ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଏକଦା ହକିର ଗଡ଼ ଥିଲା ଢେଙ୍କାନାଳ। ଜିଲାର ବହୁ ପ୍ରତିଭାଦୀପ୍ତ କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଜାତୀୟସ୍ତରରେ ଅର୍ଜନ କରିଥିଲେ ସୁନାମ। ସମୟକ୍ରମେ ହତାଦର ହୋଇଯାଇଛି ହକି ଭଳି ଖ୍ୟାତିସମ୍ପନ୍ନ କ୍ରୀଡ଼ା। ପ୍ରଶିକ୍ଷଣ, ପଡ଼ିଆ, ପ୍ରୋତ୍ସାହନ ମିଳୁ ନ ଥିବାରୁ ଲୁଚିଯାଉଛନ୍ତି ଗ୍ରାମାଞ୍ଚଳ ଅନେକ ପ୍ରତିଭା। ଏହି କ୍ରୀଡ଼ାର ବିକାଶ ପାଇଁ ଆଖିଦୃଶିଆ ଉଦ୍ୟମ କରାଯାଉ ନ ଥିବାରୁ ସବୁଥାଇ ଶ୍ରୀହୀନ ହୋଇଯାଇଛି ହକି। ଢେଙ୍କାନାଳ ଜିଲାର ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବ ସତ୍ତ୍ୱେ ନିଜ ଉଦ୍ୟମରେ ଅଭ୍ୟାସ ଜାରି ରଖିଛନ୍ତି ଅନେକ ପ୍ରତିଭାବାନ ଖେଳାଳି। ହେଲେ ହକିର ବିକାଶ ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଏଭଳି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଆବଶ୍ୟକ ସମ୍ମାନ ମିଳୁନାହିଁ। ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ୍‌ ବିଜୟ ପରେ ଭାରତୀୟ ପୁରୁଷ ହକି ଦଳକୁ ଛୁଟୁଛି ସବୁଆଡୁ ପ୍ରଶଂସା। ସେମିଫାଇନାଲରେ ପ୍ରବେଶ କରିଥିବା ମହିଳା ଦଳ ଅଳ୍ପକେ ପଦକରୁ ବଞ୍ଚତ୍ତ ହୋଇଥିଲେ ହେଁ ଚମତ୍କାର ପ୍ରଦର୍ଶନ ପାଇଁ ଜିତିଛନ୍ତି ହୃଦୟ। ଜାତୀୟ ପୁରୁଷ ଏବଂ ମହିଳା ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ସରକାରଙ୍କୁ ଏଥିଲାଗି ଦିଆଯାଉଛି ସମସ୍ତ ଶ୍ରେୟ। ଏହାପରେ ହକି ପ୍ରାୟୋଜକ ଅବଧିକୁ ଆହୁରି ୧୦ ବର୍ଷ ଯାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହେଲେ ଏକଦା ହକିର ଗଡ଼ ଥିବା ଢେଙ୍କାନାଳରେ ଏହି ଖେଳର ବିକାଶ ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ପଶ୍ଚିମ ଓଡ଼ିଶା ଭଳି ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ଢେଙ୍କାନାଳରେ ହକିର ବିକାଶ ଲାଗି ଉଦ୍ୟମ କରାଗଲେ ବହୁ ଜାତୀୟସ୍ତରୀୟ ଖେଳାଳି ବାହାରିବେ ବୋଲି କ୍ରୀଡ଼ା ବିଶେଷଜ୍ଞମାନେ କହିଛନ୍ତି।
ଶିଳ୍ପବହୁଳ ଢେଙ୍କାନାଳରେ ହକି ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯାଉନାହିଁ। ପ୍ରୋତ୍ସାହନ, ଆନୁଷଙ୍ଗିକ ଆବଶ୍ୟକତା, ଆର୍ଥିକ ସହାୟତା ଏବଂ କ୍ରୀଡ଼ା ଉପକରଣ ଅଭାବବୋଧ ଅଭ୍ୟାସରେ ବାଧକ ସାଜିଛି। ଜିଲା ସଦରରେ ହକି ପ୍ରଶିକ୍ଷଣ ଲାଗି ଭଲ ପଡ଼ିଆଟିଏ ନ ଥିବା କ୍ରୀଡ଼ାବିତ୍‌ଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି। କିଛି ମାସ ପୂର୍ବରୁ ଟାଟା ନାଭାଲ ହକି ସେଣ୍ଟର ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ହକିର ବିକାଶ ଲାଗି ନିର୍ଦ୍ଦିଷ୍ଟ ଯୋଜନା କରାଯାଉନାହିଁ। ଉକ୍ତ ସ୍ପୋର୍ଟସ୍‌ ହବ୍‌ରେ ବ୍ୟାଡ୍‌ମିଣ୍ଟନ, ଲନ୍‌ ଟେନିସ୍‌ ଭଳି କ୍ରୀଡ଼ାକୁ ଅଗ୍ରାଧିକାର ଦିଆଯାଇଥିବାବେଳେ ହକି କୋଣଠେସା ହୋଇ ରହିଯାଇଥିବା ଅନେକେ ମତ ଦେଇଛନ୍ତି। ଅପରପକ୍ଷେ ଢେଙ୍କାନାଳ ମାଟିର ୩ ହକି ପ୍ରତିଭା ରାଞ୍ଚତ୍, ରାଉରକେଲା ଏବଂ ସୁନ୍ଦରଗଡ଼ରେ ପ୍ରଶିକ୍ଷକ ଭାବେ ନିୟୋଜିତ ଅଛନ୍ତି। ଜାତୀୟସ୍ତରରେ ସୁନାମ ଅର୍ଜିଥିବା ବରିଷ୍ଠ ପ୍ରଶିକ୍ଷକ ଗିରିଧାରୀ ସାମଲ ସରକାରଙ୍କ ନଜର ଆଢୁଆଳରେ ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁରରେ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି। ତାଙ୍କୁ ହକିର ବିକାଶ ଲାଗି ମାର୍ଗଦର୍ଶକ ଭାବେ ନିଯୁକ୍ତି ଦିଆଯାଉନାହିଁ। ଏଭଳି ସମୟରେ ସଦର ବ୍ଲକ ଜଙ୍ଖିରା ଗ୍ରାମରେ ନିଜ ଉଦ୍ୟମରେ ହକିକୁ ବଞ୍ଚାଇ ରଖିବା ଲାଗି ଉଦ୍ୟମ କରୁଛନ୍ତି ୫୦ଜଣ ଝିଅପୁଅ। ବିନା ଆଷ୍ଟ୍ରୋଟଫ୍‌ ପଡ଼ିଆରେ ଅଭ୍ୟାସ କରୁଥିବାରୁ ଆଘାତଜନିତ ସମସ୍ୟା ଆଶଙ୍କା ରହୁଛି। ତେଣୁ ଜିଲାର ହକିର ଗୌରବ ଫେରାଇ ଆଣିବାକୁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ହକିପ୍ରେମୀ, କ୍ରୀଡ଼ାବିତ୍‌ ଏବଂ କୋଚ୍‌ ଦାବି କରିଛନ୍ତି।

ଅଭ୍ୟାସ ପାଇଁ ପଡ଼ିଆ ଅଭାବ
ହକି ପାଇଁ ଢେଙ୍କାନାଳ ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଜିଲାର ୪ଜଣ ପ୍ରତିଭା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶିକ୍ଷକ ଭାବେ ସୁନାମ ଅର୍ଜିଛନ୍ତି। ଉନ୍ନତମାନର ପଡ଼ିଆ କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସରେ ସହାୟକ ହୋଇଥାଏ, ଯାହା ଢେଙ୍କାନାଳରେ ନାହିଁ। ଖେଳ ଉପକରଣ, ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ଅଭାବ ଅନୁଭୂତ ହେଉଛି।
-ପ୍ରେମାନନ୍ଦ ବିହାରୀ, କ୍ରୀଡ଼ାବିତ୍‌

ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଆଗ୍ରହ ବଢୁଛି
ଢେଙ୍କାନାଳର ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକିପ୍ରତି ଆଗ୍ରହ ବଢୁଛି। ଜଙ୍ଖିରା ଗ୍ରାମରେ ୧୫ ଝିଅ, ୩୫ ପୁଅଙ୍କୁ ଦୁଇ ଓଳି ପ୍ରଶିକ୍ଷଣ ଦିଆଯାଉଛି। ଢେଙ୍କାନାଳର ଜଣେ ମହିଳା ଖେଳାଳି ରାଜ୍ୟ ସ୍କୁଲ ହକିରେ ପ୍ରତିନିଧିତ୍ୱ କରି ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ୍‌ ପଦକ ପାଇଛନ୍ତି। ପ୍ରୋତ୍ସାହନ ମିଳିଲେ ପ୍ରତିଭାବାନ ଖେଳାଳି ସୃଷ୍ଟି ହେବେ।
-ବାବୁଲା ପ୍ରସାଦ ମହାନ୍ତି, କୋଚ୍‌

ଟାଟା ନାଭାଲ ହକି ସେଣ୍ଟର ନୂଆ ଆଶା
ହକିର ବିକାଶ ଲାଗି ଢେଙ୍କାନାଳରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଟାଟା ନାଭାଲ ହକି ସେଣ୍ଟର ଯୁବ ପ୍ରତିଭାଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି। ଏହି କେନ୍ଦ୍ର ମାଧ୍ୟମରେ ଅନେକ ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି। କ୍ରୀଡ଼ାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନେଉଥିବା ପଦକ୍ଷେପ ସ୍ବାଗତଯୋଗ୍ୟ।
-ସାଇ ପ୍ରସାଦ ଦଳେଇ, କୋଚ୍‌

ବିଦ୍ୟାଳୟସ୍ତରରେ ପ୍ରଶିକ୍ଷଣ ଦିଆଯାଉ
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନଙ୍କ ମଧ୍ୟରେ ହକି ପ୍ରତି ବିଶେଷ ଦୁର୍ବଳତା ରହିଆସିଛି। ବିଦ୍ୟାଳୟସ୍ତରରୁ ପିଲାଙ୍କୁ ପ୍ରଶିକ୍ଷଣ ଦିଆଗଲେ ଗ୍ରାମାଞ୍ଚଳରୁ ବହୁ ପ୍ରତିଭାବାନ ଖେଳାଳି ବାହାରିବେ। ସରକାରଙ୍କ ତରଫରୁ ଖେଳ ଶିକ୍ଷକଙ୍କୁ ଆବଶ୍ୟକ ତାଲିମ ଦେଇ ପ୍ରଶିକ୍ଷଣରେ ନିୟୋଜିତ କରାଗଲେ ସୁଫଳ ମିଳିବ।
-ସସ୍ମିତା ମହାନ୍ତି, ମହିଳା କୋଚ୍‌

ଆଷ୍ଟ୍ରୋଟର୍ଫ ପଡ଼ିଆ ପାଇଁ ଉଦ୍ୟମ ଚାଲିଛି
ହକିର ବିକାଶ ପାଇଁ ରାଜ୍ୟସ୍ତରରେ ହକି ସଂଘ ପ୍ରତିଷ୍ଠା କରିବାକୁ ଯୋଜନା ରହିଛି। ଏହାପରେ ଅନୁରୂପ ଭାବେ ଜିଲାସ୍ତରରେ ହକି ସଂଘ କରାଯିବ। ହକି ଖେଳାଳିଙ୍କ ଅଭ୍ୟାସ ପାଇଁ ଢେଙ୍କାନାଳ ନୂଆ ପୋଖରୀ ନିକଟ ସ୍ପୋର୍ଟସ୍‌ ହବ୍‌ ପରିସରରେ ପଡ଼ିଆ ପ୍ରସ୍ତୁତ କରାଯାଉଛି। ଆଷ୍ଟ୍ରୋଟର୍ଫ ପଡ଼ିଆ ପାଇଁ ଉଦ୍ୟମ ଚାଲିଛି।
-ପ୍ରଦୀପ କୁମାର ମହାନ୍ତି, ଜିଲା କ୍ରୀଡ଼ା ଅଧିକାରୀ

କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଜରୁରୀ
ସୁଯୋଗ ଥିଲେ ମଧ୍ୟ ଢେଙ୍କାନାଳ ଜିଲାରେ କ୍ରୀଡ଼ା ଆଶାଜନକ ବିକାଶ ହେଉନାହିଁ। ହକି ଖେଳାଳିଙ୍କ ପାଇଁ ଆଷ୍ଟ୍ରୋଟର୍ଫ ପଡ଼ିଆ ନିହାତି ଆବଶ୍ୟକ। ଏଥିସହ ଉନ୍ନତମାନର ଷ୍ଟିକ୍‌, ଜର୍ସି, ତାଲିମ ସହ ନିୟମିତ ପ୍ରୋତ୍ସାହନ ଦିଆଯିବା ମଧ୍ୟ ଜରୁରୀ। ଏସବୁ କରାଗଲେ ଢେଙ୍କାନାଳର ହକି ହୃତ୍‌ଗୌରବ ଫେରିପାଇବ।
-ପ୍ରୀତିମୟୀ ଖୁଣ୍ଟିଆ, ଖେଳାଳି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri