ମଧ୍ୟମା ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ

ଖଇରା, ୮।୧(ଡି.ଏନ.ଏ.) ଏବେ ଉଭୟ ମାଟ୍ରିକ ଓ ସଂସ୍କୃତ ଟୋଲର ମଧ୍ୟମା ପରୀକ୍ଷାର୍ଥୀଙ୍କ ସମେଟିଭ ପରୀକ୍ଷା ଚାଲିଥିବା ବେଳେ ଶୁକ୍ରବାର ପ୍ରଶ୍ନପତ୍ରରେ ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ଘଟଣାରେ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାଟ୍ରିକ ପରୀକ୍ଷାରେ ଯେଭଳି ପିଲାମାନଙ୍କୁ ଇଛାଧୀନ ବିଷୟ ଭାବେ ହିନ୍ଦୀ କିମ୍ବା ସଂସ୍କୃତ ରଖିବା ପାଇଁ ସୁଯୋଗ ରହିଥିବା ସଂସ୍କୃତର ମଧ୍ୟମା ପିଲାମାନଙ୍କ ପାଇଁ ସେହିଭଳି କର୍ମକାଣ୍ଡ ଜ୍ୟୋତିଷ ଏବଂ ଆୟୁର୍ବେଦ ଯୋଗ ମଧ୍ୟରୁ ଯେକୌଣସି ଗୋଟିଏ ବିଷୟକୁ ଇଛାଧୀନ ଭାବେ ରଖିପାରିବାର ବ୍ୟବସ୍ଥା ରହିଛି ା ସମାନ ପ୍ରଶ୍ନରେ ଉଭୟ ବିଷୟ ପାଇଁ ୫୦ଟି ପ୍ରଶ୍ନ ରଖାଯିବା କଥା ା ହେଲେ ପିଲାଙ୍କୁ ମିଳିଥିବା ପ୍ରଶ୍ନରେ ପ୍ରଥମ ୩୦ଟି ପ୍ରଶ୍ନ କର୍ମକାଣ୍ଡ ଜ୍ୟୋତିଷରୁ ଆସିଥିବା ବେଳେ ପରବର୍ତ୍ତୀ ୨୦ଟି ପ୍ରଶ୍ନ ଆୟୁର୍ବେଦରୁ ଆସିଛି। ଏଣୁ ଆୟୁର୍ବେଦ ଇଛାଧୀନ ବିଷୟ ରଖିଥିବା ଛାତ୍ରୀଛାତ୍ରଙ୍କ ପାଇଁ ୩୦ଟି ପ୍ରଶ୍ନ ବାହାର ଓ କର୍ମକାଣ୍ଡ ଇଚ୍ଛାଧୀନ ବିଷୟ ରଖିଥିବା ପିଲାମାନଙ୍କ ପାଇଁ ୨୦ଟି ପ୍ରଶ୍ନ ସିଲାବସ ବାହାରୁ ବୋଲି ପିଲାମାନେ ଅଭିଯୋଗ କରିଛନ୍ତି ା ଖଇରା ଓ ଔପଦା ବ୍ଲକରେ ଥିବା ସମସ୍ତ ୯ଟି ସଂସ୍କୃତ ବିଦ୍ୟାଳୟରେ ପଢୁଥିବା ପିଲାମାନେ ଆୟୁର୍ବେଦ ଯୋଗକୁ ଇଛାଧୀନ ବିଷୟ ରଖିଥିବାରୁ ପିଲାମାନେ ସିଲାବସ୍‌ ବାହାରୁ ଆସିଥିବା ୩୦ଟି ପ୍ରଶ୍ନକୁ ଛାଡିବାକୁ ବାଧ୍ୟ ହୋଇଛନ୍ତି ା
ଏହି ବିଷୟ ବିଚାରକୁ ନେଇ ସେମାନଙ୍କୁ ଗ୍ରେସ ମାର୍କ ଦେବାକୁ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?