Posted inଫୁରସତ

ପରିଚୟ ଦେଇଛି ୟୁଟ୍ୟୁବ୍‌

ବର୍ତ୍ତମାନ ଡିଜିଟାଲ୍‌ ଯୁଗରେ ୟୁଟ୍ୟୁବ୍‌ ଏକ ଏମିତି ପ୍ଲାଟଫର୍ମ ଯେଉଁଠି ନା କେବଳ ରହିଛି ଶିଖିବାକୁ ବିଭିନ୍ନ ଭିଡିଓର ଗନ୍ତାଘର ବରଂ ଏହା ମଧ୍ୟ ପାଲଟିଛି ଅନେକଙ୍କ ପାଇଁ ବେଷ୍ଟ କ୍ୟାରିୟର ଅପ୍ସନ। ନିଷ୍ଠା, ଉଦ୍ୟମ ବଳରେ ଏହି ଫିଲ୍ଡରେ ନିଜର ପରିଚୟ ସୃଷ୍ଟି କରିଥିବା ଏହି ଭଳି କେତେଜଣ ଯୁବ ୟୁଟ୍ୟୁବରଙ୍କ ସମ୍ପର୍କରେ ବିଶେଷ ଉପସ୍ଥାପନା…

ସଫଳତାର ମାର୍ଗ ଦେଖାଇଛି ଦର୍ଶକଙ୍କ ପ୍ରଶଂସା
ଇଣ୍ଡିଆନ୍‌ ଏୟାରଫୋର୍ସରେ ଚାକିରି କରିବା ଥିଲା ତାଙ୍କର ଲକ୍ଷ୍ୟ। ତେଣୁ ପଢ଼ାପରେ ସେଥିପାଇଁ ଭଲ ଭାବେ ପ୍ରସ୍ତୁତ ହେବାକୁ ମନସ୍ଥ କରିଥିଲେ। ହେଲେ କୋଭିଡ୍‌ ମହାମାରୀ ସାଜିଲା ବାଧକ। ଲକ୍‌ ଡାଉନ୍‌, ଶଟ୍‌ ଡାଉନ୍‌ ଏସବୁ ଭିତରୁ କେବେ ମୁକ୍ତି ମିଳିବ ଏବଂ ମଣିଷ ପୁଣି ପୂର୍ବ ଭଳି ଘରୁ ବାହାରିବ ଏହି ଚିନ୍ତା ତାଙ୍କୁ ସବୁବେଳେ ଘାରୁଥିଲା। ଘରେ ବସି ବୋର୍‌ ନ ହେବା ପାଇଁ ଅନ୍‌ଲାଇନ୍‌ ଗେମ୍‌ ଖେଳୁଥିଲେ। କିନ୍ତୁ କେବଳ ଖେଳରେ ସମୟ ନଷ୍ଟ କରିବା ତାଙ୍କର ଆଦ ପସନ୍ଦ ନ ଥିଲା। ତେଣୁ କିଛି ନୂଆ କରିବା ଲକ୍ଷ୍ୟ ନେଇ ପୂର୍ବରୁ ଖୋଲିଥିବା ‘ସ୍ୟାଡୋ ଶୁଟର’ ନାମକ ଗେମିଂ ଚ୍ୟାନେଲ୍‌ରେ ଗେମ୍‌ ସମ୍ବନ୍ଧିତ ବିଭିନ୍ନ ଟିପ୍ସ ଏବଂ ଟ୍ରିକ୍ସ ଭିଡିଓ ଅପ୍‌ଲୋଡ୍‌ କରିବା ଆରମ୍ଭ କଲେ। ତାଙ୍କର ନୂଆ ନୂଆ ଶୈଳୀର ଭିଡିଓ ସାଙ୍ଗକୁ ସୁନ୍ଦର ଏଡିଟିଂ ଏବଂ ଭଏସ୍‌ଓଭର ଦର୍ଶକଙ୍କ ମନକୁ ବେଶ୍‌ ଛୁ୍‌ଇଁଲା। ଆଉ ମାତ୍ର କିଛିବର୍ଷ ଭିତରେ ବର୍ତ୍ତମାନ ତାଙ୍କର ସବ୍‌ସ୍କ୍ରାଇବର ସଂଖ୍ୟା ୨.୪ ମିଲିଅନ୍‌ ଅତିକ୍ରମ କରିସାରିଛି। ସେ କୁହନ୍ତି, ଫୁର୍‌ସତ୍‌ ମିଳିଲେ ଫ୍ରି ଫାୟାର୍‌ ଗେମ୍‌ ଖେଳିବା ମୋର ସବୁଠୁ ପସନ୍ଦର କାମ ଥିଲା। ହେଲେ କୋଭିଡ୍‌ ସମୟରେ ଧୀରେ ଧୀରେ ଗେମ୍‌କୁ ନେଇ କିଛି ନୂଆ ଏକ୍ସପେରିମେଣ୍ଟ କରିବା ଆଳରେ କେତେବେଳେ ଏହି ନିଶା ମୋର ପେସା ପାଲଟିଗଲା ଜାଣିପାରିଲିନି। ଏହାଦ୍ୱାରା ବର୍ତ୍ତମାନ ଭଲ ରୋଜଗାର ମଧ୍ୟ କରିପାରୁଥିବାରୁ ଖୁସି ଲାଗୁଛି। ମୋର ଡିଫରେଣ୍ଟ ଗେମିଂ କଣ୍ଟେଣ୍ଟ ଉପରେ ସବ୍‌ସ୍କ୍ରାଇବର୍‌ ଏବଂ ଭ୍ୟୁଅର୍ସଙ୍କ ପ୍ରଶଂସା ମୋତେ ଏ ଦିଗରେ ଆଗକୁ ବଢ଼ିବାର ପ୍ରେରଣା ଯୋଗାଉଛି। କେବଳ ଗେମିଂ ନୁହେଁ, ବର୍ତ୍ତମାନ ବାସ୍ତବ ଜୀବନର ବିଭିନ୍ନ ରୋମାଞ୍ଚକର ଅନୁଭୂତିକୁ ନେଇ ଏକ ଚ୍ୟାନେଲ ଷ୍ଟାର୍ଟ କରିଛି ଏବଂ ମାତ୍ର ୩ଟି ଭିଡିଓରେ ୧୫ ହଜାରରୁ ଅଧିକ ସବ୍‌ସ୍କ୍ରାଇବର ମଧ୍ୟ ପାଇସାରିଛି। ଆଗକୁ ଆହୁରି ଭଲ ଭଲ କଣ୍ଟେଣ୍ଟ ଦେଇ ୟୁଟ୍ୟୁବ୍‌ ଦୁନିଆରେ ନିଜକୁ ଏକ ପରିଚିତ ନଁା କରାଇବା ମୋର ଲକ୍ଷ୍ୟ। ତେବେ ୟୁଟ୍ୟୁବ୍‌ରେ ଗେମିଂ ହେଉ କିମ୍ବା ଅନ୍ୟ କଣ୍ଟେଣ୍ଟକୁ ନେଇ ଚ୍ୟାନେଲ୍‌ ଚଳାଉଥିବା ଯୁବପିଢ଼ିଙ୍କୁ ଏତିକି କହିବି ଯେ, ଏହା ଏକ ଭଲ କ୍ୟାରିୟର ଅପ୍ସନ। ତେଣୁ ନିଜ ଭିଡିଓକୁ ୟୁନିକ୍‌ ଏବଂ ଇଣ୍ଟରେଷ୍ଟିଙ୍ଗ୍‌ କରିବାକୁ ଚେଷ୍ଟା କରନ୍ତୁ ଏବଂ ଧୈର୍ଯ୍ୟର ସହ ନିୟମିତ ଭିଡିଓ ଅପ୍‌ଲୋଡ୍‌ କରନ୍ତୁ, ଦେଖିବେ ନିଶ୍ଚେ ଏ ଦିଗରେ ସଫଳ ହୋଇ ଭଲ ରୋଜଗାର ବି କରିପାରିବେ।

ଭଲ କଣ୍ଟେଣ୍ଟ ମୋସଫଳତାର ଚାବିକାଠି
କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେଆପେ ଆସେ। ଆଉ ନିଜ ଉପରେ ବିଶ୍ୱାସ ରଖି ନିଷ୍ଠାର ସହ ଉଦ୍ୟମ ଜାରି ରଖିଲେ ସଫଳତା ପାଇବା କଷ୍ଟ ନୁହେଁ। ଏହି କଥାକୁ ପ୍ରମାଣିତ କରି ଦେଖାଛନ୍ତି ଗଞ୍ଜାମ ଜିଲା ତାକରଡା ଗ୍ରାମର ଯୁବ ୟୁଟ୍ୟୁବର ଜଗଦୀଶ ସାହୁ। ୨୦୧୨ରେ ମୋବାଇଲ୍‌ ଫଟୋଗ୍ରାଫିରୁ ଆରମ୍ଭ ହୋଇଥିଲା ତାଙ୍କର ସୋସିଆଲ୍‌ ମିଡିଆ ଯାତ୍ରା। ଅର୍‌କୁଟ୍‌ ଫେସ୍‌ବୁକ୍‌ ଆଦିରେ ସେ ବିଭିନ୍ନ ସ୍ଥାନ ଏବଂ ସେଠାକାର ପ୍ରସିଦ୍ଧ ଖାଦ୍ୟ ସମ୍ପର୍କରେ ଲୋକଙ୍କୁ ସୂଚନା ଦେଉଥିଲେ। ୨୦୧୪ରେ ସେ ଡିସ୍କଭର୍‌ ବ୍ରହ୍ମପୁର ନାମକ ଏକ ଫେସ୍‌ବୁକ୍‌ ପେଜ୍‌ ଖୋଲି ସେଠାକାର ପ୍ରତ୍ୟେକ ଜଣା ଅଜଣା କଥାକୁ ଲୋକଲୋଚନକୁ ଆଣିଲେ ଏବଂ ରିଡର୍ସଙ୍କଠାରୁ ବେଶ୍‌ ଭଲ ପ୍ରତିକ୍ରିୟା ପାଇଲେ। ଏହା ତାଙ୍କୁ ଆଗକୁ ବଢ଼ିବାର ପ୍ରେରଣା ଯୋଗାଇଲା। ୨୦୧୭ରେ ସେ ଜବ୍‌ ଛାଡ଼ି ଜଣେ ଫୁଲ୍‌ଟାଇମ୍‌ କଣ୍ଟେଣ୍ଟ କ୍ରିଏଟର ଭାବେ ହ୍ୟୁଜ୍‌ ନେଟ୍‌ଓ୍ବର୍କ ନାମରେ ନିଜର ଏକ ଡିଜିଟାଲ୍‌ ମାର୍କେଟିଂ କମ୍ପାନି ଆରମ୍ଭ କଲେ। ଓଡ଼ିଆ ହ୍ୟୁଜ୍‌ ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲି ବିଭିନ୍ନ ନୂଆନୂଆ ଭିଡିଓ ପୋଷ୍ଟ କଲେ। ହେଲେ କୋଭିଡ୍‌ ସମୟରେ ବାହାରକୁ ଯିବା କଷ୍ଟ ହେଉଥିବାରୁ ତାଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ସେ ହାର୍‌ ମାନି ନ ଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଆସି ଭୁବନେଶ୍ୱର ହ୍ୟୁଜ୍‌ ନାମରେ ଆଉ ଏକ ଚ୍ୟାନେଲ୍‌ ଖୋଲି କ୍ୟାପିଟାଲ୍‌ ସିଟିର ବିଭିନ୍ନ ସ୍ଥାନ ସମେତ ଏଠାରେ ମିଳୁଥିବା ଖାଦ୍ୟ ସମ୍ବନ୍ଧିତ ଭିଡିଓ ଅପ୍‌ଲୋଡ୍‌ କରି ଦର୍ଶକଙ୍କଠାରୁ ଖୁବ୍‌ ପ୍ରଶଂସା ସାଉଁଟିପାରିଲେ। ତାଙ୍କର ଦୁଇଟି ଚ୍ୟାନେଲ୍‌ରେ ପ୍ରାୟ ୩୮ ହଜାର ଏବଂ ୪୨ ହଜାରରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର୍‌ ଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ୧ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି। ସେ ନିଜ ଏଜେନ୍ସି ଜରିଆରେ ଭୁବନେଶ୍ୱର ଏବଂ କଟକ ମ୍ୟୁନିସିପାଲ୍‌ କର୍ପୋରେଶନ୍‌, ଅନୁଗୋଳ ଡିଷ୍ଟ୍ରିକ୍ଟ ଆଡ୍‌ମିନିଷ୍ଟ୍ରେଶନ୍‌ ସହ ବିଭିନ୍ନ ଘରୋଇ ସଂସ୍ଥା ପାଇଁ ମଧ୍ୟ କଣ୍ଟେଣ୍ଟ ପ୍ରସ୍ତୁତ କରୁଛନ୍ତି। ସେ କୁହନ୍ତି, ଦୈନନ୍ଦିନ ଜୀବନର ଅନେକ କିଛି ଉପାଦେୟ କଥାକୁ ନିଆରା ଢଙ୍ଗରେ ସବୁଦିନ ଦର୍ଶକମାନଙ୍କ ସମ୍ମୁଖକୁ ନେଇ ଆସିବା ପାଇଁ ଚ୍ୟାନେଲ୍‌ ଦ୍ୱାରା ପ୍ରୟାସ କରୁଛି। ନିଜ ଉଦ୍ୟମ ବଳରେ ଭଲ ରୋଜଗାର କରିବା ସହିତ ନିଜ ଏଜେନ୍ସି ଦ୍ୱାରା ଆଉ ୧୧ ଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରିଥିବାରୁ ବହୁତ ଖୁସି ଲାଗୁଛି। ଏହି ଡିଜିଟାଲ୍‌ ଯୁଗରେ ଏକ ସଫଳ କ୍ୟାରିୟର ଗଢ଼ିବା ଲାଗି ୟୁଟ୍ୟୁବ୍‌ କଣ୍ଟେଣ୍ଟ କ୍ରିଏଟର୍‌ ହେବା ଯୁବପିଢ଼ିଙ୍କ ପାଇଁ ଏକ ଭଲ ଅପ୍ସନ ବୋଲି କହିବି। ହେଲେ ଏଣୁତେଣୁ ଖରାପ ଭିଡିଓ ଅପେକ୍ଷା ଦର୍ଶକଙ୍କ ପାଇଁ କିଛି ଉପାଦେୟ କଣ୍ଟେଣ୍ଟ ଦେବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେବି।

ୟୁଟ୍ୟୁବ୍‌ ପରିଚୟ ସହ ଦେଇଛି ରୋଜଗାର
ଖୋର୍ଦ୍ଧା ଜିଲା ଅଁଳାଯୋଡ଼ି ଗ୍ରାମର ଝିଅ ଅର୍ପିତା ପ୍ରଧାନ। ୟୁଟ୍ୟୁବ୍‌ ଏବଂ ଅନ୍ୟ ସୋସିଆଲ୍‌ ମିଡିଆରେ ଡେଭିଲ ଅର୍ପିତା ଭାବେ ବେଶ୍‌ ପରିଚିତ। ଓଡ଼ିଆ ଅଭିନେତ୍ରୀମାନଙ୍କ ବିଶେଷ କରି ରଚନା ବାନାର୍ଜୀଙ୍କର ବଛା ବଛା ଫିଲ୍ମ ଡାଇଲଗ୍‌ରେ ଆକ୍ଟିଂ କରିବା ହେଉ ଅବା ବିଭିନ୍ନ ଗୀତରେ ଉଭୟ ନୃତ୍ୟ ଏବଂ ଅଭିନୟ ମାଧ୍ୟମରେ ନୂଆ ନୂଆ ଭିଡିଓ ସେ ଦର୍ଶକଙ୍କୁ ଭେଟି ଦେଇଥା’ନ୍ତି। ତାଙ୍କର ନିଆରା ଅନ୍ଦାଜକୁ ବି ଦର୍ଶକ ବହୁତ ପସନ୍ଦ କରନ୍ତି। ଯେଉଁଥିପାଇଁ ମାତ୍ର ଦେଢ଼ ବର୍ଷ ଭିତରେ ତାଙ୍କ ଚ୍ୟାନେଲ୍‌ରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର ହୋଇସାରିଥିବା ବେଳେ ପ୍ରତିଟି ଭିଡିଓରେ ଲକ୍ଷ ଲକ୍ଷ ଭ୍ୟୁଜ୍‌ ମଧ୍ୟ ଆସୁଛି। କେବଳ ଏତିକି ନୁହେଁ, ଇନ୍‌ଷ୍ଟାଗ୍ରାମ୍‌ରେ ବି ତାଙ୍କର ରହିଛନ୍ତି ୫ଲକ୍ଷରୁ ଅଧିକ ଫଲୋୟର୍ସ। ସେ କୁହନ୍ତି, ଡ୍ୟାନ୍ସିଂ ଏବଂ ଆକ୍ଟିଂ ପ୍ରତି ପିଲାବେଳୁ ଆଗ୍ରହ ରହିଥିଲା। ହେଲେ ଏହାକୁ ଲୋକଲୋଚନକୁ ଆଣିବାର ସୁଯୋଗ କେବେ ପାଇ ନ ଥିଲି। କଲେଜରେ ପଢ଼ିବା ବେଳେ ଅନ୍ୟମାନଙ୍କୁ ଟିକ୍‌ ଟକ୍‌ ଭିଡିଓ କରୁଥିବାର ଦେଖି ନିଜେ ମଧ୍ୟ ଖୁସି ପାଇଁ କିଛି ଭିଡିଓ ଅପ୍‌ଲୋଡ୍‌ କରିଥିଲି। ହେଲେ ଏହାକୁ ଦର୍ଶକ ଏତେ ଅଧିକ ପସନ୍ଦ କରିବେ ଧାରଣା ନ ଥିଲା। ସେମାନଙ୍କ ପ୍ରଶଂସା ମୋତେ ଆଗକୁ ବଢ଼ିବାକୁ ଉତ୍ସାହିତ କଲା। ଟିକ୍‌ ଟକ୍‌ ବ୍ୟାନ୍‌ ପରେ ମୋ ପାଇଁ ୟୁଟ୍ୟୁବ୍‌ ନିଜ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ସାଜିଲା। ଭଲ ଭଲ କନ୍‌ସେପ୍ଟ ବାଛି ନିୟମିତ ପରିଶ୍ରମ କରି ପିଲାଠୁ ବୃଦ୍ଧ ସବୁ ବର୍ଗର ଦର୍ଶକଙ୍କ ପାଇଁ ବିଭିନ୍ନ ପ୍ରକାର କଣ୍ଟେଣ୍ଟ ପ୍ରସ୍ତୁତ କରୁଛି। ସତ କହିବାକୁ ଗଲେ, ୟୁଟ୍ୟୁବ୍‌ ନା କେବଳ ମୋତେ ପରିଚୟ ଦେଇଛି ବରଂ ଏହା ମୋ ପାଇଁ ବେଶ୍‌ ଭଲ ରୋଜଗାର କରିବାର ସୁଯୋଗ ବି ଦେଇଛି। ମୋ ମତରେ ଯେଉଁମାନେ ୟୁଟ୍ୟୁବ୍‌ରେ କ୍ୟାରିୟର ଗଢ଼ିବାକୁ ଚାହାନ୍ତି, ସବ୍‌ସ୍କ୍ରାଇବର ନ ବଢ଼ିଲେ କିମ୍ବା ଭ୍ୟୁଜ୍‌ କମ୍‌ ଆସିଲେ ନିରୁତ୍ସାହ ହୋଇ ଏହାକୁ ଛାଡ଼ି ନ ଦେଇ ପରିଶ୍ରମ ଜାରିରଖିବା ସହ ପ୍ରତିଦିନ ଭଲ କଣ୍ଟେଣ୍ଟ ଅପ୍‌ଲୋଡ୍‌ କଲେ ନିଶ୍ଚୟ ସଫଳ ହୋଇପାରିବେ।
-ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri