Posted inଫୁରସତ

ପ୍ରେରଣା ଦିଏ ଜନଜାତିଙ୍କ ଜୀବନଶୈଳୀ: ଦେବାଶିଷ ପାତ୍ର

ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଗଳ୍ପ, ପ୍ରବନ୍ଧ, ସଂସ୍କୃତିକୁ ନେଇ ତାଙ୍କର ଦୁନିଆ ଓ ସ୍ବପ୍ନ। ଓଡ଼ିଆ ଜନଜାତି ସାହିତ୍ୟ କ୍ଷେତ୍ରରେ ତାଙ୍କ ରଚନାର ଭିନ୍ନ ପରିଚୟ ମିଳେ। ଦୀର୍ଘ ୨ଦଶନ୍ଧି ଧରି ଆଦିବାସୀମାନଙ୍କ ଜନଜୀବନ, ଲୋକଭାଷା, ଲୋକସଂସ୍କୃତି, ଲୋକସାହିତ୍ୟର ବିଚାର ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗଭିତ୍ତିକ ଲେଖାକୁ ନେଇ ସର୍ବଦା ଅନୁଧ୍ୟାନ କରିଆସୁଛନ୍ତି। ଏଯାଏ ରଚନା କରିଥିବା ପ୍ରାୟ ୧୧ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି। ଏଥିପାଇଁ ତାଙ୍କୁ ବିଭିନ୍ନ କ୍ଷେତ୍ରରୁ ପୁରସ୍କୃତ ଓ ସମ୍ମାନ ମିଳିଛି। ତାଙ୍କ ଲେଖାରେ ସର୍ବଦା ଆଦିବାସୀଙ୍କ ଜୀବନଶୈଳୀର କଳାତ୍ମକ ଦିଗ ସହିତ ବାସ୍ତବ ଦୃଷ୍ଟିଭଙ୍ଗିକୁ ସେ ପ୍ରତିଫଳନ କରିବାର ପ୍ରୟାସ କରିଥାନ୍ତି । ସେ ହେଲେ ଦେବାଶିଷ ପାତ୍ର। ଜନ୍ମ ୨୦ସେପ୍ଟେମ୍ବର ୧୯୭୦ମସିହାରେ। ପିତା ନରେଶଚନ୍ଦ୍ର ପାତ୍ର, ମା’ ପ୍ରତିମା ପାତ୍ର ।

ଘର ବାଲେଶ୍ୱର ଜିଲାର ଭୋଗରାଇ ବଜାରରେ। ସେ କୁହନ୍ତି, ସ୍କୁଲ ବୟସରୁ ହିଁ ଲେଖାଲେଖି ପ୍ରତି ମୋର ଅଭ୍ୟାସ ରହିଛି ା ସେତେବେଳେ ଘରେ ବିଭିନ୍ନ ସମୟରେ ବାପା ସହିତ ତାଙ୍କର ବନ୍ଧୁମାନେ ସାହିତ୍ୟ ଚର୍ଚ୍ଚା କରୁଥିଲେ । ବାପା ଥିଲେ ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ। କିନ୍ତୁ ଜେଜେ ମା’ ଘରେ ସବୁଦିନ ଗୀତାଭାଗବତକୁ ଶୁଣାଉଥିଲେ। ସେତେବେଳୁ ଏମାନଙ୍କ ପ୍ରଭାବ ମୋ ଉପରେ ପଡ଼ିଥିଲା। ସମୟକ୍ରମେ ଭୋଗରାଇ ପ୍ରାଥମିକ ବିଦ୍ୟାଳୟରେ ପାଠପଢା ସାରି ନାମ୍ପୋ ହାଇସ୍କୁଲରେ ୧୦ମ ପାସ୍‌ କରିଥିଲି। ଏହାପରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ +୨ବିଜ୍ଞାନ ପଢିଲି, ପୁଣି ଜଳେଶ୍ୱର ଦୀନକୃଷ୍ଣ ମହାବିଦ୍ୟାଳୟରେ ସ୍ନାତକ ଏବଂ ଭୁବନେଶ୍ୱର ବାଣୀବିହାରରେ ସ୍ନାତକୋତ୍ତର ପଢା ସାରିଲି। ୧୯୯୯ମସିହାରେ ମାଲକାନଗିରି ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଚାକିରି କରିଥିଲି। କିନ୍ତୁ ମୋର ସାହିତ୍ୟ ସାଧନା ଜାରି ରହିଥାଏ। ଅବଶ୍ୟ ୧୯୮୭ ମସିହାରେ ମୋର ଏକ ଲେଖା ନୀରବମୁହୂର୍ତ୍ତ ରାଷ୍ଟ୍ରଦୀପରେ ପ୍ରକାଶିତ ହୋଇଥିବାରୁ ତାହା ମୋତେ ଉତ୍ସାହିତ କରିଥିଲା। ସମୟକ୍ରମେ ରଚନା କରିଥିବା ବିଭିନ୍ନ ଗଳ୍ପ, କବିତା, ପ୍ରବନ୍ଧ ଆଦି କେତୋଟି ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି। କେବଳ ସେତିକି ନୁହେଁ, ଏକାଧିକ ସ୍ତମ୍ଭ ଲେଖା ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି। ତେବେ ଚାକିରି ଜୀବନ ମଧ୍ୟରେ ଆଦିବାସୀମାନଙ୍କ ବିଭିନ୍ନ ପ୍ରସଙ୍ଗକୁ ଆଧାରକରି ଲେଖିଥିବା ଲେଖା ମଧ୍ୟରେ ‘ମୁଦୁଲି ପଡ଼ାର ଲୋକେ’ ଏକ ପୁସ୍ତକ ବେଶ୍‌ ଆଦୃତ ହୋଇଛି । ଏଥିରେ ସେମାନଙ୍କ ଜୀବନଶୈଳୀର କଳାତ୍ମକ ଦିଗ ସହିତ ବାସ୍ତବ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳନ କରିବା ପାଇଁ ପ୍ରୟାସ କରିଛି। ଆଦିବାସୀଙ୍କ ସମ୍ପର୍କରେ ଜାଣିବା ପାଇଁ ଅନେକ ସମୟରେ ସେମାନଙ୍କ ପଡ଼ା ଡଙ୍ଗର ଆଦି ବିଭିନ୍ନ ଗାଁକୁ ଯିବାକୁ ପଡ଼ିଛି । ସେଠାରେ ସେମାନଙ୍କ ସହିତ ଅନେକ ଦିନ ବିତାଇଛି। ସେମାନଙ୍କ ଲୋକଭାଷା, ଲୋକ ସଂସ୍କୃତି, ଲୋକ ସାହିତ୍ୟକୁ ଜାଣିବାକୁ ଚେଷ୍ଟା କରିଛି। ସେମାନଙ୍କ ସହିତ ମୋର ଭିନ୍ନ ପରିଚୟରେ ନିଆରା ରୁଚି ସୃଷ୍ଟି ହୋଇଯାଇଛି। ଏଥିପାଇଁ ସେମାନଙ୍କର ବିଭିନ୍ନ ଦିଗକୁ ନେଇ ଗବେଷଣା ଚାଲୁ ରଖିଛି।

ଅନେକ କ୍ଷେତ୍ରରେ ସେମାନଙ୍କ ପାରମ୍ପରିକ ସରଳ ଜୀବନଧାରାର ସୁପ୍ରଭାବ ସମାଜର ଉନ୍ନତିରେ ସହାୟକ ହୋଇପାରିଛି। କିନ୍ତୁ ସମାଜର ମୁଖ୍ୟ ଶ୍ରୋତରେ ସେମାନେ ସାମିଲ ହେବାପାଇଁ ସେମାନଙ୍କର ବାସ୍ତବ ସମସ୍ୟା ସମାଧାନ ବିଷୟକୁ ଅନୁଧ୍ୟାନ କରିପାରିଥିବାରୁ ନିଜକୁ ଆତ୍ମସନ୍ତୋଷ ମିଳିଥାଏ। ତେବେ ୨୦୧୧ରେ ରାଜଧାନୀ କଲେଜ ଭୁବନେଶ୍ୱର ଏବଂ ୨୦୨୦ରୁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱରରେ ଭାଷାସାହିତ୍ୟ ବିଭାଗର ଜଣେ ସହଯୋଗୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଆସୁଛି। ଏମିତିରେ ଏମ.ଫିଲ୍‌ ବିଷୟ ଥିଲା ‘ଆଧାତ୍ମିକତା କବି ବୈକୁଣ୍ଠ ନାଥ’, ପିଏଚ.ଡି.-ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶରେ ବାଲେଶ୍ୱରର ଭୂମିକା, ଡିଲିଟ୍‌- ଦକ୍ଷିଣାଞ୍ଚଳୀୟ ଓଡ଼ିଆ ଜନଜାତି ସଂସ୍କୃତି ଓ ସାହିତ୍ୟ । ଏଥିଯୋଗୁ ପିଏଚ.ଡି. ହାସଲ କରିସାରିଛି। କିନ୍ତୁ ସାହିତ୍ୟ ସାଧନାରେ ଜନଜାତିଙ୍କ ସମ୍ପର୍କରେ ପୁସ୍ତକ ହେଲା – ମୁଦୁଲିପଡ଼ାର ଲୋକେ, ଦକ୍ଷିଣାଞ୍ଚଳ ଓଡ଼ିଆ ଜନଜାତି ସଂସ୍କୃତି ସାହିତ୍ୟ, ଜନଜାତି ସାଂସ୍କୃତିକ ପରିଭାଷା, ରେମୋ(ବଣ୍ଡା ଜୀବନ ଓ ସଂସ୍କୃତି), ଡଙ୍ଗର ଯେଉଁଠି କଥା କହେ, ଅରଣ୍ୟର ସ୍ବର, ଓଡ଼ିଶାର ଜନଜାତି ଏକ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ, ଜନଜାତି ଲୋକଧାରା ଓ ବିବିଧ ପ୍ରସଙ୍ଗ, ଓଡ଼ିଶାର ଆଦିବାସୀ ଲୋକଗୀତ ସଞ୍ଚୟନ, ବଣମୁଲକର ଗପ, ଦି ଭିଲେଜ ଅଫ ମହୁଆ ଫ୍ଲାଓ୍ବାର ଆଦି ପୁସ୍ତକ ରଚନା ବ୍ୟତୀତ ଖୋଲା ଆକାଶ ତଳେ, ଶବ୍ଦସଙ୍ଗମ, ସନାତନର ଦେଶ, ଢୋଲ ଓ ଅନ୍ୟାନ୍ୟଗଳ୍ପ, ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ ଧାରା, କିଛିକଥା, କିଛିବ୍ୟଥା, ତପୋବନର ଓଁକାର, ମାଲକାନଗିରିର ଶବ୍ଦାବଳୀ, ମାଲକାନଗିରି ପରିଚୟ, ଭାଷଣ ତତ୍ତ୍ୱ ଆଦି ଗଳ୍ପ, କବିତା, ସମାଲୋଚନା ଓ ପ୍ରବନ୍ଧ ପୁସ୍ତକ ପ୍ରକାଶିତ ହୋଇସାରିଛି। ପୁରସ୍କାର ଭାବେ- ପୁରସ୍କାର ଭାବେ- ରାଜ୍ୟ ଯୁବ ସାହିତି୍ୟକ ପୁରସ୍କାର-୨୦୦୨ ଓଡ଼ିଶା ସରକାର, ଲକ୍ଷ୍ମଣ ନାୟକ ପୁରସ୍କାର୨୦୦୩ ମାଲକାନଗିରି ଜିଲା ପ୍ରଶାସନ, ରାଜୀବ ଗାନ୍ଧୀ ସଦ୍‌ଭାବନା ପୁରସ୍କାର ରାଜୀବ ଗାନ୍ଧୀ ଫୋରମ, ଭୁବନେଶ୍ୱର ପୁସ୍ତକ ମେଳା ୨୦୧୨, ବର୍ଷା ସାହିତ୍ୟ ସମ୍ମାନ-୨୦୧୨, ଓଡ଼ିଶା ବହିମେଳା ସମ୍ମାନ ୨୦୧୩, ତପସ୍ୟା ସୃଜନ , ଲେଖାଲେଖି ଯୁବକବି ସମ୍ମାନ, ସଚ୍ଚ ରାଉତରାୟ କବିତା ପୁରସ୍କାର, କଳିଙ୍ଗ ପୁସ୍ତକମେଳା ପୁରସ୍କାର ସମେତ ଶତାଧିକ ସମ୍ମାନ ଓ ପୁରସ୍କାର ମିଳିଛି। ଆଦିବାସୀଙ୍କ ସମ୍ପର୍କରେ ଲେଖାଲେଖି ବେଳେ ସେମାନଙ୍କ ପ୍ରାକୃତିକ ପରିବେଶରେ ସେମାନଙ୍କ ଭାବ ମୋ ଭିତରେ ଆପେଆପେ ଉଦ୍ରେକ ହୁଏ। ସେଥିପାଇଁ ନିଜକୁ ସେମାନଙ୍କ ମଧ୍ୟରେ ଜଣେ ବୋଲି ଭାବେ। ତେବେ ଆଦିବାସୀଙ୍କ ଜନଜୀବନର ସରଳତା, ବିଶ୍ୱାସ, ଭକ୍ତିଭାବ, କଠିନ ପରିଶ୍ରମ, ସାହସ, ସାଧନା, ନିଷ୍ଠା, ସତ୍ୟତା ଓ ପ୍ରଚଣ୍ଡ ପ୍ରତିଭା ମୋତେ ଲେଖିବାକୁ ପ୍ରେରଣା ଦିଏ।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri