ଅପରିବର୍ତ୍ତିତ ରହିପାରେ ସୁଧହାର

ମୁମ୍ବାଇ: ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଏହାର ଦ୍ୱିମାସିକ ମୁଦ୍ରା ନୀତି କମିଟି(ଏମ୍‌ପିସି) ବୈଠକରେ ରେପୋ ବା ସୁଧହାରକୁ ଅପରିବର୍ତ୍ତିତ ରଖିପାରେ। ବର୍ତ୍ତମାନ ଯୋଗାଣ ବାଧାପ୍ରାପ୍ତ ସ୍ଥିତିରେ ରହିଥିବା ବେଳେ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି। ଏଭଳି ପ୍ରସଙ୍ଗକୁ ବିଚାର କରି କେନ୍ଦ୍ରୀୟ ବ୍ୟାଙ୍କ ରେପୋକୁ ଅପରିବର୍ତ୍ତିତ ରଖିବ ବୋଲି କୁହାଯାଉଛି। ଚଳିତ ମାସ ୨୯ରୁ ଏମ୍‌ପିସିି ବୈଠକ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବାକୁ ରିଜର୍ଭ ବ୍ୟାଙ୍କ ନିକଟରେ ବିଭିନ୍ନ ଅସ୍ତ୍ର ରହିଛି। ା ଏହାକୁ କେନ୍ଦ୍ରୀୟ ବ୍ୟାଙ୍କ ସମୟ କ୍ରମେ ଗ୍ରହଣ କରିବ ବୋଲି ଗଭର୍ନର ଶକ୍ତିକାନ୍ତ ପୂର୍ବରୁ କହି ସାରିଛନ୍ତି। ଅକ୍ଟୋବର ୧ରେ କେନ୍ଦ୍ରୀୟ ବ୍ୟାଙ୍କ ଘୋଷଣା କଣ ରହୁଛି ତାହା ଦେଖିବାକୁ ବାକି ରହିଲା।
ଅଗଷ୍ଟରେ ହୋଇଥିବା ଏମ୍‌ପିସି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସୁଧହାରକୁ ଅପରିବର୍ତ୍ତିତ ରଖିଥିଲା। ମୁଦ୍ରାସ୍ଫୀତି ଉଚ୍ଚରେ ରହିବା ଯୋଗୁ ଆର୍‌ବିଆଇ କୌଣସି ପଦକ୍ଷେପ ନେଇ ନ ଥିଲା। ମୁଦ୍ରାସ୍ଫୀତି ବର୍ତ୍ତମାନ ୬% ସ୍ତରରେ ରହିଛି। ଏପଟେ କରୋନା ମହାମାରୀ ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇ ପଡିଛି। ବଜାରକୁ ଗତି ପ୍ରଦାନ କରିବା ଲାଗି ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ବ୍ୟାଙ୍କ ୧୧୫ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ କରି ସାରିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ କରି ନ ପାରେ ବୋଲି ବଜାର ବିଶେଷଜ୍ଞ ମାନ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ରେମିଟାନ୍ସ କମିବ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଯୋଗୁ ଏବେ ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଛି। ଫଳରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ରେମିଟାନ୍ସ (ପ୍ରେରିତ ଅର୍ଥ) ୨୩% କମିବ ବୋଲି...

୮.୫% ଖସିଲା କୋର୍‌ ସେକ୍ଟର

ନୂଆଦିଲ୍ଲୀ: ଗତ ୬ ମାସ ହେବ ଦେଶର କୋର୍‌ ସେକ୍ଟର ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଲଗାତର ହ୍ରାସ ହେଉଛି। ଅଗଷ୍ଟ ମାସରେ ଏହା ୮.୫% ଖସିଥିବା...

ନିବେଶକଙ୍କୁ ୩ ଲକ୍ଷ କୋଟି ଟଙ୍କା କ୍ଷତି

ମୁମ୍ବାଇ,୭-୧:ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୭୮୮ ପଏଣ୍ଟ ହ୍ରାସ ଘଟିଛି। ଏହା ୬ ମାସ ମଧ୍ୟରେ ସବୁଠାରୁ ବଡ ହ୍ରାସ ବୋଲି ଜଣାପଡିଛି। ଇରାନ...

ବିକାଶ ପୂର୍ବାନୁମାନ ୧.୮%କୁ ଖସାଇଲା ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୧୯।୪: କ୍ରେଡିଟ୍‌ ରେଟିଂ ଏଜେନ୍ସି ଏସ୍‌ ଆଣ୍ଡ ପି ଚଳିତ ଆର୍ଥତ୍କ ବର୍ଷ ଉପରେ ଭାରତର ବିକାଶ ହାର ପୂର୍ବାନୁମାନକୁ ୧.୮%କୁ ଖସାଇ ଦେଇଛି। କରୋନା...

ପ୍ରିଭେସି ଅପ୍‌ଡେଟ୍‌ ପ୍ରତ୍ୟାହାର ଲାଗି ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ପରିବର୍ତ୍ତନକୁ ନେଇ ଗତ କିଛିଦିନ ହେବ ୟୁଜରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ମଙ୍ଗଳବାର ଏହି ଘଟଣାରେ...

ଜିଓରେ ୫୦୦୦ କର୍ମଚାରୀଙ୍କୁ ଛଟେଇ

ମୁମ୍ବାଇ,୩୦-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ବ୍ୟୟଭାର କମାଇ କାର୍ଯ୍ୟକାରୀ ଲାଭକୁ ଅଧିକ କରିବା ଲକ୍ଷ୍ୟରେ କର୍ମଚାରୀ ଛଟେଇ ଉପରେ ଗୁରୁତ୍ୱ ଦେଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର...

ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାର କିଣିଲା ମିଡିଆଟେକ୍‌

ନୂଆଦିଲ୍ଲୀ: ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାରକୁ ତାଇଓ୍ବାନ ଭିତ୍ତିକ କମ୍ପାନୀ ମିଡିଆଟେକ୍‌ କ୍ରୟ କରିଛି। ମିଡିଆଟେକ୍‌ର ସହଯୋଗୀ କମ୍ପାନୀ ରିଚ୍‌ଟେକ୍‌ ଦ୍ୱାରା ଏହି କାରବାର...

ପିଏମ୍‌ କିଷାନ ଖାତାର ବାଲାନ୍ସ ଜାଣିବାର ସହଜ ଉପାୟ

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଦ୍ୱାରା କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ୨୦୧୯ରୁ ଆରମ୍ଭ ହୋଇଥିବା ଏହି...

Advertisement


Archives

Model This Week