ପୁଣି ଠିକାଦାରଙ୍କୁ ଜେରା, ଡିଜିଟାଲ ଦସ୍ତାବିଜ୍‌ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର, ୯।୧୨ (ବ୍ୟୁରୋ):ବହୁଚର୍ଚ୍ଚିତ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାରଠାରୁ ୭ ଦିନିଆ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାରାଥନ୍‌ ଜେରା କରୁଛି। ତେବେ ଜେରାବେଳେ ବହୁ ଚାଞ୍ଚଲ୍ୟକର ତଥା ଇଡି ପାଇଥିବା ଜଣାପଡିଛି। ଗୁରୁବାର ରିମାଣ୍ଡର ତୃତୀୟ ଦିନରେ ଇଡି ଅଧିକାରୀମାନେ ତାଙ୍କୁ ଗୁଡ଼ାଇତୁଡ଼ାଇ ଅନେକ ପ୍ରଶ୍ନ ପଚାରି ନୂଆ ତଥ୍ୟ ପାଇବାକୁ ଚେଷ୍ଟା କରିଛନ୍ତି। ଅପରପକ୍ଷରେ ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ ଆଲିସାନ୍‌ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ର ଦ୍ୱିତୀୟଥର ପାଇଁ ଇଡିରେ ହାଜର ହୋଇଥିଲେ। ଗତ ସୋମବାର ପବିତ୍ରଙ୍କୁ ପ୍ରଥମେ ୧୩ ଘଣ୍ଟା ଜେରା କରାଯାଇଥିଲା। ବାକି ଥିବା ଆଉକିଛି ତଥ୍ୟ ଜାଣିବାକୁ ଇଡି ଦ୍ୱିତୀୟ ଜେରାରେ ଚେଷ୍ଟା କରିଛି। ପୂର୍ବାହ୍ନରେ ପବିତ୍ର ହାଜର ହେବା ପରେ ଅର୍ଚ୍ଚନାଙ୍କ ସହ ତାଙ୍କର ୪୦ ଲକ୍ଷ ଟଙ୍କା କାରବାର ସଂକ୍ରାନ୍ତରେ ମଧ୍ୟ ପ୍ରଶ୍ନ ପଚରାଯାଇଥିଲା। ଏପରିକି ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅର୍ଚ୍ଚନା ଓ ତାଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ମଧ୍ୟ ସୂଚନା ମିଳିଛି। ଏପଟେ ଅର୍ଚ୍ଚନାଙ୍କଠାରୁ ଜବତ ହୋଇଥିବା ଡିଜିଟାଲ ପ୍ରମାଣପତ୍ର ଦାଖଲ ପାଇଁ ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲାବ୍‌ ଓ କମିଶନରେଟ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି। ଗିରଫ ବେଳେ ଅର୍ଚ୍ଚନାଙ୍କ ଘରୁ ୪ ମୋବାଇଲ, ୨ ଟାବ୍‌ଲେଟ୍‌, ଗୋଟିଏ ପେନ୍‌ ଡ୍ରାଇଭ୍‌ ପୋଲିସ ଜବତ କରିଥଲା। ପ୍ରମାଣ ପାଇବାକୁ ସେଗୁଡ଼ିକୁ ପୋଲିସ ଫୋରେନ୍‌ସିକ୍‌ ଲାବକୁ ପଠାଇଥିଲା। ତେବେ ସେସବୁଥିରେ ଆର୍ଥିକ କାରବାର ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ଇଡି ଆଶା ରଖିଛି। ହେଲେ ଉକ୍ତ ଡିଜିଟାଲ ଦସ୍ତାବିଜରେ ଥିବା ପ୍ରମାଣର ସ୍ଥିତିକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେବେ ରିମାଣ୍ଡ ଅବଧି ଆଉ ୪ ଦିନ ବାକି ଥିବାବେଳେ ଏହି ସମୟ ମଧ୍ୟରେ ଅର୍ଚ୍ଚନାଙ୍କୁ ଜେରା କରି ଆର୍ଥିକ କାରବାର ନେଇ ନୂଆ ଗୁମର ଖୋଲିବାକୁ ଇଡି ଲାଗି ପଡିଛି। ସେପଟେ ଜେଲରେ ଥିବା ଜଗବନ୍ଧୁଙ୍କୁ ଆସନ୍ତା ଡିସେମ୍ବର ୧୩ରେ କୋର୍ଟରେ ହାଜର କରାଯିବ। ଏହି ସମୟରେ ଇଡି ତାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ। ତେବେ ଇଡି କେବଳ ଜେରା କରୁଥିଲେ ମଧ୍ୟ ଏଯାଏ ବଡ଼ବଡ଼ିଆଙ୍କ ଲିଙ୍କ୍‌ ସମ୍ପର୍କରେ କିଛି ବି ଗଣମାଧ୍ୟମକୁ ତଥ୍ୟ ଦେଇନାହିଁ। ଏପରି ଆଉ କେତେଦିନ ଜେରା ଚାଲିବ ଓ ଏହି ଚର୍ଚ୍ଚିତ ମାମଲାରେ କାହା ବିରୋଧରେ ଇଡି କି କାର୍ଯ୍ୟାନୁଷ୍ଠାନ ନେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri