ଏପିଲେପ୍‌ସି

”ଏପିଲେପ୍‌ସି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର ଦିନ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର ଦିବସ’ ବା ‘ଇଣ୍ଟରନ୍ୟାଶନାଲ୍‌ ଏପିଲେପ୍‌ସି ଡେ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା..

ଅପସ୍ମାର ବା ଏପିଲେପ୍‌ସି ଏକ ପ୍ରକାର ମସ୍ତିଷ୍କ ରୋଗ। ଏହାକୁ ମୃଗୀ ରୋଗ ବୋଲି ମଧ୍ୟ କହନ୍ତି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାଧାରଣତଃ ବାରମ୍ବାର ହଠାତ୍‌ ବାତ ମାରିଥାଏ। ରୋଗୀର ମାଂସପେଶୀଗୁଡ଼ିକରେ ଘନଘନ ଆକସ୍ମିକ ସଂକୋଚନ ହେବା ସଙ୍ଗେ ସଙ୍ଗେ ସେ ମୂର୍ଚ୍ଛା ଯାଇପାରେ। ମସ୍ତିଷ୍କସ୍ଥ ସ୍ନାୟୁକୋଷର କାର୍ଯ୍ୟଧାରାରେ ବିଘ୍ନ ତଥା ବିଶୃଙ୍ଖଳା ସୃଷ୍ଟି ହିଁ ଏଭଳି ଲକ୍ଷଣ ପ୍ରକାଶ ପାଇବାର କାରଣ। ରୋଗୀ ଓ ଜନସାଧାରଣଙ୍କଠାରେ ଏପିଲେପ୍‌ସି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର ଦିନ (ଆଜି) ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର ଦିବସ’ ବା ‘ଇଣ୍ଟରନ୍ୟାଶନାଲ୍‌ ଏପିଲେପ୍‌ସି ଡେ’। ଏପିଲେପ୍‌ସି ଶବ୍ଦଟି ଆସିଛି ଗ୍ରୀକ୍‌ ଶବ୍ଦ ‘ଏପିଲେପ୍‌ସିଆ’ରୁ। ଏପିଲେପ୍‌ସିଆର ଅର୍ଥ ହଠାତ୍‌ କବଳିତ କରିପକାଇବା।
ଏପିଲେପ୍‌ସି କ’ଣ ଓ କାହିଁକି ବାତ ମାରେ: ବାତ ମାରିବାକୁ ‘ଫିଟ୍ସ’ ବୋଲି କହନ୍ତି। ଡାକ୍ତରୀ ଭାଷାରେ କହନ୍ତି ‘ସିଜର୍‌’ କିମ୍ବା ‘କନ୍‌ଭଲ୍‌ସନ୍‌’। ସାଧାରଣ ଭାବରେ ଦେଖିଲେ ମସ୍ତିଷ୍କର ସ୍ନାୟୁକୋଷମାନ ସଦାସର୍ବଦା ସକ୍ରିୟ। ସେମାନେ ସେକେଣ୍ଡକୁ ଅନ୍ତତଃ ଅଶୀଥର ସ୍ନାୟୁସଙ୍କେତ ପ୍ରେରଣ କରିଥାନ୍ତି। ସେକେଣ୍ଡ ପ୍ରତି ପାଖାପାଖି ୮୦ ଥର ସ୍ନାୟୁ ସଙ୍କେତ ପ୍ରେରଣ କରିବା ମସ୍ତିଷ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ନଥାଏ। କିନ୍ତୁ ଯେଉଁମାନଙ୍କଠାରେ ଏପିଲେପ୍‌ସି ଥାଏ, ସେମାନଙ୍କ କ୍ଷେତ୍ରରେ ଏହି ସଙ୍କେତ ପ୍ରେରଣ ସେକେଣ୍ଡ ପ୍ରତି ୮୦ ଥର ସୀମିତ ନ ରହି ହଠାତ୍‌ ୫୦୦ କିମ୍ବା ତତୋଽଧିକ ସ୍ତରକୁ ଉଠିଯାଏ। ସଙ୍କେତ ପ୍ରେରଣରେ ଅତି ସକ୍ରିୟତାର ଏପରି ସ୍ଥିତି ଉପୁଜିଲେ ପ୍ରକାଶ ପାଇଥାଏ ବାତ ମାରିବା ଲକ୍ଷଣ। ମସ୍ତିଷ୍କର କେଉଁ ଅଂଶରେ ଏହି ଅସ୍ବାଭାବିକତା ଜାତ ହୋଇଛି ତା’ ଉପରେ ନିର୍ଭର କରି ସୃଷ୍ଟି ହୋଇପାରେ ଅଲଗା ଅଲଗା ଲକ୍ଷଣ।
ଲକ୍ଷଣ: ମୁଣ୍ଡରେ ଜୋର୍‌ରେ ମାଡ଼ ବାଜିଲେ, ଶିଶୁ ଜନ୍ମ ସମୟରେ ତା’ପାଇଁ ଅମ୍ଳଜାନର ଅଭାବ ହେଲେ, ମସ୍ତିଷ୍କରେ ପ୍ରଦାହ ହେଲେ କି ମସ୍ତିଷ୍କରେ ଅର୍ବୁଦ ବା ଟ୍ୟୁମର୍‌ ହୋଇଥିଲେ ଏପିଲେପ୍‌ସିର ଲକ୍ଷଣମାନ ପ୍ରକାଶ ପାଇଥାଏ। ଏପିଲେପ୍‌ସିର ମଧ୍ୟ ରହିଛି ବଂଶଗତ ପ୍ରଭାବ। ଏହା ଏକାଧିକ ପ୍ରକାର। ପ୍ରକାରକୁ ଚାହିଁ ଲକ୍ଷଣ ଭିନ୍ନ ଭିନ୍ନ ହେବା ସ୍ବାଭାବିକ। ବାତ ମାରିବା ଆରମ୍ଭ ହେବା ପୂର୍ବରୁ ଯେଉଁସବୁ ସୂଚନା ପ୍ରକାଶ ପାଇପାରେ, ତାକୁ ଡାକ୍ତରୀ ଭାଷାରେ ‘ଅରା’ ବୋଲି କୁହନ୍ତି। ଗନ୍ଧ ଛାଡ଼ିବାର କିଛି କୁଆଡ଼େ ସୂଚନା ନ ଥାଇ ହଠାତ୍‌ ଗନ୍ଧ ବାରିବାର ଅନୁଭବ ହେବା, କୌଣସି ସୋର୍‌ଶବ୍ଦ ନ ଥାଇ ହଠାତ୍‌ ଶବ୍ଦ ଶୁଣିବାର ଅନୁଭବ ହେବା, ପାଟି ଭିତରେ କିଛି ନ ଥାଇ ଆକସ୍ମିକ ଭାବରେ ସ୍ବାଦ ଅନୁଭବ କରିବା, କୌଣସି ଅସ୍ବସ୍ତି ନ ଥାଇ ପେଟରେ ହଠାତ୍‌ ଅସ୍ବସ୍ତି ଅନୁଭବ କରିବା, ଆଖି ସାମ୍ନାରେ ହଠାତ୍‌ ଆଲୁଅ ଚକ୍‌ମକ୍‌ କରିବା ଇତ୍ୟାଦି ହେଉଛି ଅରାର କେତୋଟି ଉଦାହରଣ। ଅତ୍ୟଧିକ ମାନସିକ ଚାପ, କ୍ରୋଧ, ନୈରାଶ୍ୟ, ବିରକ୍ତି ଏବଂ ଟେଲିଭିଜନ୍‌ ପରଦାରେ ଦୃଶ୍ୟ ପରିବର୍ତ୍ତନ ଭଳି କାରକ ମସ୍ତିଷ୍କସ୍ଥ ସ୍ନାୟୁକୋଷଗୁଡ଼ିକରେ କିପରି ମାତ୍ରାଧିକ ବିଦ୍ୟୁତ୍‌ ଆବେଗ ଜାତ କରିଥାଏ, ତାହା ଏଯାବତ୍‌ ଜଣାନାହିଁ।
ଚିକିତ୍ସା: ଏପିଲେପ୍‌ସିର ପ୍ରକାର ବିବିଧ। ଏହାର ଚିକିତ୍ସା ପାଇଁ ଏକାଧିକ ଔଷଧ ଉପଲବ୍ଧ। ତେଣୁ ସ୍ନାୟୁରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ଚିକିତ୍ସିତ ହେବା ବିଜ୍ଞତାର କାର୍ଯ୍ୟ। ତେବେ ନିୟମିତ ଚିକିତ୍ସା ସତ୍ତ୍ୱେ ଅନ୍ତତଃ ଏକ ଚତୁର୍ଥାଂଶ ରୋଗୀଙ୍କ କ୍ଷେତ୍ରରେ ଯେତେ ଯାହା ଔଷଧ ଦେଲେ ବି ଚିକିତ୍ସା ବିଶେଷ ଫଳବତୀ ହୋଇ ନଥାଏ। ସୀମିତ କ୍ଷେତ୍ରରେ ଅପରେଶନ୍‌ ଚିକିତ୍ସାର ମଧ୍ୟ ସାହାଯ୍ୟ ନିଆଯାଇପାରେ।
ସାବଧାନତା: ବାତ ମାରିବା ସମୟରେ ହିଁ ରୋଗୀ ଉପରେ ନିଘା ରଖନ୍ତୁ। ବାତ ମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ତେଣୁ ରୋଗୀକୁ ବାତ ମାରିଲା ବେଳେ ତା’ ପାଖରୁ ଚେୟାର୍‌, ଟେବୁଲ୍‌ ଭଳି କଠିନ ଜିନିଷପତ୍ର ଏବଂ ଧାରୁଆ ଓ ମୁନିଆ ପଦାର୍ଥ ତୁରନ୍ତ ହଟେଇ ନେବା ଉଚିତ। ବାତ ମାରିବା ସମୟରେ ରୋଗୀକୁ କଡ଼ମାଡ଼ି ଶୁଆଇ ଦେଲେ ତା’ର ଶ୍ୱାସକ୍ରିୟା ସାବଲୀଳ ରୁହେ। ତା’ର ବେକ ଓ ଅଣ୍ଟା ପାଖରୁ ବୋତାମ କି ଗଣ୍ଠି ଫିଟେଇ ହୁଗୁଳା କରିଦେବା ଆବଶ୍ୟକ। ତା’ର ପାଟିରେ କୌଣସି କାଠ, ଚାମଚ କିମ୍ବା ଆଙ୍ଗୁଠି ଭର୍ତ୍ତି କରିବା ନିରାପଦ ନୁହେଁ। କିନ୍ତୁ ବାତ ମାରିବା ବନ୍ଦ ନ ହେଲେ କି ଚେତା ନ ଫେରିଲେ ଆମ୍ବୁଲାନ୍ସ ଡକାଇ ରୋଗୀକୁ ତୁରନ୍ତ ହସ୍ପିଟାଲ୍‌ ନେଇଯାଆନ୍ତୁ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ୍‌ ନଂ-୧୧୩୧, ସିଡିଏ, କଟକ
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଅକ୍ଟୋବରରୁ ୩ରାଶିଙ୍କ ଧନଲାଭ ଯୋଗ; ଚାକିରିରେ ବଡ଼ ପ୍ରମୋଶନ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ, ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ, ନିଷ୍ଠୁର ଗ୍ରହ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଶନିଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ସହିତ…

ଏପ୍ରିଲ ୨୦୨୭ ଯାଏଁ ରାହୁଙ୍କ କୃପା! ୩ ରାଶିଙ୍କୁ ମିଳିବ ପ୍ରଚୁର ଟଙ୍କା, ଚମକିବ କ୍ୟାରିୟର

ଛାୟା ଗ୍ରହ ରାହୁ ଏହି ସମୟରେ ଧନିଷ୍ଠା ନକ୍ଷତ୍ରରେ ବିରାଜମାନ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଧନିଷ୍ଠା ନକ୍ଷତ୍ରକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏହା…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗଣେଶ ପୂଜାଠାରୁ ୫ ରାଶିର ଆରମ୍ଭ ହେବ ଗୋଲଡେନ୍‌ ସମୟ, ଏହି ୭ ରାଶି ପାଇଁ ଖରାପ! ଜାଣନ୍ତୁ ସାପ୍ତାହିକ ରାଶିଫଳ

ଆରମ୍ଭ ହେବାକୁ ଯାଉଛି ନୂଆ ସପ୍ତାହ। ଆସନ୍ତା ୧୪ରୁ ୨୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଗ୍ରହ-ନକ୍ଷତ୍ରଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିପାରେ। ସପ୍ତାହର ଆରମ୍ଭରେ…

କର୍କଟ ସମେତ ଏହି ରାଶିଙ୍କୁ ଟେନ୍‌ସନ ଦେବେ ମଙ୍ଗଳ: ସମ୍ପର୍କରେ ପଡ଼ିବ ଭଟ୍ଟା! ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କ ସେନାପତି ବୋଲି କୁହାଯାଏ। ସାହସ, ଶକ୍ତି, ଉତ୍ସାହ, କ୍ରୋଧ ଓ ଆକ୍ରମଣାତ୍ମକତାର କାରକ ଭାବେ ମଙ୍ଗଳଙ୍କୁ ବିବେଚନା କରାଯାଏ। ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?