ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା ହାଇକୋର୍ଟରେ ରୁଜୁ କରିଥିବା ମାମଲାରେ ରଞ୍ଜିିତ୍‌ ବରାଳ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ରଞ୍ଜିିତ୍‌ ବରାଳଙ୍କ ଯୁକ୍ତି ଉପରେ ବିଧାୟକ ଜେନାଙ୍କ ପକ୍ଷରୁ ଗୁରୁବାର ହାଇକୋର୍ଟରେ ଜବାବ ପ୍ରଦାନ ଶେଷ ହୋଇଛି। ହାଇକୋର୍ଟ ବିଚାରପତି ଗୌରୀଶଙ୍କର ଶତପଥୀ ମାମଲାର ଶୁଣାଣି କରି କୌଣସି ପକ୍ଷଙ୍କର ଲିଖିତ ଯୁକ୍ତି ଥିଲେ ଉପସ୍ଥାପନ କରିବାକୁ ଆଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ୍‌ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ଭାଜପା ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ହେଲେ ମାହାଙ୍ଗା ପୋଲିସ୍‌ ଏହି ହତ୍ୟା ମାମଲାରେ ଅଭିଯୋଗ ଫର୍ଦ୍ଦରୁ ପ୍ରତାପ ଜେନାଙ୍କ ନାମକୁ ବାଦ୍‌ ଦେଇଥିଲା। ଏହି ମାମଲାରେ ତାଙ୍କୁ ନିମ୍ନ ଅଦାଲତରେ ହାଜର ହେବାକୁ କୁହାଯାଇଥିଲା। ବିଧାୟକ ଜେନାଙ୍କ ବିରୋଧରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ କଗ୍ନିଜାନ୍ସ ଗ୍ରହଣ କରିଥିଲେ। ଏଥିସହ ଜେନାଙ୍କୁ ୨୦୨୩ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ସମନ ଜାରି କରିଥିଲେ। ବିଧାୟକ ଜେନାଙ୍କ ପକ୍ଷରୁ ନିମ୍ନକୋର୍ଟର କଗ୍ନିଜାନ୍ସ ଏବଂ ତାଙ୍କ ବିରୋଧରେ ଅଦାଲତରେ ହୋଇଥିବା କ୍ରିମିନାଲ ପ୍ରୋସିଡିଂ ରଦ୍ଦ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ଗତ ନଭେମ୍ବର ୨ରେ ନିମ୍ନ ଅଦାଲତଙ୍କ ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରି ବିଧାୟକଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେଇଥିଲେ। ବିଧାୟକ ଜେନାଙ୍କ ପକ୍ଷରୁ ଆଇନଜୀବୀ ଦେବୀ ପ୍ରସାଦ ଧଳ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri