ଅନ୍ତର୍ଜାତୀୟ କ୍ଲିନିକାଲ ଟ୍ରାଏଲ୍‌ ଡେ

ଭୁବନେଶ୍ୱର,୨୩।୫: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନ୍ତର୍ଜାତୀୟ କ୍ଲିନିକାଲ ଟ୍ରାଏଲ୍‌ ଡେ (ଦିବସ) ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ପଟିଆସ୍ଥିତ ଏକ ଘରୋଇ ହୋଟେଲରେ ସିଆର୍‌ଓ ଫାର୍ମାଟ୍ରେଣ୍ଡଜର ପୃଷ୍ଠପୋଷକତାରେ ଏକ ଦିନିକିଆ କର୍ମଶାଳା ଓ ସମ୍ମିଳନୀ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ବିଶ୍ୱବ୍ୟାପୀ କ୍ଲିନିକାଲ ରିସର୍ଚ୍ଚ ବିଶେଷଜ୍ଞମାନଙ୍କ ଅକ୍ଲାନ୍ତ ଅବଦାନ ତଥା ନିରନ୍ତର ଉତ୍ସର୍ଗୀକୃତ ଉତ୍ସବକୁ ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଥିଲା। ଏହି ସମ୍ମିଳନୀରେ ଫାର୍ମାସ୍ୟୁଟିକାଲ୍ସ, ବାୟୋଟେକ୍‌, କ୍ଲିନିକାଲ୍‌ ରିସର୍ଚ୍ଚ ସଙ୍ଗଠନ, କ୍ଲିନିକାଲ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା ପ୍ରଦାନକାରୀ କମ୍ପାନୀର ବ୍ୟକ୍ତିବିଶେଷମାନେ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଡା. ସରୋଜ କୁମାର ଦାସମଜୁମଦାର, ପ୍ରଫେସର ତଥା ମୁଖ୍ୟ, ରେଡିଏସନ୍‌ ଅଙ୍କୋଲୋଜି ବିଭାଗ, ଏଆଇଏମ୍‌ଏସ୍‌ ଭୁବନେଶ୍ୱର, ଡା. ଅମୃତ ପାଟଜୋଷୀ, ପ୍ରଫେସର ତଥା ମୁଖ୍ୟ, ସାଇକିଆଟ୍ରିକ୍‌ ବିଭାଗ, ହାଇଟେକ୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲ, କମ୍ୟୁନିଟି ମେଡିସିନ୍‌, ହାଇଟେକ୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରଫେସର ଡା. ଲିସା ଷଡ଼ଙ୍ଗୀ, ସ୍ନାୟୁବିଜ୍ଞାନ ବିଭାଗର ପ୍ରଫେସର ଡା. ସୂର୍ଯ୍ୟପ୍ରକାଶ ଏସ୍‌. ଚୌଧୁରୀ, ଡା.ନିବେଦିତା ଜେନା, ସିଓଓ ଏବଂ ହେଡ୍‌, ଡିବିଟି-ଆଇଏଲ୍‌ଏସ୍‌, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସେସ୍‌, ଭୁବନେଶ୍ୱର ପ୍ରମୁଖ ନିଜ ନିଜର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିଭଳି ସିଆର୍‌ଓ ଫାର୍ମାଟ୍ରେଣ୍ଡଜର ପ୍ରତିଷ୍ଠାତା ଏବଂ ଡାଇରେକ୍ଟର ଡା. ସାଇପ୍ରସନ୍ନା ବେହେରା ଏବଂ ବରିଷ୍ଠ ପରାମର୍ଶଦାତା ସୁଦୀପ କୁମାର ପାତ୍ର କହିଥିଲେ, ସିଆର୍‌ଓ ଫାର୍ମାଟ୍ରେଣ୍ଡଜ କ୍ଲିନିକାଲ୍‌ ରିସର୍ଚ୍ଚ କ୍ଷେତ୍ରରେ ଉନ୍ନତି ଏବଂ ଅଗ୍ରଗତି ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଏପରିକି ଆଗାମୀ ଦିନରେ ଓଡ଼ିଶା ସହ ସମଗ୍ର ଭାରତବର୍ଷରେ ମଧ୍ୟ ଏହାକୁ କିପରି ଆଗକୁ ନେଇ ହେବ,ସେଥିପାଇଁ ସିଆର୍‌ଓ ଫାର୍ମାଟ୍ରେଣ୍ଡଜ ସବୁବେଳେ କାର୍ଯ୍ୟ କରି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

ଏହି ସ୍ଥାନରେ ଏବେ ବି ଶସ୍ତାରେ ମିଳୁଛି ସୁନା, ଭାରତ ତୁଳନାରେ ଏତେ କମ୍‌…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସୁନାର ମୂଲ୍ୟ ବଦଳୁଛି। ବଜେଟ ଦିନ, ଫେବୃଆରୀ 1 ଏବଂ 2 ରେ ଏକ ବଡ଼ ହ୍ରାସ ପରେ, ସୁନାର ମୂଲ୍ୟ ପୁଣି ଥରେ…

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

ଆହୁରି ଖସିବ ସୁନାଦର! ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କିଣିବେ କେବେ?

ନୂଆଦିଲ୍ଲୀ,୪।୨: ସରକାର ଶେଷରେ ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ (CBIC) ଦ୍ୱାରା ଜାରି…

UPIକୁ ନେଇ ବଡ଼ ଅପଡେଟ୍‌: ଏଣିକି ମିଳିବ ଏହି ସୁବିଧା, ଲାଭବାନ ହେବେ…

ନୂଆଦିଲ୍ଲୀ,୪।୨: ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମ ଖୁବଶୀଘ୍ର ଏକ ନୂତନ ବିଶ୍ୱସ୍ତରୀୟ ପରିଚୟ ହାସଲ କରିପାରେ। ସୂଚନା ଅନୁଯାୟୀ ସରକାର ଭାରତୀୟ ଉପଭୋକ୍ତାମାନଙ୍କୁ ଦେଶ ଭିତରେ ଯେପରି…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ: ୮ ବର୍ଷ ମଧ୍ୟରେ ଟଙ୍କା ମୂଲ୍ୟରେ ସବୁଠାରୁ ବଡ଼ ସୁଧାର

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ…

ଆଇଆଇଟି ରିପୋର୍ଟରେ ଟିପିସିଓଡିଏଲ୍‌ର କାର୍ଯ୍ୟଦକ୍ଷତାକୁ ସ୍ବୀକୃତି

ଭୁବନେଶ୍ୱର,୩ା୨(ଅନୁରାଧା ମହାରଣା): ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପରେ ଷ୍ଟକ ମାର୍କେଟରେ ଫେରିଛି ଖୁସି, ସେନସେକ୍ସ ୨୪୦୦ ପଏଣ୍ଟ ଟପିଛି, ବୃଦ୍ଧି ପାଇଛି ନିଫ୍ଟି

ନୂଆଦିଲ୍ଲୀ,୩।୨: ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଅନୁଭୂତ ହେଉଛି। ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଷ୍ଟକ ବଜାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri