ନିଶାର ମରଣଯନ୍ତା

ଡା. ଉମେଶ ଚନ୍ଦ୍ର ପାତ୍ର

କିଛି କ୍ଷଣର ଉନ୍ମାଦନା ବା ଅବ୍ୟବସ୍ଥିତ ଦୈନନ୍ଦିନ ଭିତରେ ନିଶା ବ୍ୟବହାର କରୁଥିବା ଲୋକଟି ପ୍ରକାରାନ୍ତରେ ସେହି ନିଶା ଦାନବର କବଳିତ ହୋଇ ସାରିଥାଏ। ତେବେ ନିଶା ଯେ କେବଳ ମଦ, ଭାଙ୍ଗ, ଟାବ୍‌ଲେଟ ବା ଇଞ୍ଜେକଶନ୍‌ ନୁହେଁ ସବୁଠାରୁ ବେଶୀ ବ୍ୟବହୃତ ହୁଏ ତମାଖୁ। ଗଁା ହେଉ ବା ସହର ଗୁଟ୍‌ଖା ପାଟିରେ ପକାଇ କାର୍ଯ୍ୟ କରୁଥିବା ଲୋକଟିଏ ପରବର୍ତ୍ତୀ ସମୟରେ ସେହି ନିଶା ରାକ୍ଷସର ପାଟି ଭିତରେ ହିଁ ପଶି ଯାଇଥାଏ । ଗୁଟ୍‌ଖା ହେଉ ବା ସେହି ଧରଣର ଧୂଆଁପତ୍ର ସହିତ ନିକୋଟିନ୍‌ ମିଶିଥିବା ପାନ ମସଲା ଖାଇ ପୃଥିବୀରେ ବର୍ଷକୁ ପାଖାପାଖି ୬୦ ଲକ୍ଷ ଲୋକ ଜୀବନ ହାରୁଛନ୍ତି। ଭାରତରେ ଏହି ସଂଖ୍ୟା ୧୨ ଲକ୍ଷରୁ ଅଧିକ ହେଉଥିବାବେଳେ ତମାଖୁ ସେବନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଥିବା ଓଡ଼ିଶାରେ ବର୍ଷକୁ ୪୦ ହଜାର ପାଖାପାଖି ଲୋକ ଏହି କାରଣରୁ ଜୀବନ ହରାଉଛନ୍ତି। ନିଶା ରାକ୍ଷସର କବଳରୁ ଲୋକମାନଙ୍କୁ ରକ୍ଷା କରିବା ସହ ଏହାର ନିୟନ୍ତ୍ରଣ ଦିଗକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରୁଛି। ଏକ ପରିସଂଖ୍ୟାନର ତଥ୍ୟ ଯାହା କୁହେ ପୃଥିବୀରେ ପ୍ରତି ୬ ସେକେଣ୍ଡରେ ତମାଖୁ ସେବନଜନିତ କାରଣରୁ ଅତିକମ୍‌ରେ ଜଣେ ଲୋକର ଜୀବନ ଯାଇଥାଏ। ଯେଉଁ ଭାବରେ ତମାଖୁ ସେବନଜନିତ ମୃତ୍ୟୁସଂଖ୍ୟା ବଢ଼ୁଛି, ତାହା ସେହି ଧାରାରେ ରହିଲେ ଏହା ବାର୍ଷିକ ୧ କୋଟିକୁ ଟପିଯିବ। ଆମ ଦେଶରେ ଯେତେ ମୁଖଗହ୍ବର କର୍କଟ ରୋଗୀ ରହିଛନ୍ତି, ସେମାନଙ୍କ ଭିତରୁ ପାଖାପାଖି ୯୦% ହେଉଛନ୍ତି ବିଭିନ୍ନ ପ୍ରକାରର ତମାଖୁ ବ୍ୟବହାରକାରୀ। କେବଳ ଭୟାବହ କର୍କଟ ରୋଗ ନୁହେଁ, ତମାଖୁ ସ୍ଲୋ ପଏଜନ୍‌ ଭାବେ ଧୀରେ ଧୀରେ ମଣିଷକୁ ମୃତ୍ୟୁପର ପଥ ଦେଖାଇଥାଏ। କେବଳ ସେତିକି ନୁହେଁ, ଏହାକୁ ସାଙ୍ଗ କରିଥିବା ଲୋକଟି ଅଜାଣତରେ ଯକୃତଠାରୁ ହୃଦ୍‌ରୋଗ, ଅଗ୍ନାଶୟ, ବୃକକ୍‌, ପାକସ୍ଥଳୀ, ସ୍ନାୟୁଗତ, ଫୁସ୍‌ଫୁସ୍‌ ରୋଗମାନଙ୍କରେ ପୀଡ଼ିତ ହେବା ସହ ପରିବାର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥା’ନ୍ତି।
୨୦୨୦ ମସିହାର ଭାରତ ସରକାରଙ୍କ ପ୍ରଦତ୍ତ ବାର୍ଷିକ ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ଯାହା କହିଛି, ତାହା ହେଉଛି କେବଳ ଓଡ଼ିଶାରେ ୩୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଅନୂ୍ୟନ ୩୮% ଲୋକ ଏହି ଭୟାବହ ତମାଖୁର ମରଣଯନ୍ତାରେ ଫସୁଛନ୍ତି। ରାଜସ୍ଥାନ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ଏହି ସଂଖ୍ୟା ୧୦%ରୁ କମ୍‌ ଥିବାବେଳେ ସେଠାରେ ତମାଖୁ ନିଷିଦ୍ଧ କରାଯାଇଛି। ଆଇନ ଯେ ନାହିଁ ତାହା ନୁହେଁ, ସମଗ୍ର ଭାରତରେ ପାଖାପାଖି ୨୦ଟି ରାଜ୍ୟରେ ଏହି ଗୁଟ୍‌ଖା ଓ ତମାଖୁର ବ୍ୟବହାର ଉପରେ କଡ଼ା କଟକଣା ରହିଛି। ଓଡ଼ିଶାରେ ଏହାକୁ ନିଷିଦ୍ଧ ବା ବନ୍ଦ କରିବା ପାଇଁ ଆଇନ ବି ରହିଛି। ସରକାର କେବଳ ଏହାର ନିଷିଦ୍ଧ ପାଇଁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଦେଇ ଦାୟିତ୍ୱ ସରିଗଲା ଭଳି ଭାବୁଛନ୍ତି। ବ୍ୟାପକ ସଚେତନତା ସୃଷ୍ଟି ନ ହଉଥିବାରୁ ଏହା ଦିନକୁ ଦିନ ଉଦ୍‌ବେଗଜନକ ଭାବରେ ବଢ଼ି ଚାଲୁଛି। ଆଇନରେ ଗୁଟ୍‌ଖା ଓ ତମାଖୁଜାତ ସାମଗ୍ରୀର ଉପତ୍ାଦନ, ବ୍ୟବସାୟ ଏପରିକି ବ୍ୟବହାର ପାଇଁ ନିଷିଦ୍ଧାଦେଶ ରହିବା ସହ ଏହାପାଇଁ ଜେଲ ଓ ଜରିମନାର ଦଣ୍ଡବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶାରେ ଜଣେ ବି କେହି ଦଣ୍ଡିତ ହୋଇନାହାନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏହାର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କରେ ଲୋକମାନଙ୍କୁ ବୁଝାଇ କିଛିଟା ସଚେତନ କରିପାରିବାର ଦାୟିତ୍ୱ ରଖିଛନ୍ତି। ତେବେ ସବୁଠାରୁ ବଡ଼ ଉଦ୍‌ବେଗଜନକ ପ୍ରସଙ୍ଗ ହେଉଛି ଓଡ଼ିଶା ଭଳି ଏକ ଗରିବ ରାଜ୍ୟର ଲୋକଙ୍କଠାରୁ ନିଶା ମାଫିଆମାନେ ବାର୍ଷିକ ପାଖାପାଖି ୬୦ ହଜାର କୋଟି ଟଙ୍କା ଶୋଷି ନେଉଛନ୍ତି। ଏଣୁ ଦାରିଦ୍ର୍ୟ ଦୂରୀକରଣ ସହିତ ରାଜ୍ୟର ବିକାଶ ଏବଂ ଲୋକଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇଁ ଯେତେ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ସରକାର କଲେ ମଧ୍ୟ ତାହା ଫୁଟା ମାଠିଆରେ ବୋହିଯିବା ପାଣି ପରିସ୍ଥିତି। ଯେଉଁ ପ୍ରକାର ବି ହେଉ, ନିଶା ରାକ୍ଷସର ମରଣଯନ୍ତାରେ ପଡ଼ିଥିବା ଲୋକଟି ସହଜରେ ମୁକୁଳି ପାରି ନ ଥାଏ। କାରଣ ଏହା ଲୋକଟିର ସ୍ବାସ୍ଥ୍ୟଗତ ଦିଗକୁ ନୁହେଁ, ମାନସିକ କ୍ଷେତ୍ରରେ ତାକୁ ଏକ ପ୍ରକାର ପାଗଳ କରିଦେଇଥାଏ।
ଅନେକ ସମୟରେ ନିଶା ନ ପାଇବାରୁ ନିଶାଖୋରମାନେ ଯେଉଁପରି ଭାବରେ ଜଘନ୍ୟ କାଣ୍ଡ କରିଥା’ନ୍ତି ତାହା ଗଣମାଧ୍ୟମରେ ପ୍ରକାଶ ପାଇଥାଏ। କିନ୍ତୁ ବାସ୍ତବରେ ଆମ ସମାଜରୁ ତମାଖୁ ବା ନିଶା ମୁକ୍ତ ବ୍ୟବସ୍ଥା ସୃଷ୍ଟି କରିବା ନିଶ୍ଚିତ ଭାବରେ କାଠିକର ପାଠ। ଏହା ଲୋକଟିର ସବୁକିଛିକୁ ପୋଡ଼ା ଅଙ୍ଗାର କରିଦିଏ। ଜୀବନରେ କୌଣସି ଖୁସି ପାଇବାକୁ ଲୋକଟି ସକ୍ଷମ ହୋଇନଥାଏ। ଖୁବ୍‌ ଖୁସିର କଥା, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏହି ନିଶା ରାକ୍ଷସ କବଳରୁ କିପରି ଜଣେ ବର୍ତ୍ତିପାରିବ ତାହା ପାଇଁ ସ୍ବତନ୍ତ୍ର ଚିକିତ୍ସା ସୁବିଧାର ବ୍ୟବସ୍ଥା ରହିଛି। ଇଆଡ଼େ ସେହି ନିଶା ପାଇଁ ବାଡ଼ିଆପିଟା, କେଉଁଠି ନିଜର ଉପରିସ୍ଥ ହାକିମଙ୍କୁ ନାଲିଆଖି ଦେଖାଇବା ଏହିପରି ବିଭିନ୍ନ ବିଭ୍ରାନ୍ତିକର ପରିବେଶ ସୃଷ୍ଟି ହୋଇଥାଏ। ତେବେ ନିଶା ନିବାରଣ ଚାହୁଁଥିଲେ ଏ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଥମେ ନିଜ ଘରୁ ଆରମ୍ଭ କରି ଆଖପାଖର ପରିବେଶ ଓ ପରେ ସମାଜରେ ଆପଣ ନିଶା ମୁକ୍ତି ପାଇଁ ନିଶ୍ଚିତ କିଛି ଦାୟିତ୍ୱ ନିର୍ବାହ କରିପାରିବେ। ଆଉ ଏ କ୍ଷେତ୍ରରେ ସମସ୍ତଙ୍କର ସହଯୋଗ ନିତାନ୍ତ ପ୍ରୟୋଜନୀୟ। ତେଣୁ ଆସନ୍ତୁ ଆଜିପରି ଦିନରେ ଏହି ରାକ୍ଷସକୁ ମୂଳୋପତ୍ାଟନ କରିବା ପାଇଁ ସଂକଳ୍ପ ନେବା।

– ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri