ମହିଳାଙ୍କ ପାଇଁ ନିବେଶ

ମାର୍‌ଜୁଟ ଫାକ୍‌ଷ୍ଟେଡ୍‌

ବିକାଶଶୀଳ ଦେଶଗୁଡ଼ିକରେ କୃଷି ଶ୍ରମଶକ୍ତିର ୪୩ ପ୍ରତିଶତ ମହିଳା ହୋଇଥିଲେ ମଧ୍ୟ ଏହି କ୍ଷେତ୍ରରେ ନିବେଶ ମାତ୍ର ୭ ପ୍ରତିଶତ ପାଖାପାଖି ରହିଛି । ଜାତିସଂଘର ଫୁଡ୍‌ ଆଣ୍ଡ୍‌ ଏଗ୍ରିକଲ୍‌ଚର(ଏଫ୍‌ଏଓ) ଅନୁଯାୟୀ, ମହିଳା କୃଷକଙ୍କ ପାଇଁ ଅଧିକ ନିବେଶ କରାଗଲେ କୃଷି ଉପତ୍ାଦ ୩୦% ପର୍ଯ୍ୟନ୍ତ ବୃଦ୍ଧି ହେବ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ୨୦୩୦ ସୁଦ୍ଧା ଉପତ୍ାଦନ ହ୍ରାସ ପାଇବ ବୋଲି ଯାହା ଅନୁମାନ କରାଯାଉଛି ତାହାକୁ ଏହା ରୋକିପାରିବ। ଜଳବାୟୁ ସହ ଓ ଲିିଙ୍ଗଗତ ସମ୍ପର୍କ ରହିଛି ବୋଲି ଏଫ୍‌ଏଓ ସୂଚିତ କରୁଛି। ମହିଳାଙ୍କ ଜୀବିକା ମୁଖ୍ୟତଃ ଜଙ୍ଗଲ, ନଦୀ, ହ୍ରଦ, ମହାସାଗର ଉପରେ ନିର୍ଭର କରେ। ଏହି ସଂସାଧନ ସମ୍ପର୍କରେ ସେମାନଙ୍କ ଜ୍ଞାନ ଅଛି ଓ ଏଗୁଡ଼ିକର ସଂରକ୍ଷଣ କରିବାରେ ସେମାନେ ନେତୃତ୍ୱ ନେଇପାରିବେ। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଯନ୍ତ୍ରଣା ଭୋଗିଥାଆନ୍ତି। ଜଳବାୟୁ ମହିଳାଙ୍କ ଜୀବନକୁ ସାଂଘାତିକ ଭାବେ ପ୍ରଭାବିତ କରୁଥିବାବେଳେ ଏ ସମ୍ପର୍କିତ ଉଚ୍ଚସ୍ତରୀୟ ଆଲୋଚନା କିମ୍ବା ନୀତଗତ ଯୋଜନାଗୁଡ଼ିକରେ ସେମାନଙ୍କ ସ୍ଥିତି, ଆବଶ୍ୟକତା ଏବଂ ଦୃଷ୍ଟିକୋଣକୁ କ୍ୱଚିତ ବିଚାରକୁ ନିଆଯାଏ। ଏହା ଅନ୍ୟାୟ ଏବଂ ଅଦୂରଦର୍ଶୀ କାର୍ଯ୍ୟ। ମହିଳାମାନେ ଉପଭୋକ୍ତା, ସାମାଜିକ ନେତୃତ୍ୱ, ଶ୍ରମିକ ଏବଂ ଏଣ୍ଟରପ୍ରିନ୍ୟୁୟର କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିତ୍ବାରୁ କ୍ଲାଇମେଟ ପ୍ରୋଜେକ୍ଟ ବା ଜଳବାୟୁ କାର୍ଯ୍ୟକ୍ରମଗୁଡ଼ିକର ସଫଳତା ପାଇଁ ଏମାନଙ୍କ ସହଯୋଗ ଆବଶ୍ୟକ। ଆମେ ମଧ୍ୟ ଜାଣୁ ଯେ,ଏସବୁ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ନିବେଶ କରିବା ଏକ ଭଲ ବିଜ୍‌ନେସ। ଯେଉଁ ଉଦ୍ୟୋଗୁଡ଼ିକରେ ନେତୃତ୍ୱର ପଦବୀଗୁଡ଼ିକରେ ଅତିକମ୍‌ରେ ଅଧା ମହିଳା ରହିଥାଆନ୍ତି ସେଗୁଡ଼ିକର ଉପତ୍ାଦ ବିକ୍ରିରେ ଉଚ୍ଚ ଅଭିବୃଦ୍ଧି ହେବା ସହ ଅଧିକ ଲାଭଦାୟକ ହୋଇଥାଏ ଓ ଖଟାଇଥିବା ପୁଞ୍ଜିରୁ ଭଲ ଲାଭ ପାଇଥାଆନ୍ତି। କଞ୍ଜୁମର ବାଇଂ ଡିସିଶନ (ଚାହଁୁଥିତ୍ବା ଜିନିଷ କିଣିବା ପୂର୍ବରୁ ତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା, ଅନ୍ୟ ସାମଗ୍ରୀ ସହ ତୁଳନାରେ ଲାଭ ପାଇବାର ନିଷ୍ପତ୍ତି ) ପ୍ରାୟ ୮୦ % ମହିଳାମାନେ ନେଉଥିବାରୁ ଅଧିକ ମହିଳା ଥିତ୍ବା ଉଦ୍ୟୋଗଗୁଡ଼ିକ ବହୁ ସମୟରେ ଉତ୍ତମ ବିକ୍ରି ଯୋଗ୍ୟ ଜିନିଷ ଉପତ୍ାଦନ କରିଥାଆନ୍ତି। ମହିଳାମାନଙ୍କୁ ଶ୍ରମିକଠାରୁ ଆରମ୍ଭ କରି ଶୀର୍ଷ ପଦବୀଗୁଡ଼ିକରେ ଅବସ୍ଥାପିତ କରିବାରେ ନିବେଶ କଲେ ଉତ୍ତମ ଜଳବାୟୁ ପରିଣାମ ମଧ୍ୟ ମିଳିପାରିବ। ବିଜ୍‌ନେସ ଆରମ୍ଭ କରିବାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ତା’ର ସ୍ଥାୟିତ୍ୱ ତଥା ପରିବେଶ ଉପଯୋଗୀ ଦିଗ ପ୍ରତି ଅଧିତ୍କ ଧ୍ୟାନଦେବା ସମ୍ଭାବନା ରହିଛି। ଯେଉଁ କମ୍ପାନୀଗୁଡ଼ିକର ବୋର୍ଡରେ ମହିଳାମାନେ ଥିବେ ସେଗୁଡ଼ିକର ଶକ୍ତି ଦକ୍ଷତାରେ ଉନ୍ନତି ଆସିବା, କ୍ଷତି କମ୍‌ ହେବାର ଅଧିକ ସମ୍ଭାବନା ରହିଥାଏ। ଏହା ସହ ଅକ୍ଷୟ ଶକ୍ତି ଉପତ୍ାଦନରେ ନିବେଶ ମଧ୍ୟ ବଢ଼ିଥାଏ। ସେହିଭଳି ୫ ବର୍ଷରୁ ଅଧିକ ସମୟ ଧରି ବୋର୍ଡରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରୁଥିବା ଫାର୍ମଗୁଡ଼ିକ ସେମାନଙ୍କ ଶକ୍ତି ଉପଯୋଗର ତୀବ୍ରତା ୬୦% କମାଇବା, ସବୁଜ ଗୃହ ବାଷ୍ପ ନିର୍ଗମନ ୩୯% ହ୍ରାସ କରିବା ଏବଂ ଜଳ ଉପଯୋଗ ୪୬ %କମାଇବାର ଅଧିକ ସମ୍ଭାବନା ରହିଥିବା ଜଣାପଡ଼ିଛି।
କମ୍ପାନୀଗୁଡ଼ିକରେ ଏବେ ନିବେଶକଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେମାନେ କେବଳ ସେଗୁଡ଼ିକର ଆର୍ଥିକ ସଫଳତାକୁ ଆଧାର କରି ମୂଲ୍ୟାଙ୍କନ କରୁନାହାନ୍ତି, ବରଂ ପରିବେଶଗତ ଏବଂ ଜୈବବିବିଧତା ପ୍ରତିବଦ୍ଧତା ଓ ଲିଙ୍ଗଗତ ସମାନତା ବୃଦ୍ଧି କରିବାର ପ୍ରୟାସକୁ ବିଚାରକୁ ନେଉଛନ୍ତି। ଜୈବବିବିଧତା ଉପରେ ନିବେଶ କରୁଥିବା ଲାଟିନ ଆମେରିକାର ଇକୋ ଏଣ୍ଟରପ୍ରାଇଜେସ୍‌ କମ୍ପାନୀ ସେଭଳି କ୍ଷେତ୍ରରେ ନିବେଶକଙ୍କୁ ଉତ୍ସାହିତ କରୁଛି। କିଭଳି ଭଲ ପରିଣାମ ମିଳିବ ତାହା ଉପରେ ଗୁରୁତ୍ୱ ଦେଉଛି। କୌଣସି ଅଞ୍ଚଳରେ କିପରି ଭଲଭାବେ କାର୍ଯ୍ୟ କରିବେ ଓ ଗ୍ରାମାଞ୍ଚଳରେ ମହିଳାଙ୍କ ସକାଶେ ଆର୍ଥିକ ସୁଯୋଗ ସୃଷ୍ଟି କରିପାରିବେ, ସେଥିପାଇଁ ପରିବେଶ ଉପଯୋଗୀ ବିଜ୍‌ନେସଗୁଡ଼ିକୁ ସାହାଯ୍ୟ କରିବାରେ ତାହାର ଉତ୍ତମ ରେକର୍ଡ ମଧ୍ୟ ରହିଛି।
ଇକୋଏଣ୍ଟରପ୍ରାଇଜେସ୍‌ର ମାଲିକ ହେଉଛନ୍ତି ଟାମି ନ୍ୟୁମାର୍କ । ଏହି ମହିଳା ଜଣକ ଫାର୍ମକୁ ଠିକ୍‌ ବାଟରେ ନେଇ ଚାଲିଛନ୍ତି। ଏହାର ପରିଚାଳନା ଟିମ୍‌ର ସମସ୍ତ ସଦସ୍ୟ ପ୍ରାୟ ମହିଳା। ଏହି ଫାର୍ମ ଏବେ ସୁଦ୍ଧା ତିନୋଟି ନିବେଶ ପାଣ୍ଠି ପାଇଁ ଟଙ୍କା ଯୋଗାଡ଼ କରିଛି। ତୃତୀୟ ପାଣ୍ଠିରେ ୟୁରୋପିଆନ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ବ୍ୟାଙ୍କ୍‌ (ଇଆଇବି) ପାଖାପାଖି ୨୦ ମିଲିୟନ ଡଲାର ନିବେଶ କରିଛି। ଏବେ ତୃତୀୟ ପାଣ୍ଠି ଏହାର ପୁଞ୍ଜିର ୧୫% ମହିଳା ମାଲିକାନା କିମ୍ବା ମହିଳାଙ୍କ ଦ୍ୱାରା ପରିଚାଳିତ କମ୍ପାନୀଗୁଡ଼ିକୁ ଆବଣ୍ଟନ କରିବ ଏବଂ ତା’ ନିବେଶ ଓ ଅଂଶଧନ ନିୟମ ମୁତାବକ ଫାର୍ମଗୁଡ଼ିକୁ ସେମାନଙ୍କ ଚାକିରିର ୫୦%ରେ ମହିଳାଙ୍କୁ ନିଯୁକ୍ତି ଦେବାକୁ ପ୍ରେରିତ କରିବ ବୋଲି ସ୍ଥିର କରିଛି। ଏହିସବୁ ଲକ୍ଷ୍ୟରୁ ବୁଝାପଡ଼ୁଛି , ୨ଏକ୍ସ ଚ୍ୟାଲେଞ୍ଜ (ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ଶକ୍ତି ବୃଦ୍ଧି କରି ଅର୍ଥନୈତିକ କ୍ଷେତ୍ରରେ ସେମାନଙ୍କ ଯୋଗଦାନ ନିଶ୍ଚିତ କରିବା)ରେ ଏହି ପାଣ୍ଠି ନିଜକୁ ଯୋଗ୍ୟ ସାବ୍ୟସ୍ତ କରିପାରିଛି। ୨ଏକ୍ସ ଚ୍ୟାଲେଞ୍ଜ ଭଳି ବୈଶ୍ୱିକ ଅଭିଯାନ ଇଆଇବି ଗଠନ ହେବା ପରଠାରୁ ଚାଲୁ ରଖିଛି ଏବଂ ଆଗକୁ ମହିଳାମାନଙ୍କ ଆର୍ଥିକ ଭାଗୀଦାରି ବୃଦ୍ଧି କରିବା ପାଇଁ ୧୫ ବିଲିୟନ ଡଲାର ପାଣ୍ଠି ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛି।
କଲମ୍ବିଆରେ ଏକ ଜୈବିକ ଫଳ ବଗିଚାରେ ଇକୋଏଣ୍ଟରପ୍ରାଇଜେସ୍‌ ନିବେଶ କରିଛି। ଏହାର ପୁରୁଷ ପ୍ରାଧାନ୍ୟ ଶ୍ରମଶକ୍ତିରେ ଏକ ସମନ୍ବୟ ସ୍ଥିତି ଆଣିବା ପାଇଁ ମହିଳାମାନଙ୍କୁ ନିଯୁକ୍ତି ଦେଉଛି ଏବଂ ମୁଖ୍ୟ ମାନବ ସମ୍ବଳ ଓ ମୁଖ୍ୟ ପରିଚାଳନା ଅଧିକାରୀ ଭଳି ବରିଷ୍ଟ ପଦବୀକୁ ଦୁଇ ଜଣ ମହିଳାଙ୍କୁ ପଦୋନ୍ନତି ଦେଇଛି। ଦ୍ରୁତ ଅଭିବୃଦ୍ଧି ପଥରେ ଥିବା କଲମ୍ବିଆର ଇକୋଫ୍ଲୋରା କେୟାର୍ସରେ ଇକୋଏଣ୍ଟରପ୍ରାଇଜେସ୍‌ ମଧ୍ୟ ନିବେଶ କରିଛି। ଖାଦ୍ୟ ଓ ପ୍ରସାଧନ ଶିଳ୍ପଗୁଡ଼ିକ ପାଇଁ ଏହା ପରିବେଶ ଉପଯୋଗୀ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରୁଛି। ଏହାର ପ୍ରତିଷ୍ଠାତା ସାଣ୍ଡ୍ରା ଜାପାଟା ଯୋଗାଣ ନେଟ୍‌ଓ୍ବର୍କରେ ଅଧିକ ମହିଳାଙ୍କୁ ସାମିଲ କରି କମ୍ପାନୀକୁ ସମ୍ପ୍ରସାରିତ କରୁଛନ୍ତି। ଜୈବବିବଧତା ଏବଂ ଲିଙ୍ଗଗତ ସମାନତା କିଭଳି ଅନୁପୂରକ ହୋଇପାରନ୍ତି ତାହା ଏଭଳି ନିବେଶଗୁଡ଼ିକରୁ ସ୍ପଷ୍ଟ ହେଉଛି। ଏକାବେଳକେ ଏହି ଦୁଇଟି ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଫଳରେ ବିପଦ କମିବା ସହ ପ୍ରୋଜେକ୍ଟର ପ୍ରଭାବ ବୃଦ୍ଧି ପାଉଛି। ଯଦି ଠିକ୍‌ ଭାବେ ଧ୍ୟାନ ରଖାଯାଏ ତେବେ ଜଳବାୟୁ ପରିବର୍ତ୍ତନ ପ୍ରୋଜେକ୍ଟଗୁଡ଼ିକ ମହିଳାଙ୍କ ଦକ୍ଷତା କ୍ଷେତ୍ରରେ ନିବେଶ କରିବା ପାଇଁ ସୁଯୋଗ ଯୋଗାଇଦେବ। ଆଗାମୀ ବର୍ଷଗୁଡ଼ିକରେ ଗୀନ୍‌ ଇକୋନୋମି ବା ପରିବେଶ ଉପଯୋଗୀ ସବୁଜ ଅର୍ଥନୀତି ଲକ୍ଷ ଲକ୍ଷ ଚାକିରି ସୃଷ୍ଟି କରିବ ବୋଲି ଆଶା କରାଯାଏ। ନୂଆ ସୁଯୋଗଗୁଡ଼ିକୁ ଉପଯୋଗ କରିବାରେ ମହିଳାମାନଙ୍କର କୌଶଳ ଦକ୍ଷତା ରହିଛି ବୋଲି ଏହା ନିଶ୍ଚିତ କରିବ । ଶ୍ରମ ବଜାରରେ ଦୀର୍ଘଦିନର ଅସମାନତା ଓ ଆୟ କ୍ଷେତ୍ରରେ ଲିଙ୍ଗଗତ ପାର୍ଥକ୍ୟକୁ କମ୍‌ କରିପାରିବ। କିନ୍ତୁ ଏହି ସୁଯୋଗ ଯୋଗାଇ ଦେବାକୁ ହେଲେ ସବୁ ପ୍ରକାର ଚାକିରି ଏବଂ ପଦୋନ୍ନତି କ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳ ନୀତିଗୁଡ଼ିକୁ ସାମିଲ କରିବାକୁ ପଡ଼ିବ।
ବିଶ୍ୱ ସ୍ତରରେ ମହିଳାଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କ୍ଷେତ୍ରରେ ସେମାନଙ୍କ ଭାଗୀଦାରି ବଢ଼ାଇଲେ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ହୋଇପାରିବ। ଏହାର ଆବଶ୍ୟକତାକୁ ସ୍ବୀକାର କରି ଇଆଇବି ତା’ପ୍ରୋଜେକ୍ଟଗୁଡ଼ିକରେ ଲିଙ୍ଗଗତ ପ୍ରଭେଦ କମାଇ ମହିଳାଙ୍କ ଯୋଗଦାନ ବଢ଼ାଇବାରେ ଲାଗିଛି ଓ ୨ଏକ୍ସ ଚ୍ୟାଲେଞ୍ଜ ମାନଦଣ୍ଡ ପ୍ରୟୋଗ କରୁଛି। ୨୦୧୯ରୁ ନିବେଶଗୁଡ଼ିକରେ ମହିଳାଙ୍କ ନିଯୁକ୍ତି ଓ ମହିଳାଙ୍କ ଦ୍ୱାରା ପରିଚାଳିତ ଫାର୍ମଗୁଡ଼ିକରେ ନିବେଶ ସ୍ତର ନିର୍ଦ୍ଧାରଣ କରିବାରେ ଲାଗିଛି। ବିଶ୍ୱସ୍ତରରେ ଏଭଳି ମାନଦଣ୍ଡ ସ୍ବୀକୃତ ହୋଇପାରିଛି। ଏହା ଇଆଇବି ଓ ତା’ ଅଶୀଂଦାରମାନଙ୍କୁ ଲିଙ୍ଗଗତ ପ୍ରଭାବକୁ ଭଲ ଭାବେ ଆକଳନ କରିବାରେ ସାହାଯ୍ୟ କରୁଛି। ଏହାସହ ଇଆଇବି ନିକଟରେ ସିଡିସି ଗ୍ରୁପ୍‌, ଇଂଲଣ୍ଡର ଡେଭଲପ୍‌ମେଣ୍ଟ ଫାଇନାନ୍ସ ଇନ୍‌ଷ୍ଟିଚ୍ୟୁଶନ ଏବଂ ୟୁରୋପିଆନ ବ୍ୟାଙ୍କ୍‌ ଫର୍‌ ରିକନ୍‌ଷ୍ଟ୍ରକସନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ସହଯୋଗରେ ଜେଣ୍ଡର୍‌ ସ୍ମାର୍ଟ କ୍ଲାଇମେଟ ଫାଇନାନ୍ସ ପାଇଁ ଏକ ମାର୍ଗଦଶିର୍ର୍କା ପ୍ରସ୍ତୁତ କରିଛି। ଜଳବାୟୁ ନିବେଶରେ ମହିଳାମାନଙ୍କୁ ସାମିଲ କରିବା ଲାଗି କେଉଁ ଉପାୟ ଅବଲମ୍ବନ କରାଯିବ ସେ ସମ୍ପର୍କରେ ଏଥିରେ ପ୍ରକାଶ କରାଯାଇଛି। ଲିଙ୍ଗଗତ ପ୍ରଭେଦ ଦୂର କରି ଏକ ସମନ୍ବୟ ସ୍ଥିତି ଆଣିବା କେବଳ ଏକ ବଡ଼ କଥା ନୁହେଁ, ବରଂ ଏହା ମାନବଜାତି ପାଇଁ ଏକ ପରିବର୍ତ୍ତନକାରୀ ଘଟଣା ବୋଲି ନିକଟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି। ଜଳବାୟୁ ସଂସାଧନଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ପରିଚାଳନା କରିବା ଦ୍ୱାରା ଉଭୟ ବିଶ୍ୱତାପନ ଏବଂ ଲିଙ୍ଗଗତ ଅସମାନତାକୁ ଆୟତ୍ତ କରି ବିଶ୍ୱ ଲଗାତର ଆଖିତ୍ଦୃଶିଆ ବିକାଶ କରିପାରିବ।
ମହାସଚିବ, ୟୁରୋପିଆନ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ୍‌


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri