ପ୍ରେରଣା ପାଲଟିଛନ୍ତି ନିର୍ମଳା: ରଙ୍ଗବେରଙ୍ଗର କୋବି ଚାଷକରି ଚର୍ଚ୍ଚାରେ

ନିଶ୍ଚିନ୍ତକୋଇଲି,୫।୩: ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ସହ ସମକକ୍ଷ ହୋଇ ଏବେ ଚାଷ କରିବା ଆରମ୍ଭ କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ଜଣେ ମହିଳା ଚାଷୀ ରଙ୍ଗ ବେରଙ୍ଗର କୋବି ଚାଷ କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେବଳ ସେ ଚାଷ କରୁନାହାନ୍ତି ମହିଳାମାନଙ୍କୁ ସଙ୍ଗଠିତ କରି ସ୍ବାବଲମ୍ବୀ ହେବାକୁ ପ୍ରେରଣା ଦେଉଛନ୍ତି। ମହିଳା ଜଣକ ହେଲେ କଟରପଡା ପଞ୍ଚାୟତ ସାଙ୍କିଲୋ ଗ୍ରାମର ସୁଧାଂଶୁ ନାୟକଙ୍କ ସ୍ତ୍ରୀ ନିର୍ମଳା। ସେ କଟକ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନବିତ୍‌ ତୁଷାର ରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ୨ ବର୍ଷ ପୂର୍ବେ ପ୍ରଶିକ୍ଷଣ ନେବାପରେ ଗ୍ରାମାଞ୍ଚଳରେ ପରିବା ଚାଷ ଆରମ୍ଭ କରିଥିଲେ। କ୍ଷେତରେ ସ୍ବାମୀଙ୍କ ସହାୟତାରେ ସେ ବିଭିନ୍ନ ପରିବା ଚାଷ କରିଥିଲେ। ତେବେ ଗତବର୍ଷ ବ୍ରୋକଲି (ନୀଳ କୋବି) ଚାଷ କରି ଚର୍ଚ୍ଚାକୁ ଆସଥିଲେ। ଚଳିତ ବର୍ଷ ନିର୍ମଳା ଏକ ଭିନ୍ନ ଧରଣ କୋବି ଚାଷ ଆରମ୍ଭ କରିଛନ୍ତି। ସେ ନିଜ କ୍ଷେତରେ ପାରମ୍ପରିକ କୋବି ସହ ବ୍ରୋକୋଲି, ରେଡ କ୍ୟାବେଜ(ନାଲି ବନ୍ଧାକୋବି) ଓ ଆକର୍ଷଣୀୟ ନାଲିରଙ୍ଗର ଫୁଲକୋବି ଚାଷ କରିଛନ୍ତି। ତାଙ୍କ କ୍ଷେତରେ ଧଳା, ନାଲି, ନୀଳ ଓ ସବୁଜ କୋବିର ସମ୍ଭାର ଦେଖିବାକୁ ମିଳିଛି। ଏହି ଚାଷ ପାଇଁ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ବ୍ୟବହାର କରୁଛନ୍ତି। ଗତ ବର୍ଷ ବିହନ ଆଣି ଚାରା କରି ନାଲି ଫୁଲ କୋବି ପାଇଁ ଗଛ ଲଗାଇଥିଲେ ମଧ୍ୟ କୋବିରେ ଫୁଲ ଧରି ନ ଥିଲା। ଏହାପରେ ସେ ଉଦ୍ୟାନବିତ୍‌ଙ୍କ ସହ ଯୋଗାଯୋଗ କରି ପୁନର୍ବାର ଏହି ଚାଷ କରି ସଫଳତା ପାଇଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କ କ୍ଷେତରେ ପରୀକ୍ଷାମୂଳକଭାବେ ହଳଦିଆ କଖାରୁ ଚାଷ ମଧ୍ୟ ଆରମ୍ଭ କରିଛନ୍ତି। ସାଧାରଣ କଖାରୁ ପ୍ରାରମ୍ଭିକ ଅବସ୍ଥାରେ ସବୁଜ ଓ ପରିପକ୍ୱ ହେଲେ ହଳିଦଆ ଦେଖାଯାଉଥିବା ବେଳେ ଏହି କଖାରୁ କଷି ବେଳଠାରୁ ପରିପକ୍ୱ ହେବା ପର୍ଯ୍ୟନ୍ତ ହଳଦିଆ ରଙ୍ଗ ହୋଇଥାଏ। ତାଙ୍କର ଏହି ସ୍ବତନ୍ତ୍ର ଚାଷ ପ୍ରଣାଳୀ ଅନ୍ୟ ଚାଷୀଙ୍କୁ ମଧ୍ୟ ଆକୃଷ୍ଟ କରିଛି। ବହୁ ପରିବା ଚାଷୀ ତାଙ୍କ କ୍ଷେତକୁ ଯାଇ ଚାଷ ପ୍ରଣାଳୀ ସମ୍ବନ୍ଧରେ ବୁଝୁଛନ୍ତି। ଏହାଛଡ଼ା ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସେ ଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ଚାଷ ତାଙ୍କୁ ସୁନାମ ଦେଇଥିବାବେଳେ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇ ଆତ୍ମସନ୍ତୋଷ ପାଉଛନ୍ତି ବୋଲି ନିର୍ମଳା କହିଛନ୍ତି। ଗତ ବର୍ଷ କୁଆପଥର ମାଡ଼ରେ ବହୁ କୋବି ନଷ୍ଟ ହୋଇଯାଇଥିଲା। ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡ଼ିିଥିଲା। ଏହାସେତ୍ତ୍ୱେ ସେ ଚାଷ ପ୍ରତି ବିମୁଖ ହୋଇନାହାନ୍ତି। ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇ ଦିଆଗଲେ ସେ ଚାଷ କାର୍ଯ୍ୟରେ ଅଧିକ ସଫଳତା ପାଇବା ସହ ଅନ୍ୟ ମହିଳାଙ୍କୁ ସ୍ବାବଲମ୍ବୀ କରାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ସରକାର ନିର୍ମଳାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ବିଭିନ୍ନ ଚାଷୀ ଓ ଚାଷୀ ସଙ୍ଗଠନ ଦାବି କରିଛନ୍ତି।
ଏସମ୍ପର୍କରେ ବ୍ଲକ ଅଧ୍ୟକ୍ଷା ସବିତା ଓଝା କୁହନ୍ତି ନିର୍ମଳା ରଙ୍ଗବେରଙ୍ଗର କୋବି ଚାଷ କରି ଅଞ୍ଚଳରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ସେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ କରୋନା ଯୋଦ୍ଧା ସମେତ ୩ ପଜିଟିଭ୍‌ ଚିହ୍ନଟ

ବରଗଡ଼ ଅଫିସ,୧୨ା୭: ବରଗଡ଼ ଜିଲାରେ ରବିବାର ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ କଟାପାଲି ଗ୍ରାମର ଜଣେ ସ୍ଥାନୀୟ କରୋନା ଯୋଦ୍ଧା...

ନିର୍ବାଚିତ ପ୍ରାର୍ଥିନୀଙ୍କ ୩ ସନ୍ତାନ ଅଭିଯୋଗ

କେନ୍ଦୁଝର,୨ା୩(ସ୍ବ.ପ୍ର.): ସଦର ବ୍ଲକ ବାଉରୀପଦା ପଞ୍ଚାୟତର ୪ ନମ୍ବର ଓ୍ବାର୍ଡର ଭୋଟରମାନେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚିତ ଓ୍ବାର୍ଡମେମ୍ବର ଇନ୍ଦୁମତୀ ମହାନ୍ତଙ୍କ ତିନୋଟି ସନ୍ତାନ ଅଛନ୍ତି।...

ଅମଳ ବେଳେ ଅତ୍ୟଧିକ

ଆଠମଲ୍ଲିକ,୨୨ା୧୧ (ଡି.ଏନ.ଏ.): ଆଖି ଆଗରେ ଉଜାଡ଼ି ଦେଉଛନ୍ତି ଫସଲ। ପାଦରେ ଦଳି ନଷ୍ଟ କରୁଛନ୍ତି ଧାନ, ଆଖୁ ଓ ପରିବା ଚାଷ। ଖବର ଦେଲେ ବି...

ଗଞ୍ଜାମରେ ଘରକୁ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ୨୦୨୧ଟି ଟିମ୍‌ ସାମିଲ

ଛତ୍ରପୁର,୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଶା କର୍ମୀ, ସ୍ବଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟ ତ୍ୱରାନ୍ବିିତ କରୁଥିବା ଜିଲାପାଳ...

ଚାକିରି ଦେବା ନାଁରେ ଲୁଟୁଥିଲେ ୩ଭଉଣୀ,ଭାଇ

ଝାରସୁଗୁଡ଼ା ଅଫିସ,୨୫ା୧୦: ସହଜ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର ପାଇଁ ୩ ଭଉଣୀଭାଇ ରଚିଥିଲେ ଯୋଜନା। ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ...

ଦୁର୍ନୀତିରେ ବୁଡ଼ିରହିଛି ପାକ୍ସ

ଯାଜପୁର ଅଫିସ,୬।୪: ରାଜ୍ୟରେ ୨,୭୧୦ ପ୍ରାଥମିକ କୃଷି ସମବାୟ ସମିତି ବା ପ୍ରାଇମେରୀ ଏଗ୍ରିକଲଚରାଲ କ୍ରେଡିଟ୍‌ ସୋସାଇଟି (ପାକ୍ସ) କାର୍ଯ୍ୟ କରୁଛି। ଏଥିରୁ ୧୫୬ ପାକ୍ସର...

ପର୍ଯ୍ୟଟନ ବିକାଶକୁ ପ୍ରଶାସନିକ ଅଣଦେଖା

କେନ୍ଦୁଝର, ୧।୧୧(ସ୍ବ.ପ୍ର.)-କେନ୍ଦୁଝରରେ ପଡ଼ିଲାଣି ଶୀତ। ଏହାହେଉଛି ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବଣପାହାଡ ଘେରା କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ରମଣୀୟ । ଏହି ଜିଲାର...

ବଜ୍ରପାତରେ ଯୁବକ ମୃତ

ଡେରାବିଶ, ୨୨।୪ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଦୀନ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରୀପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

Advertisement
Archives

Model This Week