ଅନ୍ତର୍ଜାତୀୟ ଶିଶୁ-ଯୁବ ମହୋତ୍ସବ: ମନ ମୋହିଲେ ଦିବ୍ୟାଙ୍ଗ ମଞ୍ଚର କଳାକାର

କର୍ଲାମୁଣ୍ଡା,୧୬ା୧୧(ପ୍ରଦୀପ କୁମାର ସାହୁ): ଭୁବନେଶ୍ୱରସ୍ଥିତ କଳାଭୂମି ପରିସରରେ ‘ସ୍ବାଭିମାନ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଓଡ଼ିଶା ସରକାରଙ୍କ ଏସ୍‌ଏସ୍‌ଇପିଡି ବିଭାଗର ମିଳିତ ଉଦ୍ୟମରେ ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଅଞ୍ଜଳି ଅନ୍ତର୍ଜାତୀୟ ଶିଶୁ ଓ ଯୁବ ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ଭାରତର ବିଭିନ୍ନ ରାଜ୍ୟରୁ ଶିଶୁ ଓ ଯୁବକ ଯୁବତୀମାନେ ଯୋଗଦେଇ ନିଜର କଳା, ସଂସ୍କୃତି ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର କଳାକାରମାନେ ପାରମ୍ପରିକ ଘୁମୁରା ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ।

Dharitri – Odisha’s No.1 Odia Daily

Share