Posted inଫୁରସତ

ଆନ୍ତର୍ଜାତିକ ନ୍ୟାୟ ଦିବସ: ବିଶ୍ୱରେ ଶାନ୍ତି, ସୁରକ୍ଷା ସୁନିଶ୍ଚିତ କରେ

ପ୍ରତିବର୍ଷ ଜୁଲାଇ ୧୭ ଆନ୍ତର୍ଜାତିକ ନ୍ୟାୟ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ୱରେ ଏବେ ଅପରାଧକୁ ପ୍ରତିହତ କରିବା ପାଇଁ ନ୍ୟାୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ସବୁ ପ୍ରକ୍ରିୟାଗୁଡିକୁ ଲୋକଲୋଚନକୁ ଆଣିବାକୁ ଏହି ଦିବସ ପ୍ରୟାସ କରିଥାଏ। ଏହାକୁ ମଧ୍ୟ ଇଣ୍ଟରନ୍ୟାଶନାଲ କ୍ରମିନାଲ ଜଷ୍ଟିସ ଡେ’ ଭାବେ ପାଳନ କରାଯାଏ। ୧୯୯୮ ଜୁଲାଇ ୧୭ରେ ଇଟାଲୀର ରୋମ୍‌ରେ ଇଣ୍ଟର୍‌ନ୍ୟାଶନାଲ କ୍ରିମିନାଲ କୋର୍ଟ ଷ୍ଟାଚ୍ୟୁ ବା ରୋମ ଷ୍ଟାଚ୍ୟୁ ବା ସମ୍ବିଧାନ ପ୍ରସ୍ତୁତ କରାଯାଇ ସେଥିରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି) ର ଭିତ୍ତିଭୂମି ତଥା ପ୍ରଶାସନିକ ଢାଞ୍ଚା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଏହି ଆଇନ ୨୦୦୨ ଜୁଲାଇ ୧ରେ କାର୍ଯ୍ୟକାରୀ ହୋଇଥିଲା ଓ ଏହା ବଳରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ (ଆଇସିସି)ବା ଆନ୍ତର୍ଜାତିକ ଅପରାଧିକ ନ୍ୟାୟାଳୟ ତା କାର୍ଯ୍ୟ ଆରମ୍ଭ କରିଥିଲା। ୨୦୧୯ ନଭେମ୍ବର ସୁଦ୍ଧା ଏହାର ସଦସ୍ୟ ସଂଖ୍ୟା ୧୩୯ରେ ପହଞ୍ଚିଛି। ଏହାର ମୁଖ୍ୟାଳୟ ହଗ୍‌, ନେଦରଲ୍ୟାଣ୍ଡରେ ରହିଛି। ୨୦୧୦ ଜୁନ୍‌ ୧ରେ ଉଗାଣ୍ଡାର କମ୍ପାଲାରେ ରୋମ୍‌ ସମ୍ବିଧାନ ବା ଆଇନର ସମୀକ୍ଷା ସମ୍ମିଳନୀରେ ୧୭ ଜୁଲାଇକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ଭାବେ ପାଳନ କରାଯିିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଇଆସୁଛି। ରୋମ ଷ୍ଟାଚ୍ୟୁକୁ ଏହି ଦିବସ ମନେପାକାଇଦିଏ। ଏହି ଦିବସ ଅପରାଧ ବିରୋଧରେ ଲଢେଇ ଜାରି ରଖିବା ଲାଗି ଲୋକମାନଙ୍କୁ ସଚେତନ କରେ। ଯୁଦ୍ଧପୀଡିତ, ମାନବିକତା ବିରୋଧରେ ସଂଘଠିତ ଅପରାଧ, ଅନ୍ୟ ଉପରେ ଆକ୍ରମଣ ଜନିତ ଅପରାଧ ତଥା ହତ୍ୟା ଶିକାର ହେଉଥିବା ଲୋକମାନଙ୍କୁୁ ନ୍ୟାୟ ଦେବା ଉପରେ ଏହି ଦିବସ ଗୁରୁତ୍ୱ ଦେଇ ଆସୁଛି।
ଆଇସିସି ଏବେ ୧୫୦ରୁ ଊର୍ଦ୍ଧ୍ୱ ଦେଶରେ ୨,୫୦୦୦ ସଂଗଠନ ଦ୍ୱାରା କାର୍ଯ୍ୟ କରି ପୀଡିତଙ୍କୁ ନ୍ୟାୟ ପ୍ରଦାନରେ ପ୍ରମୁଖ ଭୂମିକା ନିଭାଉଛି। ପ୍ରତିବର୍ଷ ଆନ୍ତର୍ଜାତିକ ନ୍ୟାୟ ଦିବସରେ ସାରା ବିଶ୍ୱରେ ଆଇସିସିକୁ ସମର୍ଥନ କରିବା ସହ ଆନ୍ତର୍ଜାତିକ ଅପରାଧିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବିଶ୍ୱରେ ଏବେ ବିଭିନ୍ନ ପ୍ରକାର ଅପରାଧ ମୁଣ୍ଡ ଟେକିଲାଣି। ସାଇବର ଅପରାଧ ବି ଜଟିଳ ସମସ୍ୟା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri