ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଢେଙ୍କାନାଳ ଅଫିସ/ରାସୋଳ (ଡି.ଏନ୍‌.ଏ.),୧୪।୧ ଢେଙ୍କାନାଳ ଜିଲା ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଗୁରୁବାର ଆରମ୍ଭ ହୋଇଛି ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ। ଥାନାଧିକାରୀ ବିଜୟ କୁମାର ହାଇବ୍ରୁଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଏଥିରେ ସହାୟତା କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଦିନତମାମ ବ୍ୟାଙ୍କରେ ତନାଘନା କରିବା ସହିତ ନମୁନା ସଂଗ୍ରହ କରିଛନ୍ତି। ଏଭଳି ବଡ଼ ଧରଣର ଡକାୟତି ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢ଼ିଛି। ଭୁବନେଶ୍ୱରସ୍ଥିତ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷ ଏମ୍‌. ମୋହନ ପୂର୍ବାହ୍ନରେ ପହଞ୍ଚତ୍ ଘଟଣାବେଳେ ଉପସ୍ଥିତ ବ୍ୟାଙ୍କ ମ୍ୟାନେଜର, କ୍ୟାଶିୟର ଏବଂ ଅନ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି। ତଦନ୍ତ ଚାଲିଥିବାରୁ ଗ୍ରାହକଙ୍କ ଲାଗି ବ୍ୟାଙ୍କ ବନ୍ଦ ରଖାଯିବା ସହିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବାହାରେ ସୁରକ୍ଷା କର୍ମୀ ମୁତୟନ କରାଯାଇଥିଲା।
ବ୍ୟାଙ୍କରୁ ଅଭିଯୁକ୍ତମାନେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ସମେତ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ନେଇଯାଇଥିଲେ। ମାତ୍ର ୨ ଘଣ୍ଟା ମଧ୍ୟରେ ଲୁଟ୍‌ ସୁନା, ଟଙ୍କା ଧରିବାରେ ପୋଲିସ ସଫଳ ହୋଇଥିଲେ ହେଁ, ଏଯାଏ ଚିତ୍ର ଅସ୍ପଷ୍ଟ ରହିଛି। ବ୍ୟାଙ୍କରେ ମୋଟ କେତେଟଙ୍କା ଥିଲା, କେତେଟଙ୍କା ଲୁଟ୍‌ ହୋଇଛି, ଲକରରେ ଥିବା ସୁନାର ପରିମାଣ ଏବଂ ଜବତ ସୁନା, ଟଙ୍କା ବିଷୟରେ ଗୁରୁବାର ଦିନତମାମ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ତଥାପି ସମ୍ପୂର୍ଣ୍ଣ ଆକଳନ ସରିବାକୁ ଦିନେ ଦୁଇଦିନ ଲାଗିଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ସ୍ପଷ୍ଟ ଦିବାଲୋକରେ ଥାନାଠାରୁ ମାତ୍ର ୭୦୦ ମିଟର ଦୂରରୁ ଏଭଳି ଡକାୟତି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି। ସ୍ଥାନୀୟ ଅଭିଯୁକ୍ତଙ୍କ ସହାୟତା ବିନା ଏଭଳି ଲୁଟ୍‌ପାଟ ଅସମ୍ଭବ। ଏଥିରେ କେତେଜଣ ଜଣାଶୁଣା ବ୍ୟକ୍ତି ସାମିଲ ରହିଥିବା ଆଲୋଚନା ଜୋର୍‌ ଧରିଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ହାଇବ୍ରୁ କହିଛନ୍ତି, ପୋଲିସ ହାତରେ ପ୍ରମାଣ ଲାଗିଛି। ଡକାୟତି ଘଟଣାର କିଛି ଘଣ୍ଟା ମଧ୍ୟରେ କେତେଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଅତିଶୀଘ୍ର ଡକାୟତି ଘଟଣାର ରହସ୍ୟ ଉନ୍ମୋଚିତ ହେବ। ତେବେ ତଦନ୍ତ ଚାଲିଥିବାରୁ ଜିଲା ପୋଲିସ ପକ୍ଷରୁ ରାତି ୮ଟା ସୁଦ୍ଧା ଏ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ। ଏସ୍‌ପି ଏଲ୍‌. ଦିବ୍ୟା ଭି.ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନି।
ଧରାଇଦେଲେ କାର୍‌ ଡ୍ରାଇଭର
ବୁଧବାର ଅପରାହ୍ନରେ ଡକାୟତ ଗ୍ୟାଙ୍ଗ୍‌ର ୪ଜଣ ବ୍ୟାଙ୍କରୁ ଲୁଟ୍‌ପାଟ କରିବା ପରେ ଦୁଇଟି ବାଇକ୍‌ରେ ରାସୋଳରୁ ଢେଙ୍କାନାଳ ଚାଲିଆସିଥିଲେ। ଏକ କାର୍‌ ଭଡ଼ା ନେଇ ଜିଲା ବାହାରକୁ ଚାଲିଯିବାକୁ ସେମାନେ ଯୋଜନା କରିଥିଲେ। ଏଥିଲାଗି ଢେଙ୍କାନାଳ ବସ୍‌ଷ୍ଟାଣ୍ଡ୍‌ରୁ ଏକ ଗାଡ଼ି (ନଂ. ଓଡି ୦୫ ଏଓ୍ବାଇ ୫୭୩୧) ଭଡ଼ା କରିଥିଲେ। ସଦର ଥାନା ଗୋବିନ୍ଦପୁର ଫାଣ୍ଡି ନିକଟ ୫୫ନଂ. ଜାତୀୟ ରାଜପଥ ଦେଇ ଯିବାବେଳକୁ ଅଭିଯୁକ୍ତଙ୍କ ବ୍ୟବହାରକୁ ନେଇ ଡ୍ରାଇଭରଙ୍କ ସନ୍ଦେହ ଉପୁଜିଥିଲା। ବାହାନା କରି ସେ ଗାଡ଼ି ବାହାରକୁ ଆସି ଉକ୍ତ ସ୍ଥାନରେ ସାଦାପୋଷାକରେ ପଇଁତରା ମାରୁଥିବା ଥାନାଧିକାରୀ ଅଭିନବ ଡାଳୁଆଙ୍କୁ ସୂଚନା ଦେଇଥିଲେ। ଇତିମଧ୍ୟରେ ୩ଜଣ ଅଭିଯୁକ୍ତ ଚମ୍ପଟ ମାରିଥିବାବେଳେ ଜଣଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଥିଲା। ତାଙ୍କ ସୂଚନା ଆଧାରରେ ଲୁଟ୍‌ରେ ବ୍ୟବହୃତ ୨ ବାଇକ୍‌ ଜବତ ହୋଇଥିଲା। ପରେ ଅନ୍ୟ ୪ଜଣଙ୍କୁ ଉଠାଇ ଆଣି ପୋଲିସ ଗୋବିନ୍ଦପୁର ଫାଣ୍ଡିରେ ପଚରାଉଚୁରା କରିଥିଲା।
ଚିନ୍ତାରେ ସୁନା ବନ୍ଧକଧାରୀ ଗ୍ରାହକ
ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉପରେ ଆଖପାଖ ଅଞ୍ଚଳର ବହୁ ଗ୍ରାହକ ନିର୍ଭର କରନ୍ତି। ବିଶେଷକରି ଚାଷୀ, ବ୍ୟବସାୟୀ ଏବଂ ମଧ୍ୟବିତ୍ତ ବର୍ଗ ସୁନା ବନ୍ଧକ ଦେଇ ଋଣ ନେଇଥାଆନ୍ତି। ଦୈନିକ ଲକ୍ଷାଧିକ ଟଙ୍କାର ନଗଦ ସମେତ ସୁନା କାରବାର ମଧ୍ୟ ହୋଇଥାଏ। ତେବେ ବୁଧବାର ଘଟିଥିବା ଡକାୟତି ଘଟଣା ପରେ ଗ୍ରାହକଙ୍କ ମଧ୍ୟରେ ଛନକା ପଶିଛି। ଗୁରୁବାର ବହୁ ସୁନା ବନ୍ଧକଧାରୀ ଥାନାକୁ ଆସି ପଚାରି ବୁଝିଛନ୍ତି। ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ନିର୍ଭର ଆଶ୍ୱାସନା ଦିଆଯିବା ପରେ ସେମାନେ ଘରକୁ ବାହୁଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?