ଆନ୍ତଃରାଜ୍ୟ ଯୁଦ୍ଧ

ଭାରତର ଉତ୍ତରପୂର୍ବାଞ୍ଚଳକୁ ଦେଖିଲେ ଏକ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିବା ଭଳି ମନେହେଉଛିି। ବହୁ ଆଗରୁ ଶୁଣି ଆସିଥିଲୁ ଭାରତ ସହ ଚାଇନା କିମ୍ବା ପାକିିସ୍ତାନ ଯୁଦ୍ଧ କରିଛନ୍ତି। ଏବେ ଯେତେବେଳେ ଖବରକାଗଜରୁ ପଢ଼ିବାକୁ ମିଳୁଛି ଯେ, ମିଜୋରାମ ଓ ଆସାମ ମଧ୍ୟରେ ଯୁଦ୍ଧ ଲାଗିଛି ସେତେବେଳେ ଆଶ୍ଚର୍ଯ୍ୟ ହେବା ସହିତ ଘନୀଭୂତ ହେଉଥିବା ବିପଜ୍ଜନକ ପରିସ୍ଥିତି ପାଇଁ ବ୍ୟସ୍ତ ମଧ୍ୟ ଲାଗୁଛି। ଏହି ସ୍ତମ୍ଭରେ ୨୨ ମାର୍ଚ୍ଚ ୨୦୨୧ରେ ‘ମ୍ୟାନ୍‌ମାର ଶରଣାର୍ଥୀ’ ଶୀର୍ଷକରେ ମିଜୋରାମ ସମ୍ପର୍କରେ ସମ୍ପାଦକୀୟ ଲେଖିଥିଲୁ। ସେତେବେଳେ ବର୍ମାର ମିଲିଟାରୀ ଜୋରଜବରଦସ୍ତ କ୍ଷମତା ଅକ୍ତିଆର କରିନେଇଥିଲା। ମିଲିଟାରୀକୁ ବିରୋଧ କରୁଥିବା ବର୍ମାର ଅନେକ ଆଦିବାସୀ ଅନ୍ତର୍ଜାତୀୟ ସୀମା ଟପି ମିଜୋରାମରେ ପ୍ରବେଶ କରିଯାଇଥିଲେ। ସେତେବେଳେ ମିଜୋରାମ ସରକାର ଶରଣାର୍ଥୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ଫଳରେ କେନ୍ଦ୍ରର ଭାଜପା ସରକାର ବିରକ୍ତିଭାବ ପ୍ରକାଶ କରିଥିଲେ। ଏହା ପଛରେ କାରଣ ଥିଲା ବର୍ମାର ଏକଚ୍ଛତ୍ରବାଦୀ ମିଲିଟାରୀ ଶାସକଙ୍କୁ ଭାରତ ସରକାର ସମର୍ଥନ କରୁଛି। ଏବେ ସେହି ମିଜୋରାମ ସହ ଭାଜପା ଶାସିତ ଆସାମ ମଧ୍ୟରେ ଏକ ଅବାଞ୍ଛିତ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ଆନ୍ତଃରାଜ୍ୟ କଳି ଅତ୍ୟନ୍ତ ମାରାତ୍ମକ ହୋଇପାରେ ବୋଲି ଏହି ଘଟଣା ପ୍ରମାଣ କରିଦେଉଛି।
୨୬ ଜୁଲାଇରେ ଆସାମ-ମିଜୋରାମ ସୀମା ସଂଘର୍ଷରେ ଆସାମର ୬ ଜଣ ପୋଲିସ ନିହତ ହୋଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆସାମର ଚାଚର ଓ ମିଜୋରାମର କୋଲାସିବ ଜିଲା ସୀମାରେ ଏହି ହିଂସା ଘଟିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେଘାଳୟର ରାଜଧାନୀ ଶିଲଂଠାରେ ଉତ୍ତରପୂର୍ବାଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବାର ଦୁଇ ଦିନ ପରେ ଏହି ରକ୍ତାକ୍ତ ସଂଘର୍ଷର ସୂତ୍ରପାତ ଘଟିଛି। ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ମିଜୋରାମ ପ୍ରତିପକ୍ଷ ଜୋରାମଥାଙ୍ଗା ବିବାଦର ସମାଧାନ ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ୧୯୭୨ରେ ଆସାମରୁ ଅଲଗା ହୋଇ ମିଜୋରାମ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ୧୯୮୭ରେ ରାଜ୍ୟମାନ୍ୟତା ଲାଭ କରିଥିଲା। ଏହି ଦୁଇ ରାଜ୍ୟ ମଧ୍ୟରେ ୧୬୪.୬ କି.ମି. ଆନ୍ତଃରାଜ୍ୟ ସୀମା ରହିଛି। ଆସାମର ଏକ ଅଞ୍ଚଳକୁ ମିଜୋରାମ ଦଖଲ କରିଥିବା ଅଭିଯୋଗ ହେବା ପରେ ଚଳିତ ବର୍ଷ ଜୁନ୍‌ରେ ଆସାମ ଅନୁରୂପ ଭାବେ ମିଜୋରାମର ଏକ ଅଞ୍ଚଳକୁ ଦଖଲ କରିଥିଲା। ଏହା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଓ ଏହାର ପରିଣାମ ଏବେ ସାମ୍ନାକୁ ଆସିଲା। ଏହି ଦୁଇ ରାଜ୍ୟ ମଧ୍ୟରେ ଏଭଳି ସୀମା ସଂଘର୍ଷ ନୂଆ ନୁହେଁ।
ଏହି ପ୍ରଚ୍ଛଦପଟରେ ଏବେ ଯଦି ଓଡ଼ିଶାକୁ ଦେଖିବା ଏଠାରେ ମଧ୍ୟ ଅନେକ ବିବାଦ ଉପୁଜିଲାଣି। ଓଡ଼ିଶାକୁ ଆନ୍ତଃରାଜ୍ୟ ବିବାଦ ଚାରିପଟୁ ଘେରିଗଲାଣି। ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ କିଛି ବର୍ଷଧରି ପୋଲାଭରମ ଏବଂ ନେରେଡି ଜଳ ପ୍ରକଳ୍ପ କରିବା ସହିତ ଏବେ ଓଡ଼ିଶାର କୋଟିଆ ଅଞ୍ଚଳକୁ ଦଖଲ କରିସାରିଲାଣି। ପଶ୍ଚିମରେ ଛତିଶଗଡ଼ ତରଫରୁ ମହାନଦୀ ଉପରେ ଅନେକ ବନ୍ଧ ବାନ୍ଧି ଜଳ ସମସ୍ୟା ସୃଷ୍ଟି କରି ଦିଆଗଲାଣି। ସେହିଭଳି ପଶ୍ଚିମବଙ୍ଗ ସହିତ ଅନେକ ବିବାଦୀୟ ଅଞ୍ଚଳକୁ ନେଇ ସମସ୍ୟା ସୃଷ୍ଟି ହେଉଛି। ଆଶ୍ଚର୍ଯ୍ୟର ବିଷୟ ଯେ, ଏକ ଦଶନ୍ଧି ପୂର୍ବରୁ ଏଭଳି ସମସ୍ୟା ନ ଥିଲା। ଏବେ ଏଗୁଡ଼ିକ ଉତ୍କଟ ରୂପ ଧାରଣ କରିବା ପଛରେ କାରଣର ଅନୁଧ୍ୟାନ କରାଯିବା ଜରୁରୀ ହୋଇପଡ଼ିଲାଣି। ଏଥିପାଇଁ କେନ୍ଦ୍ର ସରକାର ନୀରବ ବସିବା ପରିବର୍ତ୍ତେ ବିବାଦର ସମାଧାନ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri