ପ୍ରେରଣା ପାଲଟିଛନ୍ତି ନିର୍ମଳା: ରଙ୍ଗବେରଙ୍ଗର କୋବି ଚାଷକରି ଚର୍ଚ୍ଚାରେ

ନିଶ୍ଚିନ୍ତକୋଇଲି,୫।୩: ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ସହ ସମକକ୍ଷ ହୋଇ ଏବେ ଚାଷ କରିବା ଆରମ୍ଭ କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ଜଣେ ମହିଳା ଚାଷୀ ରଙ୍ଗ ବେରଙ୍ଗର କୋବି ଚାଷ କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେବଳ ସେ ଚାଷ କରୁନାହାନ୍ତି ମହିଳାମାନଙ୍କୁ ସଙ୍ଗଠିତ କରି ସ୍ବାବଲମ୍ବୀ ହେବାକୁ ପ୍ରେରଣା ଦେଉଛନ୍ତି। ମହିଳା ଜଣକ ହେଲେ କଟରପଡା ପଞ୍ଚାୟତ ସାଙ୍କିଲୋ ଗ୍ରାମର ସୁଧାଂଶୁ ନାୟକଙ୍କ ସ୍ତ୍ରୀ ନିର୍ମଳା। ସେ କଟକ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନବିତ୍‌ ତୁଷାର ରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ୨ ବର୍ଷ ପୂର୍ବେ ପ୍ରଶିକ୍ଷଣ ନେବାପରେ ଗ୍ରାମାଞ୍ଚଳରେ ପରିବା ଚାଷ ଆରମ୍ଭ କରିଥିଲେ। କ୍ଷେତରେ ସ୍ବାମୀଙ୍କ ସହାୟତାରେ ସେ ବିଭିନ୍ନ ପରିବା ଚାଷ କରିଥିଲେ। ତେବେ ଗତବର୍ଷ ବ୍ରୋକଲି (ନୀଳ କୋବି) ଚାଷ କରି ଚର୍ଚ୍ଚାକୁ ଆସଥିଲେ। ଚଳିତ ବର୍ଷ ନିର୍ମଳା ଏକ ଭିନ୍ନ ଧରଣ କୋବି ଚାଷ ଆରମ୍ଭ କରିଛନ୍ତି। ସେ ନିଜ କ୍ଷେତରେ ପାରମ୍ପରିକ କୋବି ସହ ବ୍ରୋକୋଲି, ରେଡ କ୍ୟାବେଜ(ନାଲି ବନ୍ଧାକୋବି) ଓ ଆକର୍ଷଣୀୟ ନାଲିରଙ୍ଗର ଫୁଲକୋବି ଚାଷ କରିଛନ୍ତି। ତାଙ୍କ କ୍ଷେତରେ ଧଳା, ନାଲି, ନୀଳ ଓ ସବୁଜ କୋବିର ସମ୍ଭାର ଦେଖିବାକୁ ମିଳିଛି। ଏହି ଚାଷ ପାଇଁ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ବ୍ୟବହାର କରୁଛନ୍ତି। ଗତ ବର୍ଷ ବିହନ ଆଣି ଚାରା କରି ନାଲି ଫୁଲ କୋବି ପାଇଁ ଗଛ ଲଗାଇଥିଲେ ମଧ୍ୟ କୋବିରେ ଫୁଲ ଧରି ନ ଥିଲା। ଏହାପରେ ସେ ଉଦ୍ୟାନବିତ୍‌ଙ୍କ ସହ ଯୋଗାଯୋଗ କରି ପୁନର୍ବାର ଏହି ଚାଷ କରି ସଫଳତା ପାଇଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କ କ୍ଷେତରେ ପରୀକ୍ଷାମୂଳକଭାବେ ହଳଦିଆ କଖାରୁ ଚାଷ ମଧ୍ୟ ଆରମ୍ଭ କରିଛନ୍ତି। ସାଧାରଣ କଖାରୁ ପ୍ରାରମ୍ଭିକ ଅବସ୍ଥାରେ ସବୁଜ ଓ ପରିପକ୍ୱ ହେଲେ ହଳିଦଆ ଦେଖାଯାଉଥିବା ବେଳେ ଏହି କଖାରୁ କଷି ବେଳଠାରୁ ପରିପକ୍ୱ ହେବା ପର୍ଯ୍ୟନ୍ତ ହଳଦିଆ ରଙ୍ଗ ହୋଇଥାଏ। ତାଙ୍କର ଏହି ସ୍ବତନ୍ତ୍ର ଚାଷ ପ୍ରଣାଳୀ ଅନ୍ୟ ଚାଷୀଙ୍କୁ ମଧ୍ୟ ଆକୃଷ୍ଟ କରିଛି। ବହୁ ପରିବା ଚାଷୀ ତାଙ୍କ କ୍ଷେତକୁ ଯାଇ ଚାଷ ପ୍ରଣାଳୀ ସମ୍ବନ୍ଧରେ ବୁଝୁଛନ୍ତି। ଏହାଛଡ଼ା ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସେ ଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ଚାଷ ତାଙ୍କୁ ସୁନାମ ଦେଇଥିବାବେଳେ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇ ଆତ୍ମସନ୍ତୋଷ ପାଉଛନ୍ତି ବୋଲି ନିର୍ମଳା କହିଛନ୍ତି। ଗତ ବର୍ଷ କୁଆପଥର ମାଡ଼ରେ ବହୁ କୋବି ନଷ୍ଟ ହୋଇଯାଇଥିଲା। ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡ଼ିିଥିଲା। ଏହାସେତ୍ତ୍ୱେ ସେ ଚାଷ ପ୍ରତି ବିମୁଖ ହୋଇନାହାନ୍ତି। ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇ ଦିଆଗଲେ ସେ ଚାଷ କାର୍ଯ୍ୟରେ ଅଧିକ ସଫଳତା ପାଇବା ସହ ଅନ୍ୟ ମହିଳାଙ୍କୁ ସ୍ବାବଲମ୍ବୀ କରାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ସରକାର ନିର୍ମଳାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ବିଭିନ୍ନ ଚାଷୀ ଓ ଚାଷୀ ସଙ୍ଗଠନ ଦାବି କରିଛନ୍ତି।
ଏସମ୍ପର୍କରେ ବ୍ଲକ ଅଧ୍ୟକ୍ଷା ସବିତା ଓଝା କୁହନ୍ତି ନିର୍ମଳା ରଙ୍ଗବେରଙ୍ଗର କୋବି ଚାଷ କରି ଅଞ୍ଚଳରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ସେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri