ଯୁକ୍ତ୨ ପଢ଼ିବାକୁ ଆଗ୍ରହ କମୁଛି

ଭୁବନେଶ୍ୱର, ୧୫।୧୦(ଅସମାପିକା ସାହୁ)ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ପଢ଼ିବାକୁ ପିଲାଙ୍କ ଆଗ୍ରହ କମୁଛି। ଏବର୍ଷ ମାଟ୍ରିକ ପାସ୍‌ ହାର ଅନୁସାରେ ପିଲାମାନେ ସେପରି ନାମ ଲେଖାଇ ନାହାନ୍ତି। ଫଳରେ ପ୍ରଥମ ବର୍ଷ ନାମଲେଖା ଏ ଯାଏ ଶେଷ ହେଉନାହିଁ। ସିଟ୍‌ ପୂରଣ ହେଉ ନ ଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ୩ଥର ନାମଲେଖା ସୁଯୋଗ ଦିଆଯାଇଛି। ତଥାପି ଲକ୍ଷେରୁ ଅଧିକ ସିଟ୍‌ ଖାଲି ପଡ଼ିଥିବାରୁ ଏହାକୁ ନେଇ ତର୍ଜମା ଆରମ୍ଭ ହୋଇଛି। କରୋନା ସମୟରେ ସିଟ୍‌ ବୃଦ୍ଧି ଓ ମାଟ୍ରିକ ପରେ ପିଲାମାନେ ବୈଷୟିକ ଶିକ୍ଷା ମୁହଁା ହେଉଥିବାରୁ ଯୁକ୍ତ୨ରେ ସିଟ୍‌ ଖାଲି ପଡ଼ୁଥିବା କୁହାଯାଉଛି।
କରୋନା ସମୟରେ ମାଟ୍ରିକ ପାସ୍‌ ହାର ଅଧିକ ରହିଥିଲା। ବିନା ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ମାର୍କ ଦିଆଯାଇଥିବାରୁ ଦୁଇବର୍ଷ ପାସ୍‌ ହାର ଅଧିକ ରହିଥିଲା। ତେଣୁ ବାଧ୍ୟହୋଇ ସରକାରଙ୍କୁ ଯୁକ୍ତ୨ ସିଟ୍‌ ବଢ଼ାଇବାକୁ ପଡ଼ିଥିଲା। କିନ୍ତୁ ଏବେ ପାସ୍‌ ହାର ପୁଣି କମିଯାଇଥିବାରୁ ଯୁକ୍ତ୨ ସିଟ୍‌ ବଳକା ପଡୁଥିବା କୁହାଯାଉଛି। ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ନାହିଁ କି ଭବିଷ୍ୟତକୁ ନେଇ ପିଲାଙ୍କ ମଧ୍ୟରେ ସେପରି ଉତ୍ସାହ ସୃଷ୍ଟି ହେଉ ନାହିଁ। ତେଣୁ ନାମଲେଖା ପାଇଁ ସରକାର ଯେତେ ସୁଯୋଗ ଦେଲେ ବି ସିଟ୍‌ ପୂରଣ ହେବା ସମ୍ଭବ ନୁହେଁ ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି। ଏ ସମ୍ପର୍କରେ ୬୬୨ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, କରୋନା ପାଇଁ ଯେଉଁ ସିଟ୍‌ ବଢ଼ାଯାଇଥିଲା ତାହା ଏବେ କମାଇଦେବା ଉଚିତ। ଏଥିସହିତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଆବଶ୍ୟକ ଶିକ୍ଷକଙ୍କ ଅଭାବ ରହୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯୁକ୍ତ୨ରେ ୩୦-୪୦ବର୍ଷ ତଳେ ଯେଉଁ ପାଠ୍ୟକ୍ରମ ରହିଥିଲା ସେସବୁ ରହିଛି। ଆଜିକାଲି ପିଲାମାନେ ଟେକ୍ନିକାଲ ଲାଇନ୍‌ରେ ଯିବା ପାଇଁ ଚାହୁଁଛନ୍ତି। ତେଣୁ ଯୁକ୍ତ୨ ସିଲାବସ୍‌ରେ ଏଭଳି ନୂତନ ପାଠ୍ୟକ୍ରମ ସାମିଲ କରିବା ଉଚିତ, ଯେପରି ପିଲାମାନେ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ।
ସୂଚନାଯୋଗ୍ୟ, ଶନିବାର ତୃତୀୟ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ଛାତ୍ରୀଛାତ୍ରଙ୍କ ନାମଲେଖା ଶେଷ ହୋଇଛି। ଗତ ୧୩ ଓ ୧୪ ତାରିଖରେ ଏହି ନାମଲେଖା ଅନୁଷ୍ଠିତ ହୋଇଥିଲା। ଏହା ପରେ ବି ଯୁକ୍ତ୨ରେ ଲକ୍ଷେରୁ ଊର୍ଦ୍ଧ୍ୱ ସିଟ୍‌ ଖାଲି ପଡ଼ିଥିବା ଦେଖାଯାଇଛି।
ରାଜ୍ୟରେ ୨,୨୦୬ ଉଚ୍ଚ ମାଧ୍ୟମିକ ସ୍କୁଲରେ ୫,୨୧,୬୫୭ ସିଟ୍‌ ଥିବାବେଳେ ୪,୧୪,୬୬୧ ସିଟ୍‌ରେ ନାମଲେଖା ହୋଇଛି ଓ ୧,୦୬,୯୯୬ ସିଟ୍‌ ଖାଲି ପଡ଼ିଛି। ଏଥିମଧ୍ୟରୁ କଳାରେ ୩୩,୬୨୯, ବିଜ୍ଞାନରେ ୫୨,୪୯୧, ବାଣିଜ୍ୟରେ ୧୩,୪୧୭, ସଂସ୍କୃତରେ ୨,୮୬୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୫୯୭ ସିଟ୍‌ ବଳକା ପଡ଼ିଛି। ତେଣୁ ଆସନ୍ତା ୧୭ ତାରିଖ ଅପରାହ୍ନ ୪ଟା ୩୦ରେ ଓ୍ବେଟିଂ ଲିଷ୍ଟ ପ୍ରକାଶ ପାଇବ। ୧୮ ଓ ୧୯ ତାରିଖ ଦୁଇଦିନ ଏହି ଛାତ୍ରୀଛାତ୍ରଙ୍କ ନାମଲେଖା ଅନୁଷ୍ଠିତ ହେବ। ତେବେ ଏହି ନାମଲେଖା ସରିବା ପରେ ବି ଆହୁରି ଲକ୍ଷେ ଉପରେ ସିଟ୍‌ ବଳକା ପଡ଼ିବ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପକ୍ଷରେ ନାମଲେଖା ବିଳମ୍ବିତ ହେଉଥିବାରୁ ଗତ ଅଗଷ୍ଟ ୧ରୁ ପ୍ରଥମ ବର୍ଷ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି। ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ଦ୍ୱିତୀୟ ବର୍ଷ ପରୀକ୍ଷା ପାଇଁ ନଭେମ୍ବର ୧୦ରୁ ଫର୍ମ ପୂରଣ ଆରମ୍ଭ ହେବାକୁ ଯାଉଛି। ଏପରିସ୍ଥିତିରେ ସିଟ୍‌ ପୂରଣ ପାଇଁ ବିଳମ୍ବିତ ସମୟ ଯାଏ ନାମଲେଖା ଯାଉଥିବାରୁ ଏହି ପିଲାମାନେ କେବେ କୋର୍ସ ସାରି ପରୀକ୍ଷା ଦେବେ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ମେ’ ୬ରେ ଓଡ଼ିଶା ଆସିବେ ମୋଦି: ଏହି ୨ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୧।୫: ଆସନ୍ତା ନିର୍ବାଚନକୁ ନେଇ ପ୍ରଚାର ଜୋରସୋରରେ ଚାଲିଛି। କେନ୍ଦ୍ରର ଅନେକ ହେଭିଓ୍ବେଟ୍‌ ନେତା ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ପୁଣି...

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri