ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ ହରାଉଥିବାରୁ ଏହାର ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ଲାଗି ସହରବାସୀ ଦୀର୍ଘ ବର୍ଷ ହେଲା ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ଗତ ୨୦୨୪ରେ ଗୋପାଳବନ୍ଧର ପଶ୍ଚିମ ପାଶର୍‌ବରୁ ପ୍ରାୟ ୧୫ ଫୁଟରୁ ଊର୍ଦ୍ଧ୍ୱ ଜାଗାକୁ ପୋତି ଗାର୍ଡୱାଲ ନିର୍ମାଣ କରି ସେହି ସ୍ଥାନରେ ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତ ବିନୋଦନ ଲାଗି ଏକ ପାର୍କ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଏନଏସି ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଥିଲା। ମାତ୍ର ପାର୍କ ଓ ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ କରିବା ପରିବର୍ତ୍ତେ ତରବରିଆ ଭାବରେ କେବଳ ବନ୍ଧକୁ ପୋତି ଗାର୍ଡୱାଲ କରିଦେଇ ଅଧାରୁ କାମ ବନ୍ଦକରି ଦେଇଥିଲା। ବର୍ତ୍ତମାନ ଏନଏସି ବରିଷ୍ଠ ନାଗରିକ ଓ ସହରବାସୀଙ୍କ ପାଇଁଆରମ୍ଭ କରିଥିବା କାର୍ଯ୍ୟକୁ ଉପେକ୍ଷା କରି ସୌନ୍ଦର୍ଯ୍ୟକରଣ, ପାର୍କ କରିବା ବଦଳରେ ସେଠାରେ ଫୁଡକୋର୍ଟର ଦୋକାନ ଗୃହ ନିର୍ମାଣ କରିବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ଏହାକୁ ଅଞ୍ଚଳର ନାଗରିକ, ଜନସାଧାରଣ, ବୁଦ୍ଧିଜୀବୀ ଏହି ଫୁଡକୋର୍ଟ ଦୋକାନଗୃହ ନିର୍ମାଣକୁ ତୀବ୍ର ବିରୋଧ କରିଛନ୍ତି। ତୁରନ୍ତ ଏହି କାର୍ଯ୍ୟକୁ ବନ୍ଦକରି ସେଠାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବାକୁ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଏହି ବନ୍ଧର ଉତ୍ତରପାଶର୍‌ବକୁ କେତେ ଜଣ ବ୍ୟକ୍ତି ଜବରଦଖଲ କରି ରହିବା ସହ ସେଠାରେ ପାଇଖାନା ନିର୍ମାଣ କରି ପାଇଖାନାର ମଇଳା ପାଣି ବନ୍ଧକୁ ଛାଡୁଛନ୍ତି। ଉକ୍ତ ପାଣି ବନ୍ଧରେ ମିଶି ବନ୍ଧ ପାଣିକୁ ଦୂଷିତ କରୁଛି। ଫଳରେ ବନ୍ଧପାଣି ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଏହି ବେଆଇନ ଜବରଦଖଲକୁ ମଧ୍ୟ ତୁରନ୍ତ ହଟାଇବାକୁ ସହରବାସୀ ଦାବି କରିଛନ୍ତି। ମା’ ଦଣ୍ଡକାଳୀଙ୍କ ଯାତ୍ରା ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ଏହା ଦୀର୍ଘ ୨୧ ଦିନ ଧରି ଏହି ବନ୍ଧରେ ହିଁ ଯାତ୍ରାର ଅଧିକାଂଶ ନୀତି ଚାଲିବ। ଗଛଲତାରେ ପରିପୁର୍ଣ୍ଣ ହୋଇ ଅପରିସ୍କାର ଭାବେ ପଡିଥିବା ଏହି ଗୋପାଳବନ୍ଧକୁ ପରିଷ୍କାର ପରିଚ୍ଛନ୍ନତା କରିବା ଲାଗି ଏକ ଦାବିପତ୍ର ଏନଏସି ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଜିଲାପାଳ, ପିଡି ଡୁଡା ଓ ଖଲ୍ଲିକୋଟ ବିଧାୟକଙ୍କ ନିକଟକୁ ମଧ୍ୟ ଦାବିପତ୍ର ପଠାଯାଇଛି। ଏହାକୁ ନେଇ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସହରି ବିକାଶ ଯୋଜନା ପ୍ରକଳ୍ପର ଅନୁମୋଦନ ହୋଇ ଆସିଥିଲା। ଏଠାରେ ଥିବା ଖୋଲାସ୍ଥାନର ଉନ୍ନତିକରଣ ସହ ଏକ ଫୁଡକୋର୍ଟ କରିବାର ଯୋଜନା ରହିଥିଲା। ମାତ୍ର ସେଥିମଧ୍ୟରୁ କେବଳ ଫୁଡକୋର୍ଟକୁ ସେଠାରେ ନ କରିବା ଲାଗି ସହରବାସୀ ଦାବି କରିଛନ୍ତି। ବର୍ତ୍ତମାନ ଫୁଡକୋର୍ଟ ଦୋକାନଗୃହ ନିର୍ମାଣ ଲାଗି ଟେଣ୍ଡର ହୋଇନାହିଁ। କେବଳ ଖୋଲାସ୍ଥାନର ଉନ୍ନତିକରଣ ଲାଗି ଟେଣ୍ଡର ହୋଇ କାର୍ଯ୍ୟ ଚାଲୁରହିଛି। ବରିଷ୍ଠ ନାଗରିକଙ୍କୁ ଆମେ ଗୁରୁତ୍ୱ ଦେଉଛୁ। ସେମାନଙ୍କ ସୁବିଧା ଲାଗିମଧ୍ୟ ପ୍ରକଳ୍ପମାନ କରିବାର ଯୋଜନା ରହିଛି। ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱଦେଇ ସେମାନଙ୍କ ଦାବି ଜିଲାପାଳ ଓ ନଗରଉନ୍ନୟନ ବିଭାଗକୁ ଜଣାଇବୁ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri