ନିଶାର ମରଣଯନ୍ତା

ଡା. ଉମେଶ ଚନ୍ଦ୍ର ପାତ୍ର

କିଛି କ୍ଷଣର ଉନ୍ମାଦନା ବା ଅବ୍ୟବସ୍ଥିତ ଦୈନନ୍ଦିନ ଭିତରେ ନିଶା ବ୍ୟବହାର କରୁଥିବା ଲୋକଟି ପ୍ରକାରାନ୍ତରେ ସେହି ନିଶା ଦାନବର କବଳିତ ହୋଇ ସାରିଥାଏ। ତେବେ ନିଶା ଯେ କେବଳ ମଦ, ଭାଙ୍ଗ, ଟାବ୍‌ଲେଟ ବା ଇଞ୍ଜେକଶନ୍‌ ନୁହେଁ ସବୁଠାରୁ ବେଶୀ ବ୍ୟବହୃତ ହୁଏ ତମାଖୁ। ଗଁା ହେଉ ବା ସହର ଗୁଟ୍‌ଖା ପାଟିରେ ପକାଇ କାର୍ଯ୍ୟ କରୁଥିବା ଲୋକଟିଏ ପରବର୍ତ୍ତୀ ସମୟରେ ସେହି ନିଶା ରାକ୍ଷସର ପାଟି ଭିତରେ ହିଁ ପଶି ଯାଇଥାଏ । ଗୁଟ୍‌ଖା ହେଉ ବା ସେହି ଧରଣର ଧୂଆଁପତ୍ର ସହିତ ନିକୋଟିନ୍‌ ମିଶିଥିବା ପାନ ମସଲା ଖାଇ ପୃଥିବୀରେ ବର୍ଷକୁ ପାଖାପାଖି ୬୦ ଲକ୍ଷ ଲୋକ ଜୀବନ ହାରୁଛନ୍ତି। ଭାରତରେ ଏହି ସଂଖ୍ୟା ୧୨ ଲକ୍ଷରୁ ଅଧିକ ହେଉଥିବାବେଳେ ତମାଖୁ ସେବନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଥିବା ଓଡ଼ିଶାରେ ବର୍ଷକୁ ୪୦ ହଜାର ପାଖାପାଖି ଲୋକ ଏହି କାରଣରୁ ଜୀବନ ହରାଉଛନ୍ତି। ନିଶା ରାକ୍ଷସର କବଳରୁ ଲୋକମାନଙ୍କୁ ରକ୍ଷା କରିବା ସହ ଏହାର ନିୟନ୍ତ୍ରଣ ଦିଗକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରୁଛି। ଏକ ପରିସଂଖ୍ୟାନର ତଥ୍ୟ ଯାହା କୁହେ ପୃଥିବୀରେ ପ୍ରତି ୬ ସେକେଣ୍ଡରେ ତମାଖୁ ସେବନଜନିତ କାରଣରୁ ଅତିକମ୍‌ରେ ଜଣେ ଲୋକର ଜୀବନ ଯାଇଥାଏ। ଯେଉଁ ଭାବରେ ତମାଖୁ ସେବନଜନିତ ମୃତ୍ୟୁସଂଖ୍ୟା ବଢ଼ୁଛି, ତାହା ସେହି ଧାରାରେ ରହିଲେ ଏହା ବାର୍ଷିକ ୧ କୋଟିକୁ ଟପିଯିବ। ଆମ ଦେଶରେ ଯେତେ ମୁଖଗହ୍ବର କର୍କଟ ରୋଗୀ ରହିଛନ୍ତି, ସେମାନଙ୍କ ଭିତରୁ ପାଖାପାଖି ୯୦% ହେଉଛନ୍ତି ବିଭିନ୍ନ ପ୍ରକାରର ତମାଖୁ ବ୍ୟବହାରକାରୀ। କେବଳ ଭୟାବହ କର୍କଟ ରୋଗ ନୁହେଁ, ତମାଖୁ ସ୍ଲୋ ପଏଜନ୍‌ ଭାବେ ଧୀରେ ଧୀରେ ମଣିଷକୁ ମୃତ୍ୟୁପର ପଥ ଦେଖାଇଥାଏ। କେବଳ ସେତିକି ନୁହେଁ, ଏହାକୁ ସାଙ୍ଗ କରିଥିବା ଲୋକଟି ଅଜାଣତରେ ଯକୃତଠାରୁ ହୃଦ୍‌ରୋଗ, ଅଗ୍ନାଶୟ, ବୃକକ୍‌, ପାକସ୍ଥଳୀ, ସ୍ନାୟୁଗତ, ଫୁସ୍‌ଫୁସ୍‌ ରୋଗମାନଙ୍କରେ ପୀଡ଼ିତ ହେବା ସହ ପରିବାର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥା’ନ୍ତି।
୨୦୨୦ ମସିହାର ଭାରତ ସରକାରଙ୍କ ପ୍ରଦତ୍ତ ବାର୍ଷିକ ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ଯାହା କହିଛି, ତାହା ହେଉଛି କେବଳ ଓଡ଼ିଶାରେ ୩୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଅନୂ୍ୟନ ୩୮% ଲୋକ ଏହି ଭୟାବହ ତମାଖୁର ମରଣଯନ୍ତାରେ ଫସୁଛନ୍ତି। ରାଜସ୍ଥାନ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ଏହି ସଂଖ୍ୟା ୧୦%ରୁ କମ୍‌ ଥିବାବେଳେ ସେଠାରେ ତମାଖୁ ନିଷିଦ୍ଧ କରାଯାଇଛି। ଆଇନ ଯେ ନାହିଁ ତାହା ନୁହେଁ, ସମଗ୍ର ଭାରତରେ ପାଖାପାଖି ୨୦ଟି ରାଜ୍ୟରେ ଏହି ଗୁଟ୍‌ଖା ଓ ତମାଖୁର ବ୍ୟବହାର ଉପରେ କଡ଼ା କଟକଣା ରହିଛି। ଓଡ଼ିଶାରେ ଏହାକୁ ନିଷିଦ୍ଧ ବା ବନ୍ଦ କରିବା ପାଇଁ ଆଇନ ବି ରହିଛି। ସରକାର କେବଳ ଏହାର ନିଷିଦ୍ଧ ପାଇଁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଦେଇ ଦାୟିତ୍ୱ ସରିଗଲା ଭଳି ଭାବୁଛନ୍ତି। ବ୍ୟାପକ ସଚେତନତା ସୃଷ୍ଟି ନ ହଉଥିବାରୁ ଏହା ଦିନକୁ ଦିନ ଉଦ୍‌ବେଗଜନକ ଭାବରେ ବଢ଼ି ଚାଲୁଛି। ଆଇନରେ ଗୁଟ୍‌ଖା ଓ ତମାଖୁଜାତ ସାମଗ୍ରୀର ଉପତ୍ାଦନ, ବ୍ୟବସାୟ ଏପରିକି ବ୍ୟବହାର ପାଇଁ ନିଷିଦ୍ଧାଦେଶ ରହିବା ସହ ଏହାପାଇଁ ଜେଲ ଓ ଜରିମନାର ଦଣ୍ଡବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶାରେ ଜଣେ ବି କେହି ଦଣ୍ଡିତ ହୋଇନାହାନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏହାର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କରେ ଲୋକମାନଙ୍କୁ ବୁଝାଇ କିଛିଟା ସଚେତନ କରିପାରିବାର ଦାୟିତ୍ୱ ରଖିଛନ୍ତି। ତେବେ ସବୁଠାରୁ ବଡ଼ ଉଦ୍‌ବେଗଜନକ ପ୍ରସଙ୍ଗ ହେଉଛି ଓଡ଼ିଶା ଭଳି ଏକ ଗରିବ ରାଜ୍ୟର ଲୋକଙ୍କଠାରୁ ନିଶା ମାଫିଆମାନେ ବାର୍ଷିକ ପାଖାପାଖି ୬୦ ହଜାର କୋଟି ଟଙ୍କା ଶୋଷି ନେଉଛନ୍ତି। ଏଣୁ ଦାରିଦ୍ର୍ୟ ଦୂରୀକରଣ ସହିତ ରାଜ୍ୟର ବିକାଶ ଏବଂ ଲୋକଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇଁ ଯେତେ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ସରକାର କଲେ ମଧ୍ୟ ତାହା ଫୁଟା ମାଠିଆରେ ବୋହିଯିବା ପାଣି ପରିସ୍ଥିତି। ଯେଉଁ ପ୍ରକାର ବି ହେଉ, ନିଶା ରାକ୍ଷସର ମରଣଯନ୍ତାରେ ପଡ଼ିଥିବା ଲୋକଟି ସହଜରେ ମୁକୁଳି ପାରି ନ ଥାଏ। କାରଣ ଏହା ଲୋକଟିର ସ୍ବାସ୍ଥ୍ୟଗତ ଦିଗକୁ ନୁହେଁ, ମାନସିକ କ୍ଷେତ୍ରରେ ତାକୁ ଏକ ପ୍ରକାର ପାଗଳ କରିଦେଇଥାଏ।
ଅନେକ ସମୟରେ ନିଶା ନ ପାଇବାରୁ ନିଶାଖୋରମାନେ ଯେଉଁପରି ଭାବରେ ଜଘନ୍ୟ କାଣ୍ଡ କରିଥା’ନ୍ତି ତାହା ଗଣମାଧ୍ୟମରେ ପ୍ରକାଶ ପାଇଥାଏ। କିନ୍ତୁ ବାସ୍ତବରେ ଆମ ସମାଜରୁ ତମାଖୁ ବା ନିଶା ମୁକ୍ତ ବ୍ୟବସ୍ଥା ସୃଷ୍ଟି କରିବା ନିଶ୍ଚିତ ଭାବରେ କାଠିକର ପାଠ। ଏହା ଲୋକଟିର ସବୁକିଛିକୁ ପୋଡ଼ା ଅଙ୍ଗାର କରିଦିଏ। ଜୀବନରେ କୌଣସି ଖୁସି ପାଇବାକୁ ଲୋକଟି ସକ୍ଷମ ହୋଇନଥାଏ। ଖୁବ୍‌ ଖୁସିର କଥା, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏହି ନିଶା ରାକ୍ଷସ କବଳରୁ କିପରି ଜଣେ ବର୍ତ୍ତିପାରିବ ତାହା ପାଇଁ ସ୍ବତନ୍ତ୍ର ଚିକିତ୍ସା ସୁବିଧାର ବ୍ୟବସ୍ଥା ରହିଛି। ଇଆଡ଼େ ସେହି ନିଶା ପାଇଁ ବାଡ଼ିଆପିଟା, କେଉଁଠି ନିଜର ଉପରିସ୍ଥ ହାକିମଙ୍କୁ ନାଲିଆଖି ଦେଖାଇବା ଏହିପରି ବିଭିନ୍ନ ବିଭ୍ରାନ୍ତିକର ପରିବେଶ ସୃଷ୍ଟି ହୋଇଥାଏ। ତେବେ ନିଶା ନିବାରଣ ଚାହୁଁଥିଲେ ଏ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଥମେ ନିଜ ଘରୁ ଆରମ୍ଭ କରି ଆଖପାଖର ପରିବେଶ ଓ ପରେ ସମାଜରେ ଆପଣ ନିଶା ମୁକ୍ତି ପାଇଁ ନିଶ୍ଚିତ କିଛି ଦାୟିତ୍ୱ ନିର୍ବାହ କରିପାରିବେ। ଆଉ ଏ କ୍ଷେତ୍ରରେ ସମସ୍ତଙ୍କର ସହଯୋଗ ନିତାନ୍ତ ପ୍ରୟୋଜନୀୟ। ତେଣୁ ଆସନ୍ତୁ ଆଜିପରି ଦିନରେ ଏହି ରାକ୍ଷସକୁ ମୂଳୋପତ୍ାଟନ କରିବା ପାଇଁ ସଂକଳ୍ପ ନେବା।

– ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri