ଜିଲାରେ ନିର୍ବାଚନୀ ଅସହିଷ୍ଣୁତା ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୧୨ା୨: କେନ୍ଦ୍ରାପଡ଼ା ଜିଲାର ଆଳି ଓ ଡେରାବିଶ ବ୍ଲକ ଅଞ୍ଚଳରେ ଆସନ୍ତା ୧୬ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋଟ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ସରିବ। ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ତୀବ୍ର କରିଥିବା ବେଳେ ପ୍ରତିପକ୍ଷଙ୍କ ପ୍ରତି ଅସହିଷ୍ଣୁତା ବଢ଼ିଚାଲିଛି। ଆଳି ବ୍ଲକ ଅଞ୍ଚଳର ଜଣେ ସରପଞ୍ଚଙ୍କ ଘର ପୂର୍ବରୁ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ବ୍ଲକର ନିଆଳ ସରପଞ୍ଚଙ୍କ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଥିବା ଥାନାରେ ନଂ.୪୦/୨୨ରେ ମାମଲା ହୋଇଛି। ସରପଞ୍ଚ ସୁକାନ୍ତି ମଲ୍ଲିକଙ୍କ ଯାଆ ସୋନାଲିଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ସୋନାଲିଙ୍କ ଦେଢ଼ଶୁର ଅଶୋକ ନିଆଳ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତରେ ପୋଷ୍ଟର ଚିରାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗପତ୍ର ଦିଆଯାଇଛି। ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା ଏତେ ତୀବ୍ର ହୋଇଛି ଯେ, ବୁଥ୍‌ ର଼୍ୟାଗିଂ ପରି ଘଟଣା ଆଶଙ୍କା କରାଯାଉଛି। ବିଭିନ୍ନ ସ୍ଥାନରେ ବୁଥ୍‌କୁ ଉତ୍ତେଜନାପ୍ରବଣ ଘୋଷଣା କରିବାକୁ ପ୍ରାର୍ଥୀମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ବିଭୂତିଭୂଷଣ ରାଉତ, ସୁନୀଲ କୁମାର ଗନ୍ତାୟତ, ବାନାମ୍ବର ସାହୁ ପ୍ରମୁଖ କହିଛନ୍ତି, ଗତ ୨୦୧୭ରେ ଜିଲାରେ ମାତ୍ର ୫୬୮ଟି ଉତ୍ତେଜନାପ୍ରବଣ ବୁଥ୍‌ ଚିହ୍ନଟ ହୋଇଥିଲା। ତେବେ ଚଳିତବର୍ଷ ଏପରି ବୁଥ୍‌ ସଂଖ୍ୟା ଅଢ଼େଇଗୁଣ ବଢ଼ିଥିବା ଜିଲା ପ୍ରଶାସନ ତଥ୍ୟରୁ ସୂଚନା ମିଳିଛି। ଜିଲାରେ ଏବେ ୧୫୭୫ ଉତ୍ତେଜନାପୂର୍ଣ୍ଣ ବୁଥ୍‌ ଚିହ୍ନଟ ହୋଇଥିବା ବେଳେ ନିର୍ବାଚନୀ ଅସହିଷ୍ଣୁତା ପାଇଁ ସଂଖ୍ୟା ଅଧିକ ହେବା ସମ୍ଭାବନା ଅଛି। ରାଜନୈତିକ ଅସହିଷ୍ଣୁତାର କାରଣ ପଦବୀ ସହିତ ଅନୁଦାନ ଅର୍ଥ। ତୃଣମୂଳସ୍ତରର ସମସ୍ୟା ସମାଧାନ ପାଇଁ ଲୋକ ପ୍ରତିନିଧିଙ୍କୁ ପଦବୀ ସହିତ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ପାଇଁ ସରକାରୀ ଅନୁଦାନ ଆସୁଛି। ପଦବୀର ଉପଯୋଗ କରି ଅର୍ଥର ସୁବିନିଯୋଗ କରିବା ଲୋକପ୍ରତିନିଧିଙ୍କ କାମ। ତେବେ ଏହି ଅନୁଦାନ ଅର୍ଥ ହିଁ ଅନର୍ଥ ସୃଷ୍ଟି କରୁଛି। ଅଧିକାଂଶ ପଞ୍ଚାୟତରେ ଅନୁଦାନ ଅର୍ଥ ପଦବୀଧାରୀଙ୍କ ପକେଟକୁ ଯାଉଛି। ଏଥିପାଇଁ ନିର୍ବାଚନରେ ଜିତିବାକୁ ନେଇ ରଣନୀତି ପ୍ରସ୍ତୁତ କରାଯାଉଛି। ଫଳରେ ଭୋଟ ସମୟରେ ଥାନାରେ ମାମଲା ସଂଖ୍ୟା ବଢୁଛି। ଜିଲା ପ୍ରଶାସନ ପକ୍ଷରୁ ବୁଥ୍‌ଗୁଡିକରେ ସିସିଟିଭି ଲଗାଇବା ଓ ପୋଲିସ ବଳକୁ ମୁତୟନ କରିବା ଜରୁରୀ ହୋଇପଡିଛି। ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା କହିଛନ୍ତି, ଚଳିତ ନିର୍ବାଚନର ସୁପରିଚାଳନା ପାଇଁ ଜିଲା ପୋଲିସ ପ୍ରସ୍ତୁତ ହୋଇଛି। ସମ୍ବେଦନଶୀଳ ସ୍ଥାନଗୁଡିକ ଚିହ୍ନଟ କରାଯାଇ ପୋଲିସ ବଳ ମୁତୟନ କରାଯାଇଛି। ନିର୍ବାଚନୀ ହିଂସା ରୋକିବାକୁ ମୋବାଇଲ ଟିମ୍‌ ଗଠନ ହୋଇଛି। ଠିକଣା ସମୟରେ ଉପଯୁକ୍ତ ପଦକ୍ଷେପ ନିଆଯାଉଥିବାରୁ ଚଳିତ ନିର୍ବାଚନ ସୁଚାରୁରୂପେ ସମ୍ପନ୍ନ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri