ଓଡ଼ିଆ ବୈଜ୍ଞାନିକଙ୍କୁ ଆନ୍ତର୍ଜାତିକ ପୁରସ୍କାର

ବାଲିକୁଦା,୧୦।୩(ସ୍ବ.ପ୍ର.):ଭାବା ପରମାଣୁ ଗବେଷଣା କେନ୍ଦ୍ର, ମୁମ୍ବାଇରେ କାର୍ଯ୍ୟରତ ଓଡ଼ିଆ ମହିଳା ବୈଜ୍ଞାନିକ ଡ. ଜ୍ୟୋତିର୍ମୟୀ ମହାନ୍ତି ୨୦୨୩ ମସିହାର ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର (ଆଇୟୁପିଏସି ଡିଷ୍ଟିଂଉଇସ୍‌ ଓମା୍ୟନ ଇନ୍‌ କେମେଷ୍ଟି ଅର୍‌ କେମିକାଲ ଇଞ୍ଜିନିୟରିଂ) ପାଇଁ ମନୋନୀତ ହୋଇଛନ୍ତି। ଭାରତର ପ୍ରଥମ ମହିଳାଭାବେ ସେ ଏହି ଶ୍ରେଣୀରେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଇୟୁପିଏସି(ଇଣ୍ଟରନ୍ୟାଶନାଲ ୟୁନିୟନ ଅଫ୍‌ ପିଓର ଆଣ୍ଡ ଆପ୍ଲାଏଡ୍‌ କେମେଷ୍ଟ୍ରି) ପକ୍ଷରୁ ୨୦୧୧ ରୁ ଏହି ପୁରସ୍କାର ପ୍ରତି ଦୁଇ ବର୍ଷରେ ଥରେ ରସାୟନ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ନିମନ୍ତେ ବିଶ୍ୱର ୧୨ ଜଣ ମହିଳା ବୈଜ୍ଞାନିକଙ୍କୁ ଦିଆଯାଇଥାଏ । ଆସନ୍ତା ଅଗଷ୍ଟରେ ୨୦ରୁ ୨୫ ପର୍ଯ୍ୟନ୍ତ ଆଇୟୁପିଏସି ପକ୍ଷରୁ ନେଦରଲ୍ୟାଣ୍ଡର ଦି ହେଗ୍‌ଠାରେ ହେବାକୁ ଓ୍ବାଲର୍‌ଡ କେମେଷ୍ଟି କଂଗ୍ରେସରେ ଜ୍ୟୋତିର୍ମୟୀଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି।
ପ୍ରକାଶ ଯୋଗ୍ୟ, ଡ.ଜ୍ୟୋତିର୍ମୟୀ କଟକସ୍ଥିତ ଚାଉଳିଆଗଞ୍ଜ ନିବାସୀ ଶିଶୁରୋଗ ବିଶେଷଜ୍ଞ ଡା. ବୈକୁଣ୍ଠନାଥ ପାତ୍ରଙ୍କ କନ୍ୟା ତଥା ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ତିତିରା ଗ୍ରାମର ବିଷ୍ଣୁଚରଣ ମହାନ୍ତିଙ୍କ ପୁତ୍ରବଧୂ। ସେ ମୁମ୍ବାଇ ନିବାସୀ ଉଦ୍ୟୋଗପତି ଓ ବୈଜ୍ଞାନିକ ଡ. ରଶ୍ମିରଞ୍ଜନ ମହାନ୍ତିଙ୍କ ସ୍ତ୍ରୀ। ୨୦୨୨ରେ ତାଙ୍କୁ ପରମାଣୁ ଉର୍ଜା ବିଭାଗ ତରଫରୁ ହୋମି ଭାବା ବିଜ୍ଞାନ ଓ ପ୍ରଦ୍ୟୋଗିକୀ ପୁରସ୍କାର ଦିଆଯାଇଥିଲା। ଉକ୍ତ ବର୍ଷ ତାଙ୍କୁ ରୟାଲ ସୋସାଇଟି ଅଫ୍‌ କେମିଷ୍ଟ୍ରି, ଲଣ୍ଡନର ଫେଲୋ (ଏଫ୍‌ଆରଏସ୍‌ସି) ଭାବେ ଚୟନ କରାଯାଇଛି । ଦୀର୍ଘ ୨୮ ବର୍ଷର ଗବେଷଣା କାଳ ମଧ୍ୟରେ ଡ. ଜ୍ୟୋତିର୍ମୟୀ ବିବିଧ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ ୨୦୧୧ରେ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି। ସେ ଶହେରୁ ଊର୍ଦ୍ଧ୍ୱ ଗବେଷଣା ଜନିତ ନିବନ୍ଧ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଜର୍ନାଲରେ ପ୍ରକାଶ କରି ରସାୟନ ବିଜ୍ଞାନ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri