ଆନ୍ତଃରାଜ୍ୟ ଯୁଦ୍ଧ

ଭାରତର ଉତ୍ତରପୂର୍ବାଞ୍ଚଳକୁ ଦେଖିଲେ ଏକ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିବା ଭଳି ମନେହେଉଛିି। ବହୁ ଆଗରୁ ଶୁଣି ଆସିଥିଲୁ ଭାରତ ସହ ଚାଇନା କିମ୍ବା ପାକିିସ୍ତାନ ଯୁଦ୍ଧ କରିଛନ୍ତି। ଏବେ ଯେତେବେଳେ ଖବରକାଗଜରୁ ପଢ଼ିବାକୁ ମିଳୁଛି ଯେ, ମିଜୋରାମ ଓ ଆସାମ ମଧ୍ୟରେ ଯୁଦ୍ଧ ଲାଗିଛି ସେତେବେଳେ ଆଶ୍ଚର୍ଯ୍ୟ ହେବା ସହିତ ଘନୀଭୂତ ହେଉଥିବା ବିପଜ୍ଜନକ ପରିସ୍ଥିତି ପାଇଁ ବ୍ୟସ୍ତ ମଧ୍ୟ ଲାଗୁଛି। ଏହି ସ୍ତମ୍ଭରେ ୨୨ ମାର୍ଚ୍ଚ ୨୦୨୧ରେ ‘ମ୍ୟାନ୍‌ମାର ଶରଣାର୍ଥୀ’ ଶୀର୍ଷକରେ ମିଜୋରାମ ସମ୍ପର୍କରେ ସମ୍ପାଦକୀୟ ଲେଖିଥିଲୁ। ସେତେବେଳେ ବର୍ମାର ମିଲିଟାରୀ ଜୋରଜବରଦସ୍ତ କ୍ଷମତା ଅକ୍ତିଆର କରିନେଇଥିଲା। ମିଲିଟାରୀକୁ ବିରୋଧ କରୁଥିବା ବର୍ମାର ଅନେକ ଆଦିବାସୀ ଅନ୍ତର୍ଜାତୀୟ ସୀମା ଟପି ମିଜୋରାମରେ ପ୍ରବେଶ କରିଯାଇଥିଲେ। ସେତେବେଳେ ମିଜୋରାମ ସରକାର ଶରଣାର୍ଥୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ଫଳରେ କେନ୍ଦ୍ରର ଭାଜପା ସରକାର ବିରକ୍ତିଭାବ ପ୍ରକାଶ କରିଥିଲେ। ଏହା ପଛରେ କାରଣ ଥିଲା ବର୍ମାର ଏକଚ୍ଛତ୍ରବାଦୀ ମିଲିଟାରୀ ଶାସକଙ୍କୁ ଭାରତ ସରକାର ସମର୍ଥନ କରୁଛି। ଏବେ ସେହି ମିଜୋରାମ ସହ ଭାଜପା ଶାସିତ ଆସାମ ମଧ୍ୟରେ ଏକ ଅବାଞ୍ଛିତ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ଆନ୍ତଃରାଜ୍ୟ କଳି ଅତ୍ୟନ୍ତ ମାରାତ୍ମକ ହୋଇପାରେ ବୋଲି ଏହି ଘଟଣା ପ୍ରମାଣ କରିଦେଉଛି।
୨୬ ଜୁଲାଇରେ ଆସାମ-ମିଜୋରାମ ସୀମା ସଂଘର୍ଷରେ ଆସାମର ୬ ଜଣ ପୋଲିସ ନିହତ ହୋଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆସାମର ଚାଚର ଓ ମିଜୋରାମର କୋଲାସିବ ଜିଲା ସୀମାରେ ଏହି ହିଂସା ଘଟିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେଘାଳୟର ରାଜଧାନୀ ଶିଲଂଠାରେ ଉତ୍ତରପୂର୍ବାଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବାର ଦୁଇ ଦିନ ପରେ ଏହି ରକ୍ତାକ୍ତ ସଂଘର୍ଷର ସୂତ୍ରପାତ ଘଟିଛି। ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ମିଜୋରାମ ପ୍ରତିପକ୍ଷ ଜୋରାମଥାଙ୍ଗା ବିବାଦର ସମାଧାନ ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ୧୯୭୨ରେ ଆସାମରୁ ଅଲଗା ହୋଇ ମିଜୋରାମ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ୧୯୮୭ରେ ରାଜ୍ୟମାନ୍ୟତା ଲାଭ କରିଥିଲା। ଏହି ଦୁଇ ରାଜ୍ୟ ମଧ୍ୟରେ ୧୬୪.୬ କି.ମି. ଆନ୍ତଃରାଜ୍ୟ ସୀମା ରହିଛି। ଆସାମର ଏକ ଅଞ୍ଚଳକୁ ମିଜୋରାମ ଦଖଲ କରିଥିବା ଅଭିଯୋଗ ହେବା ପରେ ଚଳିତ ବର୍ଷ ଜୁନ୍‌ରେ ଆସାମ ଅନୁରୂପ ଭାବେ ମିଜୋରାମର ଏକ ଅଞ୍ଚଳକୁ ଦଖଲ କରିଥିଲା। ଏହା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଓ ଏହାର ପରିଣାମ ଏବେ ସାମ୍ନାକୁ ଆସିଲା। ଏହି ଦୁଇ ରାଜ୍ୟ ମଧ୍ୟରେ ଏଭଳି ସୀମା ସଂଘର୍ଷ ନୂଆ ନୁହେଁ।
ଏହି ପ୍ରଚ୍ଛଦପଟରେ ଏବେ ଯଦି ଓଡ଼ିଶାକୁ ଦେଖିବା ଏଠାରେ ମଧ୍ୟ ଅନେକ ବିବାଦ ଉପୁଜିଲାଣି। ଓଡ଼ିଶାକୁ ଆନ୍ତଃରାଜ୍ୟ ବିବାଦ ଚାରିପଟୁ ଘେରିଗଲାଣି। ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ କିଛି ବର୍ଷଧରି ପୋଲାଭରମ ଏବଂ ନେରେଡି ଜଳ ପ୍ରକଳ୍ପ କରିବା ସହିତ ଏବେ ଓଡ଼ିଶାର କୋଟିଆ ଅଞ୍ଚଳକୁ ଦଖଲ କରିସାରିଲାଣି। ପଶ୍ଚିମରେ ଛତିଶଗଡ଼ ତରଫରୁ ମହାନଦୀ ଉପରେ ଅନେକ ବନ୍ଧ ବାନ୍ଧି ଜଳ ସମସ୍ୟା ସୃଷ୍ଟି କରି ଦିଆଗଲାଣି। ସେହିଭଳି ପଶ୍ଚିମବଙ୍ଗ ସହିତ ଅନେକ ବିବାଦୀୟ ଅଞ୍ଚଳକୁ ନେଇ ସମସ୍ୟା ସୃଷ୍ଟି ହେଉଛି। ଆଶ୍ଚର୍ଯ୍ୟର ବିଷୟ ଯେ, ଏକ ଦଶନ୍ଧି ପୂର୍ବରୁ ଏଭଳି ସମସ୍ୟା ନ ଥିଲା। ଏବେ ଏଗୁଡ଼ିକ ଉତ୍କଟ ରୂପ ଧାରଣ କରିବା ପଛରେ କାରଣର ଅନୁଧ୍ୟାନ କରାଯିବା ଜରୁରୀ ହୋଇପଡ଼ିଲାଣି। ଏଥିପାଇଁ କେନ୍ଦ୍ର ସରକାର ନୀରବ ବସିବା ପରିବର୍ତ୍ତେ ବିବାଦର ସମାଧାନ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri