Advertisement

ନିମନ୍ତ୍ରଣ କାର୍ଡ଼ରେ ତ୍ରିରଙ୍ଗାକୁ ଅପମାନ

ବରଗଡ଼ ଅଫିସ୍‌,୧୩।୮: ଦିନକ ପରେ ୭୫ତମ ସ୍ବାଧୀନତା ଦିବସ। ରବିବାର ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଏଥିଲାଗିସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ସମାରୋହରେ ଯୋଗଦେବା ପାଇଁ ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କାର୍ଡ଼ ଦିଆଯାଇଛି। ତେବେ ୨ଦିନରେ ୨କିସମର ନିମନ୍ତ୍ରଣ କାର୍ଡ଼ ଏବେ ଆଲୋଚନାର ବିଷୟ ହୋଇଛି।

ଗୁରୁବାର ଦିଆଯାଇଥିବା ନିମନ୍ତ୍ରଣ କାର୍ଡ଼ର ବାମ ପାର୍ଶ୍ୱରେ ନାରଙ୍ଗୀ, ସବୁଜ ରଙ୍ଗ ମଝିରେ ଅଶୋକ ଚକ୍ର ଥିଲା। ମଧ୍ୟଭାଗରେ ଧଳାରଙ୍ଗ ନ ଥିଲା। ଏହା ପ୍ରଶାସନର ଦୃଷ୍ଟିକୁ ଆସିବା ପରେ କାର୍ଡ଼ରେ ପରିବର୍ତ୍ତନ କରାଯାଇ ନିମନ୍ତ୍ରଣ କାର୍ଡ଼ର ବାମପାର୍ଶ୍ୱରେ ନାରଙ୍ଗୀ, ସବୁଜ ରଙ୍ଗ ମଝିରେ ଧଳାରଙ୍ଗ ସହିତ ଅଶୋକ ଚକ୍ର ସ୍ଥାନୀତ କରାଯାଇଛି। ନିମନ୍ତ୍ରଣ କାର୍ଡ଼ର ମଧ୍ୟଭାଗରେ ଧଳାରଙ୍ଗ ରଖିବାକୁ ଭୁଲିଯିବା ଏବଂ ଦୃଷ୍ଟିକୁ ଅଣାଯିବା ପରେ ସେଥିରେ ପରିବର୍ତ୍ତନ କରାଯିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନ୍‌ ଦୀପାବଳି ପାଳନ କରିବାକୁ ଅନୁରୋଧ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୨ା୧୧(ଡି.ଏନ୍‌.ଏ.): ଭିଡିଓ କନ୍‌ଫରେନ୍ସି ଜରିଆରେ ଜିଲାସ୍ତରୀୟ କୋଭିଡ୍‌ ପରିଚାଳନା ବୈଠକ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦୋକାନଠାରୁ ଆରମ୍ଭ କରି...

ପୁରୀର ‘ନୂଆ ଯୁବରାଜ’ ନେଇ ଫଟୋ ଭାଇରାଲ ପ୍ରସଙ୍ଗ: ରାଜନଅର ପକ୍ଷରୁ ଖଣ୍ଡନ, ଫଟୋଟି ନୀଳଗିରି ଯୁବରାଜଙ୍କର

ପୁରୀ ଅଫିସ,୨୬।୯: ଗତ କିଛି ଦିନ ଧରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉତ୍ତରାଧିକାରୀ ବୋଲି ଜଣେ ବ୍ୟକ୍ତିଙ୍କୁ ପରିଚୟ ଦେଇ ଏକ ଫଟୋ...

ଲୋକନାଥଙ୍କୁ ଲାଗି ହେଲା ମକର ଚୂଳ

ପୁରୀ ଅଫିସ, ୧୫ା୧: ଶ୍ରୀଜଗନ୍ନାଥ ମନ୍ଦିରର ନୀତି ସହିତ ଶ୍ରୀଲୋକନାଥ ମନ୍ଦିର ନୀତି ଜଡ଼ିତ ରହିଛି। ପ୍ରସିଦ୍ଧ ମକର ପର୍ବ ଅବସରରେ ଲୋକନାଥ ଶୈବପୀଠରେ ମକର...

ପୁଟ୍ଟିପାଳ ହେବ ଆଦର୍ଶ ଗ୍ରାମ

ଢେଙ୍କାନାଳ ଅଫିସ, ୨୦।୧୨: ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ଅପହଞ୍ଚ ପୁଟ୍ଟିପାଳ ହେବ ଆଦର୍ଶ ଗ୍ରାମ। ଅଞ୍ଚଳରେ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ...

ଆମ୍ବୁଲାନ୍ସ ଅଧିକ ଚାର୍ଜ କଲେ ୧୧୨କୁ ଡାଏଲ କରିବାକୁ ଗଞ୍ଜାମ ଏସ୍‌ପିଙ୍କ ଅନୁରୋଧ

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): କୋଭିଡ୍‌ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ବିଭିନ୍ନ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସଗୁଡ଼ିକ ଅଧିକ ଚାର୍ଜ...

ଜେଲ ଗଲେ କୋଟିପତି ଏସ୍‌ଡିଓ

କେନ୍ଦୁଝର,୨୨।୯(ଡି.ଏନ.ଏ./ସ୍ବ.ପ୍ର.): ଶେଷରେ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି ବିଦ୍ୟୁତ୍‌ ବିଭାଗର କୋଟିପତି ଏସ୍‌ଡିଓ ମହେଶ୍ୱର ସେଠୀ। ମଙ୍ଗଳବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ...

କଲେଜ ସମ୍ମୁଖରେ ଅଳିଆ ପକାଇବା ମହଙ୍ଗା ପଡିଲା ଆବର୍ଜନା ଭର୍ତ୍ତି ଟ୍ରାକ୍ଟର ଚାବି ଛଡାଇ ନେଲେ କାଉନସିଲର

ଗଞ୍ଜାମ,୨୦ା୯(ଡି.ଏନ.ଏ.): ଗଞ୍ଜାମ ସହର ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କଲେଜ ସମ୍ମୁଖରେ ଗଞ୍ଜାମ ଏନଏସିର ଏକ ଅଳିଆ ବୋଝେଇ ଟ୍ରାକ୍ଟର ଅଳିଆ ପକାଉଥିଲେ। ଏହା...

ବାଣ ବେପାର ନେଇ ଚିନ୍ତାରେ ବ୍ୟବସାୟୀ

ଆନନ୍ଦପୁର,୨୬।୧୦(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପକ୍ଷରୁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବାଣ ବିକ୍ରି ପାଇଁ ଅନୁମତି ମିଳିଥିବା ବେଳେ ଜନବସତି...

Advertisement
Archives

Model This Week