୟାପିଟାଲ ଫାର୍ମ)

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri