ୟୁଜି ନାମଲେଖା ପାଇଁ ସିୟୁଇଟି ସ୍କୋର ବ୍ୟବହାର ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଉଚ୍ଚ ଶିକ୍ଷାନୁଷ୍ଠାନରେ ୟୁଜି ଏବଂ ପିଜି ନାମଲେଖା ନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏକକ ପିଜି ପ୍ରବେଶିକା ପରୀକ୍ଷା(ସିୟୁଇଟି) ଆରମ୍ଭ କରିଛନ୍ତି। ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପରୀକ୍ଷାରୁ ମୁକ୍ତ କରିବା ପାଇଁ ଏବଂ ସମସ୍ତ ପିଲାଙ୍କୁ ସମାନ ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହି ଏକକ ପ୍ରବେଶିକା ପରୀକ୍ଷା କରାଯାଇଛି। ସିୟୁଇଟି ସ୍କୋର ଅନୁସାରେ ଛାତ୍ରୀଛାତ୍ରଙ୍କ ନାମଲେଖା ହୋଇଥାଏ। ତେବେ ଦେଶର ବିଭିନ୍ନ ରାଜ୍ୟରେ ୟୁଜି ନାମଲେଖା ସମୟରେ ଏହାକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳୁଛି। ଏବେ ବି ବହୁ ରାଜ୍ୟ ସେହି ପୁରୁଣା ଫର୍ମାଟରେ ନାମ ଲେଖାଉଛନ୍ତି। ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ଯୁକ୍ତ୨ ବୋର୍ଡ ମାର୍କଶିଟ୍‌କୁ ବ୍ୟବହାର କରୁଛନ୍ତି କିମ୍ବା ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା କରି ୟୁଜି ନାମଲେଖାଉଛନ୍ତି। ଏହାକୁ ନେଇ ୟୁଜିସି ଉଦ୍‌ବେଗ ପ୍ରକାଶ କରିବା ସହିତ ୟୁଜି ନାମଲେଖା ବେଳେ ସିୟୁଇଟି ସ୍କୋର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ୟୁଜିସି ସେକ୍ରେଟାରି ପ୍ରଫେସର ମନୀଷ ଆର୍‌. ଜୋଷୀ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ(ରାଜ୍ୟ, ଡିମ୍‌ଡ, ଘରୋଇ)ର କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ତାରିଖରେ ହେଉଥିବା ବହୁ ପ୍ରବେଶିକା ପରୀକ୍ଷାରୁ ଛାତ୍ରୀଛାତ୍ରଙ୍କୁ ବଞ୍ଚତ୍ତ କରିବା ଲାଗି ଏବଂ ସମାନ ସୁଯୋଗ ସମସ୍ତ ଛାତ୍ରୀଛାତ୍ରଙ୍କୁ ଦେବା ପାଇଁ ସିୟୁଇଟି ସ୍କୋର ବ୍ୟବହାର କରିବାକୁ ୟୁଜିସି ଚିଠିରେ ଉଲ୍ଲେଖ କରିଛି।
ସୂଚନାଯୋଗ୍ୟ, ନିକଟରେ ଆଲିଗଡ଼ ମୁସ୍‌ଲିମ ୟୁନିଭରସିଟି ଏବଂ ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭରସିଟି ୟୁଜି ନାମଲେଖା ନିମନ୍ତେ ସିୟୁଇଟିକୁ ଗ୍ରହଣ ନ କରି ନିଜସ୍ବ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ୟୁଜିସିର ଗାଇଡ୍‌ଲାଇନର ବିରୁଦ୍ଧାଚରଣ ହେଉଛି। ଏଭଳି ବିଭିନ୍ନ ସ୍ଥାନରୁ ଛାତ୍ରୀଛାତ୍ରଙ୍କ ଅଭିଯୋଗ ଆସିବା ପରେ ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଜୁ ଚିଠି ଲେଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ସିୟୁଇଟି ପରୀକ୍ଷା ପରିଚାଳନା କରିବ। ଏନ୍‌ଟିଏ ସିୟୁଇଟି ୟୁଜି ୨୦୨୩ ପଞ୍ଜୀକରଣ ପ୍ରକ୍ରିୟା ଗତ ୯ତାରିଖରୁ ଆରମ୍ଭ କରିସାରିଲାଣି। ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୧୨ତାରିଖରେ ଶେଷ ହେବ। ଛାତ୍ରୀଛାତ୍ରମାନେ ଏନ୍‌ଟିଏର ଅଫିସିଆଲ ୱେବ୍‌ସାଇଟ୍‌ cuet.samarth.ac.in ୱେବ୍‌ସାଇଟ୍‌ରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଏପ୍ରିଲ ୩୦ରେ ଇଣ୍ଟିମେଶନ ସ୍ଲିପ୍‌ ରିଲିଜ୍‌ ହେବ। ତେବେ ମେ’ ୨୧ ରୁ ୩୧ତାରିଖ ମଧ୍ୟରେ ସିୟୁଇଟି ୨୦୨୩ ଅନୁଷ୍ଠିତ ହୋଇପାରେ। ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ଆଧାରରେ ହେବ। ଇଂଲିଶ, ହିନ୍ଦୀ, ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ପରୀକ୍ଷା ହେବ। ଚଳିତବର୍ଷ ଏହି ପ୍ରବେଶିକା ପରୀକ୍ଷା ପାଇଁ ଏନ୍‌ଟିଏ ବହୁ ପରିବର୍ତ୍ତନ କରିଛି। ପୂର୍ବରୁ ଦୁଇଟି ସିଫ୍ଟରେ ଏହି ପରୀକ୍ଷା ହେଉଥିବାବେଳେ ଏଥର ତିନୋଟି ସିଫ୍ଟରେ ହେବ। ସେହିପରି ସେକ୍ସନ ୨ ଓ ୩ରେ ପୂର୍ବରୁ ଯେତିକି ପ୍ରଶ୍ନ ଆଟେମ୍ପ୍‌ଟ କରିବାର ରହିଥିଲା, ତାହାକୁ ଚଳିତବର୍ଷ କମାଇ ଦିଆଯାଇଛି। ଏଥର ବିଷୟକୁ ବଢ଼ାଇଦିଆଯିବା ସହିତ ଆବେଦନ ଫି’ ମଧ୍ୟ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri