କଥାରେ ଅଖଣ୍ଡତା

ହରିୟାଣା ସରକାର ଘରୋଇ କମ୍ପାନୀରେ ୭୫ ପ୍ରତିଶତ ଚାକିରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସଂରକ୍ଷଣ କରିବା ଲାଗି ଆଣିଥିବା ବିଲ୍‌କୁ ରାଜ୍ୟପାଳ ସତ୍ୟଦେଓ ନରେନ୍‌ ଆର୍ଯ୍ୟ ନିକଟରେ ମଞ୍ଜୁରୀ ଦେଇଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାର କହିବା ପରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୪ ମାର୍ଚ୍ଚ ୨୦୨୦ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍‌କରି କରୋନା ଭାଇରସ୍‌ଜନିତ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କଲେ। ରାତି ୮ଟାରେ ଟେଲିଭିଜନ୍‌ ମାଧ୍ୟମରେ ଏହି ବାର୍ତ୍ତା ଦେବା ପରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାତି ୧୨ଟାରେ ରେଳ ଓ ଉଡ଼ାଜାହାଜ ସଂଯୋଗ ବାତିଲ କରିଦିଆଗଲା। ଫଳସ୍ବରୂପ ହରିୟାଣାର ଗୁଡଗାଓଁ, କର୍ନାଟକର ବେଙ୍ଗାଲୁରୁ, ତାମିଲନାଡୁର ତିରୁପୁର, ଗୁଜରାଟର ସୁରଟ ଏବଂ ମହାରାଷ୍ଟ୍ରର ଅନେକ ଜାଗାରୁ ବିଭିନ୍ନ କଳକାରଖାନାରେ ଏବଂ କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକ ଅନେକ ହଜାର କିଲୋମିଟର ଚାଲି ଘରକୁ ଫେରିବା ପାଇଁ ବାଧ୍ୟ ହୋଇଥିଲେ। ସେତେବେଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଅମାନୁଷିକ ନିଷ୍ପତ୍ତିକୁ ନ ଦେଖିଲା ଭଳି ବ୍ୟବହାର କରୁଥିବା ବେଳେ ଦେଶର ସବୁ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା। ପ୍ରବାସୀ ଶ୍ରମିକଙ୍କ ରାସ୍ତାରେ ମୃତ୍ୟୁ ଘଟିବା ସହିତ ଅନେକେ ଅବିଚାରର ଶିକାର ହୋଇଥିବା ଖବର ସମସ୍ତେ ଜାଣିଲେ। ତେବେ ମୂଳ କଥା ବୁଝାଗଲା ଯେ, ନିଜ ଘର ଛାଡ଼ି ପ୍ରବାସୀ ଶ୍ରମିକ ଏତେମାତ୍ରାରେ ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା ବିଷୟ ସରକାର ଜାଣି ନ ଥିଲେ। ମୋଦିଙ୍କ ରାତିଅଧିଆ ନିଷ୍ପତ୍ତି ଯୋଗୁ ଯେଉଁଭଳି ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହେଲା ସେଥିରୁ ଏହି ପ୍ରବାସୀ ପ୍ରସଙ୍ଗ ସମସ୍ତଙ୍କ ଦୃଷ୍ଟିକୁ ଆସିଲା। ହରିୟାଣା ଭଳି ରାଜ୍ୟରେ ଏହି ସମସ୍ୟାର ଅଧିକ ଗୁରୁତ୍ୱ ରହିଥିଲା। ରାଜଧାନୀ ଦିଲ୍ଲୀକୁ ଘେରି ରହିଥିବା ହରିୟାଣାକୁ ଦେଶର ସବୁ ରାଜ୍ୟରୁ ଲୋକ ଯାଇ କାମ କରୁଛନ୍ତି। ତାହାର ଭବିଷ୍ୟତ ସମାଧାନ ଖୋଜିବାକୁ ଯାଇ ସେଠାକାର ଭାଜପା ସରକାର ଉପରଲିଖିତ ଚତୁର ନୀତି ପ୍ରୟୋଗ କରି ଅନ୍ୟ ରାଜ୍ୟର ଲୋକଙ୍କୁ କ୍ରମଶଃ ଛଟେଇ କରିବାର ପନ୍ଥା ବାହାର କରିଥିଲା ଭଳି ମନେହେଉଛି। ଅବଶ୍ୟ ଏଭଳି ଚିନ୍ତାଧାରାର ଅନେକ ସମର୍ଥକ ଅଛନ୍ତି। ଓଡ଼ିଶାରେ ସ୍ଥାପନ ହେଉଥିବା ଶିଳ୍ପରେ ଏଭଳି ଆଇନ ପ୍ରୟୋଗ କରିବା ପାଇଁ ଅନେକ ଦାବିଦାର ବାହାରିଆସିବେ। କିନ୍ତୁ ଏପରି ଦାବି ବାଢ଼ିବା ପୂର୍ବରୁ କିଛି ସମୟ ଚିନ୍ତା କରିବା ଦରକାର। ଉଦାହରଣସ୍ବରୂପ ହରିୟାଣାର ଅନେକ ଯୁବତୀଯୁବକ ବେଙ୍ଗାଲୁରୁଠାରୁ ଆରମ୍ଭ କରି ବିଭିନ୍ନ ସହରରେ କାର୍ଯ୍ୟରତ। ସେମାନଙ୍କ ଶିକ୍ଷାଗତ ଓ ଅନ୍ୟ ଦକ୍ଷତାକୁ ହେୟଜ୍ଞାନ କରିହେବ ନାହିଁ। ଆଜିର ଦୁନିଆରେ ବିଭିନ୍ନ ଦକ୍ଷତା ହାସଲ କରିଥିବା ଯୁବତୀଯୁବକ ସବୁବେଳେ ନିଜ ଘର ପାଖରେ ନିଯୁକ୍ତି ପାଇବେ ବୋଲି କୌଣସି ସରକାର ସୁନିଶ୍ଚିତ କରିପାରିବେ ନାହିଁ। ଉଦାହରଣସ୍ବରୂପ ସୂଚନା ଓ ପ୍ରଯୁକ୍ତିରେ ଦକ୍ଷତା ହାସଲ କରିଥିବା ଯୁବତୀଙ୍କୁ ଭୁବନେଶ୍ୱର ତୁଳନାରେ ହାଇଦ୍ରାବାଦ କିମ୍ବା ବେଙ୍ଗାଲୁରୁରେ ଅଧିକ ସୁଯୋଗ ମିଳିପାରେ। ସେହିଭଳି ବମ୍ବେ ସହର ଏବଂ ତା’ର ଚାରିପାର୍ଶ୍ୱରେ ଯେଉଁ ଶିଳ୍ପସବୁ ରହିଛି, ସେଠାରେ ମିଳୁଥିବା ସୁଯୋଗ ପଶ୍ଚିମବଙ୍ଗ କିମ୍ବା ଆସାମର ନାଗରିକଙ୍କୁ ଘରେ ବସି ପାଇବା ଅସମ୍ଭବ ହେବ।
‘ଦି ହରିୟାଣା ଷ୍ଟେଟ୍‌ ଏମ୍ପ୍ଲଏମେଣ୍ଟ ଅଫ୍‌ ଲୋକାଲ କ୍ୟାଣ୍ଡିଡେଟ୍‌ସ ବିଲ୍‌, ୨୦୨୦’ ଅନୁଯାୟୀ ମାସିକ ୫୦ ହଜାର ଟଙ୍କାରୁ କମ୍‌ ଦରମା ମିଳୁଥିବା ପଦବୀ ଲାଗି ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଇଛି। ସାଧାରଣତଃ କମ୍ପାନୀର ଉଚ୍ଚ ପଦପଦବୀ ଲାଗି ମେଧା ଓ ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇଥାଏ। ଅନେକ ପଦବୀ ଏଭଳି ଥାଏ ଯେଉଁଥିରେ ପରିଚାଳନାଗତ କାର୍ଯ୍ୟ ତୁଲାଇବା ଲାଗି ଅଧିକ ଶିକ୍ଷିତ ଯୁବତୀଯୁବକ ଦରକାର ପଡ଼ିଥାଆନ୍ତି। ଏମାନଙ୍କ ଦରମା ମାସିକ ୫୦ ହଜାର ଟଙ୍କାରୁ କମ୍‌ ହୋଇଥାଏ। ଯଦି କୌଣସି କମ୍ପାନୀରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଇ ୭୫ ପ୍ରତିଶତ ଚାକିରି ସେମାନଙ୍କ ପାଇଁ ସଂରକ୍ଷଣ ରଖାଯାଏ, ସେମାନଙ୍କ ମଧ୍ୟରୁ ଅନେକେ ଉପଯୁକ୍ତ ଯୋଗ୍ୟତାର ଅଧିକାରୀ ହୋଇ ନ ଥାଇପାରନ୍ତି। ଏତଦ୍‌ବ୍ୟତୀତ ଘରେ ରହି ଶିଳ୍ପରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଅତ୍ୟନ୍ତ ଅଳସୁଆ ପାଲଟିଯାଏ। କାମ ପରିବର୍ତ୍ତେ ଦାଦାଗିରି ଏବଂ ଶ୍ରମିକ ରାଜନୀତିରେ ଅଧିକ ଶକ୍ତି ବ୍ୟବହାର କରିଥାନ୍ତି। ଏହାଫଳରେ ଉତ୍ପାଦନ ହ୍ରାସପାଏ, ସାମଗ୍ରୀର ମାନ ନିମ୍ନ ରହେ ଓ କମ୍ପାନୀ କ୍ଷତିକୁ ଚାଲିଯାଏ। ସେଥିପାଇଁ ଘରଠାରୁ ଦୂରକୁ ଯାଇ କାମ କରିବା ଅର୍ଥନୀତି ପାଇଁ ଅତ୍ୟନ୍ତ ଆବଶ୍ୟକ। ଯେଉଁ ଦେଶର ମାଇଗ୍ରାଣ୍ଟ ବା ପ୍ରବାସୀ ଲୋକଙ୍କ ସଂଖ୍ୟା ଅଧିକ ହୋଇଥାଏ, ସେହି ଦେଶରେ ଅର୍ଥନୈତିକ ଅଗ୍ରଗତି ଆଖିଦୃଶିଆ ହୋଇଥିବାର ପ୍ରମାଣ ଦେଖିବାକୁ ମିଳେ ଯୁକ୍ତରାଷ୍ଟ୍ର ଆମେରିକାରେ। ଯଦି ପ୍ରବାସୀ ଶ୍ରମିକ ଅଲୋଡ଼ା ବା ଘୃଣ୍ୟ, ଲକ୍‌ଡାଉନ୍‌ ଶେଷହେବା ପୂର୍ବରୁ ହରିୟାଣା, ମହାରାଷ୍ଟ୍ର, ଗୁଜରାଟ ଓ କର୍ନାଟକ ରାଜ୍ୟ ନିଜ ସରକାରୀ ପରିବହନ ବସ୍‌ ପଠାଇ ଓଡ଼ିଶା ଭଳି ରାଜ୍ୟରୁ ଶ୍ରମିକ ବୋହିବାର ଉଦ୍ୟମ ବିଷୟରେ ସମସ୍ତେ ଅବଗତ। ଏଥିରୁ ବୁଝିବାକୁ ହେବ ବିନା ସୂଚନାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇ ଯେଉଁ ତ୍ରୁଟି ହୋଇଥିଲା, ତାହାର ପ୍ରତିକାର ଏଭଳି ଆଇନ ମାଧ୍ୟମରେ କରାଯାଇପାରିବ ନାହିଁ। ଯଦି ସେଭଳି କରାଯାଏ, ତେବେ ସବୁ ରାଜ୍ୟକୁ ଏହି ନିଆଁ ବ୍ୟାପିବ। ତା’ର ଫଳସ୍ବରୂପ ଭାରତର ଅଖଣ୍ଡତା ପ୍ରଥମେ ଧ୍ୱଂସ ପାଇବ। କେବଳ ଅଖଣ୍ଡତା ବିଷୟରେ କୁହାଯାଉଛି, କିନ୍ତୁ କାମରେ ଭିନ୍ନ ଦିଗ ଆପଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri