Posted inଫୁରସତ

Instagram Reel: ରିଲ୍ସରେ ଆସୁନି କି ଲାଇକ୍‌-ଭ୍ୟୁ, ଏହି ସମୟରେ କରନ୍ତୁ ଅପଲୋଡ୍‌

ସୋସିଆଲ ମିଡିଆର ପ୍ରଭାବ ଏବେ ବଢିବାରେ ଲାଗିଛି। ଲୋକେ ଛୋଟରୁ ଛୋଟ ଭିଡିଓ କରି ସୋସିଆଲ ମିଡିଆ ଫେସବୁକ୍‌, ଇନଷ୍ଟାରେ ଅପଲୋଡ୍‌ କରୁଛନ୍ତି। ଫଟୋ ଓ ରିଲ୍ସର ବଡ ପ୍ଲାଟଫର୍ମ ସାଜିଛି ଇନଷ୍ଟାଗ୍ରାମ। ଯେଉଁଥିରେ ଲୋକେ ବିଭିନ୍ନ ଫଟୋ ଅପଲୋଡ୍‌ କରିବା ସହ ବିଭିନ୍ନ କଣ୍ଟେଣ୍ଟ ଉପରେ ଭିଡିଓ ଅପଲୋଡ୍‌ କରୁଛନ୍ତି। ଟିକେ ଲାଇକ୍‌ ଓ ଭ୍ୟୁ ପାଇବା ପାଇଁ ଲୋକେ କିଛି ବି କରିବାକୁ ପଛାଉ ନାହାନ୍ତି। କିନ୍ତୁ ଯଦି ଲାଇକ୍‌, ଭ୍ୟୁ ନ ଆସିଲା ତେବେ ନିରାଶ ହୋଇଯାଉଛନ୍ତି। ହେଲେ ଆପଣ ଜାଣିଛନ୍ତି କି, ଇନଷ୍ଟାରେ ରିଲ୍ସ ପୋଷ୍ଟ କରିବାର ସଠିକ୍‌ ସମୟ କେଉଁଟି। ଆସନ୍ତୁ ଜାଣିବା।

ଯଦି ଆପଣ କାହାକୁ ଇନଷ୍ଟାଗ୍ରାମ ରିଲ୍ସ କିପରି ଭାଇରାଲ କିମ୍ବା ଭ୍ୟୁ ହେବ ପଚାରନ୍ତି, ସେମାନେ ପ୍ରାୟତ ସମାନ ଉତ୍ତର ଦେବେ। ସେମାନଙ୍କ କହିବାନୁସାରେ, ଇନଷ୍ଟାଗ୍ରାମରେ କ୍ରମାଗତ ଭାବରେ ରିଲ୍ସ ପୋଷ୍ଟ କରନ୍ତୁ, କଣ୍ଟେଣ୍ଟେ କିପରି ଆଟ୍ରାକ୍ଟିଭ ହେବ ସେ ଉପରେ କାମ କରନ୍ତୁ । କିନ୍ତୁ ରିଲ୍ସ କେଉଁ ସମୟରେ ପୋଷ୍ଟ କରାଯିବା ଉଚିତ ତାହା କେହି କୁହନ୍ତି ନାହିଁ ।
କହିରଖୁଛୁ କି, ଲାଇକ୍‌-ଭ୍ୟୁ ବଢାଇବାକୁ ଚାହୁଁଥିଲେ କେବଳ ଭଲ କଣ୍ଟେଣ୍ଟ ନୁହେଁ ସଠିକ୍‌ ସମୟ ଦେଖି ପୋଷ୍ଟ କରନ୍ତୁ। ଏହାଦ୍ୱାରା ଆପଣଙ୍କ ବେଶୀ ଭ୍ୟୁଜ୍‌ ଆସିବ।

ଇନଷ୍ଟାଗ୍ରାମ ରିଲ୍‌ରେ କ୍ୟାଲିଟି କଣ୍ଟେଣ୍ଟେ ଓ ଲଗାତାର ପୋଷ୍ଟ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଠିକ ସମୟରେ ରିଲ ପୋଷ୍ଟ କରିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ଠିକ ସମୟରେ ରିଲ ପୋଷ୍ଟ କରନ୍ତି ନାହିଁ ତେବେ ଏହା ଭାଇରାଲ ହୋଇ ନ ଥାଏ। ଆଉ ଏହାର ରିଚ୍‌ ଉପରେ ମଧ୍ୟ ପ୍ରଭାବ ପଡିଥାଏ। ତେଣୁ ଠିକ୍‌ ସମୟରେ ରିଲ୍ସ ପୋଷ୍ଟ କଲେ ଭ୍ୟୁ ବେଶୀ ବଢିଥାଏ।

ଇନଷ୍ଟାଗ୍ରାମର ଆଲଗୋରିଦମ ଅନୁଯାୟୀ, ଆପଣଙ୍କ ଫଲୋର୍ସମାନେ ଇନଷ୍ଟାରେ ଅଧିକ ସକ୍ରିୟ ଥିବା ସମୟରେ ରିଲ୍‌ ପୋଷ୍ଟ କରିବା ଉଚିତ୍‌। କିନ୍ତୁ ଏହା କିପରି ଜଣା ପଡ଼ିବ? ଏଥିପାଇଁ ଆପଣଙ୍କୁ ଆପଣଙ୍କର ଇନଷ୍ଟାଗ୍ରାମର Insights/Professional Dashboard କୁ ଯିବାକୁ ପଡିବ। ଏଠାରେ ଆପଣ ସକ୍ରିୟ ୟୁଜର୍ସଙ୍କର ସଠିକ ସମୟ ଜାଣିପାରିବେ।
ଏଠାରେ ଆପଣଙ୍କର ରିଲ୍‌ ଏବଂ ପୋଷ୍ଟଗୁଡିକର ରିଚ୍‌ ବିଷୟରେ ମଧ୍ୟ ଜାଣିପାରିବେ। ଏଥିସହ ଆପଣଙ୍କର କେଉଁ ରିଲ୍‌ ବା ପୋଷ୍ଟକୁ ୟୁଜର୍ସ ବେଶୀ ପସନ୍ଦ କରିଛନ୍ତି ତାହା ମଧ୍ୟ ଜାଣିପାରିବେ। କହିରଖୁଛୁ କି, ଏହିସବୁ ଡିଟେଲ ଆପଣ ସେତେବେଳେ ଜାଣିପାରିବେ ଯଦି ଆପଣଙ୍କର କ୍ରିଏଟର ବା ବିଜନେସ୍‌ ଆକାଉଣ୍ଟ ଥିବ।

ଇନଷ୍ଟାଗ୍ରାମରେ ରିଲ୍‌ ପୋଷ୍ଟ କରିବାର ସଠିକ ସମୟ ହେଉଛି ସକାଳ ୬ଟା, ୯ଟା, ମଧ୍ୟାହ୍ନ ୧୨ଟା, ଅପରାହ୍ନଣ ୩ଟା କିମ୍ବା ସଂଧ୍ୟା ୬ଟା। ଏହା ବ୍ୟତୀତ, ଆପଣ ରାତି ୯ଟାରୁ ୧୧-୧୨ଟା ମଧ୍ୟରେ ରିଲ ପୋଷ୍ଟ କରିପାରିବେ। କାରଣ ଅଧିକାଂଶ ଲୋକ ଏହି ସମୟରେ ଇନଷ୍ଟାଗ୍ରାମରେ ସକ୍ରିୟ ରହିଥା’ନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କର ରିଲ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri