Posted inଫୁରସତ

ସ୍ବପ୍ନକୁ ନେଇ ରୋଚକ କଥା: ଯାହା ଅବିଶ୍ୱସନୀୟ ଲାଗିଲେ ବି ସତ…

ସାଧାରଣରେ କୁହାଯାଏ, ଯାହା ଆମେ ଚିନ୍ତାକରୁ କିମ୍ବା ମନ ଭିତରେ ଯେଉଁ କଥାକୁ ନେଇ ସବୁବେଳେ ଭାବୁଥାଉ ତାହା ହିଁ ସ୍ବପ୍ନ ମାଧ୍ୟମରେ ଆମେ ଦେଖିଥାଉ। କିନ୍ତୁ ଏହା କେତେ ଦୂର ସତ ତାହା କଳନା କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ସେହିପରି ସ୍ବପ୍ନକୁ ନେଇ ଏମିତି କିଛି ରୋଚକ କଥା ରହିଛି, ଯାହା ଅବିଶ୍ୱସନୀୟ ଲାଗିଲେ ବି ସତ ବୋଲି ଅନେକେ ମାନିଥା’ନ୍ତି…

*ସ୍ବପ୍ନ କେତେ ମନେରହେ: ଆମର ସଚେତନ ମସ୍ତିଷ୍କ ଯାହା ସବୁ ଦେଖିଥାଏ ଶୋଇବାବେଳେ ସେଇସବୁ ଜିନିଷ ଅବଚେତନ ମସ୍ତିଷ୍କରେ ସ୍ବପ୍ନ ଆକାରରେ ଆମକୁ ଦେଖାଯାଇଥାଏ। ଏହିସବୁ ସ୍ବପ୍ନ କେବେ ମନେରହେ ତ କେବେ ଉଠିବାର କିଛି ସମୟ ପରେ ମନରୁ କୁଆଡେ ଉଭେଇଯାଏ। ତେବେ ଏକ ସର୍ବେକ୍ଷଣ ଅନୁଯାୟୀ, ଉଠିବାର ମାତ୍ର ୫ ମିନିଟ୍‌ ଭିତରେ ଜଣେ ବ୍ୟକ୍ତି ସ୍ବପ୍ନରେ କ’ଣ ଦେଖିଛି ତାହାର ୫୦% ଭୁଲିଯାଇଥାଏ ଏବଂ ୧୦ ମିନିଟ୍‌ ପରେ ୯୦% ପ୍ରତିଶତ ଭୁଲିଯାଏ। ନ୍ୟୁରୋଲୋଜିଷ୍ଟଙ୍କ ମତରେ, ଆମେ ଦେଖୁଥିବା ସ୍ବପ୍ନ ଆମ ଭିତରେ ଦବି ରହିଥିବା କିଛି ବିଚାରକୁ ପ୍ରତିନିଧିତ୍ୱ କରିଥାଏ; ସେଥିପାଇଁ ଆମ ମସ୍ତିଷ୍କ ସେଥିରୁ ଶୀଘ୍ର ମୁକୁଳିବାକୁ ଚାହିଁଥାଏ। ତେଣୁ ଆମେ ଯେତେବେଳେ ନିଦରୁ ଉଠୁ ମସ୍ତିଷ୍କ ସକ୍ରିୟ ହୋଇ ଆମ ଚାରିପଟେ ଘଟୁଥିବା ଘଟଣାକୁ ନେଇ ଚିନ୍ତା କରିବାକୁ ଲାଗେ। ଯଦ୍ଦ୍ବାରା ଶୋଇବା ଅବସ୍ଥାରେ ଆମେ ଯାହା ସ୍ବପ୍ନ ଦେଖିଥାଉ ତାକୁ ଆଉ ପରେ ମନେ ପକାଇପାରୁନା। ଫଳରେ ସେସବୁକୁ ଆମେ ଭୁଲିଯାଉ।

* ସ୍ବପ୍ନ ବି ସତ ହୁଏ: ଅନେକଙ୍କର ଧାରଣା ରହିଛି ଯେ, ନିଦରେ ଦେଖୁଥିବା ସ୍ବପ୍ନ କେବେ ବି ସତ ହୁଏନି। କିନ୍ତୁ ଏହାକୁ ଭୁଲ୍‌ ପ୍ରମାଣିତ କରିଦେଇଛି ଇତିହାସରେ ଘଟିଯାଇଥିବା କେତେକ ରୋଚକ ଘଟଣା। ଅର୍ଥାତ୍‌ କିଛି ଲୋକ ଦେଖିଥିବା ସ୍ବପ୍ନ ପରେ ସତ ବୋଲି ପ୍ରମାଣିତ ହୋଇଯାଇଛି। ଯେମିତିକି:

– ସୂଚନାନୁଯାୟୀ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ୍‌ଙ୍କୁ ସ୍ବପ୍ନରେ ହିଁ ଜଣାପଡିଯାଇଥିଲା ଯେ, ତାଙ୍କ ମୃତ୍ୟୁ କେମିତି ହେବ ବୋଲି।

– ୧୧ ସେପ୍ଟେମ୍ବର ୨୦୦୧ରେ ଘଟି ଯାଇଥିବା ଦୁଃଖଦପୂର୍ଣ୍ଣ ଘଟଣାକୁ ଭୁଲିବା ଏତେ ସହଜ ନୁହେଁ। ଏହି ଦିନ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଉପରେ ଘାତକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ଆମେରିକାର ନ୍ୟୁୟର୍କରେ ଥିବା ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟରକୁ ଆକ୍ରମଣ କରି ଏହିଦିନ ଭାଙ୍ଗି ଦେଇଥିଲେ। ଏହି ଦୁର୍ଘଟଣାରେ ହଜାର ହଜାର ଲୋକଙ୍କର ଜୀବନ ଯାଇଥିଲା। ତେବେ ଶୁଣିବାକୁ ମିଳେ, ଉକ୍ତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କେତେଜଣ ଲୋକ ପୂର୍ବରୁ ସେମାନଙ୍କ ସ୍ବପ୍ନରେ ଦେଖିସାରିଥିଲେ ଯେ, ତାଙ୍କ ମୃତ୍ୟୁ ଏମିତି ଏକ ଦୁର୍ଘଟଣାରେ ହେବ ବୋଲି।

*ଦୃଷ୍ଟିହୀନ ଲୋକ ବି ଦେଖିଥା’ନ୍ତି ସ୍ବପ୍ନ: ଏକଥା ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ; କିନ୍ତୁ ଏହା ପଛରେ ବି ସତ୍ୟତା ରହିଛି। ଯେଉଁ ବ୍ୟକ୍ତିମାନେ ଜନ୍ମ ପରେ କୌଣସି କାରଣ ପାଇଁ ନିଜର ଦୃଷ୍ଟିଶକ୍ତି ହରାଇ ବସିଥାନ୍ତି, ସେମାନଙ୍କୁ ବି ବେଳେବେଳେ ନିଦରେ ସ୍ବପ୍ନ ଆସିଥାଏ। ଆଉ ସେହି ସ୍ବପ୍ନରେ ସେମାନେ କୌଣସି ଛବି ହେଉ କିମ୍ବା କାହାର ଚେହେରାକୁ ବି ଦେଖିପାରନ୍ତି। ଅନ୍ୟପକ୍ଷେ ଯେଉଁମାନେ ଜନ୍ମରୁ ଦୃଷ୍ଟିହୀନ ସେମାନେ ତାଙ୍କ ସ୍ବପ୍ନରେ କାହାର ଚେହେରା କି ଛବି ଦେଖିପାରନ୍ତି ନାହିଁ। କିନ୍ତୁ ସେମାନେ କାହାର ସ୍ବର ହେଉ କି ଶବ୍ଦ ଶୁଣିପାରନ୍ତି, ବାସ୍ନା ବାରିପାରନ୍ତି, କାହାକୁ ଛୁଇଁକି ତା’ର ଉପସ୍ଥିତିକୁ ଅନୁଭବ କରିପାରନ୍ତି। ଏପରିକି କାହା ମନର ଭାବନାକୁ ମଧ୍ୟ ସେମାନେ ସ୍ବପ୍ନରେ ଅନୁଭବ କରିପାରନ୍ତି।

* ଜୀବଜନ୍ତୁ ବି ଦେଖିଥାନ୍ତି ସ୍ବପ୍ନ: ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଜୀବଜନ୍ତୁ ବି ଶୋଇବା ସମୟରେ କେବେ କେବେ ସ୍ବପ୍ନ ଦେଖିଥା’ନ୍ତି। ବିଶେଷ କରି ପାଳିତ କୁକୁର, ବିଲେଇଙ୍କୁ ଲକ୍ଷ୍ୟ କଲେ ଏହା ଜାଣିହୁଏ। ଶୋଇବା ସମୟରେ ସେମାନଙ୍କ ଗୋଡ଼ ବାରମ୍ବାର ହଲୁଥିଲେ କିମ୍ବା ନିଦରେ ଥାଇ ବି ମଝିରେ ମଝିରେ ସେମାନେ ବୋବାଉଥିଲେ, ଅନୁମାନ କରିନେବେ ଯେ, ସେମାନେ ଏବେ ସ୍ବପ୍ନ ଦେଖୁଛନ୍ତି ବୋଲି।

* ପରିଚିତ ଚେହେରାକୁ ନେଇ ସ୍ବପ୍ନ ଦେଖିବା: ସ୍ବପ୍ନରେ ଆମେ ବେଳେବେଳେ କିଛି ଚେହେରାକୁ ଦେଖିଥାଉ, ସେଥିରୁ କିଛି କିଛି ଚେହେରା ଆମକୁ ଚିହ୍ନା ଚିହ୍ନା ଲାଗେ ତ ଆଉ କିଛି ଚେହେରା ଆମକୁ ଅଚିହ୍ନା ଲାଗେ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ସ୍ବପ୍ନରେ କେବେ ବି ଅଚିହ୍ନା ଚେହେରାକୁ ଦେଖିବା ସମ୍ଭବ ନୁହେଁ। ଯେଉଁ ଚେହେରା ଆମକୁ ଅଚିହ୍ନା ଲାଗେ, ସେମାନଙ୍କୁ ଆମେ କେଉଁଠି ନା କେଉଁଠି ଦେଖିଛେ। ସିଏ ବଜାରଘାଟରେ ହେଉ ଅବା ରାସ୍ତା ପାରି ହେଲାବେଳେ ହେଉ। କ୍ଷଣକ ପାଇଁ ହେଉନା କାହିଁକି ତାଙ୍କୁ ମୁହଁ ଉପରେ ଆମ ନଜର ପଡିଛି କିନ୍ତୁ ଆମ ମସ୍ତିଷ୍କ ତାଙ୍କ ମୁହଁକୁ ମନେରଖିପାରିନି। ଯେଉଁଥିପାଇଁ ସ୍ବପ୍ନରେ ସେ ମୁହଁ ଆମକୁ ଦେଖାଯିବାରୁ ଆମେ ତାହାକୁ ମନେପକାଇ ପାରୁନା।

* ପୁରୁଷ ଓ ମହିଳା ଅଲଗା ସ୍ବପ୍ନ ଦେଖନ୍ତି: ତଥ୍ୟ ଅନୁଯାୟୀ, ପୁରୁଷମାନେ ସେମାନଙ୍କ ସ୍ବପ୍ନରେ ପ୍ରାୟ ୭୦% ଅନ୍ୟ ପୁରୁଷଙ୍କୁ ହିଁ ଦେଖିଥାନ୍ତି। କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ। ମହିଳାମାନେ ସ୍ବପ୍ନରେ ସମପରିମାଣରେ ପୁରୁଷ ଓ ମହିଳାଙ୍କୁ ଦେଖିଥାନ୍ତି। ସେହିପରି ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ଅଧିକ ଆକ୍ରମଣାତ୍ମକ ସ୍ବପ୍ନ ଆସୁଥିବାବେଳେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ପ୍ରାୟତଃ ପ୍ରେମ, ଭଲପାଇବା ସମ୍ପର୍କିତ ସ୍ବପ୍ନ ଆସିଥାଏ।

* ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ ସ୍ବପ୍ନ: ସ୍ବପ୍ନ ଦେଖିବା ମଣିଷର କେବେଠାରୁ ଆରମ୍ଭ ହେଲା ତାହା ଠିକ୍‌ ଭାବେ କେହି କହିପାରିବେ ନାହିଁ। ହେଲେ ଏକଥା ସତ ଯେ, ଟିଭି ଆସିବା ପୂର୍ବରୁ ବି ଲୋକେ ନିଦରେ ସ୍ବପ୍ନ ଦେଖୁଥିଲେ। ଆଉ ସେହି ସ୍ବପ୍ନ ମଧ୍ୟ ବେଶ୍‌ ରଙ୍ଗିନ ରହୁଥିଲା। ହେଲେ ଯେବେଠାରୁ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ ଟିଭି ଆସିଲା, ସେବେଠାରୁ କୁଆଡ଼େ ଅଧିକାଂଶ ଲୋକଙ୍କୁ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ ସ୍ବପ୍ନ ଆସୁଥିଲା ବୋଲି ସୂଚନା ରହିଛି। ଏକଥା ଶୁଣିବା ହୁଏତ ଅନେକଙ୍କୁ ଜୋକ୍‌ ପରି ଲାଗୁଥାଇ ପାରେ କିନ୍ତୁ ଏହା ପଛରେ ସତ୍ୟତା ରହିଛି ବୋଲି ଅନେକେ ମତ ଦେଇଥା’ନ୍ତି।

* ସ୍ବପ୍ନ ଦେଖିଲା ବେଳେ କ’ଣ କରିପାରିବେ ନାହିଁ: ଯେଉଁ ସମୟରେ ବ୍ୟକ୍ତି ଜଣଙ୍କ ସ୍ବପ୍ନ ଦେଖୁଥିବେ, ସେହି ସମୟରେ ସିଏ ଆଦୌ ଘୁଙ୍ଗୁଡ଼ି ମାରି ପାରିବେ ନାହିଁ। ଅନ୍ୟପକ୍ଷେ ବ୍ୟକ୍ତି ଜଣଙ୍କ ଯେତେବେଳେ ଘୁଙ୍ଗୁଡ଼ି ମାରି ଶୋଉଥିବେ, ସେତେବେଳେ ତାଙ୍କୁ କୌଣସି ସ୍ବପ୍ନ ମଧ୍ୟ ଆସିବ ନାହିଁ। ସେହିପରି ସ୍ବପ୍ନରେ କିଛି ବି ପଢିବା ମଧ୍ୟ କଷ୍ଟଦାୟକ ହୋଇଥାଏ। କେବଳ ସେତିକି ନୁହେଁ, ସ୍ବପ୍ନ ଦେଖିବାବେଳେ ଠିକ୍‌ ସମୟ କେତେ ହୋଇଛି ବୋଲି ମଧ୍ୟ କେହି କହିପାରିବେ ନାହିଁ। ସ୍ବପ୍ନରେ ସେମାନେ ଯେତେଥର ସମୟ ଦେଖୁଥିବେ, ସେମାନଙ୍କୁ ପ୍ରତିଥର ଅଲଗା ଅଲଗା ସମୟ ଦେଖାଯାଉଥିବ ବୋଲି ମନସ୍ତତ୍ତ୍ୱବିତ୍‌ମାନେ ମତ ଦେଇଥାନ୍ତି।

* ଗୋଟିଏ ରାତିରେ କେତେଥର ସ୍ବପ୍ନ ଦେଖିପାରିବେ: ଏକ ସର୍ବେକ୍ଷଣ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ଗୋଟିଏ ରାତିରେ ଅତି କମ୍‌ରେ ଗୋଟିଏ ସ୍ବପ୍ନ ଆସିପାରେ; ତାହା ପୁଣି ସବୁଦିନ ନୁହେଁ। ହେଲେ ବେଳେବେଳେ କୌଣସି ବ୍ୟକ୍ତିଙ୍କୁ ୪ରୁ ୭ଟି ଭିନ୍ନ ଭିନ୍ନ ସ୍ବପ୍ନ ବି ଆସିଥାଏ। କିନ୍ତୁ ନିଦ ଭାଙ୍ଗିବା ପରେ ତାଙ୍କର କିଛି ବି ମନେ ନ ଥାଏ। ଅତି ବେଶି ହେଲେ ଶେଷରେ ଦେଖିଥିବା ସ୍ବପ୍ନର କିଛି କିଛି କଥା ତାଙ୍କର ମନେ ଥାଇପାରେ।

* ଗର୍ଭବତୀ ଦେଖନ୍ତି ଅଧିକ ସ୍ବପ୍ନ: ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଗର୍ଭବତୀ ମହିଳାଙ୍କୁ ଅଧିକ ସ୍ବପ୍ନ ଆସିଥାଏ। ଏହି ସମୟରେ ସେମାନଙ୍କ ଭିତରେ ହେଉଥିବା ହର୍ମୋନ୍‌ ପରିବର୍ତ୍ତନ ପାଇଁ ଏପରି ଘଟିଥାଏ ବୋଲି ବିଶ୍ୱାସ କରାଯାଏ।

*ଲ୍ୟୁସିଡ୍‌ ଡ୍ରିମ୍‌: ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ, ଏମିତି ବି କେତେଜଣ ଲୋକ ଅଛନ୍ତି, ଯେଉଁମାନେ ନିଜ ହିସାବରେ ସ୍ବପ୍ନ ଦେଖିଥା’ନ୍ତି। ଆଉ ନିଦରୁ ଉଠିଲା ପରେ ବି ସେମାନେ ସ୍ବପ୍ନକୁ ପୂରା ମନେ ମଧ୍ୟ ରଖିଥା’ନ୍ତି। କେବଳ ସେତିକି ନୁହେଁଁ ସ୍ବପ୍ନରେ ଆସୁଥିବା ଲୋକମାନଙ୍କ ସହ ସେମାନେ ଯାହାବି କଥା ହୋଇଥାନ୍ତି, ତାକୁ ବି ସେମାନଙ୍କର ମନେଥାଏ। ପ୍ରକୃତପକ୍ଷେ ଏହା କୌଣସି ଚମତ୍କାର ନୁହେଁ, ବିଜ୍ଞାନରେ ଏହାକୁ ଲ୍ୟୁସିଡ୍‌ ଡ୍ରିମ୍‌ ବୋଲି କୁହାଯାଇଥାଏ। ଏହି ସ୍ବପ୍ନ ସେହିମାନଙ୍କୁ ଆସିଥାଏ, ଯେଉଁମାନେ ଏକ ସ୍ବତନ୍ତ୍ର ଧରଣର ମସ୍ତିଷ୍କ ରୋଗରେ ପୀଡ଼ିତ ଥା’ନ୍ତି। ତଥ୍ୟ ଅନୁଯାୟୀ, ୟୁଏସ୍‌ରେ ଏହି ଧରଣର ଲୋକ ଟିକେ ଅଧିକ ଦେଖାଯାଇଥା’ନ୍ତି।

* ସ୍ବପ୍ନ ଦେଖିବାର ନିଶା: ଏମିତି ବି କେତେଜଣ ଲୋକ ଅଛନ୍ତି, ଯେଉଁମାନଙ୍କୁ ସ୍ବପ୍ନ ଦେଖିବାକୁ ବହୁତ ଭଲ ଲାଗେ। ସେମାନେ ସ୍ବପ୍ନ ଦୁନିଆରୁ କେବେ ବି ବାହାରିବାକୁ ଚାହାନ୍ତି ନାହିଁ। ସେଥିପାଇଁ ସେମାନେ ବେଶି ସମୟ ଶୋଇଥା’ନ୍ତି, ଏପରି କି ଦିନବେଳା ବି ସେମାନେ ଶୋଇବାକୁ ପସନ୍ଦ କରିଥା’ନ୍ତି। ବେଳେବେଳେ ସେମାନେ ଶୋଇକି ସ୍ବପ୍ନ ଦେଖିବା ପାଇଁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟର ବ୍ୟବହାର ମଧ୍ୟ କରିଥା’ନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।

ସ୍ବପ୍ନରେ ଭଗବାନ୍‌
ସ୍ବପ୍ନରେ ତ ଅନେକ କଥା ଆମେ ଦେଖିଥାଉ। ବେଳେବେଳେ ଆମ ସ୍ବପ୍ନରେ କିଛି ଐଶ୍ୱରିକ ଶକ୍ତି ହେଉ ଅବା କୌଣସି ଦେବଦେବୀଙ୍କର ପ୍ରତିମା ମଧ୍ୟ ଦେଖିଥାଉ। ପ୍ରାୟତଃ ଦେଖାଯାଏ ଯେ, ଆମେ ନିଦରେ ଯାହା ସ୍ବପ୍ନ ଦେଖିଥାଉ ନିଦରୁ ଉଠିଲା ପରେ ସେସବୁ କଥା ଭୁଲି ଯାଇଥାଉ। କିନ୍ତୁ ଯେତେବେଳେ ଆମେ କୌଣସି ଐଶ୍ୱରିକ ଶକ୍ତି ବିଷୟରେ ଦେଖିଥାଉ, ସେଥିରୁ କିଛି କିଛି ଆମର ମନେଥାଏ। ଏହା ବି କିଛିଟା ସଙ୍କେତ ଦେଇଥାଏ ବୋଲି ସ୍ବପ୍ନ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେମିତିକି:
– ସ୍ବପ୍ନରେ ମା’ ଦୁର୍ଗାଙ୍କୁ ନାଲି ରଙ୍ଗର ବସ୍ତ୍ରରେ ଦେଖିଲେ ଆଗକୁ କିଛି ଶୁଭ ହେବାକୁ ଯାଉଛି ବୋଲି ସଙ୍କେତ ମିଳିଥାଏ। କିନ୍ତୁ ଯଦି ମା’ ଓ ତାଙ୍କର ବାହନ ସିଂହ ରାଗିକି ଆପଣଙ୍କୁ ଚାହିଁଥିବାର ସ୍ବପ୍ନ ଦେଖନ୍ତି, ତା’ହେଲେ ଏହା ସମସ୍ୟା ଆସୁଥିବାର ସୂଚନା ଦିଏ।
– ଭଗବାନ୍‌ ରାମଙ୍କ ସ୍ବପ୍ନ ଜୀବନରେ ଉନ୍ନତି ଆଣିଥାଏ।
– ଭଗବାନ୍‌ ଶ୍ରୀକୃଷ୍ଣଙ୍କ ସ୍ବପ୍ନ ଜୀବନରେ ପ୍ରେମ ଭରିବାର ସଙ୍କେତ ଦେଇଥାଏ। ତା’ସହିତ ସଫଳତା ମିଳିବାର ସୂଚନା ବି ମିଳିଥାଏ।
– ମା’ ଲକ୍ଷ୍ମୀ ପ୍ରସନ୍ନତାଭରା ଦୃଷ୍ଟିରେ ଚାହୁଁଥିବାର ସ୍ବପ୍ନ ଧନପ୍ରାପ୍ତିର ସଙ୍କେତ ଦିଏ।
– ଭଗବାନ ବିଷ୍ଣୁଙ୍କର ସ୍ବପ୍ନ ଆସିବା ସର୍ବଦା ଶୁଭଫଳ ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି।
ସ୍ବପ୍ନରେ ଫୁଲ
ବେଳେବେଳେ ଫୁଲକୁ ନେଇ ବି ସ୍ବପ୍ନ ଆମକୁ ଆସିଥାଏ। ତେବେ ସ୍ବପ୍ନ ଶାସ୍ତ୍ର ଅନୁସାରେ, କେଉଁ ଫୁଲର ସ୍ବପ୍ନ କି ସଙ୍କେତ ଦେଇଥାଏ ଆସନ୍ତୁ ଜାଣିବା:
-ଗୋଲାପଫୁଲ: ପ୍ରେମର ପ୍ରତୀକ କୁହାଯାଉଥିବା ଗୋଲାପଫୁଲର ସ୍ବପ୍ନ ଦେଖିବାର ଅର୍ଥ ହେଉଛି ଆଗକୁ ଜୀବନରେ ପ୍ରେମର ରଙ୍ଗ ଭରିବାକୁ ଯାଉଛି। ବହୁତ ଭଲ ପାଉଥିବା ଜଣେ ମଣିଷ ଜୀବନକୁ ସୁନ୍ଦର କରିବାକୁ ଆସିବେ। ଆଉ ଯଦି ଆପଣଙ୍କ ଜୀବନରେ ଆଗରୁ ସାଥୀଟିଏ ଅଛନ୍ତି ଓ ଆପଣ ଏହି ସ୍ବପ୍ନ ଦେଖୁଛନ୍ତି ତେବେ ତା’ର ଅର୍ଥ ହେଉଛି ଆପଣଙ୍କୁ ତାଙ୍କଠାରୁ ଅଧିକ ପ୍ରେମ ଓ ମାନସମ୍ମାନ ମିଳିବ।
-ପଦ୍ମଫୁଲ: ସ୍ବପ୍ନରେ ପଦ୍ମଫୁଲ ଦେଖିବା ଶୁଭ ସଙ୍କେତ ଦେଇଥାଏ। ମା’ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଧନଲାଭ ହେବ ବୋଲି ଏହା ସୂଚନା ଦିଏ।
-ଗେଣ୍ଡୁଫୁଲ: ସ୍ବପ୍ନରେ ଗେଣ୍ଡୁଫୁଲ ଦେଖିବାର ଅର୍ଥ ଆପଣଙ୍କ ହାତରେ ଆଗକୁ କୌଣସି ବଡ଼ ପୁଣ୍ୟ କାମ ହେବାକୁ ଯାଉଛି।
-ମଲ୍ଲୀଫୁଲ: ସୁନ୍ଦର ମହକଭରା ମଲ୍ଲୀଫୁଲକୁ ସ୍ବପ୍ନରେ ଦେଖିବା ଏହି ସଙ୍କେତ ଦିଏ ଯେ, ଆଗକୁ ଅପଣଙ୍କ ଭାଗ୍ୟ ଚମକିବାର ଅଛି।
-ଫୁଲମାଳ: ଫୁଲମାଳର ସ୍ବପ୍ନ ଦେଖିଲେ ଆପଣଙ୍କ ଘରେ କିଛି ମାଙ୍ଗଳିକ କାର୍ଯ୍ୟ ହେବାକୁ ଯାଉଛି ବୋଲି ସଙ୍କେତ ମିଳିଥାଏ।
-ବାସି ଝାଉଁଳି ଯାଇଥିବା ଫୁଲ: ଝାଉଁଳି ଯାଇଥିବା ବାସିଫୁଲର ସ୍ବପ୍ନ ଆସିଲେ ଏହା ସୂଚାଇଥାଏ ଯେ, ଆଗକୁ ଆପଣଙ୍କର କୌଣସି ସମ୍ପର୍କୀୟକ ସହ ମନୋମାଳିନ୍ୟ ହେବାର ଅଛି। ତେଣୁ ସତର୍କ ରହିବା ଆବଶ୍ୟକ।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri