ଗର୍ଭାବସ୍ଥାରେ ନିଦ୍ରାହୀନତା

ପ୍ରତିଟି ମଣିଷର ଶାରୀରିକ ତଥା ମାନସିକ
ସୁସ୍ଥତା ପାଇଁ ଖୁବ୍‌ ଜରୁରୀ ନିଦ । ତେବେ କାହା କାହାକୁ ଏତେ ନିଦଲାଗେ ଯେ, ତାଙ୍କ ପାଇଁ ତୂଳୀତଳ୍ପ ଶଯ୍ୟାର ମଧ୍ୟ ପ୍ରୟୋଜନ ହୁଏ ନାହିଁ, କେବଳ ତକିଆ ଛୁଇଁଲେ ହିଁ ସେମାନେ ଘୁଂଗୁଡ଼ି ମାରିବା ଆରମ୍ଭ କରିଦିଅନ୍ତି । ହେଲେ ଏମିତିବି କେତେଜଣ ଅଛନ୍ତି ଯାହାଙ୍କ ଠାରେ ସଫା ସୁନ୍ଦର ବିଛଣା ଚଦର, ଗଦି, ସୁନ୍ଦର ପରିବେଶ ତଥା ନିଦ ମାଉସୀର ଗୀତ ବି ବୋଲ ମାନେ ନାହିଁ ଏବଂ ସେମାନେ ସାରା ରାତି କାଟନ୍ତି ଅନିଦ୍ରାରେ । ଏମିତି ଏକ ସମସ୍ୟା ଦେଖାଦିଏ ଅନେକ ଗର୍ଭବତୀଙ୍କଠାରେ, ଯାହାକୁ ଏଡ଼ାଇବା ଲାଗି ଆପଣେଇବାକୁ ହୋଇଥାଏ ବିଭିନ୍ନ ଉପାୟ…

ଯେଉଁମାନଙ୍କୁ ରାତିରେ ଶୋଇବା ମାତ୍ରେ ସଂଗେ ସଂଗେ ନିଦ ଆସିଯାଏ ରେ ଶୋଇପଡ଼ନ୍ତି ତାଙ୍କ ପାଇଁ କିଛି ଅସୁବିଧା ହୁଏ ନାହିଁ, କିନ୍ତୁ ଯେଉଁମାନଙ୍କ ପାଇଁ ନିଦ, କୋଶ କୋଶ ଦୂରକୁ ଚାଲିଯାଏ, ଏବଂ ରାତିସାରା ସେମାନେ ଆଖିର ପଲକ ନ ପକାଇ କଡ଼ିବରଗା ଗଣି, ଛାତକୁ ଚାହିଁ ରହିଥାନ୍ତି, ତାଙ୍କ ପାଇଁ କି ଉପାୟ ଅଛି ? ତେବେ ସାଧାରଣ ମଣିଷଙ୍କ କଥା ତ’ ଭିନ୍ନ ହେଲେ ଅଧିକାଂଶ ଗର୍ଭବତୀ ମହିଳା ଅଛନ୍ତି ଯେଉଁମାନଙ୍କୁ ଗର୍ଭାବସ୍ଥାରେ ନିଦ ହୋଇ ନ ଥାଏ। ସାଧାରଣତଃ ଆମେ ଗର୍ଭାବସ୍ଥାରେ ଗର୍ଭବତୀମାନଙ୍କୁ ଦିନକୁ ୮ ରୁ ୧୦ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାଉ। ଦିନ ବେଳା ଲଞ୍ଚ ଖାଇସାରି ୨ ଘଣ୍ଟା ଓ ରାତିରେ ୮ ଘଣ୍ଟା ଶୋଇଲେ ମା’ ଓ ଶିଶୁ ଉଭୟ ସୁସ୍ଥ ରୁହନ୍ତି।
ଏହି ନିଦ୍ରାର ଢାଞ୍ଚାକୁ ଅନୁଧ୍ୟାନ କରି ଜଣାଯାଇଛି ଯେ, ଶତକଡ଼ା ୮୮ ଭାଗ ନିଦର ଢାଞ୍ଚା ଗର୍ଭାବସ୍ଥାରେ ବଦଳିଯାଏ।
ଏଥି ସହିତ ନିଦ ହେବାର ସମୟ, ନିଦ୍ରାର ଗଭୀରତା, ଦିବସ ନିଦ୍ରା ଆଦି ମଧ୍ୟ ବଦଳି ଯାଇଥାଏ। ବିଶେଷ ଭାବରେ ଗର୍ଭର ପ୍ରଥମ ତିନିମାସ ମଧ୍ୟରେ ନିଦ୍ରାର ଗଭୀରତା, ନିଦ୍ରାର ସମୟ ଓ ଗୁଣାମତ୍କ ମାନ କମିଯାଏ।
ଗର୍ଭାବସ୍ଥାର ଦ୍ୱିତୀୟ ପର୍ଯ୍ୟାୟରେ ନିଦ ସାଧାରଣ ଅବସ୍ଥାକୁ ଆସିଥିଲେ ମଧ୍ୟ ତୃତୀୟ ପର୍ଯ୍ୟାୟରେ ପୁଣି ନିଦ୍ରାହୀନତା ଦେଖାଦେଇଥାଏ, ଏହା ସହ ଦିନବେଳା ନିଦୁଆ ନିଦୁଆ ଲାଗୁଥିଲେ ମଧ୍ୟ ଭଲ ନିଦ ହୋଇ ନ ଥାଏ।
ଏହାର କାରଣ:
ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରେ ନିଦ୍ରାହୀନତାର ମୁଖ୍ୟ କାରଣ ହେଉଛି, ବାନ୍ତି ଲାଗିବା ଓ ବାନ୍ତି ହେବା, ଖାଇବାକୁ ଇଚ୍ଛା ନ ହେବା, ମୁଣ୍ଡ ବୁଲାଇବା ଇତ୍ୟାଦି (ନସିଆ ଏବଂ ମର୍ଣ୍ଣିଂ ସିକ୍‌ନେସ୍‌)। ଏଇ ସମୟରେ ଖାଇବାକୁ ଇଚ୍ଛା ହେଉ ନ ଥିବାରୁ, ଭଲ ପୋଷକତ୍ବ ଖାଇହୁଏ ନାହିଁ।
ପେଟ ନ ପୁରିବାରୁ ନିଦ ନ ହୋଇ ଦୁର୍ବଳ ଲାଗେ। ଏଇ ସମୟରେ ଖୁବ୍‌ ଶୀଘ୍ର ପରିସ୍ରା ଲାଗିଥାଏ। ତେଣୁ ନିଦରେ ବ୍ୟାଘାତ ଘଟିଥାଏ।
ଗର୍ବାବସ୍ଥାର ଦ୍ୱିତୀୟ ପର୍ଯ୍ୟାୟରେ ନିଦ୍ରାହୀନତା କମ୍‌ ଦେଖାଯାଏ। ଗର୍ଭାବସ୍ଥାର ତୃତୀୟ ପର୍ଯ୍ୟାୟରେ, ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ, ତେଣୁ ନିଦ ଭାଙ୍ଗିଯାଇଥାଏ। ଏହାଛଡ଼ା ଛାତି ବା ଅଣ୍ଟାବ୍ୟଥା ଏବଂ ଗୋଡ଼ହାତରେ ବ୍ୟଥା ହେବା ତଥା ପେଟ ଭିତରେ ଶିଶୁଟି ବାରମ୍ବାର ଘୂର୍ଣ୍ଣନ କରୁଥିବାରୁ, ରାତିରେ ଭଲ ନିଦ ହୋଇ ନ ପାରି ନିଦ ଭାଙ୍ଗିଯାଇଥାଏ। ତେଣୁ ସେଥିପାଇଁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇ କ୍ୟାଲସିୟମ୍‌, ଭିଟାମିନ୍‌ ‘ଡ଼ି’ ଆଦି ଖାଇବା ଆବଶ୍ୟକ।
ଶୋଇବା ଶୈଳୀ: ସାଧାରଣ ଅବସ୍ଥାରେ ମହିଳାଟିଏ ଯେ କୌଣସି ପୋଜିସନ୍‌ରେ ଶୋଇପାରିବେ, କିନ୍ତୁ ଗର୍ଭାବସ୍ଥାରେ ଚିତ୍‌ ହୋଇ ଶୋଇବା ଅନୁଚିତ୍‌। ଏହାଦ୍ୱାରା ବର୍ଦ୍ଧିତ ଜରାୟୁ ଓ ଗର୍ଭସ୍ଥ ଶିଶୁର ଚାପ, ପେଟର ବୃହଦ୍‌ ଧମନୀ ଉପରେ ପଡ଼ୁଥିବାରୁ ହୃତ୍‌ପିଣ୍ଡକୁ ରକ୍ତ ପ୍ରବାହ ଶିଥିଳ ହୋଇଯାଏ, ତେଣୁ ରକ୍ତଚାପ କମିଯାଏ। ସେଥିପାଇଁ ସବୁଠାରୁ ଭଲ ପୋଜିସନ୍‌ ହେଉଛି ବାଁ କଡ଼ ବା’ ଡାହାଣ କଡ଼ ମାଡ଼ି ଶୋଇବା।
ଉଚ୍ଚରକ୍ତଚାପ ବେଳେ ସଂପୂର୍ଣ୍ଣ ବିଶ୍ରାମ ନେବାକୁ ପଡ଼ିଥାଏ, ତେଣୁ ଏହି ସମୟରେ ବାଁ କଡ଼ ମାଡ଼ି ଶୋଇଲେ ବୃକ୍‌କକୁ ରକ୍ତ ପ୍ରବାହ ଠିକ୍‌ ରହିଥାଏ ଏବଂ ପରିସ୍ରା ମଧ୍ୟ ଠିକ୍‌ ହୋଇଥାଏ।
ପ୍ରତିକାର: ଗର୍ଭାବସ୍ଥାରେ ଭଲ ନିଦ ହେବା ପାଇଁ ସକାଳୁ ଓ ସନ୍ଧ୍ୟାରେ କିଛି ସମୟ ଚାଲିବା ଦରକାର। ଯୋଗ ଓ ପ୍ରାଣାୟମ କରିବା ଆହୁରି ଭଲ। କେତେଜଣଙ୍କୁ ଦିନରେ ଶୋଇପଡ଼ିଲେ, ରାତିରେ ନିଦ ହୁଏ ନାହିଁ। ତେଣୁ ଦିନରେ କେବଳ ବିଶ୍ରାମ ନେଇ ରାତିରେ ଶୋଇବା ଉଚିତ। ରାତିରେ ଡେରିରେ ଅଧିକ ନ ଖାଇ, ଶୀଘ୍ର ଡିନର ଶେଷକରି ଶୋଇବା ଭଲ। ଏହାଛଡ଼ା ମାନସିକ ଓ ଶାରୀରିକ ଚାପ, ସ୍ନାୟୁର ଉଜେନାକାରୀ ପାନୀୟ ଯଥା ରାତିରେ ଚା’ ଓ କଫି ସେବନ, ଧୂମପାନ ଆଦି କରିବା ଠିକ ନୁହେଁ।
ଭିଟାମିନ୍‌ ବି (ଥାୟାମିନ୍‌) ବା ବିକମ୍ପ୍ଲେକ୍ସ ଖାଆନ୍ତୁ, ଯାହା ସ୍ନାୟୁର ସ୍ବାସ୍ଥ୍ୟ ଠିକ୍‌ ରଖିଥାଏ, ଭଲ ନିଦ ହୋଇଥାଏ।
ରାତିରେ ଶୋଇବାବେଳକୁ ୧ ଗ୍ଲାସ ଦୁଧ ସହ ୧ ଚାମଚ ମହୁ ଖାଇବା ଉପକାରୀ। ଏହାଦ୍ୱାରା ମଧ୍ୟ ନିଦ ହୋଇଯାଏ। ସେହିପରି ପ୍ରଚୁର ଦହି ଖାଇଲେ ଭଲ ନିଦ ହୁଏ।
ସ୍ଲୋ ମ୍ୟୁଜିକ୍‌ ଶୁଣିବା, କିଛି ପଢିବା ଆଦି ମଧ୍ୟ ନିଦ ଆସିବାରେ ସାହାଯ୍ୟ କରିଥାଏ।
ଗର୍ଭାବସ୍ଥାରେ ମାନସିକ ଚାପକୁ ଏଡ଼ାଇ ଦେଇ ସୁଖମୟ ବାତାବରଣରେ ରୁହନ୍ତୁ। ଦେଖନ୍ତୁ, ଆପଣ ନିଦ୍ରାହୀନତାକୁ ଏଡ଼ାଇ ଯିବେ ଏବଂ ରାତିରେ ସୁଖ ନିଦରେ ଶୋଇ ପଡ଼ିବେ।

 

-ଡା. ସରୋଜିନୀ ଷଡ଼ଙ୍ଗୀ
-ଲିଙ୍କ୍‌ରୋଡ୍‌, କଟକ- ୧୨
ମୋ- ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri