ବଜାରରେ ଅମୂଲର ନୂତନ ଉତ୍ପାଦ ସମ୍ଭାର

ଭୁବନେଶ୍ୱର,୧୬।୬ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାେକେଟିିଂ ଫେଡେରେଶନ ଲିମିଟେଡ୍‌ (ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌) ର ଅଗ୍ରଣୀ ବ୍ରାଣ୍ଡ ‘ଅମୂଲ’ର ନୂତନ ଉତ୍ପାଦ ସମ୍ଭାରକୁ ଓଡ଼ିଶା ବଜାରରେ ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବଜାରରେ ବ୍ରାଣ୍ଡ୍‌ର ଅମୂଲ୍‌ ଗୋଲ୍ଡ, ଅମୂଲ୍‌ ଶକ୍ତି, ଅମୂଲ୍‌ ତାଜା ଏବଂ ଅମୂଲ୍‌ ଗାଈ କ୍ଷୀର ସହ ଅମୂଲ୍‌ ମସ୍ତି ଦହି ପାଉଚ୍‌ ଏବଂ କପ୍‌ ସମେତ ମିଠା ଲସି ଓ ପ୍ରୋବାୟୋଟିକ ମସଲା ତଡ଼କା ଘୋଳଦହି ଆଦି ଉପଲବ୍ଧ।

ଏହି ପରିପ୍ରେକ୍ଷୀରେ ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌ ବା ଅମୂଲ ପକ୍ଷରୁ ରାଉରକେଲାଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ କମ୍ପାନୀର ବରିଷ୍ଠ ଅଧିକାରୀ ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ସହ ରାଉରକେଲାରେ ଅମୂଲର ଫ୍ରେସ୍‌ ଉତ୍ପାଦ ସମ୍ଭାର ବିକ୍ରି ଆରମ୍ଭ ସମ୍ପର୍କରେ ଘୋଷଣା କରିଥିଲେ। ଏପରିକି ଏହା ପୂର୍ବରୁ ୨୦୨୪ ଏପ୍ରିଲରେ ଅମୂଲର ତାଜା କ୍ଷୀର ଶ୍ରେଣୀର ଉତ୍ପାଦ (ଅମୂଲ୍‌ ବ୍ରାଣ୍ଡ୍‌) ଓଡ଼ିଶାର ସମ୍ବଲପୁର ସହରରୁ ବିକ୍ରି ଆରମ୍ଭ ସହିତ ଗ୍ରାହକମାନଙ୍କର ଭଲ ପ୍ରତିକ୍ରିୟା ମଧ୍ୟ ପାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ୍‌ ୧୭ରୁ ରାଉରକେଲା ବଜାରରେ ଅମୂଲର ସମସ୍ତ ପ୍ରକାର ତାଜା କ୍ଷୀର ଏବଂ ଉତ୍ପାଦ ଉପଲବ୍ଧ ହେବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଜୟେନ୍‌ ମେହେଟ୍ଟା କହିଛନ୍ତି, ଅମୂଲର ତାଜା ଉତ୍ପାଦ ବିକ୍ରି ପାଇଁ ଓଡ଼ିଶାର ରାଉରକେଲା ସହରକୁ ଆମେ ଯୋଗ୍ୟ ମାର୍କେଟ ଭାବେ ଚିହ୍ନଟ କରିଛୁ। ଏପରିକି ବ୍ରାଣ୍ଡ୍‌ର ତାଜା ଉତ୍ପାଦ ଶ୍ରେଣୀରେ ଆମେ ଅମୂଲ ପାଉଚ୍‌ କ୍ଷୀର, ଦହି, ଘୋଳଦହି, ଲସି, ପନିର ଆଦି ରାଉରକେଲାର ଗ୍ରାହକମାନଙ୍କୁ ବିକ୍ରି କରିବୁ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri