ଅନ୍ତର୍ଜାତୀୟ କ୍ଲିନିକାଲ ଟ୍ରାଏଲ୍‌ ଡେ

ଭୁବନେଶ୍ୱର,୨୩।୫: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନ୍ତର୍ଜାତୀୟ କ୍ଲିନିକାଲ ଟ୍ରାଏଲ୍‌ ଡେ (ଦିବସ) ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ପଟିଆସ୍ଥିତ ଏକ ଘରୋଇ ହୋଟେଲରେ ସିଆର୍‌ଓ ଫାର୍ମାଟ୍ରେଣ୍ଡଜର ପୃଷ୍ଠପୋଷକତାରେ ଏକ ଦିନିକିଆ କର୍ମଶାଳା ଓ ସମ୍ମିଳନୀ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ବିଶ୍ୱବ୍ୟାପୀ କ୍ଲିନିକାଲ ରିସର୍ଚ୍ଚ ବିଶେଷଜ୍ଞମାନଙ୍କ ଅକ୍ଲାନ୍ତ ଅବଦାନ ତଥା ନିରନ୍ତର ଉତ୍ସର୍ଗୀକୃତ ଉତ୍ସବକୁ ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଥିଲା। ଏହି ସମ୍ମିଳନୀରେ ଫାର୍ମାସ୍ୟୁଟିକାଲ୍ସ, ବାୟୋଟେକ୍‌, କ୍ଲିନିକାଲ୍‌ ରିସର୍ଚ୍ଚ ସଙ୍ଗଠନ, କ୍ଲିନିକାଲ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା ପ୍ରଦାନକାରୀ କମ୍ପାନୀର ବ୍ୟକ୍ତିବିଶେଷମାନେ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଡା. ସରୋଜ କୁମାର ଦାସମଜୁମଦାର, ପ୍ରଫେସର ତଥା ମୁଖ୍ୟ, ରେଡିଏସନ୍‌ ଅଙ୍କୋଲୋଜି ବିଭାଗ, ଏଆଇଏମ୍‌ଏସ୍‌ ଭୁବନେଶ୍ୱର, ଡା. ଅମୃତ ପାଟଜୋଷୀ, ପ୍ରଫେସର ତଥା ମୁଖ୍ୟ, ସାଇକିଆଟ୍ରିକ୍‌ ବିଭାଗ, ହାଇଟେକ୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲ, କମ୍ୟୁନିଟି ମେଡିସିନ୍‌, ହାଇଟେକ୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରଫେସର ଡା. ଲିସା ଷଡ଼ଙ୍ଗୀ, ସ୍ନାୟୁବିଜ୍ଞାନ ବିଭାଗର ପ୍ରଫେସର ଡା. ସୂର୍ଯ୍ୟପ୍ରକାଶ ଏସ୍‌. ଚୌଧୁରୀ, ଡା.ନିବେଦିତା ଜେନା, ସିଓଓ ଏବଂ ହେଡ୍‌, ଡିବିଟି-ଆଇଏଲ୍‌ଏସ୍‌, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସେସ୍‌, ଭୁବନେଶ୍ୱର ପ୍ରମୁଖ ନିଜ ନିଜର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିଭଳି ସିଆର୍‌ଓ ଫାର୍ମାଟ୍ରେଣ୍ଡଜର ପ୍ରତିଷ୍ଠାତା ଏବଂ ଡାଇରେକ୍ଟର ଡା. ସାଇପ୍ରସନ୍ନା ବେହେରା ଏବଂ ବରିଷ୍ଠ ପରାମର୍ଶଦାତା ସୁଦୀପ କୁମାର ପାତ୍ର କହିଥିଲେ, ସିଆର୍‌ଓ ଫାର୍ମାଟ୍ରେଣ୍ଡଜ କ୍ଲିନିକାଲ୍‌ ରିସର୍ଚ୍ଚ କ୍ଷେତ୍ରରେ ଉନ୍ନତି ଏବଂ ଅଗ୍ରଗତି ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଏପରିକି ଆଗାମୀ ଦିନରେ ଓଡ଼ିଶା ସହ ସମଗ୍ର ଭାରତବର୍ଷରେ ମଧ୍ୟ ଏହାକୁ କିପରି ଆଗକୁ ନେଇ ହେବ,ସେଥିପାଇଁ ସିଆର୍‌ଓ ଫାର୍ମାଟ୍ରେଣ୍ଡଜ ସବୁବେଳେ କାର୍ଯ୍ୟ କରି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ଭାରତୀୟ ରେଳପଥ

ଭୁବନେଶ୍ୱର, ୧୬।୬ (ଅନୁରାଧା ମହାରଣା): ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମ୍‌କା ବୁକ୍‌...

ବଜାରରେ ଅମୂଲର ନୂତନ ଉତ୍ପାଦ ସମ୍ଭାର

ଭୁବନେଶ୍ୱର,୧୬।୬ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାେକେଟିିଂ ଫେଡେରେଶନ ଲିମିଟେଡ୍‌ (ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌) ର ଅଗ୍ରଣୀ ବ୍ରାଣ୍ଡ...

ବାପାଙ୍କ ପାଇଁ ୩୫% ପିଲା କରିଛନ୍ତି ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର,୧୬।୬(ଅନୁରାଧା ମହାରଣା): ବାପାମାନେ ପରିବାରର ମୂଳଦୁଆ ହୋଇଥିବାବେଳେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ଯଥା ସମ୍ଭବ ପ୍ରଚେଷ୍ଟା କରିଥା’ନ୍ତି। ପିଲାମାନେ ବର୍ତ୍ତମାନ ବାପାଙ୍କ ପ୍ରତି...

କର୍ମଚାରୀଙ୍କୁ ବଡ଼ ଝଟ୍‌କା, ଆଗୁଆ ଟଙ୍କା ଉଠାଣ ସୁବିଧା ବନ୍ଦ କଲା EPFO !

ନୂଆଦିଲ୍ଲୀ,୧୫।୬: ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ଦିଆଯାଇଥିବା କୋଭିଡ୍‌ ଅଗ୍ରୀମ ଟଙ୍କା ଉଠାଇବା ସୁବିଧାକୁ ବର୍ତ୍ତମାନ ବନ୍ଦ କରିଛି ଇପିଏଫ୍‌ଓ। ଦେଶରେ ଏବେ କରୋନା...

ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ ମାନୁଆଲର ପ୍ରଥମ ସଂସ୍କରଣ

ଭୁବନେଶ୍ୱର,୧୫।୬: ଇଣ୍ଡିଆନ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଡେଭଲପମେଣ୍ଟ ଆସୋସିଏସନ (ଆଇଏସ୍‌ଏସ୍‌ଡିଏ)ର ବହୁ ପ୍ରତୀକ୍ଷିତ ତଥା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ୍‌ ମାନୁଆଲର ପ୍ରଥମ ଭାରତୀୟ ସଂସ୍କରଣ ନିକଟରେ ଉନ୍ମୋଚିତ...

ଜେଇଇ ଆଡ୍‌ଭାନ୍ସଡ୍‌ରେ ଆକାଶର ବାଜିମାତ୍‌

ଭୁବନେଶ୍ୱର,୧୫।୬: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌)ର ଛାତ୍ରୀଛାତ୍ରମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମ ବା ଜେଇଇ ଆଡ୍‌ଭାନ୍ସଡ୍‌-୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ୍‌ କରିଛନ୍ତି।...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସ୍ଥିରତା ସପ୍ତାହ

ଭୁବନେଶ୍ୱର,୧୫।୬: ଆର୍ସଲରମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍‌ରେ ସ୍ଥିରତା ସପ୍ତାହ (ସଷ୍ଟେନାବିଲିଟି ଉଇକ୍‌) ପାଳିତ ହୋଇଯାଇଛି। ଏହି ଅବସରରେ ଜେନେରେଶନ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୧୩୦୦ ଜିଏସ୍‌

ଭୁବନେଶ୍ୱର,୧୫।୬ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ଦୁଇଚକିଆ ଯାନ ତଥା ଅନ୍ତଃରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍‌ ବିଏମ୍‌ଡବ୍ଲ୍ୟୁ (ବିଏମ୍‌ଡବ୍ଲ୍ୟୁ ମୋଟୋରାଡ୍‌ ଇଣ୍ଡିଆ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri