ପ୍ଲାଣ୍ଟ ବନ୍ଦ ବେଳେ ତଦନ୍ତ

ଯାଜପୁର ଅଫିସ,୪ା୭: ଜଳ ପ୍ରଦୂଷଣକୁ ନେଇ କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ୍‌ ଲିମିଟେଡ୍‌(ବିଆର୍‌ପିଏଲ୍‌) କାରଖାନାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦ୍ୱାରା ହୋଇଥିବା ତଦନ୍ତ ରିପୋର୍ଟ ଜୁଲାଇ ୧ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିକଟରେ ଦାଖଲ ହୋଇଛି। ଏହାସହ ଉକ୍ତ ରିପୋର୍ଟ ଉପରେ ଏସ୍‌ପିସିବିର ଆଇନ ଅଧିକାରୀ ସନ୍ତୋଷ କୁମାର କୁଅଁର ନୋଟାରି ନିକଟରେ ସତ୍ୟପାଠ କରିଛନ୍ତି। ରିପୋର୍ଟର ‘ବି-୧’ ପାରାରେ ପେଲେଟ ପ୍ଲାଣ୍ଟର କ୍ଷମତା ବାର୍ଷିକ ୪ ମେଟ୍ରିକ ଟନ(ଏମ୍‌ଟି) ଏବଂ ଏହା ତଦନ୍ତ ସମୟରେ ବନ୍ଦ ରହିଥିଲା ବୋଲି ଦର୍ଶାଯାଇଛି। ତେବେ ପ୍ଲାଣ୍ଟ ବନ୍ଦ ସମୟରେ ତଦନ୍ତ ଏବଂ ରିପୋର୍ଟ କିପରି ପ୍ରସ୍ତୁତ ହେଲା ବୋଲି ଅଭିଯୋଗକାରୀ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ପ୍ରଶ୍ନ କରାଯାଇଛି। ସାଧାରଣତଃ ରକ୍ଷଣାବେକ୍ଷଣ ପାଇଁ ପ୍ଲାଣ୍ଟ ବନ୍ଦ କରାଗଲେ କମ୍ପାନୀ କର୍ତ୍ତୃପକ୍ଷ ଏସ୍‌ପିସିବିର ଦୃଷ୍ଟି ଆକର୍ଷଣ କରିଥାନ୍ତି। ପୁଣି ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ଏସ୍‌ପିସିବିର ଅନୁମତି ନେଇଥାନ୍ତି। ଏହିକ୍ରମରେ ଗତ ୨୦ ତାରିଖଠାରୁ ରକ୍ଷଣାବେକ୍ଷଣ ପାଇଁ କାରଖାନାକୁ ଅଚଳ କରିବାକୁ ଏସ୍‌ପିସିବିକୁ ସୂଚନା ଦିଆଯାଇଥିଲା। ହେଲେ ଶୁକ୍ରବାର କାରଖାନା ଚିମିନିରୁ ବିଷାକ୍ତ କଳାଧୂଅଁା ବାହାରୁଥିବା ନେଇ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରକ୍ଷଣାବେକ୍ଷଣ ପରେ ପୁଣି ପ୍ଲାଣ୍ଟ ଆରମ୍ଭ ହେଲେ କଳାଧୂଅଁା ବାହାରିଥାଏ ବୋଲି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ସୂଚନା ଦେଇଥିଲେ। ଏଥିରୁ ଏସ୍‌ପିସିବିର ବିଆର୍‌ପିଏଲ୍‌ ପ୍ରୀତି ଜଳଜଳ ହୋଇ ଦିଶୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ବିଆର୍‌ପିଏଲ୍‌ ତା’ର କାରଖାନାର ବର୍ଜ୍ୟଜଳ ବାହାରକୁ ଛାଡ଼ି ଗଣ୍ଡାନାଳକୁ ପ୍ରଦୂଷଣ କରୁଥିବା ନେଇ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜଟିରେ (୧୪୯/୨୦୧୭/ଇଜେଡ୍‌) ମାମଲା ରୁଜୁ ହୋଇଥିଲା। ଆସନ୍ତା ୫ ତାରିଖ ଶୁଣାଣି ପୂର୍ବରୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଗତ ୧୫ ତାରିଖ ଶୁଣାଣିରେ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲୋ। ତଦନୁସାରେ ଗତ ଜୁନ ୨୪ରେ ଏସ୍‌ପିସିିବି ପକ୍ଷରୁ ପରିବେଶ ଯନ୍ତ୍ରୀ ହିରଣ୍ୟ କୁମାର ନାୟକ ଓ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ରକ୍ଷଣାବେକ୍ଷଣ ପାଇଁ ଅଚଳ ଥିବା ବିଆର୍‌ପିଏଲ୍‌ ପ୍ଲାଣ୍ଟ ପରିସରକୁ ଯାଇ ନିରୀକ୍ଷଣ କରିଥିଲେ। ତେବେ ପ୍ଲାଣ୍ଟ ବନ୍ଦ ସମୟରେ ତଦନ୍ତ ପାଇଁ କାହିଁକି ତାରିଖ ଧାର୍ଯ୍ୟ ହୋଇଥିଲା ତାହା ଅଞ୍ଚଳବାସୀଙ୍କ ମନରେ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କ ସ୍ବଚ୍ଛତା ଉପରେ ସନ୍ଦେହ ଜାତ କରିଛି।

ଅନ୍ୟପକ୍ଷରେ ଦାଖଲ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଆର୍‌ପିଏଲ୍‌ କାରଖାନା ଦୈନିକ ୨୫୦ କିଲୋଲିଟର(କେଏଲ୍‌) ଓ ୧୫୦ କେଏଲ୍‌ କ୍ଷମତା ବିଶିଷ୍ଟ ୨ଟି ୱେଷ୍ଟ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଡବ୍ଲ୍ୟୁଡବ୍ଲ୍ୟୁଟିପି) ପ୍ରତିଷ୍ଠା କରିଛି। ଏଥିରେ ଘଣ୍ଟାପ୍ରତି ୨୬୦ ଘନମିଟର ପାଣି ବିଶୋଧନ କରାଯାଉଛି। ତଦନ୍ତ ଦିନ କୌଣସି ବର୍ଜ୍ୟଜଳ କିମ୍ବା ବିଶୋଧିତ ଜଳ ବାହାରକୁ ଛଡ଼ାଯାଉ ନ ଥିଲା। ଏ ସଂକ୍ରାନ୍ତରେ ଅଧିକାରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, କାରଖାନା ଚାଲୁଥିବା କିମ୍ବା ଅଚଳ ବିଷୟ ଏସ୍‌ପିସିବିର ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ବର୍ଜ୍ୟଜଳ ବିଶୋଧନ ପାଇଁ କାରଖାନା ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି କି ନାହିଁ ତାହା ମୁଖ୍ୟ କଥା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, କ୍ଷମତାଠାରୁ ଅଧିକ ପାଣି ଆସିଲେ ପ୍ରତିଷ୍ଠିତ ଯନ୍ତ୍ରାଂଶ ବାହାରେ ବର୍ଜ୍ୟଜଳ ଛାଡ଼ି ଦିଆଯାଉଥିବା ପୂର୍ବରୁ ନଜିର ରହିଛି। ଗତ ନଭେମ୍ବରରୁ ଜାନୁୟାରୀ ପର୍ଯ୍ୟନ୍ତ ଓସ୍ତପାଳ କ୍ରୋମାଇଟ୍‌ ମାଇନ୍ସର ପ୍ରାୟ ୧୫୦୦ ଲକ୍ଷ ଘନମିଟର ପାଣିକୁ ବିଶୋଧନ ନ କରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ହ୍ବାଟ୍ସଆପ୍‌ରେ ହୋଇଥିବା ବିଭାଗୀୟ ଚାଟ୍‌ରେ ମଧ୍ୟ ଜଣାପଡିଛି। ଏହାସହ ଇଟିପି ଏବଂ ଡବ୍ଲ୍ୟୁଡବ୍ଲ୍ୟୁଟିପିର ରକ୍ଷଣାବେକ୍ଷଣ ଖର୍ଚ୍ଚ କମାଇବାକୁ ଅଧିକାଂଶ ସମୟରେ ଏହାର ବାହାର ଦେଇ ପାଣି ନିଷ୍କାସନ ହୋଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ବିଆର୍‌ପିଏଲ୍‌ କାରଖାନା ବନ୍ଦ ଥିବା ସମୟରେ ତାହାର ତଦନ୍ତ ରିପୋର୍ଟ କେତେଦୂର ଗ୍ରହଣୀୟ ହେବ ତାହା ଆଗକୁ ସ୍ପଷ୍ଟ ଜଣାପଡ଼ିବ ବୋଲି ସମିତି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri