ପଟ୍ଟଚିତ୍ର ପାଇଁ ପରିଚୟ

ଶିଳ୍ପୀଙ୍କ କଳାକାରି ଦେଖିଲେ ଯେ କେହି ବି ମୁଗ୍ଧ ହୋଇଯିବେ। ବିଶେଷକରି ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ସେ କଳାର ରୂପ ଦିଅନ୍ତି। ପ୍ରସ୍ତୁତ କରନ୍ତି ପଟ୍ଟଚିତ୍ର। ଇଏ ହେଲେ ଯୁବ ପଟ୍ଟଚିତ୍ର ଶିଳ୍ପୀ ପ୍ରଦ୍ୟୁମ୍ନ ମହାପାତ୍ର। ଘର ତାଙ୍କର ପୁରୁଣା ଭୁବନେଶ୍ୱରରେ। ସେ କୁହନ୍ତି, ଆମ ପରିବାରର ରୋଜଗାରର ମାଧ୍ୟମ ହେଉଛି ଏହି ପଟ୍ଟଚିତ୍ର। ପିଲାବେଳୁ ମୁଁ ଦେଖି ଆସିଛି ସମସ୍ତେ କେମିତି ପଟ୍ଟଚିତ୍ର ପ୍ରସ୍ତୁତ କରନ୍ତି। ମୋତେ ବି ଦେଖିଦେଖି ଖୁବ୍‌ ଭଲ ଲାଗେ। କହିବାକୁ ଗଲେ, ଏହି ଛୋଟ ବୟସରୁ ହିଁ ପଟ୍ଟଚିତ୍ର କରିବାର ନିଶା ମୋ ଭିତରେ ଆସିଥିଲା। ମୋ ବାପା ପୁରୁଷୋତ୍ତମ ମହାପାତ୍ରଙ୍କର ହସ୍ତକଳାରେ ସ୍ବତନ୍ତ୍ର ପରିଚୟ ରହିଛି। ଘରେ ସେ ଯେତେବେଳେ ପଟ୍ଟଚିତ୍ର କରନ୍ତି, ଏଥିରେ ପରିବାରର ଅନ୍ୟମାନେ ସହଯୋଗ କରିଥାନ୍ତି। ମୋ ମା’ କୁନାମଣି ଦେଈ ମଧ୍ୟ ବିଭିନ୍ନ ଚିତ୍ର କରିଥାନ୍ତି। +୨ ପଢ଼ା ବେଳେ ଏକ ହସ୍ତକଳା ଶିବିରରେ ପ୍ରାୟ୧ବର୍ଷ ଟ୍ରେନିଂ ନେଇଥିଲି। ତା’ପରେ ୨୦୧୧-୧୨ ମସିହାରେ ଗଣ୍ଡମୁଣ୍ଡା ହସ୍ତକଳା ଟ୍ରେନିଂ ସେଣ୍ଟରରେ ଯୋଗଦେଇଥିଲି। ପଟ୍ଟଚିତ୍ର ତିଆରି ପାଇଁ କେହିକେହି ତାଳପତ୍ରରେ ଖୋଦେଇ କରିଥାନ୍ତି। ସେହିପରି ଆଉ କେହି କେହି କଟନ ଶାଢ଼ିକୁ ଚଟାଣରେ ପାରି ସେଥିରେ ତେନ୍ତୁଳିମଞ୍ଜିର ମଣ୍ଡ ଦେଇ ଖରାରେ ଶୁଖାଇ ରଖିଥାନ୍ତି। ଏହାପରେ ଖଡ଼ିଗୁଣ୍ଡର ପ୍ରଲେପ ଦିଆଯାଇଥାଏ। ପରେ ଏହି କନାକୁ ପଲିସକରିବା ପାଇଁ ଖୁଆ ପଥରକୁ ଘଷା ଯାଇଥାଏ। ତା’ପରେ ପେନ୍‌ସିଲରେ ବିଭିନ୍ନ ପ୍ରକାର ଚିତ୍ରକୁ ସ୍କେଚ୍‌ କରାଯାଇଥାଏ। ଅଙ୍କନ କରାଯାଇଥିବା ଚିତ୍ରରେ ବିଭିନ୍ନ ପ୍ରାକୃତିକ ରଙ୍ଗ ଦିଆଯାଇଥାଏ। ଯଥା- ହେଙ୍ଗୁଳ,ହରିତାଳ, ଧଳା, ପିହୁଳି, ଖଣ୍ଡନୀଳ, ସିନ୍ଦୂର, ଡିବି କିମ୍ବା ଦୀପକଳାରେ କଇଁଥ ଅଠା ମିଶାଯାଇଥାଏ। ତା’ ପରେ ପଟ୍ଟଚିତ୍ରରେ ଏହି ଦେଶୀ ରଙ୍ଗକୁ ଲଗାଇଥାନ୍ତି। ଫଳରେ ଚିତ୍ରଗୁଡ଼ିକ ସୁନ୍ଦର ଦିଶିଥାଏ। ବିଶେଷକରି ବିଭିନ୍ନ ପୌରାଣିକ ବିଷୟକୁ ନେଇ ଶ୍ରୀଗଣେଶ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କ କାଞ୍ଚି ଅଭିଯାନ, ବିଭିନ୍ନ ବେଶ, ଶ୍ରୀକୃଷ୍ଣଙ୍କ କାଳୀୟଦଳନ, ଶ୍ରୀରାମଚନ୍ଦ୍ରଙ୍କ ନୌକାଯାତ୍ରା ଆଦି ପଟ୍ଟଚିତ୍ର ତିଆରି କରିଥିଲି। ନର୍ତ୍ତକୀ, ବୋଇତ ବନ୍ଦାଣ, ରଜଦୋଳି, ସବାରି ପାଲିଙ୍କି, ବରକନ୍ୟା, ଶୁଭବିବାହ, ବରଯାତ୍ରୀ, ଶୁଆଶାରୀ, ହାତୀ, ମୟୂର ଆଦି ବିଭିନ୍ନ ପଟ୍ଟଚିତ୍ର ତିଆରି କରିଥାଏ। ଏଥିପାଇଁ ରାଜ୍ୟ ଓ ବାହାର ରାଜ୍ୟରେ ଆୟୋଜିତ କେତେକ ହସ୍ତକଳା ମେଳାରେ ଯୋଗଦେଇ ଏହି ପଟ୍ଟଚିତ୍ରଗୁଡ଼ିକୁ ବିକ୍ରିକରିଥାଏ ।
ଭୁବନେଶ୍ୱରରେ ଆୟୋଜିତ ହସ୍ତକଳା ଶିବିରରେ ଏକାଧିକ ଥର ଯୋଗଦେଇଛି। ପଟ୍ଟଚିତ୍ର ପ୍ରଦର୍ଶନୀ ପାଇଁ ମୋତେ ପୁରସ୍କାର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri