Posted inଫୁରସତ

ପ୍ରେରଣା ଦିଏ ଜନଜାତିଙ୍କ ଜୀବନଶୈଳୀ: ଦେବାଶିଷ ପାତ୍ର

ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଗଳ୍ପ, ପ୍ରବନ୍ଧ, ସଂସ୍କୃତିକୁ ନେଇ ତାଙ୍କର ଦୁନିଆ ଓ ସ୍ବପ୍ନ। ଓଡ଼ିଆ ଜନଜାତି ସାହିତ୍ୟ କ୍ଷେତ୍ରରେ ତାଙ୍କ ରଚନାର ଭିନ୍ନ ପରିଚୟ ମିଳେ। ଦୀର୍ଘ ୨ଦଶନ୍ଧି ଧରି ଆଦିବାସୀମାନଙ୍କ ଜନଜୀବନ, ଲୋକଭାଷା, ଲୋକସଂସ୍କୃତି, ଲୋକସାହିତ୍ୟର ବିଚାର ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗଭିତ୍ତିକ ଲେଖାକୁ ନେଇ ସର୍ବଦା ଅନୁଧ୍ୟାନ କରିଆସୁଛନ୍ତି। ଏଯାଏ ରଚନା କରିଥିବା ପ୍ରାୟ ୧୧ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି। ଏଥିପାଇଁ ତାଙ୍କୁ ବିଭିନ୍ନ କ୍ଷେତ୍ରରୁ ପୁରସ୍କୃତ ଓ ସମ୍ମାନ ମିଳିଛି। ତାଙ୍କ ଲେଖାରେ ସର୍ବଦା ଆଦିବାସୀଙ୍କ ଜୀବନଶୈଳୀର କଳାତ୍ମକ ଦିଗ ସହିତ ବାସ୍ତବ ଦୃଷ୍ଟିଭଙ୍ଗିକୁ ସେ ପ୍ରତିଫଳନ କରିବାର ପ୍ରୟାସ କରିଥାନ୍ତି । ସେ ହେଲେ ଦେବାଶିଷ ପାତ୍ର। ଜନ୍ମ ୨୦ସେପ୍ଟେମ୍ବର ୧୯୭୦ମସିହାରେ। ପିତା ନରେଶଚନ୍ଦ୍ର ପାତ୍ର, ମା’ ପ୍ରତିମା ପାତ୍ର ।

ଘର ବାଲେଶ୍ୱର ଜିଲାର ଭୋଗରାଇ ବଜାରରେ। ସେ କୁହନ୍ତି, ସ୍କୁଲ ବୟସରୁ ହିଁ ଲେଖାଲେଖି ପ୍ରତି ମୋର ଅଭ୍ୟାସ ରହିଛି ା ସେତେବେଳେ ଘରେ ବିଭିନ୍ନ ସମୟରେ ବାପା ସହିତ ତାଙ୍କର ବନ୍ଧୁମାନେ ସାହିତ୍ୟ ଚର୍ଚ୍ଚା କରୁଥିଲେ । ବାପା ଥିଲେ ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ। କିନ୍ତୁ ଜେଜେ ମା’ ଘରେ ସବୁଦିନ ଗୀତାଭାଗବତକୁ ଶୁଣାଉଥିଲେ। ସେତେବେଳୁ ଏମାନଙ୍କ ପ୍ରଭାବ ମୋ ଉପରେ ପଡ଼ିଥିଲା। ସମୟକ୍ରମେ ଭୋଗରାଇ ପ୍ରାଥମିକ ବିଦ୍ୟାଳୟରେ ପାଠପଢା ସାରି ନାମ୍ପୋ ହାଇସ୍କୁଲରେ ୧୦ମ ପାସ୍‌ କରିଥିଲି। ଏହାପରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ +୨ବିଜ୍ଞାନ ପଢିଲି, ପୁଣି ଜଳେଶ୍ୱର ଦୀନକୃଷ୍ଣ ମହାବିଦ୍ୟାଳୟରେ ସ୍ନାତକ ଏବଂ ଭୁବନେଶ୍ୱର ବାଣୀବିହାରରେ ସ୍ନାତକୋତ୍ତର ପଢା ସାରିଲି। ୧୯୯୯ମସିହାରେ ମାଲକାନଗିରି ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଚାକିରି କରିଥିଲି। କିନ୍ତୁ ମୋର ସାହିତ୍ୟ ସାଧନା ଜାରି ରହିଥାଏ। ଅବଶ୍ୟ ୧୯୮୭ ମସିହାରେ ମୋର ଏକ ଲେଖା ନୀରବମୁହୂର୍ତ୍ତ ରାଷ୍ଟ୍ରଦୀପରେ ପ୍ରକାଶିତ ହୋଇଥିବାରୁ ତାହା ମୋତେ ଉତ୍ସାହିତ କରିଥିଲା। ସମୟକ୍ରମେ ରଚନା କରିଥିବା ବିଭିନ୍ନ ଗଳ୍ପ, କବିତା, ପ୍ରବନ୍ଧ ଆଦି କେତୋଟି ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି। କେବଳ ସେତିକି ନୁହେଁ, ଏକାଧିକ ସ୍ତମ୍ଭ ଲେଖା ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି। ତେବେ ଚାକିରି ଜୀବନ ମଧ୍ୟରେ ଆଦିବାସୀମାନଙ୍କ ବିଭିନ୍ନ ପ୍ରସଙ୍ଗକୁ ଆଧାରକରି ଲେଖିଥିବା ଲେଖା ମଧ୍ୟରେ ‘ମୁଦୁଲି ପଡ଼ାର ଲୋକେ’ ଏକ ପୁସ୍ତକ ବେଶ୍‌ ଆଦୃତ ହୋଇଛି । ଏଥିରେ ସେମାନଙ୍କ ଜୀବନଶୈଳୀର କଳାତ୍ମକ ଦିଗ ସହିତ ବାସ୍ତବ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳନ କରିବା ପାଇଁ ପ୍ରୟାସ କରିଛି। ଆଦିବାସୀଙ୍କ ସମ୍ପର୍କରେ ଜାଣିବା ପାଇଁ ଅନେକ ସମୟରେ ସେମାନଙ୍କ ପଡ଼ା ଡଙ୍ଗର ଆଦି ବିଭିନ୍ନ ଗାଁକୁ ଯିବାକୁ ପଡ଼ିଛି । ସେଠାରେ ସେମାନଙ୍କ ସହିତ ଅନେକ ଦିନ ବିତାଇଛି। ସେମାନଙ୍କ ଲୋକଭାଷା, ଲୋକ ସଂସ୍କୃତି, ଲୋକ ସାହିତ୍ୟକୁ ଜାଣିବାକୁ ଚେଷ୍ଟା କରିଛି। ସେମାନଙ୍କ ସହିତ ମୋର ଭିନ୍ନ ପରିଚୟରେ ନିଆରା ରୁଚି ସୃଷ୍ଟି ହୋଇଯାଇଛି। ଏଥିପାଇଁ ସେମାନଙ୍କର ବିଭିନ୍ନ ଦିଗକୁ ନେଇ ଗବେଷଣା ଚାଲୁ ରଖିଛି।

ଅନେକ କ୍ଷେତ୍ରରେ ସେମାନଙ୍କ ପାରମ୍ପରିକ ସରଳ ଜୀବନଧାରାର ସୁପ୍ରଭାବ ସମାଜର ଉନ୍ନତିରେ ସହାୟକ ହୋଇପାରିଛି। କିନ୍ତୁ ସମାଜର ମୁଖ୍ୟ ଶ୍ରୋତରେ ସେମାନେ ସାମିଲ ହେବାପାଇଁ ସେମାନଙ୍କର ବାସ୍ତବ ସମସ୍ୟା ସମାଧାନ ବିଷୟକୁ ଅନୁଧ୍ୟାନ କରିପାରିଥିବାରୁ ନିଜକୁ ଆତ୍ମସନ୍ତୋଷ ମିଳିଥାଏ। ତେବେ ୨୦୧୧ରେ ରାଜଧାନୀ କଲେଜ ଭୁବନେଶ୍ୱର ଏବଂ ୨୦୨୦ରୁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱରରେ ଭାଷାସାହିତ୍ୟ ବିଭାଗର ଜଣେ ସହଯୋଗୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଆସୁଛି। ଏମିତିରେ ଏମ.ଫିଲ୍‌ ବିଷୟ ଥିଲା ‘ଆଧାତ୍ମିକତା କବି ବୈକୁଣ୍ଠ ନାଥ’, ପିଏଚ.ଡି.-ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶରେ ବାଲେଶ୍ୱରର ଭୂମିକା, ଡିଲିଟ୍‌- ଦକ୍ଷିଣାଞ୍ଚଳୀୟ ଓଡ଼ିଆ ଜନଜାତି ସଂସ୍କୃତି ଓ ସାହିତ୍ୟ । ଏଥିଯୋଗୁ ପିଏଚ.ଡି. ହାସଲ କରିସାରିଛି। କିନ୍ତୁ ସାହିତ୍ୟ ସାଧନାରେ ଜନଜାତିଙ୍କ ସମ୍ପର୍କରେ ପୁସ୍ତକ ହେଲା – ମୁଦୁଲିପଡ଼ାର ଲୋକେ, ଦକ୍ଷିଣାଞ୍ଚଳ ଓଡ଼ିଆ ଜନଜାତି ସଂସ୍କୃତି ସାହିତ୍ୟ, ଜନଜାତି ସାଂସ୍କୃତିକ ପରିଭାଷା, ରେମୋ(ବଣ୍ଡା ଜୀବନ ଓ ସଂସ୍କୃତି), ଡଙ୍ଗର ଯେଉଁଠି କଥା କହେ, ଅରଣ୍ୟର ସ୍ବର, ଓଡ଼ିଶାର ଜନଜାତି ଏକ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ, ଜନଜାତି ଲୋକଧାରା ଓ ବିବିଧ ପ୍ରସଙ୍ଗ, ଓଡ଼ିଶାର ଆଦିବାସୀ ଲୋକଗୀତ ସଞ୍ଚୟନ, ବଣମୁଲକର ଗପ, ଦି ଭିଲେଜ ଅଫ ମହୁଆ ଫ୍ଲାଓ୍ବାର ଆଦି ପୁସ୍ତକ ରଚନା ବ୍ୟତୀତ ଖୋଲା ଆକାଶ ତଳେ, ଶବ୍ଦସଙ୍ଗମ, ସନାତନର ଦେଶ, ଢୋଲ ଓ ଅନ୍ୟାନ୍ୟଗଳ୍ପ, ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ ଧାରା, କିଛିକଥା, କିଛିବ୍ୟଥା, ତପୋବନର ଓଁକାର, ମାଲକାନଗିରିର ଶବ୍ଦାବଳୀ, ମାଲକାନଗିରି ପରିଚୟ, ଭାଷଣ ତତ୍ତ୍ୱ ଆଦି ଗଳ୍ପ, କବିତା, ସମାଲୋଚନା ଓ ପ୍ରବନ୍ଧ ପୁସ୍ତକ ପ୍ରକାଶିତ ହୋଇସାରିଛି। ପୁରସ୍କାର ଭାବେ- ପୁରସ୍କାର ଭାବେ- ରାଜ୍ୟ ଯୁବ ସାହିତି୍ୟକ ପୁରସ୍କାର-୨୦୦୨ ଓଡ଼ିଶା ସରକାର, ଲକ୍ଷ୍ମଣ ନାୟକ ପୁରସ୍କାର୨୦୦୩ ମାଲକାନଗିରି ଜିଲା ପ୍ରଶାସନ, ରାଜୀବ ଗାନ୍ଧୀ ସଦ୍‌ଭାବନା ପୁରସ୍କାର ରାଜୀବ ଗାନ୍ଧୀ ଫୋରମ, ଭୁବନେଶ୍ୱର ପୁସ୍ତକ ମେଳା ୨୦୧୨, ବର୍ଷା ସାହିତ୍ୟ ସମ୍ମାନ-୨୦୧୨, ଓଡ଼ିଶା ବହିମେଳା ସମ୍ମାନ ୨୦୧୩, ତପସ୍ୟା ସୃଜନ , ଲେଖାଲେଖି ଯୁବକବି ସମ୍ମାନ, ସଚ୍ଚ ରାଉତରାୟ କବିତା ପୁରସ୍କାର, କଳିଙ୍ଗ ପୁସ୍ତକମେଳା ପୁରସ୍କାର ସମେତ ଶତାଧିକ ସମ୍ମାନ ଓ ପୁରସ୍କାର ମିଳିଛି। ଆଦିବାସୀଙ୍କ ସମ୍ପର୍କରେ ଲେଖାଲେଖି ବେଳେ ସେମାନଙ୍କ ପ୍ରାକୃତିକ ପରିବେଶରେ ସେମାନଙ୍କ ଭାବ ମୋ ଭିତରେ ଆପେଆପେ ଉଦ୍ରେକ ହୁଏ। ସେଥିପାଇଁ ନିଜକୁ ସେମାନଙ୍କ ମଧ୍ୟରେ ଜଣେ ବୋଲି ଭାବେ। ତେବେ ଆଦିବାସୀଙ୍କ ଜନଜୀବନର ସରଳତା, ବିଶ୍ୱାସ, ଭକ୍ତିଭାବ, କଠିନ ପରିଶ୍ରମ, ସାହସ, ସାଧନା, ନିଷ୍ଠା, ସତ୍ୟତା ଓ ପ୍ରଚଣ୍ଡ ପ୍ରତିଭା ମୋତେ ଲେଖିବାକୁ ପ୍ରେରଣା ଦିଏ।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri